ରାଜନୀତି

ବିରୋଧୀଙ୍କୁ ମୋଦିଙ୍କ ମୁହଁ ତୋଡ ଜବାବ: ଏନ୍‌ପିଆର ଓ

ନାଗରିକତା ସଂଶୋଧନ ଆଇନ (ସିଏଏ), ଜାତୀୟ ନାଗରିକ ପଞ୍ଜିକା (ଏନ୍‌ଆର୍‌ସି) ଓ ଜାତୀୟ ଜନସଂଖ୍ୟା ପଞ୍ଜିକା (ଏନ୍‌ଆର୍‌ପି)କୁ ନେଇ ବିରୋଧୀଦଳ ଗୁଡ଼ିକ ଶାସକ ଦଳ ବିଜେପି ତଥା ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାତର ଆକ୍ରମଣ କରିଆସୁଥିବା ବେଳେ ପ୍ରଥମ ଥର ପାଇଁ ନିରବତା ଭଙ୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ପ୍ରସଙ୍ଗରେ ସେ ଗୁରୁବାର ସଂସଦର ଉଚ୍ଚ ସଦନ ରାଜ୍ୟସଭାରେ ବିରୋଧୀଙ୍କୁ କଟୁ ସମାଲୋଚନା କରିବା ସହ କାଠଗଡ଼ାରେ ଠିଆ କରିଛନ୍ତି। ଏନ୍‌ଆରପିକୁ ନେଇ ବିରୋଧୀ ଅଯଥା ବାକ୍‌ବିତଣ୍ଡା ମାଧ୍ୟମରେ ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ସହ ଏହାର ଅପ୍‌ଡେଟିଂରେ ପ୍ରତିବନ୍ଧକ ସାଜିଛନ୍ତି। ସେହିପରି ସିଏଏ ପ୍ରସଙ୍ଗରେ ମଧ୍ୟ ବିରୋଧୀ ଦେଶବାସୀଙ୍କୁ ପଥଭ୍ରଷ୍ଟ କରିବା ସହ ଅପରିପକ୍ବ ନେତୃତ୍ବର ପରିଚୟ ଦେଇଛନ୍ତି। ରାଜ୍ୟସଭାର ଯୁଗ୍ମ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବରେ ଗୁରୁବାର ମୋଦି ଏହା କହିଛନ୍ତି।

ପିଏଫ୍‌ଆଇ ସହ ଆପ୍‌ ଓ କଂଗ୍ରେସ ନେତାଙ୍କ ଲିଙ୍କ୍‌, ସଞ୍ଜୟଙ୍କ

କେନ୍ଦ୍ର ସରକାରଙ୍କ ଦ୍ବାରା ଲାଗୁ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ) ପ୍ରତିବାଦରେ କଂଗ୍ରେସ ଓ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ଆନ୍ଦୋଳନ କରିଆସୁଛନ୍ତି। ତେବେ ନିକଟରେ କଂଗ୍ରେସର ବରିଷ୍ଠ ନେତା କପିଲ ସିବଲ୍‌ଙ୍କ ସମେତ ଏକାଧିକ ନେତା କଠୋରପନ୍ଥୀ ଇସଲାମୀୟ ସଂଗଠନ ପପୁଲାର୍‌ ଫ୍ରଣ୍ଟ୍‌ ଅଫ୍ ଇଣ୍ଡିଆ (ପିଏଫ୍‌ଆଇ)ଠାରୁ ଲାଞ୍ଚ ନେଇ ଏହି ଆନ୍ଦୋଳନ କରୁଥିବା ଖବର ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ମୁସଲିମ୍ ସଂଗଠନ ଦ୍ବାରା ଏପରି ଆନ୍ଦୋଳନକୁ ପ୍ରୋତ୍ସାହିତ କରାଯାଉଥିବା ବେଳେ ବିଭିନ୍ନ ରାଜନୈତିକ ଦଳର ନେତାମାନେ ଏଥିପାଇଁ ଲାଞ୍ଚ ଗ୍ରହଣ କରିବା ଘଟଣା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଆସିଛି। ଏବେ ଏହି ସଂଗଠନ ସହ ଆପ୍‌ର ବରିଷ୍ଠ ନେତା ସଞ୍ଜୟ ସିଂହ ଓ ଆହୁରି କେତେକ କଂଗ୍ରେସ ନେତାଙ୍କର ଲିଙ୍କ୍‌ ଥିବା କଥା ପଦାକୁ ଆସିଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଖୋଳତାଡ଼ କରାଯାଉଥିବା ବେଳେ ଏହା ସାମ୍ନାକୁ ଆସିଛି। ଇଡି ହାତରେ ଲାଗିଥିବା କେତେକ କାଗଜପତ୍ରରୁ ଏହା ସ୍ପଷ୍ଟ ହୋଇଛି।

