ବାଣିଜ୍ୟ ଓ ଅର୍ଥନୀତି

ଆମେରିକୀୟ ବିୟର୍‌ ଇଣ୍ଡଷ୍ଟ୍ରୀରେ ନିଯୁକ୍ତି ସଙ୍କଟ, ଟ୍ରମ୍ପ୍‌ଙ୍କୁ ଦାୟୀ

ଟ୍ରମ୍ପ୍‌ ପ୍ରଶାସନ ଧାତବ ସାମଗ୍ରୀ ଉପରେ ଟିକସ ବୃଦ୍ଧି କରିବା ଫଳରେ ଏହାର ପ୍ରଭାବ ବିୟର୍‌ ଇଣ୍ଡଷ୍ଟ୍ରୀ ଉପରେ ପଡ଼ିଛି। ଏହି କାରଣରୁ ବିଭିନ୍ନ ବିୟର୍‌ ଇଣ୍ଡଷ୍ଟ୍ରୀରେ ନିଯୁକ୍ତି ସଙ୍କଟ ବଢ଼ିବାରେ ଲାଗିଛି। ବିୟର୍‌ ଦାମ୍‌ ବୃଦ୍ଧି ପାଇଥିବାରୁ ବ୍ୟବସାୟୀମାନେ ଖର୍ଚ୍ଚ କାଟ୍‌ କରିବା ସକାଶେ ଛଟେଇକୁ ସମାଧାନ ପନ୍ଥା ଭାବେ ଗ୍ରହଣ କରିଛନ୍ତି। ତେଣୁ ଗତ ୨ ବର୍ଷ ମଧ୍ୟରେ ଦେଶର ବିୟର୍‌ ଇଣ୍ଡଷ୍ଟ୍ରୀରେ ପାଖାପାଖି ୪୦ ହଜାର କର୍ମଚାରୀ ସେମାନଙ୍କ କର୍ମସଂସ୍ଥାନ ହରାଇସାରିଲେଣି। କୌଣସି ନିବେଶକ ଏହି କ୍ଷେତ୍ରରେ ନିବେଶ କରିବାର ରିସ୍କ ନେବାକୁ ଚାହୁଁନାହାନ୍ତି ବୋଲି ବିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଏଣ୍ଡ୍‌ ନ୍ୟାସନାଲ୍‌ ବିୟର୍‌ ହୋଲ୍‌ସେଲର୍ସ ଆସୋସିଏସନ୍‌ ପକ୍ଷରୁ ଦୁଇ ବର୍ଷରେ ଥରେ ପ୍ରକାଶ ପାଉଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

ଅମୁଲ୍‌ ପରେ ମଦର ଡେଏରୀ ବଢ଼ାଇଲା ଦୁଗ୍ଧ ଦାମ୍‌
ଭାରତ ସହ ଦ୍ବିପାକ୍ଷିକ ସମ୍ପର୍କକୁ ଦୃଢ଼ କରିବା ସପକ୍ଷରେ ଚୀନ୍‌

