ସ୍ବତନ୍ତ୍ର ପ୍ରସଙ୍ଗ

୫ ରାଜ୍ୟରେ ନିର୍ବାଚନ ଫଳାଫଳର ଭବିଷ୍ୟବାଣୀ

୫ଟି ରାଜ୍ୟରେ ଅନୁଷ୍ଠିତ ନିର୍ବାଚନ ପରେ ଶୁକ୍ରବାର ଏକ୍‌ଜିଟ ପୋଲ୍‌ ପ୍ରକାଶ ପାଇଛି। ମଧ୍ୟ ପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ତେଲେଙ୍ଗାନା ଓ ମିଜୋରାମ ବିଧାନସଭା ନିର୍ବାଚନ ଫଳ ଡିସେମ୍ବର ୧୧ରେ ପ୍ରକାଶ ପାଇବାକୁ ଥିବା ବେଳେ ଏକ୍‌ଜିଟ ପୋଲ୍‌କୁ ନେଇ ଚର୍ଚ୍ଚା ଜୋର ଧରିଛି। ଏକ୍‌ଜିଟ୍‌ ପୋଲରେ ଛବି ଆଦୌ ସ୍ପଷ୍ଟ ନ ଥିବା ବେଳେ ମୁଖ୍ୟତଃ ଏଥିରେ ରାଜସ୍ଥାନ ଓ ମଧ୍ୟ ପ୍ରଦେଶରେ କଂଗ୍ରେସ ସରକାର ଗଢ଼ୁଥିବା କୁହାଯାଇଛି। ଛତିଶଗଡ଼ରେ ରମଣ ସିଂ ନିଜ ସରକାରକୁ ବଞ୍ଚାଇବାରେ ସଫଳତା ପାଉଥିବା କୁହାଯାଇଛି। ତେଲେଙ୍ଗାନାରେ କଂଗ୍ରେସ-ଟିଡିପି ମେଣ୍ଟ ସେଭଳି କିଛି ଯାଦୁ ଦେଖାଇ ପାରି ନ ଥିବା ମତଦାନ କେନ୍ଦ୍ରରୁ ଫେରୁଥିବା ଭୋଟରମାନେ ସର୍ଭେ ଟିମ୍‌ ଆଗରେ କହିଛନ୍ତି। ଚନ୍ଦ୍ରଶେଖର ରାଓ ନିଜ ଗାଦିକୁ ସୁରକ୍ଷିତ ରଖିପାରୁଥିବା ଏକ୍‌ଜିଟ ପୋଲ୍‌ ଦର୍ଶାଇଛି।

ମାଟିରୁ ମୁହଁ ଫେରାଉଛି ମାଟିର ମଣିଷ, ଦାୟୀ କିଏ?

ଧାନ ଖେତରୁ ଘରକୁ ଆସିନି ଅମଳ। ସ୍ଥିତି ଦେଖି ଭାଙ୍ଗିପଡ଼ିଛି ଚାଷୀ। ବିଗତ ୨ ମାସ ମଧ୍ୟରେ ରାଜ୍ୟରେ ୮ରୁ ଊର୍ଦ୍ଧ୍ବ ଚାଷୀ ଆତ୍ମହତ୍ୟା କରିଛନ୍ତି। ଉତ୍କଟ ମରୁଡ଼ି, ଫସଲରେ ପୋକ ସଂକ୍ରମଣ, ମହାଜନ ୠଣ ଫେରସ୍ତର ଚାପ ଚାଷୀ ଆତ୍ମହତ୍ୟାର କାରଣ ବୋଲି ମୃତଚାଷୀଙ୍କ ପରିବାର ଦାବି କରୁଥିବା ବେଳେ ସରକାର କିନ୍ତୁ ମାନୁନାହାନ୍ତି ଏ କଥା। ଖୋଦ୍‌ ଓଡ଼ିଶାର କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ ବିଧାନସଭାରେ କହିଛନ୍ତି, ରାଜ୍ୟରେ ହୋଇଥିବା ସମସ୍ତ କୃଷକ ଆତ୍ମହତ୍ୟା ଘରୋଇ କଳି, ମଦ୍ୟପାନ ଓ ପରକୀୟା ପ୍ରୀତିରୁ ହୋଇଛି। କେବଳ ଓଡ଼ିଶାରେ ନୁହେଁ, ସାରା ଦେଶର କୃଷକମାନେ ଚାଷୀର ହକ୍‌ ପାଇଁ ସଡ଼କକୁ ଓହ୍ଲାଇଲେଣି। ମୁମ୍ବାଇରେ ଫଡ଼୍‌ନବୀସ ସରକାର ଆନ୍ଦୋଳନରତ ଚାଷୀଙ୍କ ସହ ଆଲୋଚନା କରି ସେମାନଙ୍କୁ ବୁଝାଇବାରେ ସଫଳ ହୋଇଥିବା ବେଳେ ଓଡ଼ିଶାରେ ନବୀନ ସରକାର ଚାଷୀମାନଙ୍କୁ ଲାଠି ପ୍ରହାର କରି ସହର ଉପକଣ୍ଠରୁ ଘଉଡ଼ାଇ ଦେଲେ। ତେଣେ ଜାତୀୟ ରାଜଧାନୀ ଦିଲ୍ଲୀରେ ହଜାର ହଜାର ଚାଷୀ ସଡ଼କ ଉପରେ ସଂଘର୍ଷ କରୁଥିବାର ଚିତ୍ର ସାମ୍ନାକୁ ଆସିଛି। ସମୟକ୍ରମେ ଚାଷରୁ ବିମୁଖ ହୋଇ ମାଟିରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ। ଏହା ପଛରେ ରାଜନୈତିକ ଇଚ୍ଛାଶକ୍ତିର ଘୋର ଅଭାବ ରହିଥିବା ପରିଲକ୍ଷିତ ହେଉଛି।

ଆଜି ବିଶ୍ବ ଏଡ୍‌ସ ଦିବସ: ଗଞ୍ଜାମ ବୋହୁଛି ଏଡ୍‌ସ ବୋଝ

ଭୁବନେଶ୍ବର: ଏଡ୍‍ସ ଏବେ କର୍କଟ ରୋଗଠାରୁ ମଧ୍ୟ ଅଧିକ ଭୟଙ୍କର। ବିଂଶ ଶତାବ୍ଦୀର ଶେଷ ଭାଗରେ ଚିହ୍ନିତ ହୋଇଥିବା ଏହି ରୋଗଟି ସାରା ପୃଥିବୀରେ ଭୟ ଓ ଆତଙ୍କ ଲହରି ଖେଳାଇ ଦେଇଛି। ସାରା ବିଶ୍ୱକୁ ଏଡ୍‍ସମୁକ୍ତ କରିବା ପାଇଁ ମିଳିତ ଜାତିସଂଘ ତଥା ୟୁନିସେଫ୍‌ ପକ୍ଷରୁ ମିଳିତ ପଦକ୍ଷେପ ନିଆଯାଉଛି। ଏଡ୍‌ସର ଭୟାବହତାକୁ ଉପଲବ୍ଧି କରି ପ୍ରତିବର୍ଷ ଡିସେମ୍ବର ୧ ତାରିଖରେ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ପାଳନ କରାଯାଉଛି ବିଶ୍ୱ ଏଡ୍‌ସ ଦିବସ। ଚଳିତ ବର୍ଷ ଏହାର ବାର୍ତ୍ତା ରହିଛି ‘ସମସ୍ତେ ଏଚ୍‌ଆଇଭି ପରୀକ୍ଷା କରିବା’। ଏସବୁ ସତ୍ତ୍ୱେ ଏଡସ୍‌ ସଂକ୍ରମଣକୁ ଏବେ ମଧ୍ୟ ଆଶାନୁରୂପେ ରୋକା ଯାଇପାରିନି। ସାଂପ୍ରତିକ ବିଶ୍ୱରେ ଏହି ରୋଗ ଏକ ବଡ଼ ସ୍ୱାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି। ଯାହାକୁ ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରାଯାଇ ପାରିବନାହିଁ। ସଚେତନତା ହିଁ ଏଥିରୁ ବର୍ତ୍ତିବାର ଏକ ମାତ୍ର ଉପାୟ।

