ରାଜନୀତି

୧୪ରେ ୱାନ୍‌ ନେସନ୍ ୱାନ୍‌ ଫାଷ୍ଟ୍‌ ଟ୍ୟାଗ୍ ବୈଠକ

ଖୁବ୍‌ଶୀଘ୍ର ଟୋଲ୍ ଫି’ ଆଦାୟ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରାଯିବ। ୱାନ୍ ନେସନ୍ ୱାନ୍ ଫାଷ୍ଟଟ୍ୟାଗ୍ ବ୍ୟବସ୍ଥା ଦ୍ବାରା ସାରା ଦେଶରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକରେ ଗୋଟିଏ ପଦ୍ଧତିରେ ଟୋଲ୍‌ ଫି’ ଆଦାୟ କରିବାକୁ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ବାରା ଟୋଲ୍‌ ଫି ଆଦାୟରେ ଅଧିକ ସ୍ବଚ୍ଛତା ଆସିପାରିବ। ଟୋଲ୍‌ ଫି’କୁ ଇଲେକ୍ଟ୍ରୋନିକ୍ସ ପଦ୍ଧତି ବା ନ୍ୟାସନାଲ୍‌ ଇଲେକ୍ଟ୍ରୋନିକ ଟୋଲ୍‌ କଲେକ୍ସନ୍ କାର୍ଯ୍ୟକ୍ରମ ଜରିଆରେ ଆଦାୟ କରାଯିବ। ଏହି ବ୍ୟବସ୍ଥାର କାର୍ଯ୍ୟକାରିତା ଉପରେ ଆଲୋଚନା କରିବାକୁ ଆସନ୍ତା ୧୪ ତାରିଖରେ ଦିଲ୍ଲୀରେ କେନ୍ଦ୍ର ସଡ଼କ ପରିବହନ ଓ ଜାତୀୟ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ବୈଠକରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି ଗଡ଼କରୀ।

ବିଜେପୁରବାସୀଙ୍କୁ ଧୋକା ଦେଇଛନ୍ତି ମୁଖ୍ୟମନ୍ତ୍ରୀ: ଧର୍ମେନ୍ଦ୍ର

ପ୍ରଚାରରେ କମ୍ପୁଛି ବିଜେପୁର। ତିନି ପ୍ରମୁଖ ଦଳ ସେଠାରେ ଜୋର୍‌ଦାର ପ୍ରଚାର ଚଳାଇଛନ୍ତି। ବିଜେପି ପ୍ରାର୍ଥୀ ସନତ ଗଡ଼ତିଆଙ୍କ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶୁକ୍ରବାର ଗାଇସିଲଟ୍‌ରୁ ପ୍ରଚାର ଆରମ୍ଭ କରିଛନ୍ତି। ଏହି ପରିପ୍ରେକ୍ଷୀରେ ତାଲପାଲିରେ ଅନୁଷ୍ଠିତ ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ୍‌ କରିଛନ୍ତି। ବିଜେପୁରର ଦାୟିତ୍ୱ ନେବା କହି ଅଞ୍ଚଳବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତାରଣା କରିଛନ୍ତି। ବିଜେପୁରରେ କ’ଣ ପାଇଁ ଉପନିର୍ବାଚନ ହେଉଛି? ଏହା ମୂଳ ପ୍ରସଙ୍ଗ। ଗତ ସାଧାରଣ ନିର୍ବାଚନରେ ବିଜେପୁରବାସୀ ମୁଖ୍ୟମନ୍ତ୍ରୀଙ୍କୁ ଭରସା କରି ଭୋଟ୍‌ ଦେଇଥିଲେ। ‘ମୁଁ ବିଜେପୁରର ବିକାଶ କରିବି’ ବୋଲି ମୁଖ୍ୟମନ୍ତ୍ରୀ ନିର୍ବାଚନ ପ୍ରଚାରରେ କହିଥିଲେ କିନ୍ତୁ ବିଜେପୁରରେ ବିଜୟ ହାସଲ କରିବା ପରେ ମଧ୍ୟ ଏଠାରେ ବିକାଶ କୂଆଡ଼େ ଗଲା? ଲମ୍ବା ସମୟ ଧରି ଶାସନରେ ଥିବା ମୁଖ୍ୟମନ୍ତ୍ରୀ କାହିଁକି ହିଞ୍ଜିଳି ଆସନରୁ ନ ଓହରି ବିଜେପୁର ଆସନରୁ ଓହରିଗଲେ? କାହଁକି ବିଜେପୁରବାସୀଙ୍କ ଭରସାକୁ ମୁଖ୍ୟମନ୍ତ୍ରୀ ପ୍ରତାରଣା କଲେ? ମୁଖ୍ୟମନ୍ତ୍ରୀଙ୍କୁ ଭରସା କରିବା ବିଜେପୁରବାସୀଙ୍କ ଭୁଲ ଥିଲା କି ବୋଲି ପ୍ରଶ୍ନ କରିଛନ୍ତି ଧର୍ମେନ୍ଦ୍ର।

