ରାଜନୀତି

ସାମ୍ପ୍ରଦାୟିକ ମନ୍ତବ୍ୟ ପାଇଁ ମମତାଙ୍କୁ ଇସିଙ୍କ ନୋଟିସ
ରୁଦ୍ରଙ୍କ ପାଇଁ ଭର୍ଚୁଆଲ୍‌ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ

ପିପିଲି ଉପନିର୍ବାଚନ ପାଇଁ ସରଗରମ ହୋଇଛି ମାହୋଲ୍। ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜ ପ୍ରାର୍ଥୀଙ୍କ ଲାଗି ଜୋରଦାର୍‌ ପ୍ରଚାର ଆରମ୍ଭ କରିଦେଇଛନ୍ତି। ଏଥିସହ ତିନି ପ୍ରମୁଖ ଦଳର ପ୍ରାର୍ଥୀମାନେ ଷ୍ଟାର ପ୍ରଚାରକଙ୍କୁ ସାଙ୍ଗରେ ଧରି ଭୋଟର୍‌ଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା ଜାରି ରଖିଛନ୍ତି। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାତେଇବାକୁ ସବୁ ଦଳର ନେତା ଓ କର୍ମୀ ପିପିଲିରେ ଡେରା ପକାଇଛନ୍ତି। ତେବେ ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜେଡିର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଥିବା ଗତ ଦୁଇଦିନ ତଳେ ବଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସୂଚନା ଦେଇଥିଲେ। ମୁଖ୍ୟମନ୍ତ୍ରୀ ପିପିଲି ଯିବା ନେଇ ଚର୍ଚ୍ଚା ହେଉଥିବା ବେଳେ କୋରୋନା ସଂକ୍ରମଣ ବୃଦ୍ଧି କାରଣରୁ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ୍‌ ମାଧ୍ୟମରେ ପ୍ରଚାର କରିବେ। ଏନେଇ ସୂଚନା ଦେଇଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ।

ଦଳ ନୁହେଁ, ଦେଶ ସବୁବେଳେ ଊର୍ଦ୍ଧ୍ବରେ: ମୋଦୀ

ଭାରତୀୟ ଜନତା ପାର୍ଟି (ବିଜେପି)ର ୪୧ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଭିଡିଓ କନଫରେନ୍ସିଂ ଜରିଆରେ ଦଳୀୟ କର୍ମୀ ଓ ନେତାଙ୍କୁ ସମ୍ବୋଧିତ କରିଛନ୍ତି। ମଙ୍ଗଳବାର ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟ୍ ଗ୍ରହଣ ଜାରି ରହିଥିବାବେଳେ ମୋଦୀ ତାଙ୍କର ସମ୍ଭାଷଣରେ କହିଥିଲେ, ଦଳ ଅପେକ୍ଷା ଦେଶ ସବୁବେଳେ ଊର୍ଦ୍ଧ୍ବରେ। ତେଣୁ ସବୁ କର୍ମୀ ପ୍ରଥମେ ରାଷ୍ଟ୍ରର ସ୍ବାର୍ଥ ସମ୍ପର୍କରେ ଚିନ୍ତା କରିବା ସହ ପରେ ଦଳ କଥା ଭାବିବା ଉଚିତ। ୧୯୫୧ରେ ସ୍ବର୍ଗତ ଶ୍ୟାମାପ୍ରସାଦ ମୁଖାର୍ଜୀ ଭାରତୀୟ ଜନ ସଂଘ ନାମରେ ଏକ ଦଳ ଗଠନ କରିଥିଲେ। ପରବର୍ତ୍ତୀ ସମୟରେ ଅର୍ଥାତ ୧୯୮୦ ଏପ୍ରିଲ ୬ରେ ଭାରତୀୟ ଜନତା ପାର୍ଟି ବିଧିବଦ୍ଧ ଭାବେ ରାଜନେତିକ ଦଳର ମାନ୍ୟତା ପାଇଲା। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମଧ୍ୟ ଦଳୀୟ କର୍ମୀଙ୍କୁ ସମ୍ବୋଧିତ କରିଥିଲେ।

