ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଦେଶରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୯୪୯ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୯,୯୭୨କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୫,୨୧,୭୪୭ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ସେହିପରି ଦିନକରେ ଆଉ ୮୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୭,୦୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି। ଏବେ ବି ୧୧ ହଜାର ୧୯୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୩ ପ୍ରତିଶତ ରହିଛି।
ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଦେଶରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭୯୬ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୬,୯୨୮କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୫,୨୧,୭୧୦ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ସେହିପରି ଦିନକରେ ଆଉ ୯୪୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୪,୩୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି। ଏବେ ବି ୧୦ ହଜାର ୮୮୯ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ସକ୍ରିୟ ଆକ୍ରାନ୍ତ ହାର ୦.୦୩ ପ୍ରତିଶତ ରହିଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗରିବଙ୍କ ପାଇଁ ତିନି କୋଟିରୁ ଅଧିକ ପକ୍କାଘର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ନେଇ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି କହିଛନ୍ତି, ମୌଳିକ ସୁବିଧା ଥିବା ଏହି ଘର ସବୁ ଆଜି ମହିଳା ସଶକ୍ତିକରଣର ପ୍ରତୀକ ପାଲଟିଛି। ଦେଶର ପ୍ରତ୍ୟେକ ଗରିବ ଲୋକଙ୍କୁ ପକ୍କା ଘର ଯୋଗାଇବା ପାଇଁ ଆମେ ଆମର ସଂକଳ୍ପରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛୁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରିଛନ୍ତି। ଏହା କେବଳ ଲୋକଙ୍କ ଅଂଶଗ୍ରହଣରେ ସମ୍ଭବ ହୋଇଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ନୂଆଦିଲ୍ଲୀ: କିଛି ଦିନ ପରେ ପୁଣି ଦେଶରେ ଦୈନିକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଅତିକ୍ରମ କରିଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୧ ହଜାର ୧୦୯ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୩୩,୦୬୭କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୪୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୫,୨୧,୫୭୩ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ସେହିପରି ଦିନକରେ ଆଉ ୧ ହଜାର ୨୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୫,୦୦,୦୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୨୩ ହଜାର ୮୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଆରୋଗ୍ୟ ହାର ୯୮.୭୬ ପ୍ରତିଶତ ରହିଛି। ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୪୯୨ ରହିଛି। ସକ୍ରିୟ ଆକ୍ରାନ୍ତ ହାର ୦.୦୩ ପ୍ରତିଶତ ରହିଛି।
