ସ୍ବତନ୍ତ୍ର ପ୍ରସଙ୍ଗ

ଦୁଇ ମହିଳା ବିନ୍ଧାଣୀ ଧରିଥିଲେ ଚନ୍ଦ୍ରଯାନ-୨ ମିଶନର ମଙ୍ଗ

ନିଜର ଦ୍ବିତୀୟ ମିଶନ ମୁନ୍‌ ସହିତ ଭାରତ ମହାକାଶକୁ ଲମ୍ଫ ପ୍ରଦାନ କରିଛି। ଜହ୍ନରେ ପହଞ୍ଚିବାର ସ୍ବପ୍ନ ସାକାର ହୋଇଛି। ଜହ୍ନ ବିଷୟରେ ଅନେକ କିଛି ଜାଣିବା ପାଇଁ ଭାରତ ସୋମବାର ସଫଳତାପୂର୍ବକ ଚନ୍ଦ୍ରଯାନ-୨ର ଲଞ୍ଚିଙ୍ଗ କରାଇଛି। ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଅବତରଣ କରିବ। ଏହା ଚନ୍ଦ୍ରପୃଷ୍ଠର ସେହି ଅନ୍ଧାରୀ ଭାଗ, ଯେଉଁଠି ଚନ୍ଦ୍ରଯାନ ଅବତରଣ କରାଇବା ପାଇଁ ଏଯାବତ୍‌ କୌଣସି ଦେଶ ସାହସ କରିପାରି ନାହାନ୍ତି। ଏହା ପୂର୍ବରୁ ଅକ୍ଟୋବର ୨୦୦୮ରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଚନ୍ଦ୍ରଯାନ-୧ ଉପଗ୍ରହକୁ ଜହ୍ନକୁ ପଠାଇଥିଲା। ଏହି ଅଭିଯାନ ଏଥିପାଇଁ ସ୍ବତନ୍ତ କାହିଁକି ନା ଏହା ପ୍ରଥମ ଏପରି ମହାକାଶୀୟ ମିଶନ ଯେଉଁଥିରେ ନେତୃତ୍ବ ଦୁଇଜଣ ମହିଳାଙ୍କ ହାତରେ ରହିଛି। ରିତୁ କାରିଧଲ ଏହି ମିଶନର ନିର୍ଦେଶିକା ଏବଂ ଏମ୍‌ ବନୀତା ପ୍ରକଳ୍ପ ନିର୍ଦେଶିକା ଅଟନ୍ତି।

ଭଣ୍ଡବାବା ସାରଥୀ ଓ ସୁର ଏବେ କରିବେ କ’ଣ?

ଭୁବନେଶ୍ବର: ଭାରତ ବର୍ଷ ମୁନିୠଷିଙ୍କ ଦେଶ ବୋଲି ଇତିହାସ କହେ। ଏମାନଙ୍କ କାମ ହେଲା ସାଂସାରିକ ଜୀବନରୁ ମୋହ ମାୟା ତୁଟାଇ ସମାଜର କଲ୍ୟାଣ ପାଇଁ ନିଜ ଜୀବନକୁ ଉର୍ତ୍ସଗୀକୃତ କରିବା ବା ସମାଜକୁ ଦିଗ୍‌ଦର୍ଶନ ଦେବା। ଦିନ ଥିଲା ଲୋକେ ନିଜ କର୍ମମୟ ଜୀବନରୁ ସାମାନ୍ୟ ଆଶ୍ବସ୍ତି ପାଇଁ ଗୁରୁଙ୍କ ସାନିଦ୍ଧ୍ୟ ଲାଭ କରି ଅଥବା ସତ୍‌ସଙ୍ଗରେ ଯୋଗଦେଇ ମାନସିକ ଆଶ୍ବସ୍ତି ପାଉଥିଲେ। ହେଲେ ଏହି ଧାରା ସମ୍ପୂର୍ଣ୍ଣ ବଦଳିଯାଇଛି। ବାବାମାନଙ୍କର ସଜ୍ଞା ମଧ୍ୟ ବଦଲିଗଲାଣି। ଏବେ ସମାଜରେ କେବଳ ମାଳମାଳ ଭଣ୍ଡବାବା। ଏବେ ବିବାଦ ଘେରରେ ଏହି ଗୁରୁ ରୂପୀ ଆତ୍ମଘୋଷିତ ଭଗବାନ। କିଏ ଯୌନ କେଳେଙ୍କାରୀ ତ କିଏ ହତ୍ୟାକାଣ୍ଡ ମାମଲାରେ ଏବେ ଜେଲ୍‌ର ଚାରି କାନ୍ଥ ଭିତରେ ଆବଦ୍ଧ। ଏହି ଆତ୍ମଘୋଷିତ ଧର୍ମଗୁରୁମାନଙ୍କ ଉପରେ ଲାଗିଥିବା ଆରୋପ ବି ବେଶ୍‌ ସଙ୍ଗୀନ। କାହା ଉପରେ ହତ୍ୟା ତ ଆଉ କାହା ଉପରେ ଲାଗିଛି ଦୁଷ୍କର୍ମର ଆରୋପ। କେଉଁ ବାବାମାନେ ସେମାନଙ୍କର ଅଦ୍ଭୁତକାଣ୍ଡକୁ ନେଇ ବିବାଦୀୟ ହୋଇଛନ୍ତି। ସିଏ ଓଡ଼ିଶାର ସୁରବାବା କି ସାରଥୀ ହୁଅନ୍ତୁ ଅବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମୀତ ରାମରହୀମ୍‌ ସିଂ ଅବା ରାଧେ ମା’ ହୁଅନ୍ତୁ କିମ୍ବା ଆଶାରାମ ବାପୁ, ଏହି ଭଣ୍ଡବାବାଙ୍କ ତାଲିକା ଏବେ ଢ଼େର୍‌ ଲମ୍ବା।

