ରାଜନୀତି

ତୁଟୁ ନାହିଁ: ତେଜସ୍ବୀଙ୍କ ବଙ୍ଗଳା ମୋହ

କିଛି ସପ୍ତାହ ତଳେ ଲାଲୁ ପ୍ରସାଦ ଯାଦବଙ୍କ ସାନପୁଅ ତେଜସ୍ବୀ ଯାଦବଙ୍କୁ ସରକାରରୁ ବାହାର କରାଗଲା ପରେ ଏବେ ବିହାର ମୁଖ୍ୟମନ୍ତ୍ରୀ ତାଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ପ୍ରଦାନ କରାଯାଇଥିବା ବିଶାଳ ସରକାରୀ ଭବନରୁ ବେଦଖଲ କରିବା ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଏମିତି ହୋଇ ନ ଥିଲେ ସେ ବଙ୍ଗଳାରୁ ହଟାଇବା ପାଇଁ ଗୋଟିଏ ସପ୍ତାହ ମଧ୍ୟରେ ଦୁଇ ଦୁଇଥର ଉଦ୍ୟମ କରି ନ ଥାନ୍ତେ। ମୁଖ୍ୟମନ୍ତ୍ରୀ ନୀତିଶଙ୍କ ସରକାରୀ ବଙ୍ଗଳାକୁ ଲାଗି ରହିଥିବା ଏହି ଘର ଜଣେ ଉପମୁଖ୍ୟମନ୍ତ୍ରୀ ଭାବେ ତେଜସ୍ବୀଙ୍କୁ ମିଳିଥିଲା। ସେ ଏବେ ଉପମୁଖ୍ୟମନ୍ତ୍ରୀ ନ ଥିବାରୁ ସେ ଘରକୁ ରଖିବା ଠିକ୍‌ ନୁହେଁ ବୋଲି ନୀତିଶ ସରକାର କହିଛନ୍ତି। ତେଜସ୍ବୀଙ୍କ ପକ୍ଷରୁ କୁହାଯାଇଛି ଯେ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କୁ ଦିଆଯାଇଥିବା ଏହି ସରକାରୀ ବଙ୍ଗଳାକୁ ପୁନରୁଦ୍ଧାର ଦିଗରେ ବ୍ୟାପକ ଅର୍ଥ ଖର୍ଚ୍ଚ କରାଯାଇଛି।

କ୍ୟାମ୍ପସ ପଢ଼ୁଛି ରାଜନୀତିର ପାଠ
ପିସିସି ପରିବର୍ତ୍ତନ ଫୁସ୍‌

ବିଗତ କିଛିଦିନ ଧରି ପ୍ରଦେଶ କଂଗ୍ରେସ ସଭାପତି ପରିବର୍ତ୍ତନକୁ ନେଇ ଦଳର କିଛି ବିଧାୟକ ଓ ବରିଷ୍ଠ ନେତାମାନେ ଯେପରି ଉତ୍ସାହରେ ମାତିଥିଲେ, ଏବେ ସେ ଉତ୍ସାହରେ ଭଟ୍ଟା ପଡ଼ିଛି। ଦଳର ସାଂଗଠନିକ ପରିବର୍ତ୍ତନ ହେବା ଆଶାରେ ଭୁବନେଶ୍ବରରୁ ଦିଲ୍ଲୀ ମାରାଥନ ଦୌଡ଼ୁଥିବା ନେତାଙ୍କ ଆଗ୍ରହ ଏବେ ଫିକା ପଡ଼ିଥିବା ଲକ୍ଷ୍ୟ କରାଯାଉଛି। ରାଜ୍ୟ ପ୍ରଭାରୀ ତଥା ଏଆଇସିସିର ସାଧାରଣ ସମ୍ପାଦକ ବି କେ ହରିପ୍ରସାଦ ସୋମବାର ଦେଇଥିବା ସୂଚନା ଦଳରେ ଗୁଞ୍ଜରଣ ସୃଷ୍ଟି କରିଛି। ସୋମବାର ହରିପ୍ରସାଦ ସୂଚାଇଥିଲେ କି ପିସିସି ପରିବର୍ତ୍ତନ ହେବା ସମ୍ଭାବନା ଦେଖାଯାଉ ନାହିଁ। ରାଜ୍ୟରେ ଏବେ ଏଭଳି କିଛି ହେବାର ନାହିଁ। ହରିପ୍ରସାଦଙ୍କ ଏଭଳି ମନ୍ତବ୍ୟରେ ପରିବର୍ତ୍ତନ ଚାହୁଁଥିବା ନେତାଙ୍କ ମୁହଁ କଳା ପଡ଼ିଯାଇଛି। ଦିଲ୍ଲୀରେ ଡେରା ପକାଇଥିବା ନେତାମାନେ ଓଡ଼ିଶା ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତି ହେଉଥିବା ଜଣାଗଲାଣି।

