ଇତିହାସର ଆଇନାରେ

ସମୁଦ୍ରରେ ଜ୍ୟାକ୍‌ପଟ

ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟ। ମୁମ୍ବାଇ ହାରବରରୁ ଶେଷ ଜଳଯାତ୍ରା ଆରମ୍ଭ କଲା ଏସ୍ଏସ୍ ସିଟି-କାଇରୋ। ଲକ୍ଷ୍ୟସ୍ଥଳ ଥିଲା ଲଣ୍ଡନ। ଡର୍ବାନ, କେପ୍‌ଟାଉନ, ବ୍ରାଜିଲ ହୋଇ ଏଇ ବ୍ରିଟିଶ୍‌ ଜାହାଜ ଲଣ୍ଡନ ଯିବାର ଥିଲା। ସେଦିନ ଥିଲା ୧୯୪୨ ମସିହା ଅକ୍ଟୋବର ୧ ତାରିଖ। ୨୮ଜଣ ମହିଳା, ୧୯ ଜଣ ଶିଶୁ, ୧୦ ଜଣ ବ୍ରିଟିଶ୍‌ ଆର୍ମି ଗନ୍‌ମ୍ୟାନଙ୍କ ସହ ଜାହାଜରେ ଥିଲେ ସମୁଦାୟ ୩୦୦ରୁ ଊର୍ଦ୍ଧ୍ୱ ଯାତ୍ରୀ। ଯାତ୍ରୀମାନଙ୍କ ବ୍ୟତୀତ ଏଇ ଜାହାଜରେ ଲୁହା, କାଠ, ପଶମ, ସୂତା, ମାଙ୍ଗାନିଜ ସହ ୨୦୦୦ଟି ପେଟି ଥିଲା, ଯେଉଁଥିରେ ଥିଲା ଖାଲି ରୁପାର ମୁଦ୍ରା। କେବଳ ରୁପା ମୁଦ୍ରା ନୁହେଁ, ସ୍ବର୍ଣ୍ଣ ମୁଦ୍ରା ସହ ଅନେକ ଧନ ସମ୍ପତ୍ତି ବି ଏଇ ଜାହାଜରେ ଭର୍ତ୍ତି ହୋଇ ରହିଥିଲା। ଏସବୁ ଇଂରେଜମାନେ ଆମ ଦେଶରୁ ଇଂଲଣ୍ଡ ନେଇଯାଉଥିଲେ। ସବୁ ମିଶାଇ ୭, ୪୨୨ ଟନ୍ ଓଜନର ସାମଗ୍ରୀ ଯାଉଥିଲା।

କୋହିନୂରର କାହାଣୀ

ସମ୍ରାଟ ଜହାଙ୍ଗୀରଙ୍କ ପୁଅ ଶାହଜହାନ ଯେଉଁଦିନ ମୋଗଲ ସାମ୍ରାଜ୍ୟର ଦିଲ୍ଲୀ ସିଂହାସନରେ ବସିଲେ, ଠିକ୍ ସେହିଦିନ ଦ୍ୱିପ୍ରହରେ ପାରସ୍ୟ (ଆଧୁନିକ ଇରାନ୍)ର ଇମ୍ପାହାନ ସହରରେ ବୁଲୁଥିଲେ ଜଣେ ତେଲ ବ୍ୟବସାୟୀଙ୍କ ପୁଅ ମହମ୍ମଦ ସୟିଦ। ଉଦ୍ଦେଶ୍ୟ, ବଜାରରୁ କିଛି କିଣାକିଣି କରିବା। ସେଦିନ କେହି ବି ଜାଣି ନ ଥିଲେ ଯେ ସେଇ ତେଲ ବ୍ୟବସାୟୀଙ୍କ ପୁଅ ଭବିଷ୍ୟତରେ ଦିନେ ସମ୍ରାଟ ଶାହଜହାନଙ୍କ ରାଜ ଦରବାରରେ ‘ୱଜୀର-ଏ-ଆଜମ୍’ ଆସନ ଅଳଙ୍କୃତ କରିବେ। କେହି ବି ସ୍ବପ୍ନରେ ଭାବି ନ ଥିଲେ ଯେ ସେଇ ତେଲ ବ୍ୟବସାୟୀଙ୍କ ପୁଅ ହାତରେ ଶାହଜହାନଙ୍କ ହାତକୁ ଫେରିଆସିବ ସେଇ ଅମୂଲ୍ୟ ରତ୍ନ ଯାହା ସେ ପର୍ଯ୍ୟନ୍ତ ‘ବାବରଙ୍କ ହୀରା’ ନାଁରେ ନାମିତ ଥିଲା। ବହୁବର୍ଷ ଆଗରୁ ଏହାକୁ ତତ୍କାଳୀନ ପାରସ୍ୟ ସମ୍ରାଟ ସୁଲତାନ ତାହମାସପ ହାତରେ ଟେକି ଦେଇଥିଲେ ଭାରତରୁ ପଳାୟନ କରିଥିବା ମୋଗଲ ସମ୍ରାଟ ହୁମାୟୁନ।

ବର୍ଲିନରେ ନେତାଜୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୨୮ ମସିହା କଂଗ୍ରେସର କଲିକତା ଅଧିବେଶନରେ ଦେଶର ସ୍ବାଧୀନତା ସଂଗ୍ରାମରେ କଂଗ୍ରେସର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ବହୁ କ୍ରାନ୍ତିକାରୀ ଅନୁଷ୍ଠାନକୁ ଆହ୍ବାନ ଦେଇଥିଲେ। ଏହି ଅଧିବେଶନରେ ମୋତିଲାଲ ନେହରୁ ସଭାପତି ଓ ସୁଭାଷ ବୋଷ ଥିଲେ କଂଗ୍ରେସ ସ୍ବେଚ୍ଛାସେବକ ବାହିନୀର ସର୍ବାଧିନାୟକ ବା ଜେନେରାଲ ଅଫିସର କମାଣ୍ଡିଂ। ପରେ ପରେ ସୁଭାଷ ବୋଷଙ୍କ ନାଁ ଭାରତ ସାରା ବ୍ୟାପିଗଲା। ୧୯୩୯ ମସିହା କଂଗ୍ରେସର ତ୍ରିପୁରା ଅଧିବେଶନରେ ସୁଭାଷ ବୋଷ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ ଗାନ୍ଧିଜୀଙ୍କର ମନୋନୀତ ପ୍ରାର୍ଥୀ ପଟ୍ଟାଭି ସୀତାରାମାୟା। ଏହି ନିର୍ବାଚନରେ ସୁଭାଷ ବୋଷ ୧୫୩୫ଟି ଭୋଟ ପାଇଥିବାବେଳେ, ୧୩୪୬ଟି ଭୋଟ ପାଇଥିଲେ ସୀତାରାମାୟା।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