ଡେରାଡୁନ୍: ଉତ୍ତରାଖଣ୍ଡର ଦ୍ୱାଦଶ ମୁଖ୍ୟମନ୍ତ୍ରୀ ଭାବେ ପୁଷ୍କର ସିଂ ଧାମି ବୁଧବାର ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଜେନେରାଲ ଗୁରୁମିତ ସିଂ (ଆର) ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ତାଙ୍କ ସହ ଆଉ ଆଠଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ଧାମି ଲଗାତର ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।
ଚଣ୍ଡିଗଡ: ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ନେତୃତ୍ବରେ ପଞ୍ଜାବର ଆମ୍ ଆଦମୀ ପାର୍ଟି (ଆପ୍) ସରକାର ରାଜ୍ୟର ୩୫ ହଜାର ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦେବାକୁ ନିଷ୍ପତ୍ତି ନେଇଛି। ମଙ୍ଗଳବାର ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଘୋଷଣା କରିଛନ୍ତି। ସ୍ଥାୟୀ ନିଯୁକ୍ତି ପାଇଥିବା କର୍ମଚାରୀମାନେ ଗ୍ରୁପ୍ ସି’ ଓ ଡି’ ବର୍ଗର। ଏହା ସହିତ ଆଗାମୀ ଦିନରେ ଠିକା ଓ ଆଉଟସୋର୍ସିଂ ନିଯୁକ୍ତିକୁ ସମ୍ପୂର୍ଣ୍ଣ ବନ୍ଦ କରିବା ଲାଗି ମୁଖ୍ୟମନ୍ତ୍ରୀ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ମାର୍ଚ୍ଚ ୧୯ରେ ରାଜ୍ୟ କ୍ୟାବିନେଟ୍ର ଅନୁମୋଦନ କ୍ରମେ ୨୫ ହଜାର ନୂଆ ନିଯୁକ୍ତି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିରୁ ୧୦ ହଜାର ପୋଲିସ ବିଭାଗରେ ଓ ୧୫ ହଜାର ଅନ୍ୟ ବିଭାଗରେ ନିଯୁକ୍ତି ପାଇବେ।
ନୂଆଦିଲ୍ଲୀ: ଦେଶରେ କମୁଛି କୋରୋନା ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଦେଶରେ ଦିନକରେ ଆଉ ୧ ହଜାର ୭୭୮ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୨,୭୪୯କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୬୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୫,୧୬,୬୦୫ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ସେହିପରି ଦିନକରେ ଆଉ ୨ ହଜାର ୫୪୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୪,୭୩,୦୫୭ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ବି ୨୩ ହଜାର ୮୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
ଇମ୍ଫାଲ୍: ମଣିପୁରର ମୁଖ୍ୟମନ୍ତ୍ରୀ ଭାବେ ଏନ୍ ବୀରେନ ସିଂହ ଲଗାତର ଦ୍ବିତୀୟ ଥର ପାଇଁ ମଙ୍ଗଳବାର ଶପଥ ନେଇଛନ୍ତି। ମଣିପୁର ରାଜଭବନରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ବୀରେନ ସିଂହଙ୍କୁ ରାଜ୍ୟପାଳ ଲା ଗଣେଶନ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମଣିପୁରରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଏନ୍ ବୀରେନ ସିଂହ। ସେ ହେଙ୍ଗାଙ୍ଗ ବିଧାନସଭା ଆସନରୁ ରେକର୍ଡ ୫ ଥର ପାଇଁ ନିର୍ବାଚିତ ହୋଇଛନ୍ତି। ଏନ୍ ବୀରେନ ସିଂହ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପି ଶରତ ଚନ୍ଦ୍ରଙ୍କୁ ୧୭,୦୦୦ରୁ ଅଧିକ ଭୋଟ୍ରେ ହରାଇଛନ୍ତି।
ନୂଆଦିଲ୍ଲୀ: ଦେଶରେ ଦିନକରେ ଆଉ ୧ ହଜାର ୫୮୧ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୧୦,୯୭୧କୁ ବୃଦ୍ଧି ପାଇଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୩୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ୫,୧୬,୫୪୩ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି। ମୃତ୍ୟୁ ହାର ହେଉଛି ୧.୨୦ ପ୍ରତିଶତ। ସେହିପରି ଦିନକରେ ଆଉ ୨ ହଜାର ୭୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୪,୨୪,୭୦,୫୧୫ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଆରୋଗ୍ୟ ହାର ହେଉଛି ୯୮.୭୪ ପ୍ରତିଶତ।