ମାଲ୍ଲାପୁରମ୍‌ରେ ଜିନ୍‌ପିଙ୍ଗ୍‌: ମନ୍ଦିର ଦର୍ଶନରୁ ଶିଖର ସମ୍ମିଳନୀର

ତାମିଲନାଡ଼ୁର ମାଲ୍ଲାପୁରମ୍‌ଠାରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ହେବାକୁ ଥିବା ଶିଖର ସମ୍ମିଳନୀରେ ଯୋଗଦେବା ସକାଶେ ଶୁକ୍ରବାର ପୂର୍ବାହ୍ନରେ ଏଠାରେ ପହଞ୍ଚିଛନ୍ତି ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌। ପୂର୍ବାହ୍ନରେ ସେ ତାଙ୍କ ପ୍ରତିନିଧି ମଣ୍ଡଳୀ ସହ ଚେନ୍ନାଇ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ସ୍ବାଗତ କରାଯାଇଥିଲା। ସେଠାରେ ତାଙ୍କୁ ପୁଷ୍ପମାଲ୍ୟ ପ୍ରଦାନ ପୂର୍ବକ ରେଡ୍‌କାର୍ପେଟ୍‌ ମାଧ୍ୟମରେ ସ୍ବାଗତ କରାଯିବା ପରେ ୫୦ କିମି ଦୂରବର୍ତ୍ତୀ ମାଲ୍ଲାପୁରମ୍‌କୁ ପାଛୋଟି ନିଆଯାଇଥିଲା। ବିମାନବନ୍ଦରରେ ଜିନ୍‌ପିଙ୍ଗ୍‌ଙ୍କ ସକାଶେ ଲୋକନୃତ୍ୟ ପରିବେଷଣ କରାଯାଇଥିଲା। ଜିନ୍‌ପିଙ୍ଗ୍‌ ମାଲ୍ଲାପୁରମ୍‌ଠାରେ ପହଞ୍ଚିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସେଠାରେ ଉପସ୍ଥିତ ଥିଲେ। ଉଭୟ ରାଷ୍ଟ୍ରନେତା ପରସ୍ପର ସହ କରମର୍ଦ୍ଦନ କରିଥିଲେ। ପରେ ମୋଦି ଓ ଜିନ୍‌ପିଙ୍ଗ୍‌ ମାଲ୍ଲାପୁରମ୍‌ସ୍ଥିତ ୟୁନେସ୍କୋ ହେରିଟେଜ୍‌ ସୂଚୀରେ ସାମିଲ୍‌ ହୋଇଥିବା ପୁରାତନ ଗୁମ୍ଫା ମନ୍ଦିର ବୁଲି ଏହି ଶିଖର ସମ୍ମିଳନୀର ଶୁଭାରମ୍ଭ କରିଛନ୍ତି।

ଆରମ୍ଭ ହେଲା ‘ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ - ଧ୍ରୁବ’

