ଭୁବନେଶ୍ବର: ଓଡ଼ିଆ ସିନେମାର ଜନକ ମୋହନ ସୁନ୍ଦର ଦେବ ଗୋସ୍ବାମୀଙ୍କ ପ୍ରଥମ ଚଳଚ୍ଚିତ୍ର ତଥା ପ୍ରଥମେ ମୁକ୍ତିଲାଭ କରିଥିବା ଓଡ଼ିଆ ସିନେମା ‘ସୀତା ବିବାହ’ର ୮୬ ବର୍ଷ ପୂର୍ତ୍ତି ଅବସରରେ ଚଳଚ୍ଚିତ୍ର ଉତ୍ସବ ଓ ଦିବଙ୍ଗତ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କ ଏକାଦଶାହରେ ଏକ ସଙ୍ଗୀତ କାର୍ଯ୍ୟକ୍ରମ ଗୁରୁବାର ଭୁବନେଶ୍ବରସ୍ଥିତ ଭଞ୍ଜକଳା ମଣ୍ଡପ ପ୍ରେକ୍ଷାଳୟରେ ଓଡ଼ିଶାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ଓଡ଼ିଶା ସିନେକ୍ରିଟିକ୍ ଆସୋସିଏସନ, ସଂସ୍କୃତି ଓ ସଂସ୍କୃତି ଏବଂ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ମୁଖ୍ୟ ଅତିଥି ଓ ‘କାଦମ୍ବିନୀ’ର ସମ୍ପାଦିକା ଇତି ସାମନ୍ତ ବିଶେଷ ଅତିଥି ଭାବେ ଯୋଗଦେଇ ପ୍ରତିନିଧିର ସମ୍ପାଦକ ପ୍ରଦୀପ୍ତ କୁମାର ପତିଙ୍କ ସମେତ ୧୧ ଜଣ ସାମ୍ବାଦିକଙ୍କୁ ମୋହନ ସୁନ୍ଦର ଦେବ ଗୋସ୍ବାମୀ ସ୍ମୃତି ସମ୍ମାନ ପ୍ରଦାନ କରିଥିଲେ।
ପୁରୀ: ଓଡ଼ିଶାର ସୁନାମଧନ୍ୟ ସଙ୍ଗୀତଜ୍ଞ, ଗୀତିକାର ତଥା ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କରଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି। ଭୁବନେଶ୍ବରରୁ ତାଙ୍କ ପାର୍ଥିବ ଶରୀର ଆସି ପୁରୀରେ ପହଞ୍ଚିବା ପରେ ବଡ଼ଦାଣ୍ଡ ଦେଇ ତାଙ୍କର ମରଶରୀରକୁ ଶୋଭାଯାତ୍ରାରେ ସ୍ବର୍ଗଦ୍ବାର ନିଆଯାଇଥିଲା। ସୋମବାର ଅପରାହ୍ଣ ପ୍ରାୟ ୪ଟା ୫୦ ସମୟରେ ସ୍ବର୍ଗଦ୍ବାରଠାରେ ପ୍ରଫୁଲ୍ଲ କରଙ୍କ ଅନ୍ତିମ ସଂସ୍କାର ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ସମ୍ପନ୍ନ ହୋଇଛି। ତାଙ୍କ ବଡ଼ପୁଅ ମହାଦୀପ କର ମୁଖାଗ୍ନି ଦେଇଛନ୍ତି। ଅନ୍ତିମ ସଂସ୍କାର ସମୟରେ ସ୍ବଗତଃ ପ୍ରଫୁଲ୍ଲ କରଙ୍କ ସାନପୁଅ ମହାପ୍ରସାଦ କର, ଝିଅ ସନ୍ଧ୍ୟାରାଣୀ ଓ ଦୁଇ ବୋହୂଙ୍କ ସମେତ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ମନ୍ତ୍ରୀ ପ୍ରତାପ ଜେନା ଓ ସମୀର ଦାଶ, ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ଜିଲ୍ଲାପାଳ ସମର୍ଥ ବର୍ମା, ଏସ୍ପି ଡ. କେ.ବିଶାଳ ସିଂହ, ଉପଜିଲ୍ଲାପାଳ ଭବତରଣ ସାହୁ, ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ବୁଦ୍ଧିଜୀବୀ ଏବଂ କଳାପ୍ରେମୀ ତଥା ପ୍ରଫୁଲ କରଙ୍କ ପ୍ରଶଂସକ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।
ନୂଆଦିଲ୍ଲୀ/ଅମରାବତୀ/ଭୁବନେଶ୍ବର: ଓଡ଼ିଶାର ସ୍ବନାମଧନ୍ୟ ସଙ୍ଗୀତ ନିର୍ଦେଶକ, ଗୀତିକାର ତଥା କଣ୍ଠଶିଳ୍ପୀ ପ୍ରଫୁଲ୍ଲ କରଙ୍କ ବିୟୋଗରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲ୍ ଓ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି।
