ଅଭ୍ୟାସ ଆରମ୍ଭ କଲେ ରୋହିତ: ଉମେଶ ଆଉଟ, ଖେଳିପାରନ୍ତି ଶାର୍ଦ୍ଦୁଲ


ଅଭ୍ୟାସ ଆରମ୍ଭ କଲେ ରୋହିତ: ଉମେଶ ଆଉଟ, ଖେଳିପାରନ୍ତି ଶାର୍ଦ୍ଦୁଲ ମେଲବର୍ଣ୍ଣ: ଭାରତୀୟ ଦଳ ସହ ଯୋଗ ଦେଇଥିବା ରୋହିତ ଶର୍ମା ଦୀର୍ଘ ଦିନର ବ୍ୟବଧାନ ପରେ ଗୁରୁବାର ନେଟ୍ସକୁ ଓହ୍ଲାଇଛନ୍ତି। ପଡ଼ିଆରେ ବେଶ କିଛି ସମୟ ଧରି ସେ ଫିଲ୍ଡିଂ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି। ଦିନକ ପୂର୍ବରୁ ସେ କ୍ବାରେଣ୍ଟାଇନ ଶେଷ କରି ମେଲବର୍ଣ୍ଣରେ ଦଳ ସହ ଯୋଗ ଦେଇଥିଲେ। ଆସନ୍ତା ୭ ତାରିଖରୁ ସିଡନୀରେ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟରେ ରୋହିତ ନବାଗତ ଶୁବମନ ଗିଲଙ୍କ ସହ ଇନିଂସ ଓପନ କରିବା ଏକପ୍ରକାର ନିଶ୍ଚିତ ହୋଇ ସାରିଛି। ଫର୍ମ ପାଇଁ ସଂଘର୍ଷ କରୁଥିବା ମୟଙ୍କ ଅଗ୍ରୱାଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର କୌଣସି ସମ୍ଭାବନା ନାହିଁ। ଏହିପରି ସ୍ଥିତିରେ ରୋହିତଙ୍କ ଉପରେ ଓପନିଂର ଦାୟିତ୍ବ ନ୍ୟସ୍ତ ହୋଇଥିଲା ବେଳେ ସେ ପୂରା ଦମରେ ଅଭ୍ୟାସ କରି ଆସ୍ଥାଭାଜନ ହେବା ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି। ଅନ୍ୟପକ୍ଷରେ ଭାରତୀୟ ଦଳକୁ ସିଡନୀ ଟେଷ୍ଟ ପୂର୍ବରୁ ଆଉ ଏକ ଝଟକା ଲାଗିଛି। ମେଲବର୍ଣ୍ଣ ଟେଷ୍ଟରେ ଆହତ ହୋଇଥିବା ଦ୍ରୁତ ବୋଲର ଉମେଶ ଯାଦବ ଅବଶିଷ୍ଟ ୨ଟି ମ୍ୟାଚରୁ ବାଦ ପଡ଼ି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ବେଙ୍ଗାଳୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ଫେରିପାଇବା ପାଇଁ ଫିଜିଓଙ୍କ ସହ ପରାମର୍ଶ କରିବେ ବୋଲି କୁହାଯାଇଛି। ସେହିପରି ଉମେଶଙ୍କ ସ୍ଥାନରେ କିଏ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ତାହାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ଦଳସହ ନେଟ୍ସ ବୋଲର ଭାବେ ରହିଥିବା ଟି ନଟରାଜନଙ୍କୁ ଦଳ ସୁଯୋଗ ଦେବ ବୋଲି କୁହାଯାଉଥିଲା ବେଳେ ତାଙ୍କର ଅଭିଜ୍ଞତାର ଅଭାବ ସମସ୍ୟା ଭାବେ ଉଭା ହୋଇଛି। କାରଣ ସେ ତାମିଲନାଡୁ ପାଇଁ ଗୋଟିଏ ମାତ୍ର ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ଏପରି ସ୍ଥିତିରେ ଦଳସହ ଥିବା ଶାର୍ଦ୍ଦୁଲ ଠାକୁରଙ୍କ ଟେଷ୍ଟ ମ୍ୟାଚ ପଦାର୍ପଣ ପାଇଁ ସୁଯୋଗ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଶାର୍ଦ୍ଦୁଲ ମ୍ବମ୍ବାଇ ପାଇଁ ନିୟମିତ ଭାବେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ଆସୁଛନ୍ତି। ଲୋୟର ଅର୍ଡରରେ ଶାର୍ଦ୍ଦୁଲ ଜଣେ ଉପଯୋଗୀ ବ୍ୟାଟ୍ସମ୍ୟାନ ବୋଲି ମଧ୍ୟ ପ୍ରମାଣିତ କରିସାରିଛନ୍ତି। ନେଟ୍ସରେ ରୋହିତ ଶର୍ମା (ଫାଇଲ ଫଟୋ)