ବିଜେପି ହିଁ ସୁନାର ବଙ୍ଗଳା ନିର୍ମାଣ କରିପାରିବ: ଧର୍ମେନ୍ଦ୍ର

ବିଜେପି ହିଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ପଶ୍ଚିମବଙ୍ଗର ବିକାଶ କରିବା ସହ ସୁନାର ବଙ୍ଗଳା ନିର୍ମାଣ କରିପାରିବ ବୋଲି ସୋମବାର ପଶ୍ଚିମବଙ୍ଗର ପାନିହାଟ ସମେତ ବିଭିନ୍ନ ନିର୍ବାଚନ ମଣ୍ଡଳିରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଏବଂ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେହିପରି ଲୋକଙ୍କ ଆକାଂକ୍ଷାକୁ ପୂରଣ କରିବା ସରକାରଙ୍କ ପ୍ରଥମ ଦାୟିତ୍ୱ ହେବା ଦରକାର। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। ଧର୍ମେନ୍ଦ୍ର ବୁଦ୍ଧିଜୀବୀଙ୍କ ଦ୍ୱାରା ପଚରା ଯାଇଥିବା ବିଭିନ୍ନ ପ୍ରଶ୍ନ ଯଥା ପଶ୍ଚିମବଙ୍ଗକୁ ଦୁର୍ନୀତିମୁକ୍ତ କରିବା, ସୁନାର ବଙ୍ଗଳା ପାଇଁ ଥିବା ସମ୍ଭାବନା, ପୂର୍ବ ଭାରତର ଶିଳ୍ପାୟନ କ୍ଷେତ୍ରରେ ଥିବା ସୁଯୋଗ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ଉତ୍ତର ରଖିଥିଲେ।

୧୮ ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କୁ ଟିକା ଅନୁମତି ପାଇଁ ମୋଦୀଙ୍କୁ ନିବେଦନ

ଦେଶରେ ଦିନକୁ ଦିନ କୋଭିଡ୍ ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିଚାଲିଥିବା ବେଳେ ଗତ ରବିବାର ଦିନକ ଭିତରେ କୋଭିଡ୍ ସଂକ୍ରମଣ ଆରମ୍ଭ ଦିନଠାରୁ ସର୍ବାଧିକ ଲକ୍ଷେରୁ ଊର୍ଦ୍ଧ୍ବ ଚିହ୍ନଟ ହୋଇଥିଲେ। ଏପରିକି ଗତ ୩ ଦିନ ହେଲା କ୍ରମାଗତ ଭାବେ ୯୦ ହଜାରରୁ ଊର୍ଦ୍ଧ୍ବ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଆସିଛି। ଏପରି ସ୍ଥିତିରେ ବର୍ତ୍ତମାନ ଭାରତରେ କୋଭିଡଜନିତ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାର ଆଶଙ୍କା ଦେଖାଦେଇଛି। ତେଣୁ ଏହାକୁ ନଜରରେ ରଖି ଦେଶର ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମଏ) ପକ୍ଷରୁ ଦେଶର ପ୍ରତିଟି ନାଗରିକଙ୍କୁ ଏହି ଟିକା ତ୍ବରିତ ବେଗରେ ଦିଆଯିବାର ଆବଶ୍ୟକତା ଉପରେ ଗୁରୁତ୍ବ ଦିଆଯାଇଛି। ଏନେଇ ଆଇଏମ୍ଏ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ଦେଶର ପ୍ରତିଟି ୧୮ ବର୍ଷରୁ ଊର୍ଦ୍ଧ୍ବ ଜନସାଧାରଣଙ୍କୁ କୋଭିଡ୍ ଟିକା ଯୁଦ୍ଧକାଳୀନ ଭିତ୍ତିରେ ଦିଆଯିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ: ଟିଏମସି ପାଇଁ ଜୟା ବଚ୍ଚନଙ୍କ ପ୍ରଚାର

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବର୍ତ୍ତମାନ ଦେଶର ସବୁଠାରୁ ଚର୍ଚ୍ଚିତ ବିଷୟ ପାଲଟିଥିବା ବେଳେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି)କୁ ଗାଦିଚ୍ୟୁତ କରାଇବାକୁ ବିଜେପି ସମସ୍ତ ପ୍ରକାର କଳ, ବଳ, କୌଶଳ ପ୍ରୟୋଗ କରିଚାଲିଛି। ପ୍ରତିପକ୍ଷ ଟିଏସି ମଧ୍ୟ କୌଣସି ତାରକା ପ୍ରଚାରକଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବାରେ ହେଳା କରିନାହିଁ। ସେହିପରି ବିଜେପି ମଧ୍ୟ ଅଭିନେତା ଓ ଅଭିନେତ୍ରୀଙ୍କୁ ଦଳ ସପକ୍ଷରେ ଭୋଟ ଦେବା ସକାଶେ ପ୍ରଚାର ଚଳାଇଛି। ଉଭୟ ଦଳ ପକ୍ଷରୁ ବଙ୍ଗୀୟ ଚଳଚ୍ଚିତ୍ର ଓ ଟିଭି ଜଗତର ଏକାଧିକ ତାରକାଙ୍କୁ ସାମିଲ କରାଯାଇଥିବା ବେଳେ ବଲିଉଡକୁ ମଧ୍ୟ ଟାର୍ଗେଟ କରାଯାଉଛି। ମିଥୁନ ଚକ୍ରବର୍ତ୍ତୀ ବର୍ତ୍ତମାନ ବିଜେପିର ସଦସ୍ୟତା ହାସଲ କରିଥିବା ବେଳେ ଦଳ ପାଇଁ ପ୍ରଚାର ଆରମ୍ଭ କରିସାରିଛନ୍ତି।