ସିନେଟ୍‌ରେ କାଟ୍‌ ଖାଇଲା ଟ୍ରମ୍ପ୍‌ ବିରୋଧୀ ଅନାସ୍ଥା ପ୍ରସ୍ତାବ

ବୁଧବାର ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ତାଙ୍କ ବିରୋଧରେ ଚାଲିଥିବା ଅନାସ୍ଥା ପ୍ରସ୍ତାବ ପ୍ରସଙ୍ଗରେ ସାମାନ୍ୟ ଆଶ୍ବସ୍ତି ମିଳିଛି। କାରଣ ଆମେରିକୀୟ ସଂସଦର ସିନେଟ୍‌ ସଦନରେ ଏହି ପ୍ରସ୍ତାବ କାଟ୍‌ ଖାଇଛି। ସିନେଟ୍‌ରେ ଟ୍ରମ୍ପ୍‌ଙ୍କ ରିପବ୍ଲିକାନ୍‌ ସମର୍ଥକ ସାଂସଦମାନେ ସମର୍ଥନ କରିବା ଫଳରେ ଅବଧି ପୂରଣର ୯ ମାସ ପୂର୍ବରୁ ରାଷ୍ଟ୍ରପତି ପଦ ଛାଡ଼ିବାର ସମ୍ଭାବନାରେ ରୋକ ଲାଗିଛି। ଏଥିସହ ଏହି ୭୩ ବର୍ଷୀୟ ରାଜନେତା ଆମେରିକା ରାଷ୍ଟ୍ରପତି ଇତିହାସରେ ଅନାସ୍ଥା ପ୍ରସ୍ତାବ ଆଧାରରେ ପ୍ରଥମ ରାଷ୍ଟ୍ରପତି ଭାବେ ବହିଷ୍କାରରୁ ବର୍ତ୍ତିଯାଇଛନ୍ତି। ପୂର୍ବରୁ ମଧ୍ୟ ଆମେରିକାରା ଦୁଇ ଜଣ ରାଷ୍ଟ୍ରପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଥିଲେ ହେଁ ସେମାନେ ବି ସେମାନଙ୍କ ପଦରୁ ବହିଷ୍କୃତ ହୋଇ ନ ଥିଲେ।

ଧାରା ୩୭୦ ହଟାଇବା ମୋଦି ସରକାରର ଏକ ଘାତକ ନିଷ୍ପତ୍ତି

ଗତବର୍ଷ ଅଗଷ୍ଟ ୫ ତାରିଖରେ ଭାରତର ନରେନ୍ଦ୍ର ମୋଦି ସରକାର ସମ୍ବିଧାନରୁ ଧାରା ୩୭୦ ହଟାଇବା ଫଳରେ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଶେଷ ହୋଇଥିଲା। ଏହାକୁ ପାକିସ୍ତାନ ସରକାର ସହଜରେ ହଜମ କରିପାରି ନ ଥିଲା ଓ ଅନ୍ତର୍ଜାତୀୟ ଦେଶମାନଙ୍କୁ ଏହା ବିରୋଧରେ ଉସୁକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ପାକିସ୍ତାନକୁ ଏହି ପ୍ରସଙ୍ଗରେ ବିଶ୍ବ ସମୁଦାୟ ନିକଟରେ ନିରାଶ ହେବାକୁ ପଡ଼ିଥିଲା। ତେବେ ଭାରତ ସରକାରଙ୍କ ଏହି ନିଷ୍ପତ୍ତିକୁ ୬ ମାସରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ପାକିସ୍ତାନ ଏବେ ବି ଏହାକୁ ଭୁଲିବାକୁ ପ୍ରସ୍ତୁତ ନୁହେଁ। ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଶେଷ କରାଯିବା ନିଷ୍ପତ୍ତି ମୋଦି ସରକାରର ଏକ ଘାତକ ନିଷ୍ପତ୍ତି ବୋଲି ମତ ଦେଇଛନ୍ତି।

ଦିଲ୍ଲୀ ପ୍ରଚାର ସରଗରମ: ମୋଦି-ରାହୁଲ ଟକ୍କର

ଆସନ୍ତା ୮ ତାରିଖ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ସରଗରମ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପୂର୍ବତନ ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧି ପ୍ରଚାର ମୈଦାନରେ ସାମ୍ନାସାମ୍ନି ହୋଇଛନ୍ତି। ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ମାଗିବା ବେଳେ କେହି କାହାକୁ ଆକ୍ଷେପ କରିବାରେ ଊଣା କରି ନାହାନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦ୍ବାରକାରେ ପ୍ରଚାର କରିବା ବେଳେ କଂଗ୍ରେସ ଅପେକ୍ଷା ଆପ୍‌କୁ ବେଶୀ ସମାଲେଚନା କରିବା ଦେଖିବାକୁ ମିଳିଛି। ମୋଦିଙ୍କ କହିବାନୁସାରେ ଆପ୍‌ ଘୃଣିତ ରାଜନୀତି ଆରମ୍ଭ କରିଛି। ବିକାଶ କାର୍ଯ୍ୟରେ ମନୋନିବେଶ ନ କରି ଅନ୍ୟକୁ ଦୋଷ ଦେଇ ଖସିବାକୁ ଉଦ୍ୟମ କରୁଛି। ଗତ ନିର୍ବାଚନରେ ଯେଉଁସବୁ ପ୍ରତିଶ୍ରୁତି ଦେଇ ଆପ୍‌ କ୍ଷମତା ଆସିଥିଲା, ତାହା ପୂରଣ କରି ନାହିଁ। ତେଣୁ ଦିଲ୍ଲୀବାସୀ ଏପରି ସରକାର ବଦଳରେ ବିଜେପିକୁ କ୍ଷମତାକୁ ଆଣିଲେ ପ୍ରକୃତ ବିକାଶ ହୋଇପାରିବ ବୋଲି ମୋଦି ତାଙ୍କ ପ୍ରଚାର ଅବସରରେ କହିଥିଲେ।