ଭାରତରେ ସପ୍ତଦଶ ଲୋକସଭା ନିର୍ବାଚନର ଫଳାଫଳ ଆସିବା ପରେ ନରେନ୍ଦ୍ର ମୋଦି ପୁନର୍ବାର ଦେଶର ପ୍ରଧାନମନ୍ତ୍ରୀ ହେବା ସକାଶେ ଏକକ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ନିଜର ପ୍ରଥମ ୫ ବର୍ଷର ଶାସନ କାଳରେ ଭାରତର ବୈଦେଶିକ ନୀତିକୁ ସୁଦୃଢ଼ କରିବା ସହ ମୋଦି ବିଦେଶୀ ରାଷ୍ଟ୍ରମାନଙ୍କ ସହ ଭାରତର ସମ୍ପର୍କକୁ ବେଶ୍‌ ମଜଭୁତ କରିପାରିଛନ୍ତି। ସେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ତାଙ୍କର ଏହି ନୀତିକୁ ଆହୁରି ବ୍ୟାପକ କରିବେ ବୋଲି ବିଦେଶୀ ରାଷ୍ଟ୍ରମାନେ ଆଶା ବ୍ୟକ୍ତ କରିଛନ୍ତି। ଏହି କାରଣରୁ ଗୁରୁବାର ଅପରାହ୍ନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସଂଖ୍ୟାଗରିଷ୍ଠତା ହାସଲ କରିବାର ସଙ୍କେତ ମିଳିବା ପରେ ଇସ୍ରାଏଲ୍‌ ରାଷ୍ଟ୍ରପତି ବେଞ୍ଜାମିନ୍‌ ନେତନ୍ୟାହୁ ମୋଦିଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିବା ସହ ଆଗାମୀ ଦିନରେ ଦୁଇ ଦେଶ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କ ନିବିଡ଼ ହେବ ବୋଲି ଆଶା କରିଛନ୍ତି। ଏବେ ଚୀନ୍‌ ମଧ୍ୟ ମୋଦିଙ୍କ ନେତୃତ୍ବାଧୀନ ନବଭାରତ ସହ ତା’ର ସମ୍ପର୍କକୁ ଅଧିକ ଦୃଢ଼ କରିବା ସପକ୍ଷରେ ମତ ଦେଇଛି।

ରିଲାଏନ୍ସର ରେକର୍ଡ: ଭାରତର ସର୍ବବୃହତ୍‌ କମ୍ପାନୀ ମାନ୍ୟତା

ଭାରତର ସବୁଠାରୁ ବିତ୍ତଶାଳୀ ବ୍ୟକ୍ତିବିଶେଷ ରହିଆସିଥିବା ମୁକେଶ ଅମ୍ବାନିଙ୍କ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଗୁରୁବାର ଭାରତର ସର୍ବବୃହତ୍‌ କମ୍ପାନୀର ପରିଚୟ ପାଇଛି। ପୂର୍ବରୁ ଦେଶର ପ୍ରମୁଖ ତୈଳ ଯୋଗାଣକାରୀ କମ୍ପାନୀ ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌ (ଆଇଓସି)କୁ ପଛରେ ପକାଇ ରାଜସ୍ବ ଦୃଷ୍ଟିକୋଣରୁ ଦେଶର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ମାର୍ଚ୍ଚ ୩୧ ତାରିଖରେ ଶେଷ ହୋଇଥିବା ୨୦୧୮-୧୯ ଆର୍ଥିକ ବର୍ଷରେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ କମ୍ପାନୀର ମୂଲ୍ୟ ୬.୨୩ ଲକ୍ଷ କୋଟି ଟଙ୍କା ଥିଲା। କିନ୍ତୁ ଏହି ନିର୍ଦ୍ଦିଷ୍ଟ ସମୟ ସୁଦ୍ଧା ଆଇଓସିର ମୋଟ ପୁଞ୍ଜି ୬.୧୭ ଲକ୍ଷ କୋଟି ରହିଛି। ଉଭୟ କମ୍ପାନୀ ନ୍ୟାସନାଲ୍‌ ଷ୍ଟକ୍‌ ଏକ୍ସଚେଞ୍ଜ୍‌ (ଏନ୍‌ଏସ୍‌ଇ)ରେ ଦାଖଲ କରିଥିବା ସେମାନଙ୍କ ସୂଚନାରୁ ଏହା ଜଣାପଡ଼ିଛି।

ଆମେରିକୀୟ ବାଣିଜ୍ୟ କଟକଣା ନେଇ ହୁୱେଇର ଅସନ୍ତୋଷ
ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଲା ଦୁବାଇଭିତ୍ତିକ ଚ୍ୟାରିଟି ସଂସ୍ଥା