ଟ୍ରମ୍ପ୍‌ ଅସତ୍ୟର ସୌଦାଗର, ପ୍ରଥମ ଥର କହିନାହାନ୍ତି ମିଛ

ୱାଶିଂଟନ୍‌: ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି କଶ୍ମୀର ବିବାଦର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଦୁଇ ସପ୍ତାହ ତଳେ ଅନୁରୋଧ କରିଥିଲେ ବୋଲି କହିଛନ୍ତି। ଏପରି ଏକ ବୟାନକୁ ଭାରତ ପକ୍ଷରୁ ଅସ୍ବୀକାର କରାଯାଇଥିବା ବେଳେ ହ୍ବାଇଟ୍‌ ହାଉସ୍‌ ମଧ୍ୟ ମୋଦି ଓ ଟ୍ରମ୍ପ୍‌ଙ୍କ ମଧ୍ୟରେ ଏହି ପ୍ରସଙ୍ଗରେ କୌଣସି ଆଲୋଚନା ହୋଇ ନ ଥିବା ସ୍ପଷ୍ଟ କରିଛି। ଏପରି ସ୍ଥିତିରେ ବିଶ୍ବର ସବୁଠାରୁ ଟାଣୁଆ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟ ମିଛ କହୁଥିବା ସ୍ପଷ୍ଟ ହୋଇଛି। ତେବେ ଟ୍ରମ୍ପ୍‌ ଯେ ପ୍ରଥମ ଥର ପାଇଁ ଏପରି ମିଛ କହିଛନ୍ତି, ତା’ନୁହେଁ। ପୂର୍ବରୁ ସେ ଅନେକ ବାର ମିଛ କହିଛନ୍ତି ଓ ପରବର୍ତ୍ତୀ ସମୟରେ ଏଥିପାଇଁ ସମାଲୋଚନାର ଶରବ୍ୟ ମଧ୍ୟ ହୋଇଛନ୍ତି। ଏହି ଅସତ୍ୟର ସୌଦାଗର ପୂର୍ବରୁ ଭାରତ ସମ୍ପର୍କରେ କହିଥିବା ମିଛର କେତୋଟି ନମୁନା ନିମ୍ନରେ ଦିଆଗଲା।

