ଇତିହାସର ଆଇନାରେ

ମେନନ୍‌ଙ୍କୁ ପିସ୍ତଲ ଦେଖାଇଥିଲେ ଯୋଧପୁର ରାଜା

୧୯୪୮ ସୁଦ୍ଧା ଇଂରେଜ ସରକାର ଭାରତ ଛାଡ଼ିବ ବୋଲି ଘୋଷଣା କରାଗଲା। ପରେ ନିଷ୍ପତ୍ତି ବଦଳାଇ ୧୯୪୮ ନୁହଁ, ୧୯୪୭ ମସିହା ଅଗଷ୍ଟ ୧୫ରେ ଭାରତ ଛାଡ଼ିବେ ବୋଲି ସ୍ପଷ୍ଟ କଲେ ମାଉଣ୍ଟ ବ୍ୟାଟେନ୍। ବ୍ରିଟିଶ୍ ଇଣ୍ଡିଆ ଭାରତ ଛାଡ଼ିବ ସତ, ହେଲେ ଅଖଣ୍ଡ ଭାରତ ଦ୍ୱିଖଣ୍ଡିତ ହୋଇ ହିନ୍ଦୁସ୍ତାନ-ପାକିସ୍ତାନ, ଦୁଇଟି ଦେଶ ସୃଷ୍ଟି ହେବ ନା ସୃଷ୍ଟି ହେବ ୫୬୫ଟି ଦେଶ, ଏଇ ଚିନ୍ତା ସମସ୍ତଙ୍କୁ ଘାରିଥିଲା । କାରଣ ବ୍ରିଟିଶ୍ ଇଣ୍ଡିଆରେ ସେତେବେଳେ ଛୋଟବଡ଼ ୫୬୫ଟି ରାଜ୍ୟ ରହିଥିଲା। ରାଜା-ମହାରାଜାମାନେ ସେଇ ରାଜ୍ୟକୁ ଶାସନ କରୁଥିଲେ। ଦେଶ ସ୍ବାଧୀନ ହେବ। ବିଭାଜନ ବି ହେବ। ହେଲେ ନା ଭାରତ ନା ପାକିସ୍ତାନ, କାହା ସହ ନ ମିଶି ନିଜ ରାଜ୍ୟକୁ ସ୍ବାଧୀନ ଦେଶଭାବେ ଘୋଷଣା କରିବାପାଇଁ ଶତାଧିକ ରାଜା-ମହାରାଜା ନିଷ୍ପତ୍ତି ନେଲେ ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