ବିଜେଡିର ମିଶ୍ରଣ ପଲିଟିକ୍ସ: କଂଗ୍ରେସର ହାଟ୍ରିକ ବିଧାୟକ

ସ୍ବର୍ଗତ ସୁବଳ ସାହୁଙ୍କ ପତ୍ନୀଙ୍କୁ ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ କଲେ ସହାନୁଭୂତି ମିଳିବ କି ନାହିଁ କହିପାରିବିନି ବୋଲି ଦଳର ବରିଷ୍ଠ ନେତା ଓ ମନ୍ତ୍ରୀ ଦାମୋଦର ରାଉତଙ୍କ ପ୍ରତିକ୍ରିୟା ମୁଖ୍ୟମନ୍ତ୍ରୀ ନବୀନଙ୍କ ପାଇଁ ଶନିବାର କିଛି ଫରକ ପକାଇ ନ ଥିଲା। ନବୀନ ନିବାସରେ ସୁବଳ ସାହୁଙ୍କ ପରିବାର ସଦସ୍ୟମାନଙ୍କ ସହ ଆଲୋଚନା ଓ ପର୍ଯ୍ୟାଲୋଚନା ଚାଲିଥିଲା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଚାଲେଞ୍ଜକୁ ମୁଖ୍ୟମନ୍ତ୍ରୀ କେତେ ଗୁରୁତ୍ବ ଦେଇଛନ୍ତି, ତାହା ବିଜେଡି ମିଶ୍ରଣର ବିକଳ ପଣିଆରୁ ଜଣାପଡ଼ିଛି। ଶୁକ୍ରବାର ଜନତା ମଇଦାନରେ ବିଜେପି କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି ଶାହା ସୂଚାଇଥିଲେ ଯେ ନବୀନ ନିଦରେ ବି ପଦ୍ମ କଥା ଭାବୁଛନ୍ତି। ସକାଳୁ ଦଳରେ ମିଶ୍ରଣ ପର୍ବ କରି ନବୀନ ଶାହଙ୍କୁ ବିଜେଡି ପ୍ରତି ଲୋକଙ୍କ ଭଲପାଇବାର ସୂଚକ ଦେଖାଇଛନ୍ତି ନା ବିଜେଡି ଦଳର ସଦସ୍ୟ କମିଯାଇଛି ଭାବି ଯୋଡ଼ୁଛନ୍ତି, ତାହା ସ୍ପଷ୍ଟ ହେଉନାହିଁ।