ନିକଟରେ ଶେଷ ହୋଇଛି ମୁସଲିମ୍‌ ଧର୍ମାବଲମ୍ବୀମାନଙ୍କର ପବିତ୍ର ମାସ ଭାବେ ପରିଚିତ ରମ୍‌ଜାନ। ଏହି ପବିତ୍ର ମାସରେ ମୁସଲିମ୍‌ ଧର୍ମାବଲମ୍ବୀମାନଙ୍କ ଉପବାସ ଦୂର କରିବା କ୍ଷେତ୍ରରେ ଦୁବାଇ ଭିତ୍ତିକ ଏକ ଚ୍ୟାରିଟି ସଂସ୍ଥା ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଅବୁ ଧାବୀଠାରେ ପିସିଟି ହ୍ୟୁମାନିଟି ନାମକ ଏହି ସଂସ୍ଥା ଏପରି ବନ୍ଦୋବସ୍ତ ପାଇଁ ଗିନିଜ୍‌ ବୁକ୍‌ ଅଫ୍ ୱାର୍ଲ୍ଡ ରେକର୍ଡ୍ସରେ ସ୍ଥାନ ପାଇଛି। ଏ ସଂକ୍ରାନ୍ତରେ ପିସିଟି ହ୍ୟୁମାନିଟିର ପ୍ରତିଷ୍ଠାତା ଯୋଗିନ୍ଦର ସିଂ ସାଲାରିଆ କହିଛନ୍ତି ଯେ ଦୁବାଇ ଇଣ୍ଡଷ୍ଟ୍ରିଆଲ୍‌ ପାର୍କସ୍ଥିତ ତାଙ୍କ କମ୍ପାନୀ ପେହଲ୍‌ ଇଣ୍ଟରନ୍ୟାସନାଲ୍‌ ପରିସରରେ ସଂସ୍ଥା ପକ୍ଷରୁ ନିୟମିତ ଭାବେ ସମ୍ପୂର୍ଣ୍ଣ ଶାକାହାରୀ ଇଫ୍‌ତାରର ଆୟୋଜନ କରାଯାଇଥିଲା। କ୍ଷୁଧା ମେଣ୍ଟାଇବା ସକାଶେ ସବୁଠାରୁ ଦୀର୍ଘତମ ପ୍ୟାକେଜ୍‌ ପ୍ରସ୍ତୁତ କରିଥିବାରୁ ଏହି ଚ୍ୟାରିଟି ସଂସ୍ଥା ଗିନିଜ୍‌ ବୁକ୍‌ରେ ସ୍ଥାନ ପାଇଛି ବୋଲି ଶନିବାର ଗଲ୍‌ଫ ନ୍ୟୁଜ୍‌ ରିପୋର୍ଟରେ ପ୍ରକାଶ ପାଇଛି।

ମାଇଣ୍ଡ୍‌ଟ୍ରିର ୧୩୪୪୦ ଶେୟାର୍‌ କିଣିଲା ଏଲ୍‌ଏଣ୍ଡ୍‌ଟି

ଭିତ୍ତିଭୂମି ବିକାଶ ଦିଗରେ କାର୍ଯ୍ୟ କରୁଥିବା ଦେଶର ପ୍ରମୁଖ କମ୍ପାନୀ ଲାର୍ସନ୍‌ ଏଣ୍ଡ୍‌ ଟୁବ୍ରୋ (ଏଲ୍‌ଏଣ୍ଡ୍‌ଟି) ଗତ ଶୁକ୍ରବାର ମାଇଣ୍ଡ୍‌ଟ୍ରି କମ୍ପାନୀରେ ତା’ର ଅଂଶଧନ ପରିମାଣକୁ ବୃଦ୍ଧି କରିଛି। କମ୍ପାନୀ ମାଇଣ୍ଡ୍‌ଟ୍ରିର ୧୩୪୪୦ ଶେୟାର୍‌ ଖଣିଦ୍‌ କରିଥିବା ନେଇ ଷ୍ଟକ୍‌ ଏକ୍ସଚେଞ୍ଜ୍‌ରେ ନିଜର ନିୟମିତ ଫାଇଲିଂରେ ମାଇଣ୍ଡଟ୍ରି ସୂଚନା ଦେଇଛି। ଚଳିତ ମାସ ପ୍ରାରମ୍ଭରେ ଏହି କମ୍ପାନୀ ମାଇଣ୍ଡ୍‌ଟ୍ରିର ଭିଜି ସିଦ୍ଧାର୍ଥ ଓ କେଫ୍ କଫି ଡେ’ର ୨୦ ପ୍ରତିଶତ ଶେୟାର୍‌ ଖରିଦ୍‌ କରିଥିଲା। ଉକ୍ତ ଶେୟାର୍‌କୁ କମ୍ପାନୀ ପକ୍ଷରୁ ୩୨୧୦ କୋଟି ଟଙ୍କାରେ ଖରିଦ୍‌ କରାଯାଇଥିଲା। ବର୍ତ୍ତମାନ ଏଲ୍‌ଏଣ୍ଡ୍‌ଟି କମ୍ପାନୀ ଶେୟାର୍‌ ପିଛା ୧୦ ଟଙ୍କା ମୂଲ୍ୟରେ ୧୩ ହଜାର ୪୪୦ଟି ଶେୟାର୍‌ ଖରିଦ୍‌ କରିଥିବା ମାଇଣ୍ଡ୍‌ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି।