ଟିକ୍‌ଟକ୍‌ ଦୁଆରେ ସରକାରଙ୍କ ଠକ୍‌ଠକ୍‌

ଭାରତରେ ଆଜି ପ୍ରତିଟି ଦ୍ବିତୀୟ ବ୍ୟକ୍ତି ଅଭିନେତା, ଡ୍ୟାନ୍ସର ଓ କମେଡ଼ିଆନ ମନେହେଉଛି। ଆଉ ଏହା ସବୁ ସମ୍ଭ ହୋଇଛି ଛୋଟ ମୋବାଇଲ ଭିଡିଓ ତିଆରି କରାଉଥିବା ଟିକ୍‌ଟକ୍‌ ମୋବାଇଲ ଆପ୍ଲିକେସନ ଜରିଆରେ। ଚୀନର ଏହି ଭିଡିଓ ଷ୍ଟ୍ରିମିଂ ଆପ୍‌ ଭାରତରେ ନାବାଳକମାନଙ୍କ ଠାରୁ ଆରମ୍ଭ କରି ପ୍ରତ୍ୟେକ ଆୟୁବର୍ଗର ଲୋକଙ୍କ ମଧ୍ୟରେ ଖାସ୍‌ ଲୋକପ୍ରିୟ ହୋଇପାରିଛି। ଗାଁଠୁ ଆରମ୍ଭ କରି ବଡ଼ ସହର ପର୍ଯ୍ୟନ୍ତ ଲୋକେ ଏହି ଆପ୍‌କୁ ବ୍ୟବହାର କରିବାରେ ଲାଗିଛନ୍ତି। ଟିକ୍‌ଟକ୍‌ର କହିବା କଥା, ସାରାବିଶ୍ବରେ ତା’ର ୨୦ ହଜାର କୋଟିରୁ ଊର୍ଦ୍ଧ୍ବ ବ୍ୟବହାରକାରୀ ଅଛନ୍ତି। ୨୦୧୮ରେ ଟିକ୍‌ଟକ୍‌ ବିଶ୍ବରେ ସବୁଠୁ ଅଧିକ ଡାଉନଲୋଡ଼ କରାଯାଇଥିବା ଆପ୍‌ସମାନଙ୍କ ମଧ୍ୟରେ ଅନ୍ୟତମ ଥିଲା। କିନ୍ତୁ ଲୋକପ୍ରିୟତା ବଢ଼ିବା ସହିତ ଏ ଆପ୍‌ ଭାରତରେ ବିବାଦ ଘେରକୁ ଚାଲିଆସିଲା। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ସହିତ ସଂଶ୍ଲିଷ୍ଟ ସ୍ବଦେଶୀ ଜାଗରଣ ମଞ୍ଚ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ସିଧାସଳଖ ଅଭିଯୋଗ କରିଥିଲା ଯେ ଟିକ୍‌ଟକ୍‌ ଓ ହାଲୋ ଆପ୍‌ସ ଭଳି ପ୍ଲାଟଫର୍ମର ବ୍ୟବହାର ମାଧ୍ୟମରେ ଦେଶ ବିରୋଧୀ ଏବଂ ବେଆଇନ କାରବାର କରାଯାଉଛି।

ଓଡ଼ିଶା ଏବେ ମହିଳା ଓ ଶିଶୁଙ୍କ ପାଇଁ ନର୍କ

ଭୁବନେଶ୍ବର: ମେରୁଦଣ୍ଡବିହୀନ ସରକାର ନେତୃତ୍ବରେ ଏବେ ଓଡ଼ିଶା ମହିଳା ଓ ଶିଶୁଙ୍କ ପାଇଁ ନର୍କ ପାଲଟିଛି। ଦୈନଦିନ ଜୀବନରେ ନିଶ୍ବାସ ପ୍ରଶ୍ବାସ ନେବା ସେମାନଙ୍କ ପାଇଁ କଷ୍ଟକର ହୋଇପଡ଼ିଛି। ଅପରାଧ କରିବା ପରେ ଖୁଲମ୍‌ଖୁଲ୍ଲା ବେଧଡ଼କ ଅପରାଧୀଙ୍କ ବିଚରଣ ସେମାନଙ୍କ ମନୋବଳକୁ ଆହୁରି ବଢ଼ାଇ ଦେଇଛି। ଅଥଚ ପୋଲିସ୍‌ ଓ ପ୍ରଶାସନର ସର୍ବେସର୍ବା ସରକାର ସବୁ ଜାଣିଶୁଣି କେବଳ ନିରବଦ୍ରଷ୍ଟା ସାଜିଛି। ବିଳମ୍ବିତ ନ୍ୟାୟ ଓ ଦଣ୍ଡ ବିଧାନ ପ୍ରକ୍ରିୟାରେ କୋହଳ ମନୋଭାବ ଏସବୁକୁ ପ୍ରଶୟ ଦେବାରେ ଲାଗିଛି। ଏବେ ଅପରାଧ କବଳରେ ରହିଛି ଓଡ଼ିଶା। ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଅପରାଧ। ଦିନକୁ ଦିନ ଏହା ରେକର୍ଡ ସଂଖ୍ୟାରେ ପହଞ୍ଚିବାରେ ଲାଗିଛି। ହତ୍ୟା, ଦୁଷ୍କର୍ମ, ରାହାଜାନି, ଚୋରି, ଡକାୟତି ଭଳି ଅପରାଧର ମାତ୍ରା ବଢ଼ି ଚାଲିଥିବା ବେଳେ ସାମ୍ନାକୁ ଆସିଛି ଦଶ ବର୍ଷର ସତ। ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ଗତ ୫ ବର୍ଷ ମଧ୍ୟରେ ଶିଶୁ ଓ ମହିଳାଙ୍କ ପ୍ରତି ଅପରାଧ ତୀବ୍ର ଗତିରେ ବଢ଼ିବାରେ ଲାଗିଛି। ତେବେ ବିଶେଷକରି ଶିଶୁଙ୍କ ପ୍ରତି ଅପରାଧ ଏବଂ ଯୌନ ନିର୍ଯାତନା ବୃଦ୍ଧି ପାଇଥିବା ରିପୋର୍ଟ କହୁଛି। ଗୋଟିଏ ଦଶନ୍ଧିରେ ଓଡ଼ିଶାରେ କେତେ ଅପରାଧ ହୋଇଛି, ତା’ର ଏକ ରିପୋର୍ଟ ହସ୍ତଗତ ହୋଇଛି। ସରକାରଙ୍କ ନିଜସ୍ୱ ତଥ୍ୟ କହୁଛି, ଏବେ ରାଜ୍ୟରେ ପ୍ରତିଦିନ ୪ଟି ହତ୍ୟା ଓ ୭ଟି ଦୁଷ୍କର୍ମ ଘଟଣା ଘଟୁଛି। ସେହିପରି ଗତବର୍ଷ ରାଜ୍ୟରେ ୯ ହଜାର ୬୯ଟି ଚୋରି, ୫୫୮ଟି ଡକାୟତି ଓ ୨ ହଜାର ୧୨୫ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିବାବେଳେ ଚଳିତ ବର୍ଷ ମେ’ ସୁଦ୍ଧା ୫୬୩ଟି ହତ୍ୟା ମାମଲା ରୁଜୁ ହୋଇଛି। ୨୦୧୦ ରୁ ୨୦୧୯ର ଏବେ ସୁଦ୍ଧା ଏହି ରିପୋର୍ଟ କହୁଛି, ରାଜ୍ୟରେ କୌଣସି ଅପରାଧ କମିବାର ନାଁ ନଉନି ବରଂ ବୃଦ୍ଧି ପାଇଛି। ୨୦୧୦ରେ ମୋଟ ଅପରାଧର ସଂଖ୍ୟା ୬୮ ହଜାର ୫୦୮ ଥିବା ବେଳେ ଏହା ବଢ଼ି ୨୦୧୮ରେ ୧ ଲକ୍ଷ ୭ ହଜାର ୪୦୮ରେ ପହଞ୍ଚିଛି। କେବଳ ୨୦୧୯ରେ ମେ’ ମାସ ଭିତରେ ଦିନକୁ ୩୦୦ରୁ ଉର୍ଦ୍ଧ୍ବ ଅପରାଧ ହୋଇଛି। ସରକାର ରାଜ୍ୟରେ ଅପରାଧ ବଢ଼ିଚାଲିଥିବା କଥା ମାନୁଥିବା ବେଳେ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦାବିଷ୍ଣୁ ସାଜିଛନ୍ତି। ଚିରାଚରିତ ଢଙ୍ଗରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଅନେକାଂଶରେ ଶାନ୍ତିପୂର୍ଣ୍ଣ ଅଛି ବୋଲି ପୁଣି ଦୋହରାଇଛନ୍ତି।

