ୱାଶିଂଟନ: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ କରିବା ପରେ ଦେଶରେ ନୂଆ ଶାସନ ଆରମ୍ଭ ହୋଇଛି। ପ୍ରଥମରୁ ହିଁ ବାଇଡେନ ଆକ୍ସନ ମୋଡରେ ଥିବା ଭଳି ମନେହେଉଛି। କାରଣ ବୁଧବାର ସେ ଦାୟିତ୍ବ ସମ୍ଭାଳିବା ପରେ ୧୫ଟି କାର୍ଯ୍ୟକାରୀ ଆଦେଶ ଉପରେ ହସ୍ତାକ୍ଷର କରି ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଷ୍ପତ୍ତିକୁ ବଦଳାଇ ଦେଇଛନ୍ତି। ଏହା ଜରିଆରେ ବାଇଡେନ ପ୍ରବାସୀଙ୍କୁ ଆଶ୍ୱସ୍ତି ଦେଲାଭଳି ଏକ ଆଦେଶ ଉପରେ ମଧ୍ୟ ହସ୍ତାକ୍ଷର କରିଛନ୍ତି। ଏହାର ଲାଭ ୧.୧ କୋଟି ପ୍ରବାସୀଙ୍କୁ ମିଳିବ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଏମାନଙ୍କ ମଧ୍ୟରେ ୫ ଲକ୍ଷ ଭାରତୀୟ ଅଛନ୍ତି।
ଇସଲାମାବାଦ: ପଡ଼ୋଶୀ ଦେଶ ନିଜ ଶକ୍ତି ସାମର୍ଥ୍ୟର ଆକଳନ ପାଇଁ କ୍ଷେପଣାସ୍ତ୍ର ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ରର ପରୀକ୍ଷଣ କରିଥାଏ। ତେବେ ଏହା ଜନବସତି ଠାରୁ ଦୂରରେ ତଥା ସୁରକ୍ଷିତ ସ୍ଥାନରେ କରାଯାଇଥାଏ। ଯଦ୍ଦ୍ବାରା ଧନଜୀବନ ହାନି ହେବାର ସମ୍ଭାବନା କମ ରହିଥାଏ। କିନ୍ତୁ ପାକିସ୍ତାନ କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ନିକଟରେ ପାକିସ୍ତାନ ଏହାର ଶାହିନ୍-୩ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି ସତ ହେଲେ ଏଥିପାଇଁ ଧନଜୀବନକୁ କ୍ଷତି ପହଞ୍ଚିଛି। ଫଳରେ ସରକାରଙ୍କୁ କଡ଼ା ସମାଲୋଚନାର ଶରବ୍ୟ ମଧ୍ୟ ହେବାକୁ ପଡ଼ିଛି।
ୱାଶିଂଟନ: ଆମେରିକାର ନୂଆ ରାଷ୍ଟ୍ରପତି ଜୋ ବାଇଡେନଙ୍କ କ୍ୟାବିନେଟରେ ପ୍ରତିରକ୍ଷା ମନ୍ତ୍ରୀ ଭାବେ ସ୍ଥାନ ପାଇଛନ୍ତି ପୂର୍ବତନ ଜେନେରାଲ୍ ଲୟଡ ଅଷ୍ଟିନ। ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇଁ ମନୋନୀତ ହେବା ପରେ ଅଷ୍ଟିନ ତାଙ୍କ ଦଳୀୟ ସାଂସଦଙ୍କୁ କହିଛନ୍ତି ଯେ ଆଗାମୀ ଦିନରେ ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ ଆହୁରି ମଜଭୁତ ହେବ। ଦୁଇଦେଶ ମଧ୍ୟରେ ହୋଇଥିବା ପ୍ରତିରକ୍ଷା ବୁଝାମଣାକୁ କାର୍ୟ୍ୟକାରୀ କରିବାରେ ସେ ଦୃଢ ପଦକ୍ଷେପ ନେବେ। ବିଶେଷକରି କ୍ବାଡ ସୁରକ୍ଷା କଥାବାର୍ତ୍ତା ଓ ଅନ୍ୟ ଦ୍ବିପାକ୍ଷିକ ବୁଝାମଣାକୁ ଗୁରୁତ୍ବ ଦିଆଯିବା ସହିତ ଦୁଇଦେଶ ମଧ୍ୟରେ ପ୍ରତିରକ୍ଷା ସହଯୋଗ ବୃଦ୍ଧି କରାଯିବ।
ମାଡ୍ରିଡ୍: ବୁଧବାର ଏକ ବଡ଼ ଧରଣର ବିସ୍ଫୋରଣରେ ଥରିଲା ସ୍ପେନ୍ର ରାଜଧାନୀ ମାଡ୍ରିଡ୍। ଏହି ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ପରେ ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ମୁତୟନ ହୋଇଛନ୍ତି।
ୱାଶିଂଟନ: ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଥିବା ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସଙ୍କ ପାଇଁ ଭାରତ ଗର୍ବିତ। କମଲା ମଧ୍ୟ ତାଙ୍କ ସଫଳତାର ସବୁ ଶ୍ରେୟ ତାଙ୍କ ମା’ ଶ୍ୟାମଲା ଗୋପାଳନ୍ଙ୍କୁ ଦେଇଛନ୍ତି। ମା’ଙ୍କ ତ୍ୟାଗ ପାଇଁ ହିଁ ମୁଁ ଆଜି ଏ ସଫଳତା ହାସଲ କରିଛି ବୋଲି ହ୍ୟାରିସ ବୁଧବାର ଶପଥ ଗ୍ରହଣ ପୂର୍ବରୁ କହିଥିଲେ। କମଲାଙ୍କ ମା’ ଶ୍ୟାମଲା ଚେନ୍ନାଇରେ ଜନ୍ମିତ। ଶ୍ୟାମଲାଙ୍କୁ ୧୯ ବର୍ଷ ବୟସ ହୋଇଥିବାବେଳେ ସେ ଭାରତରୁ ଆମେରିକା ଚାଲି ଆସିଥିଲେ ଏବଂ ନିଜକୁ ଜଣେ ଆମେରିକୀୟ ବୋଲି ଗର୍ବ କରୁଥିଲେ। ହ୍ୟାରିସ କହିଛନ୍ତି, ଜଣେ ଭାରତୀୟ କୃଷ୍ଣକାୟ ମହିଳା ତଥା ତାଙ୍କ ମା’ଙ୍କ ପାଇଁ ସେ ଗର୍ବିତ।
ୱାଶିଂଟନ: ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଦେଶ ଆମେରିକାରେ ଆରମ୍ଭ ହୋଇଛି ବାଇଡେନ୍-ହ୍ୟାରିସ ଯୁଗ। ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଆଜି ୭୮ ବର୍ଷୀୟ ଜୋସେଫ ଆର. ବାଇଡେନ ଓ ୪୯ତମ ଉପରାଷ୍ଟ୍ରପତି ଭାବେ ୫୬ ବର୍ଷୀୟା ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ ବୁଧବାର ଶପଥ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜନ୍ ରବର୍ଟସ୍ ବାଇଡେନଙ୍କୁ ଶପଥ ପାଠ କରାଇଥିବା ବେଳେ କମଲା ହ୍ୟାରିସଙ୍କୁ ସୁପ୍ରିମକୋର୍ଟ ବିଚାରପତି ସୋନିଆ ସୋଟୋମେୟର ଶପଥ ପାଠ କରାଇଥିଲେ।
