ଚର୍ଚ୍ଚିତ ଖବର

ଫୁଟୁଛି ସାରା ଓଡ଼ିଶା: ୮ ଜିଲ୍ଲାରେ ହିଟ୍‌ଓ୍ବେଭ୍‌ ଜାରି

ଭୁବନେଶ୍ବର: ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ତାତି। ସତେ ଯେମିତି ଆକାଶରୁ ନିଆଁ ବର୍ଷୁଛି। ତାତି ସାଙ୍ଗକୁ ଝାଞ୍ଜିମାଡ଼ କଲବଲ କରିପକାଉଛି। ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ବି ସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଗତକିଛି ଦିନ ହେଲା ରାଜ୍ୟର ଅଧିକାଂଶ ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହୁଛି। ପାଣିପାଗ ବିଭାଗ କହୁଛି, ଆସନ୍ତା ୩ ଦିନ ପର୍ଯ୍ୟନ୍ତ ତାତିରୁ ନିସ୍ତାର ପାଇବା ମୁସ୍କିଲ୍। ଏପଟେ ୮ଟି ଜିଲ୍ଲା ପାଇଁ ହିଟ୍‌ୱେଭ୍‌ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ବଲାଙ୍ଗିର, ସୁବର୍ଣ୍ଣପୁର, ନବରଙ୍ଗପୁର, ନୂଆପଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼ ଓ ଝାରସୁଗୁଡ଼ା ପାଇଁ ଜାରି ହୋଇଛି ୟେଲୋ ୱାଣ୍ଣିଂ। ତେବେ ୩ ଦିନ ପରେ ପାଣିପାଗରେ ସାମାନ୍ୟ ସୁଧାର ଆସିବାର ସମ୍ଭାବନା ରହିଥିବା କହିଛି ପାଣିପାଗ ବିଭାଗ। ତେବେ ୨୪ ତାରିଖ ଯାଏଁ ଉପକୂଳ ଓଡ଼ିଶା ସମେତ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ଗଡ୍‌ସେ ପ୍ରକରଣରେ କମଲ ହାସନ୍‌ଙ୍କୁ ଆଗୁଆ ଜାମିନ୍‌

ତାମିଲନାଡ଼ୁ: ଗତ ସପ୍ତାହରେ ଦକ୍ଷିଣ ଭାରତ ଚଳଚ୍ଚିତ୍ରର ଅପ୍ରତିଦ୍ବନ୍ଦ୍ବୀ ନାୟକ ତଥା ରାଜନୈତିକ ଦଳ ମକ୍କଲ ନିଧି ମୈୟମ୍‌ (ଏମ୍‌ଏନ୍‌ଏମ୍‌)ର ପ୍ରତିଷ୍ଠାତା କମଲ ହାସନ୍‌ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ୍‌ ଗଡ୍‌ସେଙ୍କୁ ପ୍ରଥମ ହିନ୍ଦୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିବା ବେଳେ ଏହି ବିବାଦ କ୍ରମଶଃ ଅଧିକ ଜଟିଳ ହେବାରେ ଲାଗିଛି। ତେବେ ଏହି ମାମଲାରେ କମଲ୍‌ଙ୍କୁ ସୋମବାର ମଦୁରାଇ ହାଇକୋର୍ଟ ଆଗୁଆ ଜାମିନ୍‌ ପ୍ରଦାନ କରିଛନ୍ତି। ତାମିଲନାଡ଼ୁର ଆରାଭକୁରିଚି ବିଧାନସଭା ନିର୍ବାଚନମଣ୍ଡଳୀରେ ଶେଷ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର କରୁଥିବା ବେଳେ ଗଡ୍‌ସେଙ୍କୁ ସ୍ବାଧୀନ ଭାରତର ପ୍ରଥମ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ। ଏହି ମାମଲାରେ ଏକ ଚରମପନ୍ଥୀ ଗୋଷ୍ଠୀ ପକ୍ଷରୁ କରୁର୍‌ ଜିଲ୍ଲା ଅନ୍ତର୍ଗତ ଆରାଭକୁରୁଚି ପୋଲିସ୍‌ ଷ୍ଟେସନ୍‌ରେ ମାମଲା ରୁଜୁ କରାଯାଇଥିଲା। ତେବେ ଗିରଫ କରି କମଲ ତୁରନ୍ତ ଆଗୁଆ ଜାମିନ୍‌ ପାଇଁ ଆବେଦନ କରିଥିଲେ ଓ ସୋମବାର ହାଇକୋର୍ଟ ତାଙ୍କର ଏହି ଆବେଦନକୁ ଗ୍ରହଣ କରିଛନ୍ତି।