ପାଣାଜୀ: ପୁଣି ଗୋଆର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପ୍ରମୋଦ ସାୱନ୍ତ। ସୋମବାର ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ପ୍ରମୋଦ ସାୱନ୍ତଙ୍କୁ ନେତା ନିର୍ବାଚିତ କରାଯାଇଛି। ଫଳରେ ଗୋଆରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ୧୧ଦିନ ହେଲା ଲାଗି ରହିଥିବା ପ୍ରତୀକ୍ଷାର ଅନ୍ତ ଘଟିଛି। ବିଧାୟକ ଦଳ ନେତା ନିର୍ବାଚିତ ହେବା ପରେ ପ୍ରମୋଦ ରାଜ୍ୟପାଳ ପିଏସ୍ ଶ୍ରୀଧରନ ପିଲାଇଙ୍କୁ ଭେଟି ସରକାର ଗଠନ ପାଇଁ ଦାବି କରିଛନ୍ତି। ମାର୍ଚ୍ଚ ୨୩ରୁ ୨୫ ତାରିଖ ମଧ୍ୟରେ ନୂଆ ସରକାର ଶପଥ ଗ୍ରହଣ କରିବ।
ଡେରାଡୁନ୍: ନିକଟରେ ଅନୁଷ୍ଠିତ ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ବିଜେପି ବେଶ୍ ଭଲ ପ୍ରଦର୍ଶନ କରିବା ସହ ଲଗାତର ଦ୍ୱିତୀୟ ଥର ପାଇଁ ସଂଖ୍ୟାଗରିଷ୍ଠତା ହାସଲ କରିଛି। କିନ୍ତୁ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିର୍ବାଚନ ହାରିଯାଇଛନ୍ତି। ଏହାପରେ ବି ତାଙ୍କୁ ଦ୍ୱିତୀୟ ଥର ପାଇଁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀ ଭାବେ ଚୟନ କରାଯାଇଛି। ନବନିର୍ବାଚିତ ବିଧାୟକ ଦଳର ନେତା ନିର୍ବାଚିତ ହେବା ପରେ ସେ ଲଗାତର ଦ୍ୱିତୀୟ ଥର ପାଇଁ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ।
ନୂଆଦିଲ୍ଲୀ/ଚଣ୍ଡିଗଡ଼: ଚଳିତ ବର୍ଷ ରାଜ୍ୟସଭା ନିର୍ବାଚନରେ ପୂର୍ବତନ କ୍ରିକେଟର ହରଭଜନ ସିଂହଙ୍କୁ ପଞ୍ଜାବରୁ ଆମ୍ ଆଦମୀ ପାର୍ଟି (‘ଆପ୍’) ପକ୍ଷରୁ ରାଜ୍ୟସଭା ପ୍ରାର୍ଥୀ କରାଯାଇଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ଭାବେ ଭଗବନ୍ତ ମାନ ଶପଥ ନେବା ପରେ ହରଭଜନ ସିଂହଙ୍କ ନାଁ ରାଜ୍ୟସଭାକୁ ପଠାଇବାକୁ ‘ଆପ୍’ନିଷ୍ପତ୍ତି ନେଇଥିବା ଦଳର ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଫଳସ୍ଵରୂପ ଚଳିତ ମାସ ଶେଷ ସୁଦ୍ଧା ‘ଆପ୍’ ରାଜ୍ୟସଭାରେ ୫ଟି ଆସନ ପାଇବ। ଏଥିସହ ଭଜି ପଞ୍ଜାବର ଏକ କ୍ରୀଡ଼ା ବିଶ୍ବବିଦ୍ୟାଳୟର ମୁଖ୍ୟ ହେବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦଙ୍କୁ ସାକ୍ଷାତ କରି ୟୁକ୍ରେନ ସମେତ ବିଭିନ୍ନ ପ୍ରସଙ୍ଗରେ ସୂଚନା ଦେଇଛନ୍ତି। ଗତକାଲି ୟୁକ୍ରେନରେ ଫସି ରହିଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଅପରେସନ୍ ଗଙ୍ଗା ଅଧୀନରେ ଚାଲିଥିବା ପ୍ରୟାସର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକର ଅଧ୍ୟକ୍ଷତା କରିଥିଲେ। ସେ କହିଛନ୍ତି ଯେ ସେଠାରେ ଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ସୁରକ୍ଷିତ ରଖିବା ପାଇଁ ସମଗ୍ର ସରକାର ଦିନରାତି କାର୍ଯ୍ୟ କରୁଛନ୍ତି। ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି ଯେ ଚାରିଜଣ ବରିଷ୍ଠ ମନ୍ତ୍ରୀଙ୍କୁ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ବିଭିନ୍ନ ରାଷ୍ଟ୍ରକୁ ପଠାଇଛନ୍ତି।