ୱାଶିଂଟନ: ଆଜି ଆମେରିକା ପାଇବ ନୂଆ ରାଷ୍ଟ୍ରପତି। ଆଜି ନବନିର୍ବାଚିତ ରାଷ୍ଟ୍ରପତି ଭାବେ ଶପଥ ନେବେ ଜୋସେଫ ଆର. ବାଇଡେନ। ଆଜି ଭାରତୀୟ ସମୟ ସନ୍ଧ୍ୟା ୮ଟା ୩୦ରେ ବାଇଡେନଙ୍କ ଶପଥ ଗ୍ରହଣ ଉତ୍ସବ ଆରମ୍ଭ ହୋଇଛି। ରାତି ୧୦ଟାରେ ବାଇଡେନ ଦେଶର ୪୬ତମ ରାଷ୍ଟ୍ରପତି ଭାବେ ଏବଂ ଭାରତୀୟ ବଂଶୋଦ୍ଭବ କମଳା ହ୍ୟାରିସ ୪୯ତମ ଉପରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ତେବେ ଏହା ପୂର୍ବରୁ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ୍ ହାଉସ ଛାଡ଼ିଛନ୍ତି। ହ୍ବାଇଟ୍ ହାଉସ ଛାଡ଼ିବା ପୂର୍ବରୁ ଟ୍ରମ୍ପ ନିଜର ଶେଷ ଅଭିଭାଷଣ ରଖିବା ସହିତ ନୂଆ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି। ତେବେ ସେ ତାଙ୍କ ଅଭିଭାଷଣ ସମୟରେ ବାଇଡେନଙ୍କ ନାମ ନେଇନାହାନ୍ତି।
ନୂଆଦିଲ୍ଲୀ: ଗତ ଶନିବାରଠାରୁ ଭାରତରେ କୋଭିଡ୍ ଟିକାର ଉପଯୋଗ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ଏହା ବେଶ୍ ସୁରୁଖୁରୁରେ ଜାରି ରହିଛି। ତେବେ ଇତିମଧ୍ୟରେ ଭାରତ ବିଦେଶ ରାଷ୍ଟ୍ରକୁ କୋଭିଡ୍ ଟିକା ରପ୍ତାନୀ କରିବା ପ୍ରକ୍ରିୟା ଆରମ୍ଭ କରିଛି। ପ୍ରଥମ ଦଫାରେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ ଏହି ଟିକା ଯୋଗାଇ ଦିଆଯିବା ସକାଶେ ନିଷ୍ପତ୍ତି ହୋଇଥିବା ବେଳେ ବୁଧବାର ପୂର୍ବାହ୍ନରେ ପ୍ରଥମ ପର୍ଯ୍ୟାୟ ଟିକା ଯୋଗାଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପଡ଼ୋଶୀ ଦେଶ ଭାବେ ଭୁଟାନକୁ ଦେଢ଼ ଲକ୍ଷ ଡୋଜ୍ କୋଭିଡ୍ ଟିକା ପଠାଯାଇଛି। ମୁମ୍ବାଇସ୍ଥିତ ଛତ୍ରପତି ଶିବାଜୀ ମହାରାଜ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରୁ ଭୁଟାନ୍ ଅଭିମୁଖେ ଏକ ବିମାନ କୋଭିଶିଲ୍ଡ ଟିକା ନେଇ ଯାତ୍ରାରମ୍ଭ କରିଛି। ଅପରାହ୍ନ ସୁଦ୍ଧା ଏହି ଟିକା ଭୁଟାନ୍ ରାଜଧାନୀ ଥିମ୍ପୁରେ ପହଞ୍ଚିବ ବୋଲି ସୂଚନା ଦିଆଯାଇଛି। ଭାରତ ପକ୍ଷରୁ ଭୁଟାନକୁ ଉପହାର ଭାବେ ଏହି ଟିକା ପଠାଯାଇଛି। ପୂର୍ବରୁ କୋଭିଡ୍ କଟକଣା ସତ୍ତ୍ବେ ଭାରତ ଓ ଭୁଟାନ୍ ମଧ୍ୟରେ ନିୟମିତ ଭାବେ ଜରୁରୀ ସାମଗ୍ରୀ ଆଦାନପ୍ରଦାନ ପ୍ରକ୍ରିୟା ଜାରି ରହିଆସିଛି।
ୱାଶିଂଟନ: ୪ ବର୍ଷ ପରେ ଜାନୁଆରୀ ୨୦ ବୁଧବାର ପୁଣି ନୂଆ ସରକାର ଗଢିବାକୁ ଯାଉଛି ଆମେରିକା। ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ରର ୪୬ ତମ ରାଷ୍ଟ୍ରପତି ଭାବେ ଜୋ ବିଡେନ ଓ ୪୯ ତମ ଉପରାଷ୍ଟ୍ରପତି ଭାବେ ଉପରାଷ୍ଟ୍ରପତି କମଲା ହ୍ୟାରିସ ଆଜି ଶପଥ ଗ୍ରହଣ କରିବେ। ଏହି ଶପଥ ଗ୍ରହଣ ଉତ୍ସବ ଭାରତୀୟଙ୍କ ପାଇଁ ଐତିହାସିକ ହେବାକୁ ଯାଉଛି। କାରଣ ବିଶ୍ୱର ସବୁଠୁ ଶକ୍ତିଶାଳୀ ଦେଶର ଉପରାଷ୍ଟ୍ରପତି ପଦରେ ବସିବେ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ।
ନୂଆଦିଲ୍ଲୀ: ପ୍ରଥମ ପଡ଼ୋଶୀ ରାଷ୍ଟ୍ର ଭାବେ ମାଳଦ୍ବୀପ ଭାରତରୁ କୋଭିଡ-୧୯ ଭ୍ୟାକ୍ସିନ ପାଇବ। ବୁଧବାର ୧ ଲକ୍ଷ ଡୋଜ କୋଭିଶିଲ୍ଡ ଟିକା ମାଳଦ୍ବୀପ ପଠାଯିବ ବୋଲି ସରକାରୀ ଭାବେ ଘୋଷଣା ହୋଇଛି। ପ୍ରଥମେ ପଡ଼ୋଶୀ ରାଷ୍ଟ୍ରମାନଙ୍କୁ କୋଭିଡ ଟିକା ପ୍ରଦାନ ନେଇ ଭାରତ ସରକାରଙ୍କ ଘୋଷଣା ଅନୁସାରେ ମାଳଦ୍ବୀପ ପ୍ରଥମେ ଟିକା ପାଇବାକୁ ଯାଉଛି। ଏହାପରେ ବାଂଲାଦେଶ କୋଭିଡ ଟିକା ପାଇବ ବୋଲି ସ୍ପଷ୍ଟ ହୋଇଛି। ଭାରତରୁ କୋଭିଡ ଟିକା ପାଇବା ପାଇଁ ଯାହାସବୁ ପ୍ରକ୍ରିୟା କରାଯିବା କଥା ତାହା ମାଳଦ୍ବୀପସରକାର ଶେଷ କରିଥିବାରୁ ବୁଧବାର ପ୍ରଥମ ପର୍ଯ୍ୟାୟରେ ୧ ଲକ୍ଷ ଡୋଜ କୋଭିଡ ଟିକା ପଠାଯିବ।