ବିଜେପି-ବିଜେଡି ଗଡ଼ାଗଡ଼ି

ଭୁବନେଶ୍ବର ଜନତା ମଇଦାନରେ ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ତାଙ୍କର ତିନିଦିନିଆ ଓଡ଼ିଶା ଗସ୍ତର ଅନ୍ତିମ ଦିନରେ ନିଜ ଦଳର ବିସ୍ତାରକମାନଙ୍କୁ ଉଦ୍‌ବୋଧନ ଦେଇ ୧୭ ବର୍ଷର ନିକମା ସରକାରକୁ ଫୋପାଡ଼ି ଦିଅ ବୋଲି କହିବାର କିଛି ସମୟ ମଧ୍ୟରେ ବିଜେଡି ତା’ର ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଜେପିକୁ କଡ଼ା ଆକ୍ଷେପ କରିଛି। ବିଜେଡିର ବରିଷ୍ଠ ନେତା ଅରୁଣ ସାହୁ ଅମିତ ଶାହଙ୍କ ଭାଷାକୁ ରାବଣର ଭାଷା ବୋଲି କହିଛନ୍ତି। ବିଜେପି ଗୁରୁବାର ସାମ୍ବାଦିକ ସମ୍ମିଳନୀ କରିବାର ଖୁବ୍‌ କମ ସମୟ ମଧ୍ୟରେ ବିଜେଡି ଯେପରି ତ୍ବରିତ୍‌ ପ୍ରତିକ୍ରିୟା ଦେଇଥିଲା, ଆଜି ସେଭଳି ଜନତା ମଇଦାନ ସମାବେଶରେ ଶାହଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଓ ଜୁଏଲଙ୍କ ମନ୍ତବ୍ୟ ଦେବାର ଖୁବ୍‌ କମ୍‌ ସମୟ ଭିତରେ କାଉଣ୍ଟର ଆଟାକ୍‌ କରିବା ଘଟଣା ରାଜ୍ୟ ରାଜନୀତିକୁ ସରଗରମ କରାଇଛି।

ରାହୁଳଙ୍କ ନୂଆ ଫର୍ମୁଲା

ରାହୁଳଙ୍କ ଦରବାରରେ ଚାଲିଛି ମନ୍ତ୍ରଣା। ଖୁବ୍‌ ଶୀଘ୍ର ହେବ ପିସିସିରେ ପରିବର୍ତ୍ତନ। ନିଃଶ୍ବାସ ଅଟକାଇ ୩୨ କଂଗ୍ରେସ ନେତା ବସିଛନ୍ତି ଦିଲ୍ଲୀରେ। ମଙ୍ଗଳବାର ଦିନସାରା ଚାଲିଛି କଳ୍ପନା ଜଳ୍ପନା। କଂଗ୍ରେସ ଉପାଧ୍ୟକ୍ଷ ରାହୁଳ ଗାନ୍ଧି କଂଗ୍ରେସ ନେତାଙ୍କ ସହ ମାରାଥନ ଆଲୋଚନା କରିଛନ୍ତି। ପ୍ରଥମେ ରାଜ୍ୟ ପିସିସିର ପୂର୍ବତନ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ପଛକୁ ପଛ ଭକ୍ତ ଦାସ, ଚିରଞ୍ଜୀବ ବିଶ୍ବାଳ, ନବ କିଶୋର ଦାସ ଓ ପ୍ରଦୀପ ମାଝୀଙ୍କ ସହ ପୃଥକ୍‌ ପୃଥକ୍‌ ଆଲୋଚନା କରିଛନ୍ତି। ଆଲୋଚନା ପରେ ରାଜ୍ୟ ପିସିସିର ମଙ୍ଗୁଆଳ ପଦରେ କିଏ ବସିବ, ତାହା ସ୍ପଷ୍ଟ ହୋଇ ନ ଥିଲେ ହେଁ ରାହୁଳ ୨୦୦୯ର ଫର୍ମୁଲା ଅବଲମ୍ବନ କରିବାକୁ ଯାଉଛନ୍ତି ବୋଲି ପରଦା ପଛରେ ଆଲୋଚନା ହେଉଛି। ନିରଞ୍ଜନଙ୍କ ପାଇଁ ଓକିଲାତି କରୁଥିବା ଅଧିକାଂଶ ବିଧାୟକଙ୍କୁ ରାହୁଳଙ୍କ ଅଫିସ ପକ୍ଷରୁ ବୈଠକକୁ ଡକାଯାଇ ନ ଥିବାରୁ ରାହୁଳ ନିରଞ୍ଜନଙ୍କ ସପକ୍ଷରେ ରାୟ ଦେଇ ନ ପାରନ୍ତି ବୋଲି ମଙ୍ଗଳବାର ସକାଳୁ ଯାହା ଶୁଣିବାକୁ ମିଳୁଥିଲା, ସନ୍ଧ୍ୟାରେ ତାହା ଓଲଟିଯାଇଛି। ଶୁଣାଯାଉଛି ରାହୁଳ ଅତ୍ୟନ୍ତ ଚତୁରତାର ସହ ସମସ୍ତଙ୍କୁ ଖୁସି କରିବାକୁ ୨୦୦୯ର ପୁରୁଣା ଫର୍ମୁଲାକୁ ଗ୍ରହଣ କରିଛନ୍ତି। ବୈଠକରେ ଥିବା ନେତାଙ୍କ ମଧ୍ୟରୁ ଜଣେ ନେତା କହିଛନ୍ତି ଯେ ଚିରଞ୍ଜୀବ ବିଶ୍ବାଳ, ପ୍ରଦୀପ ମାଝୀ ଓ ନବଦାସଙ୍କୁ କାର୍ଯ୍ୟକାରୀ ସଭାପତି କରାଯାଉଥିବା ବେଳେ ନିରଞ୍ଜନ ପଟ୍ଟନାୟକଙ୍କ ହାତରେ ରାଜ୍ୟ ଭାର ଦିଆଯିବାର ସମ୍ଭାବନା ବେଶୀ।