ଭାରତୀୟ କମ୍ପାନୀ ସହ ବୁଝାମଣା ଉପରେ କତାର

ୟୁଏଇ ଭିତ୍ତିକ ବିମାନ ଚଳାଚଳ କମ୍ପାନୀ କତାର ଏୟାର୍‌ୱେଜ୍‌ ଭାରତୀୟ ବିମାନ ଚଳାଚଳ କମ୍ପାନୀ ସହ ବୁଝାମଣା କରିବା ଉପରେ ବେଶ୍‌ ଜୋର୍‌ ଦେଇଛି। ନିକଟରେ ଏହି କମ୍ପାନୀ ଭାରତରୁ ଦୋହାକୁ ଚଳାଚଳ କରୁଥିବା ବିମାନରେ ଅସ୍ଥାୟୀ ଭାବେ ଏହାର ଧାରଣ କ୍ଷମତା ବଢ଼ାଇବା ସକାଶେ ଅନୁରୋଧ କରିଛି। ତେବେ କୌଣସି ବି ଭାରତୀୟ କମ୍ପାନୀ ପକ୍ଷରୁ କିଛି ବି ପ୍ରସ୍ତାବ ଆସିଲେ, ତାହାକୁ ଏହି ବିମାନ ଚଳାଚଳ କମ୍ପାନୀ ଗୁରତ୍ବ ସହକାରେ ବିଚାର କରିବ ବୋଲି ଗୁରୁବାର ପ୍ରକାଶ କରିଛି। ନୂଆଦିଲ୍ଲୀ-ଦୋହା ଓ ମୁମ୍ବାଇ-ଦୋହା ମଧ୍ୟରେ ଚଳାଚଳ କରୁଥିବା ୨୮ଟି ସାପ୍ତାହିକ ବିମାନର ଚଳାଚଳ ଉପରେ ରୋକ ଲାଗିଥିବାରୁ କତାର-ଭାରତ ବାୟୁମାର୍ଗରେ ଉଡ଼ାଣ ଭରୁଥିବା ବିମାନରେ କିପରି ଭାବେ ଅଧିକ ଯାତ୍ରୀ ଯାଇପାରିବେ, ତାହାର ଆବଶ୍ୟକତା ବୃଦ୍ଧି ପାଇଛି। ବିଶେଷକରି ଭାରତୀୟ କମ୍ପାନୀ ଜେଟ୍‌ ଏୟାରୱେଜ୍‌ ଗତ ଏପ୍ରିଲ୍‌ ୧୭ ତାରିଖରେ ଏହାର ଉଡ଼ାଣ ବନ୍ଦ କରିଦେଇଥିବାରୁ କତାର ଏୟାରୱେଜ୍‌ ଉପରେ ଅଧିକ ଯାତ୍ରୀ ପରିବହନ ଚାପ ବଢ଼ିଯାଇଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