ନମପେନ: ମହାମାରୀ କୋରୋନାର ପ୍ରତିଷେଧକ ରୂପେ ଜାନୁଆରୀ ୧୬ରୁ ଭାରତରେ ବିଶ୍ବର ସବୁଠୁ ବଡ଼ ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ଏଥିରେ ଆଷ୍ଟାଜେନେକା ଓ ଅକ୍ସଫୋର୍ଡ ୟୁନିଭର୍ସିଟି ଦ୍ବାରା ପ୍ରସ୍ତୁତ ଏବଂ ସିରମ ଇନଷ୍ଟିଚ୍ୟୁଟ ଦ୍ବାରା ଉତ୍ପାଦିତ କୋଭିଡ ଶିଲ୍ଡ ଟିକା ଏବଂ ଭାରତ ବାୟୋଟେକ ଓ ଆଇସିଏମଆର ଦ୍ବାରା ପ୍ରସ୍ତୁତ କୋଭାକ୍ସିନ ଟିକା ବ୍ୟବହାର କରାଯାଉଛି। ଏହାପରେ କେତେକ ଦେଶ ଭାରତରୁ କୋରୋନା ଟିକା ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏବେ ଏହିକ୍ରମରେ କାମ୍ବୋଡିଆ ପ୍ରଧାନମନ୍ତ୍ରୀ ହୁନ ସେନ ବି ଭାରତକୁ କୋରୋନା ପାଇଁ ଅନୁରୋଧ କରିଛନ୍ତି। କାମ୍ବୋଡିଆ ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାପଡିଛି।
ଜେନେଭା: ଚୀନର ଉହାନ ସହରରୁ ଉତ୍ପତ୍ତି ଲାଭ କରିଥିବା ମହାମାରୀ କୋରୋନା ପରବର୍ତ୍ତୀ ସମୟରେ ଜଙ୍ଗଲ ନିଆଁ ଭଳି ବିଶ୍ବର ଅନେକ ଦେଶକୁ ବ୍ୟାପିଯାଇ ପ୍ରଭ୍ତ କ୍ଷତି ଘଟାଇଛି। ଏଣୁ କୋରୋନା ସଂକ୍ରମଣ ପାଇଁ ଚୀନ ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଦାୟୀ ବୋଲି ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଚୀନ ଏବଂ ଡବ୍ଲ୍ୟୁଏଚ୍ଓ କୌଣସି ସାବଧାନତା ଅବଲମ୍ବନ କରି ନ ଥିବା ରିପୋର୍ଟରେ ଦର୍ଶାଯାଇଛି। ଏହି ରିପୋର୍ଟ ଇଣ୍ଡିପେଣ୍ଡେଣ୍ଟ ପ୍ୟାନେଲ୍ ଫର୍ ପାଣ୍ଡେମିକ୍ ପ୍ରିପାଏର୍ଡନେସ୍ ଆଣ୍ଡ ରେସପନ୍ସ୍ ପକ୍ଷରୁ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଚୀନ ଚାହିଁଥିଲେ ମହାମାରୀ ସଂକ୍ରମଣକୁ ରୋକି ପାରିଥାନ୍ତା। ମାତ୍ର ଚୀନ ଏଭଳି ପଦକ୍ଷେପ ଗ୍ରହଣ ନ କରିବାରୁ କୋରୋନା ମହାମାରୀ ପୃଥିବୀ ସାରା ବ୍ୟାପି ଯାଇଥିଲା।
ଦୁବାଇ: ଭାରତୀୟ ଦଳ ବ୍ରିସବେନର ଗାବାରେ ବଡ଼ ବିଜୟ ହାସଲ କରିବା ସହ ପୁଣି ଥରେ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିଅନଶିପର ଶୀର୍ଷକୁ ଉନ୍ନୀତ ହୋଇଛି। ପରାଜିତ ଅଷ୍ଟ୍ରେଲିଆ ୩ୟ ସ୍ଥାନକୁ ଖସି ଯାଇଥିଲା ବେଳେ ନ୍ୟୁଜିଲାଣ୍ଡ ମାନ୍ୟତାରେ ଦ୍ବିତୀୟ ସ୍ଥାନରେ ରହିଛି। ଏଠାରେ ସୂଚନାଯୋଗ୍ୟ ଯେ ବିଶ୍ବ ଟେଷ୍ଟ ଚାମ୍ପିଅନଶିପ ଫାଇନାଲ ମ୍ୟାଚ ମାନ୍ୟତାର ଶ୍ରେଷ୍ଠ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ହେବ। ଟେଷ୍ଟ ମ୍ୟାଚର ଲୋକପ୍ରିୟତା ଓ ଆଦରଣୀୟତା ବଢ଼ାଇବା ଲକ୍ଷ୍ୟରେ ଆଇସିସି ପକ୍ଷରୁ ପ୍ରଥମ ଥର ପାଇଁ ବିଶ୍ବ ଟେଷ୍ଟ ଚାମ୍ପିଅନଶିପ ଆୟୋଜନ କରାଯାଉଥିଲା ବେଳେ ମାନ୍ୟତାର ପ୍ରଥମ ଦୁଇ ସ୍ଥାନ ପାଇଁ ପ୍ରତିଦ୍ବନ୍ଦ୍ବିତା ତୀବ୍ରତର ହୋଇଛି।
ବ୍ରିସବେନ୍: ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ସିରିଜର ଶେଷ ମ୍ୟାଚକୁ ଭାରତ ୩ ଓ୍ବିକେଟରେ ଜିତି ଘରୋଇ ଅଷ୍ଟ୍ରେଲିଆକୁ ଧୂଳି ଚଟାଇବାରେ ସକ୍ଷମ ହୋଇଛି। ଏହି ମ୍ୟାଚରୁ ଭାରତର ଏକାଧିକ ତାରକା ଖେଳାଳି ଆହତ କାରଣରୁ ବାଦ୍ ପଡ଼ିଥିଲେ ମଧ୍ୟ ଯୁବ ଖେଳାଳିମାନେ ସେମାନଙ୍କ ପ୍ରତିଭାର ପରିଚୟ ଦେଇ ଘରୋଇ ଦଳ ଉପରେ ବେଶ୍ ଭାରୀ ପଡ଼ିଥିଲେ। ଶେଷ ଦିନରେ ବିଜୟ ପାଇଁ ୩୨୪ ରନ୍ ଆବଶ୍ୟକ କରୁଥିବା ଭାରତ ମ୍ୟାଚକୁ ଡ୍ର’ ରଖିବାକୁ ଉଦ୍ୟମ କରିବ ବୋଲି ସାଧାରଣରେ ଏକ ଧାରଣା ସୃଷ୍ଟି ହୋଇଥିଲେ ମଧ୍ୟ ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ ଓ ଋଷଭ ପନ୍ତ୍ ଯଥାକ୍ରମେ ୯୧ ଓ ୮୯ ରନ୍ କରିବା ଫଳରେ ଭାରତ ଟିମ୍ ପେନଙ୍କ ନେତୃତ୍ବାଧୀନ ଅଷ୍ଟ୍ରେଲିଆକୁ ୨-୧ରେ ଟେଷ୍ଟ୍ ସିରିଜ୍ରେ ପରାସ୍ତ କରିବା ସହ ବର୍ଡର-ଗାଭାସ୍କର ଟ୍ରଫି ବଜାୟ ରଖିଛି। ଏହି ଚମତ୍କାର ବିଜୟ ସହ ଗାବାରେ ଅଷ୍ଟ୍ରେଲିଆର ଦୀର୍ଘ ୩ ଦଶନ୍ଧିର ରାଜୁତିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଗତ ୧୯୮୯ରୁ ଅଷ୍ଟ୍ରେଲିଆ ଏଠାରେ ଖେଳିଥିବା ଟେଷ୍ଟଗୁଡ଼ିକରେ ଗୋଟିଏ ବି ପରାଜୟ ବରଣ କରି ନ ଥିଲା। ଗତ ୨୦୧୯ରେ ଦଳ ଏଠାରେ ଶେଷ ଟେଷ୍ଟ୍ ଖେଳିଥିଲା। କିନ୍ତୁ ଭାରତର ଯୁବ ଖେଳାଳିମାନେ ଅଭିଜ୍ଞତାସମ୍ପନ୍ନ ଅଷ୍ଟ୍ରେଲିଆକୁ ମାତ୍ ଦେବାରେ ସକ୍ଷମ ହୋଇଛନ୍ତି। ଆଲୋଚ୍ୟ ସମୟ ମଧ୍ୟରେ ଅଷ୍ଟ୍ରେଲିଆ ଏଠାରେ ୩୧ଟି ଟେଷ୍ଟ୍ ଖେଳିଥିଲା।