ଏବେ ବିଷ ଦେବ ଜୀବନ

ବିଷ ଜୀବନ ନେଇଯାଇଥାଏ। ଆମେ ସମସ୍ତେ ଏ କଥା ଜାଣନ୍ତି। ବିଷର ଭୟାବହତା ଆମକୁ ଅଛପା ନୁହେଁ। କିନ୍ତୁ ଯଦି କୁହାଯିବ ଯେ ବିଷ ଜୀବନ ବଞ୍ଚାଏ, ତେବେ କ’ଣ ଆପଣ ଏ କଥାକୁ ବିଶ୍ବାସ କରିବେ? ବିଷ ବିଶେଷଞ ଡାକ୍ତର ଜୋଲ୍ଟନ ଟକାସ କହନ୍ତି, ବିଷ ବିଶ୍ବର ଏକମାତ୍ର ପ୍ରାକୃତିକ ଦ୍ରବ୍ୟ, ଯାହା ଜୀବନ ନେବା ପାଇଁ ବିକଶିତ କରାଯାଇଛି। ଅକ୍ସଫୋର୍ଡ ୟୁନିଭର୍ସିଟିରେ ମେଡିସିନ ବିଶେଷଞ ଥିବା ଡେଭିଡ ବାରେଲଙ୍କ ଏକ ରିପୋର୍ଟରେ ପ୍ରଦତ୍ତ ସୂଚନା ଅନୁଯାୟୀ ବିଶ୍ବରେ ପ୍ରତିବର୍ଷ ଅନ୍ୟୁନ ଦୁଇଲକ୍ଷ ଲୋକ ସର୍ପାଘାତରେ ମୃତ୍ୟୁବରଣ କରିଥାନ୍ତି। ଏହି ବିଷର ଜ୍ବାଳାକୁ କାଟିବା ପାଇଁ ବିଭିନ୍ନ ଗବେଷଣା ଜାରି ରହିଛି। ଏହା ଏକ ଲମ୍ବା ପ୍ରକ୍ରିୟା। ମଜାର କଥା ଯେ ବିଷର ଜ୍ବାଳା ଉପଶମର ମାର୍ଗ ଖୋଜିବାକୁ ଯାଇ ଅନେକ ଗବେଷକ ସେହି ବିଷ ପାଖରେ ହିଁ ପହଞ୍ଚିଯାଇଛନ୍ତି। ବିଷର ପ୍ରୟୋଗରେ କେତେକ ରୋଗରୁ ମୁକ୍ତି ମିଳୁଥିବା ମଧ୍ୟ ଗବେଷଣାରୁ ଜଣାପଡ଼ିଛି। ବିଷରୁ ତିଆରି ଅନେକ ଔଷଧ ବଜାରେ ମଧ୍ୟ ଆଗରୁ ପହଞ୍ଚି ସାରିଛି। ବିଶ୍ବରେ ଏପରି ୪ ପ୍ରକାର ଜୀବ ଅଛନ୍ତି ଯେଉଁମାନଙ୍କ ବିଷ ମଣିଷର କାମରେ ଆସିଥାଏ।

ହକି ବିଶ୍ବକପ୍‌ରେ ଭାରତର ସଂଘର୍ଷ ଓ ଆଶା

ମଙ୍ଗଳବାର ରାତି କଳିଙ୍ଗ ଷ୍ଟାଡିଅମ ମୁଖ୍ୟ ପଡ଼ିଆରେ ପ୍ରଥମ ଥର ପାଇଁ ହକି ବିଶ୍ବକପ୍‌ରେ ସୃଷ୍ଟି ହୋଇଥିଲା ନୂଆ ଇତିହାସ। ହକି ବିଶ୍ବକପ୍‌ରେ ଆଗରୁ କେବେ ବି ଉଦ୍‌ଘାଟନ ସମାରୋହରେ ଏଭଳି ଭବ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇ ନ ଥିବା ବେଳେ କଳିଙ୍ଗ ଷ୍ଟାଡିଅମରେ ପ୍ରଥମ କରି ଏଭଳି ରଙ୍ଗାରଙ୍ଗ ଉତ୍ସବର ଆରମ୍ଭ ହୋଇଥିଲା। ବୁଧବାର ପୁଲ୍‌-ସି ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପଡ଼ିଆକୁ ଓହ୍ଲାଇ ଗୋଲ୍‌ ବର୍ଷା କରିଥିଲା। ପ୍ରଥମ ମ୍ୟାଚ୍‌ରେ ସମ୍ପୂର୍ଣ୍ଣ ୩ ପଏଣ୍ଟ ପାଇ ନୂଆ ଆଶାରୁ ଭାରତ ଆରମ୍ଭ କରିଥିଲା ବିଶ୍ବକପ୍‌ ଅଭିଯାନ। ପ୍ରଥମରୁ ଦକ୍ଷିଣ ଆଫ୍ରିକାକୁ ହରାଇ ଭାରତୀୟ ଖେଳାଳିମାନେ ଉତ୍ସାହିତ ହୋଇଥିବା ବେଳେ ଆଗକୁ ଅନେକ ଚାଲେଞ୍ଜ ସାମ୍ନା କରିବାର ସମ୍ଭାବନା ମଧ୍ୟ ରହିଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