ବେଙ୍ଗାଳୁରୁସ୍ଥିତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ପରିସରରୁ ‘ପ୍ରଧାନମନ୍ତ୍ରୀ ଅଭିନବ ଶିକ୍ଷା କାର୍ଯ୍ୟକ୍ରମ - ଧ୍ରୁବ’ର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ। ଏହି କାର୍ଯ୍ୟକ୍ରମ ଅସାଧାରଣ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କ ଜୀବନର ମୋଡ଼ ବଦଳାଇ ଦେବ ଓ ମେଧାବୀ ତଥା ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ପ୍ରତିଭାର ବିକାଶ ଲାଗି ମଞ୍ଚ ଯୋଗାଇ ଦେବ ବୋଲି ସେ କହିଛନ୍ତି। ବିଜ୍ଞାନ, କଳା, ସୃଜନଶୀଳ ରଚନା ଆଦି ନିଜ ପସନ୍ଦର କ୍ଷେତ୍ରରେ ସେମାନଙ୍କୁ ଉତ୍କର୍ଷ ହାସଲ ଲାଗି ସହାୟତା ମିଳିପାରିବ। ଏହି ମାର୍ଗରେ ପ୍ରତିଭାସମ୍ପନ୍ନ ଛାତ୍ରଛାତ୍ରୀ ନିଜ ଭିତରେ ଥିବା ସମ୍ଭାବନାକୁ ବାସ୍ତବ ରୂପ ଦେବା ସହିତ ସାମଗ୍ରିକ ଭାବେ ସମାଜକୁ ଯୋଗଦାନ ଦେଇପାରିବେ।

ୟୁକେ ଲେବର ପାର୍ଟି ମୁଖ୍ୟଙ୍କ ସହ କଂଗ୍ରେସ ଟିମ୍‌ର ସାକ୍ଷାତକୁ
ରାୟଗଡ଼ାରେ ୫ଟି ସଚିବ: ମୋ ସରକାର କାର୍ଯ୍ୟକ୍ରମର କଲେ

ମୋ ସରକାର ଯୋଜନାର ସମୀକ୍ଷା କରିବାକୁ ରାୟଗଡ଼ାରେ ପହଞ୍ଚିଛନ୍ତି ୫ଟି ସଚିବ ଭି.କାର୍ତ୍ତିକେୟନ୍ ପାଣ୍ଡିଆନ୍। ତାଙ୍କ ସହ ଜାତୀୟ ସ୍ବାସ୍ଥ୍ୟ ମିଶନର ସଚିବ ସାଲିନୀ ପଣ୍ଡିତ୍ ଓ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଆର୍.ବାଳକ୍ରିଷ୍ଣାନ୍ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ମୋ ସରକାର କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ବିଭିନ୍ନ ୱାର୍ଡ଼ ବୁଲି ଦେଖିଥିଲେ ସଚିବ। ପରେ ରୋଗୀ ଓ ସମ୍ପର୍କୀୟଙ୍କୁ ସୁବିଧା ଅସୁବିଧା ପଚାରି ବୁଝିଥିଲେ। ରୋଗୀ ସେବା ନେଇ ଡାକ୍ତରଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପାଣ୍ଡିୟାନ ଡାଏଲେସିସ୍‌ ୱାର୍ଡକୁ ଯାଇ କିଡ଼ନୀ ରୋଗୀଙ୍କ ସମସ୍ୟା ବୁଝିଥିଲେ। ଲୋକଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଣ ପାଇଁ ବିଶେଷଜ୍ଞ ଡାକ୍ତରମାନଙ୍କୁ ଜିଲ୍ଲା ବାହାରୁ ଅଣାଯିବ। ଡାକ୍ତର ଅଭାବ ଜନିତ ସମସ୍ୟାର ମୁକାବିଲା ସହିତ ଲୋକଙ୍କୁ ସ୍ପେଶିଆଲିଷ୍ଟ ଚିକିତ୍ସା ସେବା ଯୋଗାଣ ଲାଗି କଳାହାଣ୍ଡି ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ଦେଇଥିବା ଏଭଳି ପ୍ରସ୍ତାବ ସପକ୍ଷରେ ସମ୍ମତି ଦେଇଛନ୍ତି ଏହି ପ୍ରତିନିଧି ଦଳ।

ମହାରାଷ୍ଟ୍ରରେ ବିଜେପି-ଶିବସେନା ମେଣ୍ଟକୁ ଝଟ୍‌କା

ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆଜି ବିଜେପି-ଶିବସେନା ମେଣ୍ଟକୁ ବଡ଼ ଝଟ୍‌କା ଲାଗିଛି। ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଏକାଠି ଲଢ଼ିବାକୁ ମେଣ୍ଟ କରିଥିବା ଶିବସେନା ଓ ବିଜେପିକୁ ଆଜି ବଡ଼ ଝଟ୍‌କା ଲାଗିଛି। ମେଣ୍ଟ ବୁଝାମଣା ଅନୁଯାୟୀ, କଲ୍ୟାଣ ପୂର୍ବ ନିର୍ବାଚନମଣ୍ଡଳୀରେ ବିଜେପି ପ୍ରାର୍ଥୀ ଦେଇଥିବାରୁ ଏହାକୁ ଶିବସେନାର କର୍ମୀମାନେ ବିରୋଧ କରିଛନ୍ତି। ଆଜି ଏଥିପାଇଁ କଲ୍ୟାଣ ପୂର୍ବର ୨୫ ଜଣ ଶିବସେନା କର୍ପୋରେଟର ଓ ୩୦୦ କର୍ମୀ ଏକାଠି ହୋଇ ଦଳର ମୁଖ୍ୟ ଉଦ୍ଧବ ଠାକରେଙ୍କ ନିକଟକୁ ସେମାନଙ୍କର ଇସ୍ତଫାପତ୍ର ପଠାଇଛନ୍ତି। ଇସ୍ତଫା ଦେଇଥିବା କର୍ପୋରେଟରଙ୍କ ମଧ୍ୟରୁ ୧୬ ଜଣ କେଡିଏମସିର ହୋଇଥିବା ବେଳେ ଅନ୍ୟ ୧୦ ଜଣ ଉଲ୍ଲାସ ନଗର ମ୍ୟୁନସିପାଲଟି କର୍ପୋରେସନର କର୍ପୋରେଟର ବୋଲି ଜଣାପଡ଼ିଛି।

ମାନହାନି ମକଦ୍ଦମାରେ ରାହୁଲ୍‌ ନିର୍ଦୋଷ ସାବ୍ୟସ୍ତ

କଂଗ୍ରେସର ପୂର୍ବତନ ସଭାପତି ରାହୁଲ୍‌ ଗାନ୍ଧି ଗୁରୁବାର ଏଠାକାର ଏକ ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର ହୋଇଥିଲେ। ‘କ’ଣ ପାଇଁ ସମସ୍ତ ଚୋରଙ୍କ ଟାଇଟଲ୍‌ ମୋଦି’ ବୋଲି ମନ୍ତବ୍ୟ ଦେଇ ବିବାଦ ସୃଷ୍ଟି କରିଥିବା ରାହୁଲ୍‌ଙ୍କ ବିରୋଧରେ ସୁରତ-ପଶ୍ଚିମ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକପୂର୍ଣ୍ଣେଶ ମୋଦି ମାନହାନି ମକଦ୍ଦମା ଦାଏର୍‌ କରିଥିଲେ। ତେବେ ଚିଫ୍ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ବିଏଚ୍‌ କାପାଡିଆ ସମ୍ପୃକ୍ତ ମାନହାନି ମକଦ୍ଦମାରେ ରାହୁଲ୍‌ ନିର୍ଦୋଷ ବୋଲି ରାୟ ଦେଇଛନ୍ତି। ଏହି ମାମଲାରେ ରାହୁଲ୍‌ଙ୍କ ବୟାନ ରେକର୍ଡ କରାଯିବା ପରେ ଆଗାମୀ ଦିନରେ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜର ନ ହେବା ସକାଶେ ଅନୁମତି ଦେବାକୁ ରାହୁଲ୍‌ଙ୍କ ଓକିଲ ଅନୁରୋଧ କରିଥିଲେ। କିନ୍ତୁ ମୋଦିଙ୍କ ଓକିଲ ଏହାକୁ ବିରୋଧ କରିବାରୁ ଏନେଇ ଆସନ୍ତା ଡିସେମ୍ବର ୧୦ ତାରିଖରେ ହେବାକୁ ଥିବା ପରବର୍ତ୍ତୀ ଶୁଣାଣିରେ ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି।