ବ୍ରିସବେନ୍: ପିଙ୍କ୍ ବଲ୍ ଟେଷ୍ଟରେ ଲଜ୍ଜାଜନକ ୩୬ ରନରେ ଅଲ୍ଆଉଟ୍ ହୋଇଥିବା ଟିମ୍ ଇଣ୍ଡିଆ ନିଜର ପ୍ରଦର୍ଶନରେ ଏକରକମ ସଂସ୍କାର ଆଣିବାରେ ସକ୍ଷମ ହୋଇଛି। ପ୍ରଥମ ଟେଷ୍ଟରେ ୮ ୱିକେଟରେ ପରାଜୟ ବରଣ କରି ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ୍ ସିରିଜ୍ରେ ୦-୧ରେ ପଛୁଆ ଥିବା ଭାରତ ପରବର୍ତ୍ତୀ ୩ଟି ଟେଷ୍ଟରେ ପ୍ରଶଂସନୀୟ ପ୍ରଦର୍ଶନ କରିଛି। ଫଳସ୍ବରୂପ ଭ୍ରମଣକାରୀ ଦଳ ୨-୧ରେ ଟେଷ୍ଟ୍ ସିରିଜ୍ ଜିତି ବର୍ଡର୍-ଗାଭାସ୍କର ଟ୍ରଫି ବଜାୟ ରଖିଛି। ଏଥିସହ ଭାରତ ଦୁଇ ବର୍ଷ ତଳେ ଅଷ୍ଟ୍ରେଲିଆ ଗସ୍ତରେ ଐତିହାସିକ ବିଜୟ ହାସଲ କରିଥିବା ବେଳେ ମଙ୍ଗଳବାର ଏହି ଧାରା ବଜାୟ ରଖିବାରେ ସକ୍ଷମ ହୋଇଛି। ବ୍ରିସବେନ୍ ଟେଷ୍ଟର ପଞ୍ଚମ ଦିନରେ ଭାରତ ବିଜୟ ପାଇଁ ୩୨୪ ରନ୍ ଆବଶ୍ୟକ କରୁଥିବା ବେଳେ ଯୁବ ଓପନର ଶୁବମାନ ଗିଲଙ୍କ ୯୧ ଓ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ୍ଙ୍କ ଅପରାଜିତ ୮୯ ରନ୍ ସହାୟତାରେ ମାତ୍ର ୭ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଛି। ଏଥିସହ ଦୀର୍ଘ ୩୨ ବର୍ଷ ଧରି ଏଠାକାର ଗାବା ଗ୍ରାଉଣ୍ଡରେ ଅପରାଜିତ ରହିଥିବା ଅଷ୍ଟ୍ରେଲିଆକୁ ପରାଜୟର ସ୍ବାଦ ଚଖାଇବାରେ ଭାରତୀୟ ଖେଳାଳିମାନେ ସକ୍ଷମ ହୋଇଛନ୍ତି। ୧୩୮ଟି ବଲ୍ ଖେଳି ୯ଟି ଚୌକା ଓ ଗୋଟିଏ ଛକା ଜରିଆରେ ୮୯ ରନ୍ କରି ଅପରାଜିତ ଥିବା ପନ୍ତ୍ଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଓ ସିରିଜରେ ୨୧ଟି ୱିକେଟ୍ ନେଇଥିବା ଅଷ୍ଟ୍ରେଲୀୟ ପେସର୍ ପ୍ୟାଟ୍ କମିନ୍ସଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ୍ ବିବେଚିତ କରାଯାଇଛି। ଗସ୍ତରେ ଭାରତର ୧୦ରୁ ଊର୍ଦ୍ଧ୍ବ ଖେଳାଳି ଆହତ ହେବା ଓ ୪ ଜଣ ଖେଳାଳି ଡେବ୍ୟୁ କରିଥିଲେ ମଧ୍ୟ ସେମାନଙ୍କ ଉପଯୁକ୍ତ ଯୋଗଦାନ ମାଧ୍ୟମରେ ଭାରତ ଏହି ସ୍ମରଣୀୟ ବିଜୟ ହାସଲ କରିଛି।
ଅଧିକ ଦେଖନ୍ତୁ