ଭୁବନେଶ୍ବର: ଚାଲିଗଲେ କମଳ ଦେଶ ରାଜକୁମାର। ଆଉ ଶୁଣିବାକୁ ମିଳିବନି ସୁମଧୁର ‘କମଳ ଦେଶ ରାଜକୁମର ମୋ ହାତରେ ପୁଷ୍ପଧନୁ…’। ଆଉ ନାହାନ୍ତି ଏହି ସୁମଧୁର ସଙ୍ଗୀତର କାଳଜୟୀ ସ୍ରଷ୍ଟା ତଥା ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କର। ଲକ୍ଷ ଲକ୍ଷ ପ୍ରଶଂସକଙ୍କୁ ପର କରି ଅଫେରା ରାଇଜକୁ ଚାଲି ଯାଇଛନ୍ତି ‘…ଲକ୍ଷେ ରାଜାରେ ମଉଡ଼ମଣି ମୋ’ ନାମ ଚନ୍ଦ୍ରଭାନୁ’ର ପ୍ରଖ୍ୟାତ ଗାୟକ ତଥା ସୁନାମଧନ୍ୟ ସଙ୍ଗୀତ ନିର୍ଦେଶକ ପ୍ରଫୁଲ୍ଲ କର। ୮୩ ବର୍ଷ ବୟସରେ ଭୁବନେଶ୍ବର ସତ୍ୟନଗରସ୍ଥିତ ତାଙ୍କ ବାସଭବନରେ ରବିବାର ରାତିରେ ପ୍ରଫୁଲ୍ଲଙ୍କର ପରଲୋକ ଘଟିଛି। ରବିବାର ରାତି ପ୍ରାୟ ୯ଟାରେ ରାତ୍ରିଭୋଜନ କରି ସେ ବିଶ୍ରାମ ନେଇଥିଲେ। ପ୍ରାୟ ସାଢ଼େ ୯ଟା ବେଳକୁ ସେ ଅସୁସ୍ଥ ଅନୁଭବ କରିଥିଲେ। ତାଙ୍କ ଅକ୍ସିଜେନ୍ ସ୍ତର ହଠାତ୍ କମିଯାଇଥିଲା। ଏହାର କିଛି ସମୟ ଭିତରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ମନୋରମା କର, ଦୁଇ ପୁଅ ମହାଦୀପ ଓ ମହାପ୍ରସାଦ, ଦୁଇ ବୋହୂଙ୍କ ସମେତ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ତାଙ୍କ ପରଲୋକ ଖବର ପାଇ ବନ୍ଧୁ, ଶୁଭେଚ୍ଛୁମାନେ ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହିତ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଆସନ୍ତାକାଲି ପୁରୀ ସ୍ବର୍ଗଦ୍ବାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ ବୋଲି ପରିବାର ସୂତ୍ରରୁ ସୂଚନା ମିଳିଛି। ସଙ୍ଗୀତ ଜଗତକୁ ବିଶେଷ ଅବଦାନ ପାଇଁ ଓଡ଼ିଶାର ଘରେ ଘରେ ପରିଚିତ ପ୍ରଫୁଲ୍ଲଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦୀର୍ଘ ୬ ଦଶନ୍ଧି ଧରି ଓଡ଼ିଆ ସଙ୍ଗୀତ ଦୁନିଆକୁ ଆଚ୍ଛାଦିତ କରି ରଖିଥିବା ପ୍ରଫୁଲ୍ଲଙ୍କ ବିୟୋଗରେ ଓଡ଼ିଶାର ସଙ୍ଗୀତ ଜଗତ ସ୍ତବ୍ଧ ହୋଇଯାଇଛି। ତାଙ୍କ ଅବର୍ତ୍ତମାନରେ ଓଡ଼ିଆ ସଙ୍ଗୀତ ଜଗତରେ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ପ୍ରଫୁଲ୍ଲଙ୍କ ପରଲୋକରେ ସବୁ ମହଲରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୦ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୮ ବର୍ଷରୁ କମ୍ ବୟସ୍କ ୩ ଜଣ ଶିଶୁ ଓ କିଶୋର କୋରୋନା ପଜିଟିଭ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ୧୧ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଲକ୍ଷ ୮୭ ହଜାର ୯୦୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୨ ଲକ୍ଷ ୭୮ ହଜାର ୬୦୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୨୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୮ ବର୍ଷରୁ କମ୍ ବୟସ୍କ ୨ ଜଣ ଶିଶୁ ଓ କିଶୋର କୋରୋନା ପଜିଟିଭ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ୨୨ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଲକ୍ଷ ୮୭ ହଜାର ୮୬୦ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୨ ଲକ୍ଷ ୭୮ ହଜାର ୫୪୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୧୩୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୪ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୮ ବର୍ଷରୁ କମ୍ ବୟସ୍କ ୪ ଜଣ ଶିଶୁ ଓ କିଶୋର କୋରୋନା ପଜିଟିଭ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ୨୮ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଲକ୍ଷ ୮୭ ହଜାର ୮୨୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୨ ଲକ୍ଷ ୭୮ ହଜାର ୪୪୧ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୦୮ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର: ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୁଧବାର ୨୦୨୨-୨୩ ବର୍ଷ ନିମନ୍ତେ ୨ ଲକ୍ଷ କୋଟି ଟଙ୍କାର ଲେଖାନୁଦାନ ବଜେଟ୍ ଉପସ୍ଥାପନ କରିଛନ୍ତି। ଏହା ୨୦୨୧-୨୨ ବର୍ଷ ତୁଳନାରେ ୧୭.୬୫ ଅଧିକ ଅଟେ। ଚଳିତବର୍ଷ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେତୁ ମାର୍ଚ୍ଚ ୩୧ ତାରିଖ ପୂର୍ବରୁ ବଜେଟ୍ ଉପସ୍ଥାପନ ସମ୍ଭବ ନ ଥିଲା। ତେଣୁ ଏକ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପରିବର୍ତ୍ତେ ରାଜ୍ୟ ସରକାର ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଚାରିମାସ ପାଇଁ ୧ ଲକ୍ଷ ୬ ହଜାର ୪୯୮କୋଟି ଟଙ୍କାର କାମଚଳା ବଜେଟ୍ ପ୍ରସ୍ତାବ ରଖିଛନ୍ତି। ଏହାଦ୍ୱାରା ପ୍ରଚଳିତ ପ୍ରତିଷ୍ଠାନ, ଯୋଜନା ଏବଂ ପ୍ରକଳ୍ପଗୁଡିକ ନିମନ୍ତେ ଆବଶ୍ୟକୀୟ ଖର୍ଚ୍ଚ ପାଇଁ ସମ୍ବଳ ଯୋଗାଇ ଦେବାରେ ସରକାର ସକ୍ଷମ ହେବେ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୯ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୮ ବର୍ଷରୁ କମ୍ ବୟସ୍କ ୧୭ ଜଣ ଶିଶୁ ଓ କିଶୋର କୋରୋନା ପଜିଟିଭ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ୩୭ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଲକ୍ଷ ୮୭ ହଜାର ୬୦୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୨ ଲକ୍ଷ ୭୮ ହଜାର ୩୫ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୦୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବସାଲଇ ଗ୍ରାମରେ ଥିବା ଶାଖା ଡାକଘରେ କାର୍ଯ୍ୟରତ ମହିଳା ପୋଷ୍ଟମାଷ୍ଟର ରେଣୁବାଳା ନାଏକଙ୍କୁ ଦେବଗଡ଼ ଥାନା ପୋଲିସ ଠକେଇ ଅଭିଯୋଗରେ ଗିରଫ କରିଛି। ପୋଲିସ ସୂଚନାନୁସାରେ ରେଣୁବାଳା ଗତ ୨୦୧୯ ମସିହାରୁ ଉକ୍ତ ଡାକଘରେ କାର୍ଯ୍ୟ କରୁଥିବା ବେଳେ ଗାଁ’ର କିଛି ଲୋକଙ୍କ ଟଙ୍କା ଡାକଘରେ ଜମା କରାଇଥିଲେ। ମାଚ୍ୟୁରିଟି ହେବା ପରେ ଜମାକାରୀ ଟଙ୍କା ଉଠାଣ ପାଇଁ ଆସିବାରୁ ରେଣୁବାଳା ପୁଣି ଥରେ ଉକ୍ତ ଟଙ୍କାକୁ ଜମା କରିବାକୁ ପରାମର୍ଶ ଦେଇଥିଲେ। ତାଙ୍କ କଥାରେ ବିଶ୍ବାସ କରି ଜମାକାରୀମାନେ ସେମାନଙ୍କ ଟଙ୍କା ପୁନଃ ଜମା କରିଥିଲେ।
ଭୁବନେଶ୍ବର: ବଦଳିବ +୨ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ସୂଚୀ । ଖୁବଶୀଘ୍ର ପିଲାଙ୍କ ପରୀକ୍ଷା ସୂଚୀ ବଦଳାଇବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ସୂଚନା ମୁତାବକ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ କରାଇବାକୁ ଗଣଶିକ୍ଷା ମନ୍ତ୍ରୀ ନିର୍ଦେଶ ଦେଇଥିବା ଜଣାପଡ଼ିଛି। ସିଏଚଏସଇକୁ ଏନେଇ ନିର୍ଦେଶ ଦେବା ସହ ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏହାକୁ ପରିବର୍ତ୍ତନ କରାଇବାକୁ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ଦାଶ।
ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୭ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୨୨ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୧୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୮ ବର୍ଷରୁ କମ୍ ବୟସ୍କ ୯ ଜଣ ଶିଶୁ ଓ କିଶୋର କୋରୋନା ପଜିଟିଭ ଅଛନ୍ତି। ସୂଚନାଯୋଗ୍ୟ, ଗତକାଲି ୪୩ ଜଣ କୋରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୨ ଲକ୍ଷ ୮୭ ହଜାର ୫୪୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୨ ଲକ୍ଷ ୭୭ ହଜାର ୯୭୦ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୪୦୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ନୂଆଦିଲ୍ଲୀ: ୨୦୨୨ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କୁ ସୋମବାର ରାଷ୍ଟ୍ରପତି ଭବନରେ ଏକ ସ୍ବତନ୍ତ୍ର ସମାରୋହରେ ପୁରସ୍କାର ପ୍ରଦାନ କରାଯାଇଛି। ଓଡ଼ିଶାର ଦୁଇ ସୁପରିଚିତ ବ୍ୟକ୍ତିତ୍ବଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ବିଶିଷ୍ଟ ସାହିତ୍ୟିକ ଓ ଶିକ୍ଷାବିତ ଡ.