ମେଲବର୍ଣ୍ଣରେ ରୋହିତ: ଟିମରେ ୩ ପରିବର୍ତ୍ତନ ସମ୍ଭାବନା


ରୋହିତ ଶର୍ମା ଓ ଲୋକେଶ ରାହୁଲ ( ଫାଇଲ ଫଟୋ)
ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ସିଡନୀରେ ୧୪ ଦିନିଆ କ୍ବାରେଣ୍ଟାଇନ ଶେଷ କରି ମେଲବର୍ଣ୍ଣ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ସାଥୀ ଖେଳାଳିମାନେ ସ୍ବାଗତ କରିଛନ୍ତି। ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ରୋହିତଙ୍କୁ ଆଗମନକୁ ନେଇ ଖୁସି ପ୍ରକାଶ କରିବା ସହ ତାଙ୍କ ବାବଦରେ ଟ୍ବିଟ୍ କରିଛନ୍ତି। କ୍ବାରେଣ୍ଟାଇନ କିପରି ରହିଲା ବୋଲି ଶାସ୍ତ୍ରୀଙ୍କ ପ୍ରଶ୍ନରେ ରୋହିତ କହିଛନ୍ତି ଯେ ମୋତେ ୟଙ୍ଗର ଫିଲ୍ ହେଉଛି। ଏଥିସହ ରୋହିତ ଦଳର କେତେକ ଖେଳାଳିଙ୍କ ସହ ଗ୍ରୀଟିଙ୍ଗ୍ସ ପ୍ରଦାନ କରିଥିବା ଦେଖିବାକୁ ମିଳିଛି। ଗତ ଆଇପିଏଲରେ ରୋହିତ ମୁମ୍ବାଇ ଇଣ୍ଡିଆନ୍ସକୁ ଚାମ୍ପିଅନ କରାଇବା ଅବସରରେ ଆହତ ହୋଇଥିଲେ। ଫଳରେ ସେ ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ, ଟି-୨୦ ସମେତ ପ୍ରଥମ ୨ଟି ଟେଷ୍ଟ ଖେଳିପାରି ନ ଥିଲେ। ଯଦିଓ ସେ ପ୍ରଥମ ଟେଷ୍ଟ ଆରମ୍ଭ ପୂର୍ବରୁ ଅଷ୍ଟ୍ରେଲିଆରେ ପହଞ୍ଚିଥିଲେ ତଥାପି କ୍ବାରେଣ୍ଟାଇନ କଟକଣା ପାଇଁ ଦଳ ସହ ସାମିଲ ହୋଇପାରି ନ ଥିଲେ।

ଆଡିଲେଡରେ ୨ୟ ଇନିଂସରେ ୩୬ ରନରେ ଅଲଆଉଟ ଭାରତୀୟ ଦଳ ପ୍ରଥମ ଟେଷ୍ଟକୁ ୮ ୱିକେଟରେ ହାରିଥିଲା ବେଳେ ମେଲବର୍ଣ୍ଣରେ ଭାରତ ଦଳରେ ୪ଟି ପରିବର୍ତ୍ତନ କରି ମ୍ୟାଚକୁ ୮ ୱିକେଟରେ ଜିତି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛି। ଯେଉଁ ୪ ଜଣ ଖେଳାଳିଙ୍କୁ ଅଧିନାୟକ ରାହାଣେ ଦଳରେ ସାମିଲ କରିଥିଲେ ସେମାନେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଡେବ୍ୟୁରେ ଶୁବମନ ଗିଲ ଇନିଂସ ଓପନ କରି ଯଥାକ୍ରମେ ୪୫ ଓ ଅପରାଜିତ ୩୫ ରନର ଇନିଂସ ଖେଳିଥିଲା ବେଳେ ମହମ୍ମଦ ସିରାଜ ମଧ୍ୟ ପ୍ରଥମ ମ୍ୟାଚରେ ୫ଟି ୱିକେଟ ନେଇ ଚମତ୍କାରିତା ଦେଖାଇଛନ୍ତି। ରବୀନ୍ଦ୍ର ଜାଡେଜା ତାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଜରିଆରେ ପ୍ରଭାବିତ କରିଥିଲା ବେଳେ  ଋଷଭ ପନ୍ତ ପ୍ରଥମ ଇନିଂସରେ ଅଧିନାୟକ ରାହାଣେଙ୍କ ସହ ଭଲ ପାର୍ଟନରଶିପ କରିଥିଲେ।

ସିଡନୀରେ ଜାନୁଆରୀ ୭ରୁ ୩ୟ ଟେଷ୍ଟ ଆରମ୍ଭ ହେବାକୁ ଯାଉଥିଲା ବେଳେ ଦଳରେ ପୁଣି ୩ଟି ପରିବର୍ତ୍ତନ ନେଇ ଆଭାସ ମିଳୁଛି। ଯଦିଓ ନିଷ୍ପତ୍ତି ଅଧିନାୟକ ରାହାଣେଙ୍କ ହାତରେ ରହିଛି, ତଥାପି ସୂଚନାନୁସାରେ ରୋହିତଙ୍କ ସହ ଲୋକେଶ ରାହୁଲ ଓ ଆଇପିଏଲ ଫାଇଣ୍ଡ ଟି ନଟରାଜନ ଚୂଡ଼ାନ୍ତ ଏକାଦଶରେ ସାମିଲ ହେବାର ସମ୍ଭାବନା ପ୍ରକାଶ ପାଇଛି। ମୟଙ୍କ ଅଗ୍ରୱାଲଙ୍କ ସ୍ଥାନରେ ରୋହିତ, ହନୁମା ବିହାରୀଙ୍କ ସ୍ଥାନରେ ରାହୁଲ ଓ ଆହତ ଉମେଶ ଯାଦବଙ୍କ ସ୍ଥାନଟି ନଟରାଜନ ନେବାର ସମ୍ଭାବନା ପ୍ରକାଶ ପାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