ମେଲବର୍ଣ୍ଣ: ଭାରତୀୟ ଦଳ ସହ ଯୋଗ ଦେଇଥିବା ରୋହିତ ଶର୍ମା ଦୀର୍ଘ ଦିନର ବ୍ୟବଧାନ ପରେ ଗୁରୁବାର ନେଟ୍ସକୁ ଓହ୍ଲାଇଛନ୍ତି। ପଡ଼ିଆରେ ବେଶ କିଛି ସମୟ ଧରି ସେ ଫିଲ୍ଡିଂ ଅଭ୍ୟାସ କରିଥିବା ଦେଖିବାକୁ ମିଳିଛି। ଦିନକ ପୂର୍ବରୁ ସେ କ୍ବାରେଣ୍ଟାଇନ ଶେଷ କରି ମେଲବର୍ଣ୍ଣରେ ଦଳ ସହ ଯୋଗ ଦେଇଥିଲେ। ଆସନ୍ତା ୭ ତାରିଖରୁ ସିଡନୀରେ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟରେ ରୋହିତ ନବାଗତ ଶୁବମନ ଗିଲଙ୍କ ସହ ଇନିଂସ ଓପନ କରିବା ଏକପ୍ରକାର ନିଶ୍ଚିତ ହୋଇ ସାରିଛି। ଫର୍ମ ପାଇଁ ସଂଘର୍ଷ କରୁଥିବା ମୟଙ୍କ ଅଗ୍ରୱାଲଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିବାର କୌଣସି ସମ୍ଭାବନା ନାହିଁ। ଏହିପରି ସ୍ଥିତିରେ ରୋହିତଙ୍କ ଉପରେ ଓପନିଂର ଦାୟିତ୍ବ ନ୍ୟସ୍ତ ହୋଇଥିଲା ବେଳେ ସେ ପୂରା ଦମରେ ଅଭ୍ୟାସ କରି ଆସ୍ଥାଭାଜନ ହେବା ପାଇଁ ଉଦ୍ୟମକୁ ଜୋରଦାର କରିଛନ୍ତି।

ଅନ୍ୟପକ୍ଷରେ ଭାରତୀୟ ଦଳକୁ ସିଡନୀ ଟେଷ୍ଟ ପୂର୍ବରୁ ଆଉ ଏକ ଝଟକା ଲାଗିଛି। ମେଲବର୍ଣ୍ଣ ଟେଷ୍ଟରେ ଆହତ ହୋଇଥିବା ଦ୍ରୁତ ବୋଲର ଉମେଶ ଯାଦବ ଅବଶିଷ୍ଟ ୨ଟି ମ୍ୟାଚରୁ ବାଦ ପଡ଼ି ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ବେଙ୍ଗାଳୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ ଏକାଡେମୀରେ ଫିଟନେସ ଫେରିପାଇବା ପାଇଁ ଫିଜିଓଙ୍କ ସହ ପରାମର୍ଶ କରିବେ ବୋଲି କୁହାଯାଇଛି। ସେହିପରି ଉମେଶଙ୍କ ସ୍ଥାନରେ କିଏ ଭାରତୀୟ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବେ ତାହାକୁ ନେଇ ବିଚାରବିମର୍ଶ ଆରମ୍ଭ ହୋଇଛି। ଦଳସହ ନେଟ୍ସ ବୋଲର ଭାବେ ରହିଥିବା ଟି ନଟରାଜନଙ୍କୁ ଦଳ ସୁଯୋଗ ଦେବ ବୋଲି କୁହାଯାଉଥିଲା ବେଳେ ତାଙ୍କର ଅଭିଜ୍ଞତାର ଅଭାବ ସମସ୍ୟା ଭାବେ ଉଭା ହୋଇଛି। କାରଣ ସେ ତାମିଲନାଡୁ ପାଇଁ ଗୋଟିଏ ମାତ୍ର ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିଛନ୍ତି। ଏପରି ସ୍ଥିତିରେ ଦଳସହ ଥିବା ଶାର୍ଦ୍ଦୁଲ ଠାକୁରଙ୍କ ଟେଷ୍ଟ ମ୍ୟାଚ ପଦାର୍ପଣ ପାଇଁ ସୁଯୋଗ ମିଳିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କାରଣ ଶାର୍ଦ୍ଦୁଲ ମ୍ବମ୍ବାଇ ପାଇଁ ନିୟମିତ ଭାବେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳି ଆସୁଛନ୍ତି। ଲୋୟର ଅର୍ଡରରେ ଶାର୍ଦ୍ଦୁଲ ଜଣେ ଉପଯୋଗୀ ବ୍ୟାଟ୍ସମ୍ୟାନ ବୋଲି ମଧ୍ୟ ପ୍ରମାଣିତ କରିସାରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