ଚୀନ ଭୟରେ ଥରହର: ଘାରୁଛି ୠଣ ଆଦାୟ ଚିନ୍ତା

ଚୀନର ରାଷ୍ଟ୍ରପତି ଜି ଜିନପିଙ୍ଗ ଚୀନର ବେଲ୍‌ଟ ଆଣ୍ଡ ରୋଡ ଇନିସିଏଟିଭ (ବିଆର୍‌ଆଇ)ର ପ୍ରକଳ୍ପ ସମ୍ପର୍କିତ ୠଣକୁ ନେଇ ନିଜର ଚିନ୍ତା ଖୋଲାଖୋଲି ବ୍ୟକ୍ତ କରିଛନ୍ତି। ଚୀନରୁ ୠଣ ନେଇ କିପରି ୠଣଯନ୍ତାରେ ସେମାନେ ଫସିଯାଇଛନ୍ତି ବୋଲି କେନିଆ ସମେତ କେତେକ ଦେଶ କହିବା ପରେ ଚୀନ ରାଷ୍ଟ୍ରପତି ଏଭଳି ଚିନ୍ତା ପ୍ରକଟ କରିଛନ୍ତି। ୠଣ ପରିଶୋଧ କରି ନ ପାରିଲେ ସେହି ଦେଶଗୁଡ଼ିକର ସ୍ବାଧୀନତା ଓ ସ୍ବାତନ୍ତ୍ର୍ୟ ଚୀନ ନିକଟରେ ବନ୍ଧକ ପଡ଼ିବ ବୋଲି ଚିନ୍ତା ପ୍ରକାଶ ପାଇଛି। ଏହି କାରଣରୁ କେତେକ ଦେଶ ନିଜ ଆଡ଼ୁ ବିଆର୍‌ଆଇ ଅନ୍ତର୍ଗତ ପ୍ରସ୍ତାବିତ ପ୍ରକଳ୍ପ ବନ୍ଦ କରିଦେଇଛନ୍ତି। ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗ ବିଆର୍‌ଆଇ ପ୍ରକଳ୍ପର ଶିଖର ସମ୍ମିଳନୀରେ ଯୋଜନାରେ ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଥିଲେ। ଏବଂ ଏକଥା ବି କହିଥିଲେ ଯେ ବେଲ୍‌ଟ ଆଣ୍ଡ ରୋଡ ପ୍ରକଳ୍ପ ପାରଦର୍ଶିତା ଏବଂ ଆର୍ଥିକ ଭାବେ ସ୍ଥାୟୀ ହେବା ଉଚିତ। ସୂଚନାଯୋଗ୍ୟ ଯେ ୨୦୧୩ରେ ଚୀନର ବହୁଚର୍ଚ୍ଚିତ ବେଲ୍‌ଟ ଆଣ୍ଡ ରୋଡ ଇନିସିଏଟିଭ ପ୍ରକଳ୍ପର ଘୋଷଣା କରାଯାଇଥିଲା। ସେହି ସମୟରେ ବିଶ୍ବର ୭୦ଟି ଦେଶ ଏଥିରେ ସାମିଲ ହେବାର ଇଚ୍ଛା ପ୍ରକାଶ କରିଥିଲେ। ଏହାର ମୁଖ୍ୟ କାରଣ ଥିଲା, ଏଥିପାଇଁ ଚୀନର ଏକ ବଡ଼ ପାଣ୍ଠି ଥିଲା। ଏହି ଦେଶଗୁଡ଼ିକର ମନେହୋଇଥିଲା ଯେ ଚୀନର ଏହି ନିବେଶ ଦ୍ବାରା ତାଙ୍କର ଅର୍ଥବ୍ୟବସ୍ଥାକୁ ନୂଆ ଗତି ମିଳିବ। ଏହା ସହିତ ଏହି ପ୍ରକଳ୍ପ ଜରିଆରେ ତାଙ୍କର ଘରୋଇ ବଜାର ପାଇଁ ଅଧିକ ଲାଭ ହେବ। ସାରା ବିଶ୍ବରେ ସେମାନେ ଆମଦାନି-ରପ୍ତାନୀ କରିବା ପାଇଁ ସୁବିଧା ପାଇପାରିବେ। କିନ୍ତୁ ଏହି ପ୍ରକଳ୍ପ ଆରମ୍ଭ ହେବାର ତିନିବର୍ଷ ପରେ ଏହି ଦେଶଗୁଡ଼ିକରେ ନକାରାତ୍ମକ ପ୍ରଭାବ ଦେଖିବାକୁ ମିଳିଲା। କେତେକ ଦେଶ ଚୀନ ନିବେଶ କାରଣରୁ ନିଜ ଉପରେ ବଢ଼ୁଥିବା ୠଣକୁ ନେଇ ଚିନ୍ତା ପ୍ରକଟ କଲେ। ଚୀନକୁ ୠଣ ପରିଶୋଧ କରି ନ ପାରିଲେ ନିଜ ଦେଶର ସ୍ବତନ୍ତ୍ରତା ଚୀନ ନିକଟରେ ବଳି ପଡ଼ିଯିବ ବୋଲି ଚିନ୍ତା କରି ବେଲ୍‌ଟ ଆଣ୍ଡ ରୋଡର ପ୍ରସ୍ତାବିତ ପ୍ରକଳ୍ପଗୁଡ଼ିକୁ କେତେକ ଦେଶ ନିଜ ଆଡ଼ୁ ରଦ୍ଦ କରିଦେବାରେ ଲାଗିଛନ୍ତି।

ଷ୍ଟାର୍ଟଅପ୍‌ ଶଟ୍‌ଡାଉନ!