ପ୍ରତିଭା ରାୟଙ୍କୁ ‘ପଦ୍ମଭୂଷଣ’ ଓ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କୁ ‘ପଦ୍ମଶ୍ରୀ’ ପୁରସ୍କାର ପ୍ରଦାନ କରାଯାଇଛି। ଏମାନଙ୍କ ସହ ବିଭିନ୍ନ ରାଜ୍ୟର ସମୁଦାୟ ୭୪ ଜଣ ସଫଳ ବ୍ୟକ୍ତିତ୍ବଙ୍କୁ ସୋମବାରର ସମାରୋହରେ ପୁରସ୍କୃତ କରାଯାଇଛି। ଏହି ପୁରସ୍କାର ପ୍ରଦାନ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ, ଜାନୁଆରୀ ୨୫ ତାରିଖ ଦିନ କେନ୍ଦ୍ର ସରକାର ୨୦୨୨ ବର୍ଷର ପଦ୍ମ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରିଥିଲେ।
ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଚାନ୍ଦିପୁରସ୍ଥିତ ଡିଆରଡିଓର ଆଇଟିଆର ଲଞ୍ଚ ପ୍ୟାଡ୍ରୁ ରବିବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍ରେ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର (ଏମଆର-ସାମ୍)ର ସଫଳ ପରୀକ୍ଷଣ ହୋଇଯାଇଛି। ଡିଆରଡିଓ ଓ ସେନା ବାହିନୀର ମିଳିତ ସହଯୋଗରେ ଏହି ପରୀକ୍ଷା କରାଯାଇଥିଲା।ମଧ୍ୟମ ଦୂରଗାମୀ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପ ହୋଇ ପାରୁଥିବା ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ୨୫ରୁ ୩୦ କିଲୋମିଟର ପର୍ଯ୍ୟନ୍ତ ରହିଥିବାବେଳେ ୧୨ କିଲୋମିଟର ଆକାଶ ମାର୍ଗରେ ଥାଇ ମଧ୍ୟ ଲକ୍ଷ୍ୟସ୍ଥଳକୁ ଧ୍ବଂସ କରିପାରିବା ଭଳି ଏହାର କ୍ଷମତା ରହିଛି। ଶବ୍ଦର ବେଗଠାରୁ ସାଢ଼େ ୪ ଗୁଣ ଅଧିକ ବେଗରେ ଏହା ଗତି କରିଥାଏ। ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି କ୍ଷେପଣାସ୍ତ୍ରରେ ସଲିଡ୍ ପ୍ରପୋଲ୍ୟାଂଟ ରକେଟ ଇଂଜିନ ବ୍ୟବହାର କରାଯାଇଛି।
ଭୁବନେଶ୍ବର: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ୍ ମାନସ ସ୍ବାଇଁ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଗିରଫ କରାଯାଇଛି। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ମଧ୍ୟ ଗିରଫ କରାଯାଇଛି। ସୋମବାର ଉଭୟଙ୍କୁ ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ଭଦ୍ରକ ଜିଲ୍ଳା ନଳାଙ୍ଗରୁ ଗିରଫ କରିଥିବା ସୂଚନା ମିଳିଛି। ଗିରଫ ହେବା ପରେ ଉଭୟ ଅଭିଯୁକ୍ତଙ୍କୁ ଆଜି ଚାନ୍ଦବାଲିର ଜେଏମଏଫସି କୋର୍ଟରେ ହାଜର କରାଯିବ। ଘଟଣାର ଅଧିକ ତଦନ୍ତ ପାଇଁ ଦୁଇ ଜଣଙ୍କୁ ୧୦ ଦିନର ରିମାଣ୍ଡରେ ନେବା ପାଇଁ ଆବେଦନ କରିବ କ୍ରାଇବ୍ରାଞ୍ଚ। ଏହି ଘଟଣାରେ ପୂର୍ବରୁ ଓଆଇଏସ ନିରଞ୍ଜନ ସେଠୀ ଗିରଫ ହୋଇଥିଲେ।
ଅଧିକ ଦେଖନ୍ତୁ