ବିଦ୍ୟୁତ୍‌ ଦର ବଢ଼ିବା ପଛରେ ରାଜ୍ୟ ସରକାରଙ୍କ ବଡ଼ ଦୁର୍ନୀତି

ଦୀର୍ଘ ୨୧ ବର୍ଷ ଶାସନ କଲା ପରେ ବିଜେଡି ସରକାର ଆହୁରି ଦୁର୍ନୀତି ଖୋର ଓ ଭଷ୍ଟ୍ରାଚାରୀ ହୋଇଯାଇଛି। ଓଡ଼ିଶାର ପ୍ରାକୃତିକ ସମ୍ପଦକୁ ଲୁଟ୍ କରି କିଛି ମୁଷ୍ଟିମେୟ ଅଧିକାରୀଙ୍କୁ ପୋଷିଛନ୍ତି ରାଜ୍ୟ ସରକାର। ଆଇନକାନୁନ ଓ ସମ୍ବିଧାନକୁ ଜଳାଞ୍ଜଳି ଦେଇ ରାଜ୍ୟ ସରକାର ରାଜସ୍ବ ହାନୀ କରାଇବା ଏବଂ ରାଜ୍ୟକୁ ପଛୁଆ କରିବା ଓ ରାଜ୍ୟବାସୀଙ୍କୁ ଦାରିଦ୍ୟ ଆଡ଼କୁ ଠେଲିଦେବା ଚକ୍ରାନ୍ତ ଚଲାଇଛନ୍ତି। ଲମ୍ବା ସମୟ ଧରି ବିଦ୍ୟୁତ କ୍ଷେତ୍ରରେ ଚାଲିଥିବା ଦୁର୍ନୀତି ବିରୋଧରେ ବିଜେପି ସର୍ବଦା ପ୍ରତିବାଦ କରିଆସୁଛି। ସିଏଜି ରିପୋର୍ଟ ଅନୁସାରେ ଉଭୟ ବିଦ୍ୟୁତ କ୍ଷେତ୍ର ଏବଂ ଜମି ଦୁର୍ନୀତିରେ ରାଜ୍ୟ ରାଜକୋଷରୁ ବ୍ୟାପକ ଅର୍ଥ କ୍ଷତି ହୋଇଛି। ରାଜ୍ୟ ସରକାରଙ୍କ ଭଷ୍ଟ୍ରାଚାର ଯୋଗୁ ବିଦ୍ୟୁତ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ବୋଲି କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର।

ପ୍ରଚାର ପାଇଁ ପିପିଲି ଯିବେ

ପିପିଲି ଉପନିର୍ବାଚନ ଲାଗି ଆଉ ମାତ୍ର ୧୧ ଦିନ ବାକି ରହିଛି। ଏହି ଉପନିର୍ବାଚନରେ ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବାକୁ ଯାଉଛନ୍ତି ଭୋଟର। ହେଲେ ୩ ପ୍ରମୁଖ ଦଳ ବିଜେଡିର ରୁଦ୍ରପ୍ରତାପ ମହାରଥି, ବିଜେପିର ଆଶ୍ରିତ ପଟ୍ଟନାୟକ ଏବଂ କଂଗ୍ରେସର ଅଜିତ ମଙ୍ଗରାଜଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଉପନିର୍ବାଚନ ଲାଗି ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ବଢ଼ିବାରେ ଲାଗିଛି। ନିଜ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ ହାତେଇବାକୁ ସବୁ ଦଳର ନେତା ଓ କର୍ମୀ ପିପିଲିରେ ଡେରା ପକାଇବା ଆରମ୍ଭ କଲେଣି। ଏହି ଉଷ୍ଣତାକୁ ଆହୁରି ସରଗରମ କରିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚାର ମଇଦାନକୁ ଓହ୍ଲାଇବା। ବିଜେଡିର ମୁଖ୍ୟ ଷ୍ଟାର୍‌ ପ୍ରଚାରକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଯାଉଛନ୍ତି। ପ୍ରତାପ ଦେବଙ୍କ ଘରେ ବସିଥିବା ବିଜେଡି ବୈଠକ ପରେ ଏନେଇ ସୂଚନା ମିଳିଛି। ତେବେ ମୁଖ୍ୟମନ୍ତ୍ରୀ କେଉଁଦିନ ପ୍ରଚାର କରିବାକୁ ପିପିଲି ଯିବେ ତାହା ଜଣାପଡ଼ିନାହିଁ।