ଭାରତୀୟ ୟଙ୍ଗ ଇଣ୍ଟରନେଟ କମ୍ପାନୀଗୁଡ଼ିକ ବିଗତ ଏକ ଦଶନ୍ଧି ଧରି ବୈଶ୍ବିକ ନିବେଶକଙ୍କ ସହିତ ଏକ ଚମକପ୍ରଦ ବ୍ୟାବସାୟିକ ଯାତ୍ରା ଆରମ୍ଭ କରିଥିଲେ। ବିପୁଳ ପୁଞ୍ଜିନିବେଶ ଆଧାରରେ ବ୍ୟାପକ ପ୍ରଚାର ପ୍ରସାର କରି ସେମାନେ କମ୍‌ ସମୟ ମଧ୍ୟରେ ବିଶ୍ବବାସୀଙ୍କ ହୃଦୟ ଜୟ କରିଥିଲେ। କିନ୍ତୁ ନୈରାଶ୍ୟଜନକ ଖବର ଏହି ଯେ ଏହିସବୁ କମ୍ପାନୀଗୁଡ଼ିକ ପୁଞ୍ଜିନିବେଶରେ ପଛରେ ନ ଥିବା ବେଳେ ବଡ଼ ଧରଣର କ୍ଷତିକୁ ସମ୍ମୁଖୀନ କରିଛନ୍ତି। ବ୍ୟବସାୟିକ ଗବେଷଣାକାରୀ ସଂସ୍ଥା ଟଫଲର ଅନୁଯାୟୀ ୨୦୧୮ ମାର୍ଚ୍ଚରେ ସମାପ୍ତ ହୋଇଥିବା ଆର୍ଥିକ ବର୍ଷ ଅବସରରେ ପେଟିଏମ୍‌, ଫ୍ଲିପ୍‌କାର୍ଟ, ମେକ୍‌ ମାଇଁ ଟ୍ରିପ୍‌, ସ୍ବିଗି ଏବଂ ଜୋମାଟୋ ଆଦି ୫ ପ୍ରମୁଖ କମ୍ପାନୀ ମିଳିତ ଭାବେ ୧.୦୮ ବିଲିଅନ ଡଲାର ପ୍ରାୟ ୪,୮୦୦ କୋଟି ଟଙ୍କାର କ୍ଷତି ସହିଛନ୍ତି।

ଟ୍ରେଡ୍‌ ୱାରରେ ଚୀନ ଧରାଶାୟୀ: ୨୭ ବର୍ଷରେ ଅର୍ଥନୈତିକ

ଆମେରିକା-ଚୀନ ଟ୍ରେଡ୍‌ ୱାର ଥମିବାର ନାଁ ନେଉନାହିଁ। ବିଗତ ଦେଢ଼ ବର୍ଷ ଧରି ଏହି ଦୁଇ ଅର୍ଥନୈତିକ ମହାଶକ୍ତି ମଧ୍ୟରେ ଲାଗିଥିବା ଲଢ଼େଇର ପରିଣାମ ଉଭୟ ଦେଶକୁ ଭୋଗିବାକୁ ପଡ଼ିଛି। ଚୀନର ସାଂଘାଇ କମ୍ପୋଜିଟ ସୂଚକାଙ୍କ ମଙ୍ଗଳବାର ୩.୮ ପ୍ରତିଶତ ହ୍ରାସ ପାଇଛି। ଆମେରିକା ସହିତ ଚୀନର ଟ୍ରେଡ୍‌ ୱାର ଶାନ୍ତ ପଡ଼ିବ ବୋଲି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ କହିବା ପରେ ବି ଚୀନର ଉତ୍ପାଦ ଉପରେ ଆମେରିକା ତା’ର ଶୁଳ୍‌କ ବୃଦ୍ଧିରେ ହ୍ରାସ ଘଟାଇ ନାହିଁ। ହଂକଂ, ତାଇୱାନ ଏବଂ ଦକ୍ଷିଣ କୋରିଆ ଭଳି ବିକଶିତ ବଜାର ଗୁଡ଼ିକରେ ଏହାର ଉଷ୍ମତା ଅନୁଭବ କରିହେଉଛି। ଚୀନର ଆର୍ଥିକ ବୃଦ୍ଧିର ଗତି ଚଳିତ ବର୍ଷର ଦ୍ବିତୀୟ ତ୍ରୟମାସରେ ପାଖାପାଖି ୩ ଦଶନ୍ଧିର ସବୁଠୁ ନିମ୍ନସ୍ତର ୬.୨ ପ୍ରତିଶତ ରହିଛି। ଆମେରିକା-ଚୀନ ଟ୍ରେଡ୍‌ ୱାର ଏବଂ ବୈଶ୍ବିକ ସ୍ତରରେ ଚୀନ ସାମଗ୍ରୀର ଚାହିଦା ହ୍ରାସ କାରଣରୁ ଏହି କମ୍ୟୁନିଷ୍ଟ ଦେଶର ଜିଡିପି (ମୋଟ ଘରୋଇ ଉତ୍ପାଦ) ବୃଦ୍ଧି ହାରରେ ହ୍ରାସ ଘଟିଛି। ଚୀନର ସରକାରୀ ପରିସଂଖ୍ୟାନ ଅନୁଯାୟୀ ଜିଡିପି ଅଭିବୃଦ୍ଧି ହାର ପ୍ରଥମ ତ୍ରୟମାସର ୬.୪ ପ୍ରତିଶତକୁ ହ୍ରାସ ଘଟି ୬.୨ ପ୍ରତିଶତରେ ପହଞ୍ଚିଛି। ଜିଡିପିର ଏହି ହାର ଦ୍ବିତୀୟ ତ୍ରୟମାସରେ ବିଗତ ୨୭ ବର୍ଷ ମଧ୍ୟରେ ସବୁଠୁ କମ୍‌।