କ୍ଷମତା ବଜାୟ ରଖିଲେ ଘରେ ଘରେ ରାସନ୍‌ ପହଞ୍ଚାଇବ ଆପ୍‌

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପୂର୍ବରୁ ତା’ର ନିର୍ବାଚନୀ ଇସ୍ତାହାର ‘ସଂକଳ୍ପ ପତ୍ର’ ଜାରି କରିସାରିଥିବା ବେଳେ ମଙ୍ଗଳବାର ଶାସକ ଆପ୍‌ ପକ୍ଷରୁ ‘ଗ୍ୟାରେଣ୍ଟି କାର୍ଡ’ ପ୍ରକାଶ ପାଇଛି। ଆପ୍‌ ନିଜର ଏହି ନିର୍ବାଚନୀ ଇସ୍ତାହାରରେ ୨୮ଟି ପଏଣ୍ଟ୍‌ ଉପରେ ଗୁରୁତ୍ବାରୋପ କରୁଥିବା ବେଳେ ରାଜଧାନୀରେ କ୍ଷମତା ବଜାୟ ରଖିଲେ ଦଳ ଘରେ ଘରେ ରାସନ୍‌ ସାମଗ୍ରୀ ପହଞ୍ଚାଇବା ସକାଶେ ପ୍ରତିଶ୍ରୁତି ଦେଇଛି। ଏହାଛଡ଼ା ଆଗାମୀ ୫ ବର୍ଷରେ ଦଳ ୧୦ ଲକ୍ଷ ବରିଷ୍ଠ ନାଗରିକଙ୍କୁ ମାଗଣାରେ ତୀର୍ଥଭ୍ରମଣ ସୁଯୋଗ ଦେବ। ଆହୁରି ମଧ୍ୟ ସଫେଇ କର୍ମଚାରୀ କର୍ତ୍ତବ୍ୟରତ ଅବସ୍ଥାରେ ମୃତ୍ୟୁବରଣ କଲେ, ସେମାନଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯିବାର ବନ୍ଦୋବସ୍ତ କରିବ ବୋଲି ଆପ୍‌ ପକ୍ଷରୁ ଏହି ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦିଆଯାଇଛି। ଏହି ନିର୍ବାଚନୀ ଇସ୍ତାହାର ପ୍ରତିଟି ନାଗରିକକୁ ସମ୍ମାନ ଓ ସମୃଦ୍ଧିର ସହ ବଞ୍ଚିବାର ଅଧିକାର ପ୍ରଦାନ କରିବ ବୋଲି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି।

ଖୋଲା ବିତର୍କ ପାଇଁ ବିଜେପିକୁ କେଜରିୱାଲ୍‌ଙ୍କ ଚାଲେଞ୍ଜ୍‌

ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନ ସକାଶେ ବିଜେପି ପକ୍ଷରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯାଇ ନ ଥିବା ବେଳେ ମଙ୍ଗଳବାର ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ ବିରୋଧୀ ଦଳକୁ ଚାଲେଞ୍ଜ୍‌ କରିଛନ୍ତି। ବିଜେପି ଖୁବ୍‌ଶୀଘ୍ର ତା’ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରୁ ଓ ଏହି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାଙ୍କ ସହ ସେମାନଙ୍କ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତି ଉପରେ ଖୋଲା ବିତର୍କ କରିବାକୁ କେଜରିୱାଲ୍‌ ଆହ୍ବାନ ଦେଇଛନ୍ତି। ଏଠାରେ ନିର୍ବାଚନୀ ଇସ୍ତାହାର ପ୍ରକାଶ ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେଜରିୱାଲ୍‌ କହିଛନ୍ତି ଯେ ଦିଲ୍ଲୀବାସୀ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବ, ତାହା ଜାଣିବାକୁ ଚାହୁଁଛନ୍ତି। କିନ୍ତୁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ଏହା ଉପରୁ ପରଦା ହଟାଉନାହାନ୍ତି। ସେ ନିଜ ପାଖରେ ସମସ୍ତ କ୍ଷମତା କେନ୍ଦ୍ରୀଭୂତ କରିବାକୁ ଚାହୁଁଛନ୍ତି ବୋଲି କେଜରିୱାଲ୍‌ କହିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