ଗଡ଼ ରକ୍ଷା ପାଇଁ କଂଗ୍ରେସର ଗର୍ଜନ

କୋରାପୁଟରେ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଲୋକାର୍ପଣ ଉତ୍ସବକୁ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଂଗ୍ରେସ ବିରୋଧ କରିଛି। ବିରୋଧୀ ଦଳ ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନୀପତିଙ୍କ ନେତୃତ୍ବରେ ଜିଲାର ସମସ୍ତ କଂଗ୍ରେସ ବିଧାୟକ ଏକାଠି ହୋଇ ବିରୋଧ ପ୍ରଦର୍ଶନ କରିଛନ୍ତି। ମୁଖ୍ୟମନ୍ତ୍ରୀ ‘ଗୋ ବ୍ୟାକ୍‌’ ନାରା ଦେଇ ଶତାଧିକ କଂଗ୍ରେସ କର୍ମୀ ଅଟକ ଥିବା ବେଳେ ଶାସକ ବିଜେଡି ଦଳ ଏହାକୁ ତୁଚ୍ଛା ପ୍ରହସନ ବୋଲି କହିଛି। କୌଣସି ସ୍ଥିତିରେ କଂଗ୍ରେସ କୋରାପୁଟ ମାଟିରେ ବିଜେଡି ଫସଲ ଭଲରେ ଉତାରିବାକୁ ଦେବ ନାହିଁ ବୋଲି ସହରରେ ଚର୍ଚ୍ଚା ହେଉଛି। ପ୍ରକୃତ କଥା ହେଉଛି କୋରାପୁଟକୁ କଂଗ୍ରେସ ତାର ଗଡ଼ ବୋଲି ଭାବି ଆସୁଥିବା ବେଳେ ବିଜେଡି ଏଭଳି ଏକ କାର୍ଯ୍ୟକ୍ରମକୁ ହାଇଜାକ୍‌ କରି ଶ୍ରେୟ ନେବାକୁ ବସିଛି। କଂଗ୍ରେସ ଏହା ଚାହୁଁ ନ ଥିବାରୁ ବିରୋଧ କରାଯାଇଥିବା କୁହାଯାଇଛି।

ମିଶନ ୨୦୧୯ର ମନ୍ତ୍ର ଫୁଙ୍କିବେ ଶାହ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