ମୋଦି-ଜିନ୍‌ପିଙ୍ଗ୍‌ ଆଲୋଚନାରେ ସ୍ଥାନ ପାଇବନି ଜମ୍ମୁ-କଶ୍ମୀର

ଆସନ୍ତା ଶୁକ୍ରବାର ଚୀନ୍‌ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ ଭାରତ ଗସ୍ତରେ ଆସୁଥିବା ବେଳେ ଏଠାରେ ଆୟୋଜିତ ହେବାକୁ ଥିବା ଦୁଇଦିନିଆ ଅନୌପଚାରିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବେ। ଏହି ସମ୍ମିଳନୀରେ ତାଙ୍କର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା ହେବ। ଏହି ଆଲୋଚନାରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ଦ୍ବିପାକ୍ଷିକ ସମ୍ପର୍କକୁ ଅଧିକ ମଜଭୁତ କରିବା ଉପରେ ଗୁରୁତ୍ବାରୋପ କରାଯିବ। କିନ୍ତୁ ବର୍ତ୍ତମାନ ସମୟର ସବୁଠାରୁ ଚର୍ଚ୍ଚିତ ଜମ୍ମୁ-କଶ୍ମୀର ପ୍ରସଙ୍ଗ ଏଥିରେ ସ୍ଥାନ ପାଇବ ନାହିଁ ବୋଲି କାର୍ଯ୍ୟକ୍ରମ ସହ ଜଡ଼ିତ ପଦାଧିକାରୀମାନେ ସ୍ପଷ୍ଟ କରିଛନ୍ତି। ନିକଟରେ ପାକିସ୍ତାନ ପାଇଁ ଚୀନ୍‌ ରାଷ୍ଟ୍ରଦୂତ ଜମ୍ମୁ-କଶ୍ମୀର ପରିସ୍ଥିତି ଉପରେ ଚୀନ୍‌ ତୀକ୍ଷ୍‌ଣ ନଜର ରଖିଛି ଓ ଏହି ପ୍ରସଙ୍ଗରେ ବେଜିଂ ପାକିସ୍ତାନର ପ୍ରସ୍ତାବକୁ ଗ୍ରହଣ କରିବ ବୋଲି କହିବା ପରେ ଭାରତ ପକ୍ଷରୁ ଏହାର କଡ଼ା ବିରୋଧ କରାଯାଇଥିଲା।

ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଜମ୍ମୁ-କଶ୍ମୀର ଗେଟ୍‌, ଦୁଇ ମାସ

ଗତ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରଠାରୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରତ୍ୟାହାର କରିନେବା ପରିପ୍ରେକ୍ଷୀରେ ଏଠାରେ ବ୍ୟାପକ ଯବାନ ମୁତୟନ କରିଥିଲେ। ଏପରି ଏକ ଐତିହାସିକ ନିଷ୍ପତ୍ତି କାରଣରୁ ଉପତ୍ୟକାରେ କୌଣସି ପ୍ରକାର ଅଘଟଣ ଆଶଙ୍କାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମଗ୍ର ରାଜ୍ୟକୁ ସେନା ଛାଉଣୀରେ ପରିଣତ କରିଦିଆଯାଇଥିଲା। ଇଣ୍ଟରନେଟ୍‌ ସେବା ବନ୍ଦ କରାଯିବା ସହ ଟେଲିଫୋନ୍‌ ସେବାକୁ ମଧ୍ୟ ବନ୍ଦ ରଖାଯାଇଥିଲା। କିଛି ସମୟ ପାଇଁ ଉପତ୍ୟକାରେ କର୍ଫ୍ୟୁ ମଧ୍ୟ ଜାରି ହୋଇଥିଲା। ତେଣୁ ବାହାର ପର୍ଯ୍ୟଟକଙ୍କ ପାଇଁ ମଧ୍ୟ ଏହି ପ୍ରାକୃତିକ ଶୋଭାରାଜି ଭରପୂର ରାଜ୍ୟର ଗେଟ୍‌ ମଧ୍ୟ ବନ୍ଦ ରହିଥିଲା। ତେବେ ଦୁଇ ମାସ ପରେ ଗୁରୁବାର ଏହି କଟକଣାକୁ ହଟାଇ ଦିଆଯାଇଛି। ଫଳରେ ପୂର୍ବପରି ଏହି ଉପତ୍ୟକାକୁ ବର୍ତ୍ତମାନ ବାହାର ପର୍ଯ୍ୟଟକମାନେ ଆସି ଏଠାକାର ସୌନ୍ଦର୍ଯ୍ୟ ଉପଭୋଗ କରିବା ସକାଶେ ପଥ ପରିଷ୍କାର ହୋଇଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