ପିପିଲି-ଡେଲାଙ୍ଗକୁ ଭୟମୁକ୍ତ, ହିଂସାମୁକ୍ତ ଓ ବିକାଶଯୁକ୍ତ କରିବା ଆମ ଲକ୍ଷ୍ୟ: ବିଜେପି

ପିପିଲି-ଡେଲାଙ୍ଗ ଉପନିର୍ବାଚନର ଲଢେଇ ପାଇଁ ଭାତୀୟ ଜନତା ପାର୍ଟି ଦଳୀୟ ପ୍ରଚାରକୁ ଶାଣିତ କରିଛି। ପିପିଲି ଉପନିର୍ବାଚନର ବିଜେପି ବିଧାୟକ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ ସମର୍ଥକଙ୍କ ଗହଣରେ ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନକୁ ଯାଇ ଭୋଟ ଆଶୀର୍ବାଦ ଲୋଡିଛନ୍ତି। ରବିବାର ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସହପ୍ରଭାରୀ ବିଜୟ ପାଲ ସିଂ ତୋମର, ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର, ରାଜ୍ୟ ଉପସଭାନେତ୍ରୀ ପ୍ରଭାତୀ ପରିଡା, ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ, ବରିଷ୍ଠ ନେତା ପ୍ରକାଶ ମିଶ୍ର, ଐର ଖାରବେଳ ସ୍ୱାଇଁ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ପ୍ରମୁଖ ବିଭିନ୍ନ ପର୍ଯ୍ୟାୟରେ କାର୍ଯ୍ୟକର୍ତ୍ତା ଏବଂ ସାଧାରଣ ଜନତାଙ୍କୁ ଭେଟି ଆଲୋଚନା କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ଆହ୍ୱାନ କରିଥିଲେ।

ଇସ୍ତଫା ଦେଲେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ

ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ଶେଷରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ବମ୍ବେ ହାଇକୋର୍ଟ ମୁମ୍ବାଇର ପୂର୍ବତନ ଡିଜି ପରମବୀର ସିଂ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦେଶ ଦେବା ପରେ ଏନସିପି ନେତା ଦେଶମୁଖଙ୍କୁ ତାଙ୍କ ପଦରୁ ଇସ୍ତଫା ଦେବାକୁ ପଡ଼ିଛି। ପୂର୍ବତନ ମୁମ୍ବାଇ ପୋଲିସ୍ ମୁଖ୍ୟ ସିଂ ଅଭିଯୋଗ କରିଥିଲେ ଯେ ଦେଶମୁଖ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ଆଗରୁ ଜବତ ହୋଇଥିବା ବିସ୍ଫୋରକ ଭର୍ତ୍ତି ଏସୟୁଭି ମାମଲାରେ ଗିରଫ ହୋଇଥିବା ଏନକାଉଣ୍ଟର୍ ସ୍ପେଶାଲିଷ୍ଟ୍ ସଚିନ୍ ୱାଜେଙ୍କୁ ଶହେ କୋଟି ଚାନ୍ଦା ଆଦାୟ କରିବାକୁ ନିର୍ଦେଶ ଦେଇଥିବା ଅଭିଯୋଗ ଆଣିଥିଲେ। ଦେଶମୁଖ ତାଙ୍କ ଇସ୍ତଫା ପତ୍ର ସୋସାଲ୍ ଆକାଉଣ୍ଟ୍ ଟ୍ବିଟର୍ ମାଧ୍ୟମରେ ଅପଲୋଡ୍ କରିଛନ୍ତି। ପୂର୍ବରୁ ଏହି ମାମଲାରେ ସିବିଆଇକୁ ପ୍ରାଥମିକ ପର୍ଯ୍ୟାୟ ତଦନ୍ତ ୧୫ ଦିନ ଭିତରେ ଆରମ୍ଭ କରିବା ସକାଶେ ବମ୍ବେ ହାଇକୋର୍ଟ ନିର୍ଦେଶ ଦେଇଥିଲେ।

ମହାରାଷ୍ଟ୍ର ଗୃହ ମନ୍ତ୍ରୀଙ୍କୁ ବଡ଼ ଝଟକା: ସିବିଆଇ ତଦନ୍ତ ନିର୍ଦେଶ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