ସ୍ବାଧୀନ ଭାରତର ପ୍ରଥମ ଭୋଟ୍‌ଦାତା ଶ୍ୟାମ ସରନ ନେଗି

ସିମଳା: ସ୍ବାଧୀନ ଭାରତର ପ୍ରଥମ ଭୋଟ୍‌ଦାତା ୧୦୨ ବର୍ଷ ବୟଷ୍କ ଶ୍ୟାମ ସରନ ନେଗି ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ଅବସରରେ ମତଦାନ ସାବ୍ୟସ୍ତ କରିଛନ୍ତି। ଦେଶ ସ୍ବାଧୀନ ହେବା ପରେ ପ୍ରଥମ ସାଧାରଣ ନିର୍ବାଚନ ୧୯୫୨ ଫେବ୍ରୁଆରୀରେ ଅନୁଷ୍ଠିତ ହୋଇଥିଲା। ମାତ୍ର ପ୍ରତିକୂଳ ପାଗ ଆଶଙ୍କାରେ ହିମାଚଳ ପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୫ ମାସ ପୂର୍ବରୁ ଅର୍ଥାତ୍‌ ୧୯୫୧ ଅକ୍ଟୋବର ୨୩ରେ ମତଦାନ ହୋଇଥିଲା। ଜଣେ ସ୍କୁଲ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବା ନେଗିଙ୍କର ପୋଲିଂ ଡ୍ୟୁଟି ଥିବାରୁ ସେ କିନୌରରେ ଥିବା ତାଙ୍କ ଗାଁ କଳ୍ପାରେ ସକାଳ ୭ଟାରେ ପ୍ରଥମ ଭୋଟର ଭାବେ ଭୋଟ୍‌ ଦେଇ ତାଙ୍କ ଡ୍ୟୁଟି ପଡ଼ିଥିବା ପୋଲିଂ ଷ୍ଟେସନକୁ ଚାଲିଯାଇଥିଲେ। ଏହା ପରେ ପରେ ତାଙ୍କୁ ଜଣାଇ ଦିଆଯାଇଥିଲା ଯେ ନେଗି ହେଉଛନ୍ତି ସ୍ବାଧୀନ ଭାରତର ଭୋଟର ଯିଏକି ପ୍ରଥମ ଭୋଟର ଭାବେ ମତଦାନ କରିବାରେ ଗୌରବ ହାସଲ କରିଛନ୍ତି।

ଚୀନରେ ବୃତ୍ତିଗତ ରୋଗରେ ପୀଡ଼ିତ ୨.୫ କୋଟି କର୍ମଚାରୀ
ଟର୍ମିନେଟର୍‌ଙ୍କୁ ଦକ୍ଷିଣ ଆଫ୍ରିକାରେ ଆକ୍ରମଣ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ନୋବେଲ ଡିନର୍
ନୋବେଲ ପୁରସ୍କାର ଭଳି ନୋବେଲ ଡିନରର ମର୍ଯ୍ୟାଦା ଅତି ଗୁରୁତ୍ୱପୂର୍ଣ୍ଣ। ନୋବେଲ ପୁରସ୍କାର ପ୍ରଦାନ ପରେ ପ୍ରତି ବର୍ଷ ଡିସେମ୍ବର ୧୦ ତାରିଖରେ ଷ୍ଟକହୋମ୍ ସିଟିର ବ୍ଳୁ ହଲ୍‌ରେ ଏହି ରାତ୍ରିଭୋଜନର ଆୟୋଜନ କରାଯାଏ। ଏଥିରେ ସ୍ବିଡେନର ରାଜ ପରିବାର, ପ୍ରଧାନମନ୍ତ୍ରୀ, ପଦସ୍ଥ ସରକାରୀ ବ୍ୟକ୍ତି, ନୋବେଲ ବିଜେତା ଏବଂ ଅତିଥି ଉପସ୍ଥିତ ରହନ୍ତି। ପ୍ରତ୍ୟେକ ନୋବେଲ ବିଜେତା ଏଠାକୁ ୧୬ ଜଣ ଅତିଥିଙ୍କୁ ସାଥିରେ ଆଣି ପାରିବେ। ଏହି ଭୋଜନର ସମୟ ସୀମା ୪ ଘଣ୍ଟା। ଏଥିରେ ନୋବେଲ ବିଜେତାମାନେ ସଂକ୍ଷିପ୍ତ ବକ୍ତବ୍ୟ ପ୍ରଦାନ କରନ୍ତି। ଚାରି ଦିନ ଆଗରୁ ୪୦ ଜଣ ରୋଷେୟା ୨୦୦ ବ୍ୟକ୍ତିଙ୍କ ସହାୟତାରେ ଭୋଜନ ପ୍ରସ୍ତୁତିରେ ଲାଗିଯାଆନ୍ତି। ୬୦ଟି ଟେବୁଲରେ ଥିବା ୭୦୦୦ ଥାଳି, ୫୦୦୦ ଗ୍ଳାସ୍ ଏବଂ ୧୦,୦୦୦ ରୁପା ବାସନରେ ଖାଦ୍ୟ ପରଷା ଯାଏ। ଏହି ଡିନରର ମୂଲ୍ୟ ୪ କୋଟି ଟଙ୍କା। ୧୯୭୯ ମସିହାର ନୋବେଲ ଶାନ୍ତି ବିଜେତା ମଦର ଟେରେସାଙ୍କ ଅନୁରୋଧ କ୍ରମେ ସେହି ବର୍ଷ ଏହି ଭୋଜନ ବାତିଲ୍‌ କରାଯାଇ ସେହି ଅର୍ଥ ତାଙ୍କୁ ପ୍ରଦାନ କରାଯାଇଥିଲା।

ଜନମତ

ଶ୍ରୀମନ୍ଦିରରେ ଭକ୍ତଙ୍କ ଦର୍ଶନକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ନିମନ୍ତେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦେଶ କ୍ରମେ ଆରମ୍ଭ ହୋଇଥିବା ଧାଡ଼ି ଦର୍ଶନ ବ୍ୟବସ୍ଥା ସହ ଆପଣ ଏକମତ ତ ?