ଆଉ ନାହାନ୍ତି ମାଇକେଲ କିଣ୍ଡୋ: ମୁଖ୍ୟମନ୍ତ୍ରୀ କହିଲେ ‘ଟ୍ରାଇବାଲ ଆଇକନ’


ମାଇକେଲ କିଣ୍ଡୋ (ଫାଇଲ ଫଟୋ)
୧୯୭୫ ହକି ବିଶ୍ବକପ ଚାମ୍ପିଅନ୍ ଓ ୧୯୭୨ ଅଲିମ୍ପିକ୍ସ ବୋଞ୍ଜ ବିଜୟୀ ଦଳର ପ୍ରମୁଖ ସଦସ୍ୟ ମାଇକେଲ କିଣ୍ଡୋଙ୍କର ପରଲୋକ ହୋଇଛି। ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଗୁରୁବାର କିଣ୍ଡୋ ୭୩ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ପାଇଁ ପ୍ରାଣ ହରାଇଛନ୍ତି। ସ୍ବର୍ଗତ କିଣ୍ଡୋଙ୍କର ପତ୍ନୀ, ପୁଅ ଓ ୨ ଝିଅ ଅଛନ୍ତି। କିଣ୍ଡୋ କିଛି ଦିନ ହେଲା ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତିହୋଇ ଚିକିତ୍ସିତ ହେଉଥିଲେ। ପରିବାର ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ସେ ଡିପ୍ରେସନ ଭିତରେ ମଧ୍ୟ ରହୁଥଲେ। ଶୁକ୍ରବାର ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି।

୧୯୭୨ରେ ଅର୍ଜୁନ ପୁରାସ୍କାର ପାଇଥିବା କିଣ୍ଡୋ ତାଙ୍କ ଖେଳାଳି ଜୀବନରେ ଫୁଲବ୍ୟାକ ପୋଜିସନରେ ରହି ଖେଳୁଥିଲେ। କୁଆଲା ଲୁମ୍ପୁରରେ ୧୯୭୫ରେ ଅନୁଷ୍ଠିତ ବିଶ୍ବକପ ହକି ଫାଇନାଲରେ ଭାରତ ପାକିସ୍ତାନକୁ ହରାଇ ଚାମ୍ପିଅନ ହୋଇଥିଲା ବେଳେ କିଣ୍ଡୋ ଏହି ଦଳର ସଦସ୍ୟ ଥିଲେ। ସେହିପରି ୧୯୭୨ ମ୍ୟୁନିକ ଅଲିମ୍ପିକ୍ସରେ ଭାରତୀୟ ଦଳ ବ୍ରୋଞ୍ଜ ଜିତିଥିଲା ବେଳେ କିଣ୍ଡୋ ମଧ୍ୟ ଦଳର ସଦସ୍ୟ ଥିଲେ । ଆଉ ଏହି ଅଲିମ୍ପିକ୍ସରେ ୩ଟି ଗୋଲ କରିବାର ଗୌରବ ଲାଭ କରିଥିଲେ।

କିଣ୍ଡୋଙ୍କ ପରଲୋକରେ ହକି ଇଣ୍ଡିଆ ଶୋକ ପ୍ରକାଶ କରି ଟ୍ବିଟ କରିଛି। ଶୋକ ସନ୍ତପ୍ତ ପରିବାର ପାଇଁ ହକି ଇଣ୍ଡିଆ ପକ୍ଷରୁ ଶାନ୍ତ୍ବନା ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖ୍ୟାତନାମା ଖେଳାଳି କିଣ୍ଡୋଙ୍କ ପରଲୋକରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ‘ଟ୍ରାଇବାଲ ଆଇକନ’ ବୋଲି ଟ୍ବିଟରେ ଦର୍ଶାଇଛନ୍ତି। ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ ମଧ୍ୟ କିଣ୍ଡୋଙ୍କୁ ଜଣେ ମହାନ ଖେଳାଳି ଭାବେ ଅଭିହିତ କରି ଟ୍ବିଟ କରିବା ସହ ତାଙ୍କ ପରଲୋକ ପାଇଁ ଶୋକ ପ୍ରକାଶ କରିଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