ହସକଥା

କବିଙ୍କ କାଳ

କାହିଁ କେତେବର୍ଷ ତଳର କଥା। ଜଣେ ରାଜା ଥିଲେ ଭାରି ଅତ୍ୟାଚାରୀ। ତାଙ୍କ ନିର୍ଯାତନାରେ ପ୍ରଜାମାନେ ତ୍ରାହି ତ୍ରାହି ଡାକୁଥିଲେ। ରାଜାଙ୍କର ଏହି ସ୍ବଭାବ ନେଇ ରାଜ କର୍ମଚାରୀମାନେ ପ୍ରଜାମାନଙ୍କୁ ମନଇଛା ଶୋଷଣ କରୁଥିଲେ। ଜଣେ ଦରଦୀ ହୃଦୟର ବ୍ୟକ୍ତିଙ୍କୁ ଏହା ଭାରି ଅସହ୍ୟ ହେଲା। ତାଙ୍କ ହୃଦୟ ଥିଲା ଭାରି କୋମଳ। ଗଛରୁ ପତ୍ରଟିଏ ଖସିପଡିଲେ ତାଙ୍କ କଲିଜା ଶୁଖିଯାଉଥିଲା। ସେ ଥିଲେ ଜଣେ କବି। ନିଭୃତରେ ବସି କଳ୍ପନାରେ ସେ କେତେ ସୁନ୍ଦର ଦୁନିଆ ତିଆରି କରୁଥିଲେ। କିନ୍ତୁ ପ୍ରଜାମାନଙ୍କ ଦୁଃଖ ଦେଖି ସେ ତାଙ୍କ ଦୁନିଆରୁ ଫେରିଆସିଲେ। ରାଜାଙ୍କ ବିରୋଧରେ କବିତା ଲେଖିବା ଆରମ୍ଭ କଲେ। ସେ ତ କବିତା ନ ଥିଲା। ଥିଲା ଅଗ୍ନିର ବର୍ଷା। ଧୀରେ ଧୀରେ ରାଜ୍ୟସାରା ଲୋକେ ସେହି କବିତା ପଢ଼ିବା ଆରମ୍ଭ କଲେ। କେବଳ ପଢ଼ିଲେ ନାହିଁ, ରାଜାଙ୍କ ବିରୋଧରେ ମେଳି କରିବା ଆରମ୍ଭ କଲେ। କାରଣ ସେହି କବିଜଣକ ପ୍ରତିବାଦ କରିବାର କଳା ଓ କୌଶଳକୁ ପ୍ରୟୋଗ କରି ତାଙ୍କ କବିତାରେ ଅତି ଚମତ୍କାର ଶବ୍ଦରେ ଏହା ବର୍ଣ୍ଣନା କରିଥିଲେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