ସ୍ବତନ୍ତ୍ର ପ୍ରସଙ୍ଗ

ପାକିସ୍ତାନରୁ କାହିଁକି ପ୍ରକାଶିତ ହେଉଛି ଚୀନ ଖବରକାଗଜ?
ଦାଗୀ ରାଜନେତାଙ୍କ ପାଇଁ ସ୍ବତନ୍ତ୍ର ଅଦାଲତ

ଅପରାଧରେ ଜଡ଼ିତ ସାଂସଦ, ବିଧାୟକଙ୍କ ବିରୋଧରେ ଲମ୍ବା ସମୟ ଧରି ମାମଲା ଗୁଡ଼ିକ କୋର୍ଟରେ ପଡ଼ିରହିଛି। ଏହାକୁ ତୁରନ୍ତ ଫଇସଲା କରିବା ପାଇଁ ସ୍ବତନ୍ତ୍ର ଅଦାଲତ ଗଢ଼ାଯିବା ଦାବି ନେଇ ସର୍ବୋଚ୍ଚ ଅଦାଲତରେ ଯେଉଁ ଆବେଦନ କରାଯାଇଥିଲା ତାର ଶୁଣାଣି ଆରମ୍ଭ ହୋଇଛି। ଏହି ମାମଲାଗୁଡ଼ିକୁ ଗୋଟିଏ ବର୍ଷ ମଧ୍ୟରେ ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଆଦେଶ ଦେଇଛନ୍ତି। ସୁପ୍ରିମକୋର୍ଟ କେନ୍ଦ୍ରର ଏହି ଯୋଜନାକୁ ସବୁଜ ସଙ୍କେତ ଦେଇଛନ୍ତି। ଯେଉଁଥିରେ କେନ୍ଦ୍ର ୧୨ଟି ସ୍ବତନ୍ତ୍ର ନ୍ୟାୟାଳୟ ଗଢ଼ିବ। ସୁପ୍ରିମକୋର୍ଟ କେନ୍ଦ୍ରକୁ ୭.୮୦ କୋଟିର ପାଣ୍ଠି ତୁରନ୍ତ ରାଜ୍ୟ ସରକାରମାନଙ୍କୁ ରିଲିଜ କରିବା ପାଇଁ କହିଛନ୍ତି। ରାଜ୍ୟ ସରକାର ଏହି ମାମଲାରେ ହାଇକୋର୍ଟଙ୍କ ପରାମର୍ଶ ପରେ ଫାଷ୍ଟ୍ରଟ୍ରାକ କୋର୍ଟ ଗଠନ କରିବେ।

ବଢ଼ୁଛି ନାବାଳିକା ବଳାତ୍କାର ଘଟଣା

ନଭେମ୍ବର ୧୩ ତାରିଖରେ ରାଜକନିକା ଅଞ୍ଚଳର ଜଣେ ତିନିବର୍ଷର ଝିଅକୁ ବଳାତ୍କାର କରାଯାଇଛି। ୧୪ ତାରିଖରେ ଥାନାରେ ଏଫଆଇଆର ଦିଆଯିବା ପରେ ନଭେମ୍ବର ଶେଷ ସପ୍ତାହରେ ଓଡ଼ିଶା ପୋଲିସ ଅଭିଯୁକ୍ତକୁ ମୁମ୍ବାଇରୁ ଗିରଫ କରିଛି। ୨୫ ଅଗଷ୍ଟ ୨୦୧୬ରେ ସ୍କୁଲ ଶୌଚାଳୟରେ ଜଣେ ଚାରିବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଘଟଣା ଘଟିଥିଲା ଚନ୍ଦକା ଅଞ୍ଚଳରେ। ପୋଲିସ ଏହି ଘଟଣାରେ ଜଣେ ବସ୍‌ ଡ୍ରାଇଭରକୁ ଗିରଫ କରିଥିଲା। ୧ ଅଗଷ୍ଟ ୨୦୧୬ରେ ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ମାରି ଦିଆଯାଇଥିଲା। ପ୍ରମାଣ ଲିଭାଇବା ପାଇଁ ତାର ଶବକୁ ନଦୀବାଲିରେ ପୋତି ଦିଆଯିବା ଭଳି ଜଘନ୍ୟ ଘଟଣା ସାମନାକୁ ଆସିଥିଲା। ଏହି ଘଟଣାରେ ମଧ୍ୟ ଏକ ଘରୋଇ ବସ୍‌ର କଣ୍ଡକ୍ଟର ଓ ଡ୍ରାଇଭରଙ୍କୁ ଗିରଫ କରାଯାଇଥିଲା। ଗତବର୍ଷ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ପପୁ ପମପମ ଜନୈକା ନାବାଳିକାଙ୍କୁ ଅସଦାଚରଣ କରିଥିବା ନେଇ ମାମଲା ହୋଇଥିଲା। ୩୦ ଜୁନ ୨୦୧୬ରେ ପପୁ ପମପମକୁ ପୋଲିସ ଗିରଫ କରିଥିଲା। ଏତିକିରେ ସରିଯାଉ ନାହିଁ ରାଜ୍ୟରେ ନାବାଳିକାଙ୍କ ଉପରେ ହେଉଥିବା ଯାତନା କାହାଣୀ। ସଂଖ୍ୟା ଯୋଡ଼ି ହେବାରେ ଲାଗିଛି। ବିଦ୍ୟାଳୟ, ଛାତ୍ରୀନିବାସ, ଘର, ବଜାର ସବୁଠି ନାବାଳିକାଙ୍କ ଉପରେ ଯୌନ ଉତ୍ପୀଡ଼ନ ସଂଖ୍ୟା ବଢ଼ିବାରେ ଲାଗିଛି।

ରାଜ୍ୟରେ ପ୍ରଥମ: କେନ୍ଦୁପତ୍ର ଲଢ଼େଇରେ ଗ୍ରାମସଭା ବିଜୟୀ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