ନୂଆଦିଲ୍ଲୀ/ମୁମ୍ବାଇ: ଆରପାରିରେ ବଲିଉଡର ‘ଡିସ୍କୋ କିଙ୍ଗ୍’ ବପ୍ପି ଲାହିରି। ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇର ଜୁହୁସ୍ଥିତ ଏକ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ବଲିଉଡର ପ୍ରସିଦ୍ଧ ଗାୟକ, ଗୀତିକାର ତଥା ସଙ୍ଗୀତ ନିର୍ଦେଶକ ବପ୍ପି ଲାହିରି ୬୯ ବର୍ଷ ବୟସରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ବପ୍ପି ଦା’ଙ୍କ ପରଲୋକ ଖବର ସାରା ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି। ବପ୍ପିଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଓ ବଲିଉଡ କଳାକାର ଶୋକ ବ୍ୟକ୍ତ କରିଛନ୍ତି। । ତାଙ୍କର ପରଲୋକ ବଲିଉଡ ଜଗତ ପାଇଁ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସୋସାଲ ମିଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବପ୍ପି ଲାହିରିଙ୍କ ଅନ୍ତିମ ସଂସ୍କାର ଫେବ୍ରୁଆରୀ ୧୭ ତାରିଖ ଗୁରୁବାର ଦିନ ମୁମ୍ବାଇର ପବନ ହଂସ ଶ୍ମଶାନରେ କରାଯିବ। ବପ୍ପିଙ୍କ ପୁଅ ବାପ୍ପା ଆମେରିକାରେ ଅଛନ୍ତି। ସେ ଫେରିବା ପରେ ବପ୍ପି ଲାହିରିଙ୍କ ଶବ ସତ୍କାର କରାଯିବ।
ମୁମ୍ବାଇ: ଆଉ ନାହାନ୍ତି ବଲିଉଡର ‘ଡିସ୍କୋ କିଙ୍ଗ୍’। ଆରପାରିରେ ବଲିଉଡର ପ୍ରସିଦ୍ଧ ଗାୟକ, ଗୀତିକାର ତଥା ସଙ୍ଗୀତ ନିର୍ଦେଶକ ବପ୍ପି ଲାହିରି। ମଙ୍ଗଳବାର ବିଳମ୍ବିତ ରାତିରେ ମୁମ୍ବାଇର ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୯ ବର୍ଷ ବୟସ ହୋଇଥିଲା। ଏକାଧିକ ଶାରିରୀକ ଅସୁବିଧା ନିମନ୍ତେ ତାଙ୍କର ଚିକିତ୍ସା ଚାଲିଥିଲା। ପ୍ରାପ୍ତ ସୂଚନା ଅନୁସାରେ ମଙ୍ଗଳବାର ବପ୍ପି ଲାହିରି ଜୁହୁସ୍ଥିତ ତାଙ୍କ ବାସଭବନରେ ଥିବାବେଳେ ଅସୁସ୍ଥ ହୋଇପଡ଼ିଥିଲେ। ତୁରନ୍ତ ତାଙ୍କୁ ଜୁହୁସ୍ଥିତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ‘ଅବ୍ଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପନିଆ’ ଯୋଗୁ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ୍ ମାସରେ ବପ୍ପି ଦା’ କୋଭିଡ୍-୧୯ ପଜିଟିଭ୍ ହେବାରୁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ମଧ୍ୟରେ ସେ ସୁସ୍ଥ ମଧ୍ୟ ହୋଇଥିଲେ। ତା’ପରଠାରୁ ସେ ସମ୍ପୂର୍ଣ୍ଣ ଶଯ୍ୟାଶାୟୀ ହୋଇ ବିଶ୍ରାମ ନେଉଥିଲେ। ଚଳପ୍ରଚଳ ସୁବିଧା ନିମନ୍ତେ ଜୁହୁସ୍ଥିତ ତାଙ୍କ ବାସଭବନରେ ତାଙ୍କ ପାଇଁ ଏକ ହ୍ବିଲ୍ ଚେୟାର୍ ଏବଂ ଲିଫ୍ଟ୍ ବ୍ୟବସ୍ଥା କରାଯାଇଥିଲା। ପରେ ଶରୀର ଅଧିକ ଖରାପ ହେବାରୁ ଚଳିତ ବର୍ଷ ତାଙ୍କୁ ଜୁହୁସ୍ଥିତ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ପ୍ରାୟ ଏକ ମାସ ହେବ ସେ ଚିକିତ୍ସିତ ଅବସ୍ଥାରେ ରହିଥିଲେ। ସୋମବାର ତାଙ୍କୁ ଡିସଚାର୍ଜ କରାଯାଇଥିଲା। ମାତ୍ର ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବପ୍ପି ଲାହିରିଙ୍କ ଦେହାନ୍ତରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି। ବପ୍ପିଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ବହୁ ବରିଷ୍ଠ ବ୍ୟକ୍ତି ଓ ବଲିଉଡ କଳାକାର ଶୋକ ବ୍ୟକ୍ତ କରିଛନ୍ତି। । ତାଙ୍କର ପରଲୋକ ବଲିଉଡ ଜଗତ ପାଇଁ ଏକ ବଡ଼ ଶୂନ୍ୟସ୍ଥାନ ସୃଷ୍ଟି କରିଛି। ସୋସାଲ ମିଡିଆରେ ସେଲିବ୍ରିଟି ଏବଂ ପ୍ରଶଂସକମାନେ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି। ବପ୍ପି ଲାହିରିଙ୍କ ଅନ୍ତିମ ସଂସ୍କାର ଫେବ୍ରୁଆରୀ ୧୭ ତାରିଖ ଗୁରୁବାର ଦିନ ମୁମ୍ବାଇର ପବନ ହଂସ ଶ୍ମଶାନରେ କରାଯିବ। ବପ୍ପିଙ୍କ ପୁଅ ବାପ୍ପା ଆମେରିକାରେ ଅଛନ୍ତି। ସେ ଫେରିବା ପରେ ବପ୍ପି ଲାହିରିଙ୍କ ଶବ ସତ୍କାର କରାଯିବ।
ଅଧିକ ଦେଖନ୍ତୁ