ସହରରେ ଘର ଏବେ ସ୍ବପ୍ନ: ମୁମ୍ବାଇ ମହଙ୍ଗା, ଭୁବନେଶ୍ବର ଶସ୍ତା

ରିଲାଏନ୍ସର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଓ ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ ବିର୍ଲା ଦକ୍ଷିଣ ମୁମ୍ବାଇର ଯେଉଁ ଜାଗାରେ ରହନ୍ତି, ସେହି ଅଞ୍ଚଳରେ ଘରଟିଏ କିଣିବା ଅନେକ ଭାରତୀୟଙ୍କ ପାଇଁ କେବଳ ହିଁ ସ୍ବପ୍ନ ଦେଖିବା ସହ ସମାନ। ମଫତଲାଲ, ଖଣ୍ଡେଲୱାଲ, ଟାଟାଙ୍କ ପରି ଖ୍ୟାତନାମା ଶିଳ୍ପପତି ଓ ଅମିତାଭ ବଚନ, ଶାହରୁଖ ଖାନ, ସଲମାନ ଖାନ, ଅକ୍ଷୟ କୁମାର, ସୁନୀଲ ଶେଟ୍ଟୀଙ୍କ ଭଳି ସିନେତାରକା ମାନଙ୍କ ଆବାସିକ ଅଞ୍ଚଳ କେବଳ ମାୟନଗରୀ ପାଇଁ ନୁହେଁ ଦେଶବାସୀଙ୍କ ମଧ୍ୟରୁ ଅନେକଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ କହିଲେ ଅତ୍ୟୁକ୍ତି ହେବ ନାହିଁ। ଭାରତୀୟ ଅଲଟ୍ରାରିଚଙ୍କ ଏହି ସହର ଏବେ ଦେଶର ସାଧାରଣ ଜନଗଣଙ୍କ ହାତରୁ ଖସିଯିବାରେ ଲାଗିଛି। ଏହି ନାମୀଦାମୀ ଲୋକପ୍ରିୟ ଚେହେରାଙ୍କ ଆବାସ ପାଖାପାଖି ଜାଗାର ଦାମ ଏବେ ପ୍ରତି ବର୍ଗଫୁଟ ପିଛା ୬୦ ହଜାର ଟଙ୍କାରେ ପହଞ୍ଚିସାରିଛି। ପ୍ରତି ବର୍ଗଫୁଟ କୁ ୬୦ ହଜାର ଟଙ୍କା ଦେଇ କେତେ ଯେ ଲୋକ ଏହି ଅଞ୍ଚଳରେ ଜାଗା କିଣିପାରିବେ ଅନୁମାନ କରନ୍ତୁ।

ଭଡ଼ାଟିଆ ଓ ଘରମାଲିକଙ୍କ ଦୁଃଖ ଲାଘବ କରିବ ନୂଆ

ନିକଟରେ ଭାରତ ସରକାରଙ୍କ ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ସେଥିରୁ ଜଣା ପଡିଥିଲା ଯେ ଦେଶର ପ୍ରମୁଖ ସହର ଗୁଡ଼ିକରେ ୧.୧ କୋଟି ଘରକୁ ଏହାର ମାଲିକ ଭଡ଼ା ନ ଦେଇ ତାଲା ପକାଇ ରଖିଛନ୍ତି ଓ ଭଡ଼ା ଦେବାକୁ କୁଣ୍ଠିତ ହେଉଛନ୍ତି। ଭଡ଼ାଟିଆ କାଳେ ଘର ମାଡ଼ିବସିବ, ଏହି ଡର ସେମାଙ୍କୁ ଘରଭଡ଼ା ଦେବାରୁ ନିବୃତ କରିରଖିଛି। ସେହିଭଳି ଛୋଟ ଓ ବଡ଼ ସହରରେ ଅନେକ ଭଡ଼ାଟିଆ ଘରମାଲିକଙ୍କ ଜୁଲମକୁ ନେଇ ଶତାଧିକ ମାମଲା ରୁଜୁ କରିଥିବା ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ସ୍ୱତନ୍ତ୍ର କମିଟି ଭଡ଼ାଘର ଆଇନ ପାଇଁ ଏକ ଚିଠା ପ୍ରସ୍ତୁତ କରିଛନ୍ତି।ଏହାକୁ ଟେନାନ୍ସି ଆକ୍ଟ ବୋଲି କୁହାଯାଉଛି। ଟେନାନ୍ସି ଆକ୍ଟର ଚିଠା କାମ ଦ୍ରୁତଗତିରେ ଚାଲି ସରିବା ଉପରେ। ଘରମାଲିକ ଓ ଭଡ଼ାଟିଆ ଆଦି ଉଭୟଙ୍କ ସ୍ୱାର୍ଥକୁ ଏଥିରେ ପ୍ରାଥମିକତା ଦିଆଯାଇଛି। ଏଥିରେ ରେଣ୍ଟ କୋର୍ଟ ଏବଂ ରେଣ୍ଟ ଟ୍ରିବ୍ୟୁନାଲ ଗଠନ କରିବାର ପ୍ରସ୍ତାବ ମଧ୍ୟ ରହିଛି।

ଓଡ଼ିଶାରେ ହୋଇନି ଅବାଧ ଓ ନିରପେକ୍ଷ ନିର୍ବାଚନ!

ଭୁବନେଶ୍ବର: ଓଡ଼ିଶାରେ ଚଳିତ ସାଧାରଣ ନିର୍ବାଚନରେ ସ୍ବଚ୍ଛତା ଅବଲମ୍ବନ କରାଯାଇଥିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହାଇକୋର୍ଟରେ ଦାଏର ହୋଇଥିବା ୧୨ଟି ନିର୍ବାଚନୀ ମାମଲା ଏହାକୁ ପୁଷ୍ଟ କରୁଛି। ନିର୍ବାଚନୀ ଉଷ୍ମତା ଏବଂ ହାର୍‌ଜିତ୍‌କୁ ନେଇ କେବେଠୁ ଶେଷ ହେଲାଣି ମାନସମନ୍ଥନ। ଏବେ ଯେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି, ତାହା ହେଉଛି ହାଇକୋର୍ଟରେ ପହଞ୍ଚୁଥିବା ନିର୍ବାଚନୀ ମାମଲା। ଦିନକୁ ଦିନ ହାଇକୋର୍ଟରେ ବଢ଼ିବାରେ ଲାଗିଛି ନିର୍ବାଚନୀ ମାମଲା। ଜଣକ ପରେ ଜଣେ ନେତାଙ୍କ ନାମରେ ଏହି ମାମଲା ରୁଜୁ ହେଉଛି। କିଏ ସତ୍ୟପାଠରେ ସତ୍ୟ ଲୁଚାଇଛି ତ ଆଉ କିଏ ସମ୍ପତ୍ତି ତାଲିକା ଦେଇନାହିଁ। ଏଥିସହ କାହା ନାମରେ ଏକାଧିକ ଅପରାଧିକ ମାମଲା ଥିଲେ ମଧ୍ୟ ସେ ଏହାକୁ ସର୍ବସାଧାରଣରେ ପ୍ରକାଶ କରିନାହିଁ। ଏପରିକି ଗୋଟିଏ ନିର୍ବାଚନମଣ୍ଡଳୀରେ ଭୋଟର୍‌ଙ୍କ ଠାରୁ ଅଧିକ ଭୋଟ୍‌ ଇଭିଏମ୍‌ରେ ପଡ଼ିଥିବା ନେଇ ଗଣତି ବେଳେ ଜଣାପଡ଼ିଛି। ଏମିତି ଅନେକ ଅଭିଯୋଗ ଆଣି ପରାଜିତ ପ୍ରାର୍ଥୀ ହାଇକୋର୍ଟଙ୍କ ଦ୍ବାର ଖଟଖଟ କରିଛନ୍ତି। ଜାଲିଆତି କରି ନିର୍ବାଚନ ଜିତିଥିବା ନେତାଙ୍କୁ ଅଯୋଗ୍ୟ ଘୋଷିତ କରି ସେଠାରେ ସାନି ନିର୍ବଚାନ କରିବାକୁ ଦାବି କରିଛନ୍ତି ଆବେଦନକାରୀ। ୨୦୧୯ ସାଧାରଣ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ୧୨ ଜଣ ପ୍ରାର୍ଥୀଙ୍କ ବିରୋଧରେ ମାମଲା ପହଞ୍ଚିଛି ହାଇକୋର୍ଟରେ। ପୂର୍ବରୁ କୌଣସି ନିର୍ବାଚନରେ ଏତେ ସଂଖ୍ୟକ ମାମଲା ହାଇକୋର୍ଟରେ ପହଞ୍ଚି ନ ଥିଲା। ରାଉରକେଲା ବିଧାୟକ ସାରଦା ନାୟକ ଓ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ବାଲେଶ୍ୱର ସାଂସଦ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା, ସୋର ବିଧାୟକ ପର୍ଶୁରାମ ଧଡ଼ା, ବରୀ ବିଧାୟିକା ସୁନନ୍ଦା ଦାସ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଓ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ, ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ମଧ୍ୟ ବିଭିନ୍ନ କାରଣ ଦର୍ଶାଇ ନିର୍ବାଚନ ଅସିଦ୍ଧ ଘୋଷଣା କରିବା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