ବାଣିଜ୍ୟ ଓ ଅର୍ଥନୀତି

ପଣ୍ଡା ଟ୍ରାଭେଲ ମାର୍ଟ ପାଳିଲା ରିଟେଲ ଏମ୍ପ୍ଲଇଜ୍ ଡେ’

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଲଗେଜ୍‌ ଏବଂ ଟ୍ରାଭେଲ୍ ଆସେସୋରିଜ୍ ଷ୍ଟୋର୍ ପଣ୍ଡା ରିଟେଲ ପ୍ରାଇଭେଟ ଲିମିଟେଡ଼ ପକ୍ଷରୁ ଏହାର ଭୁବନେଶ୍ୱର ଶାଖାରେ ରିଟେଲ ଏମ୍ପ୍ଲଇଜ୍ ଡେ’ ପାଳନ କରାଯାଇଛି। ଏହି ସଂସ୍ଥାର ପରିଚାଳନା ନିର୍ଦେଶକ ଶିବ ପ୍ରସାଦ ପଣ୍ଡା ଏବଂ ନିର୍ଦେଶିକା ମନସ୍ବିନୀ ପଣ୍ଡା ଏହି ଅବସରରେ ସମସ୍ତ କର୍ମଚାରୀଙ୍କୁ ସ୍ବାଗତ କରିଥିଲେ। ଲଗେଜ ଇଣ୍ଡଷ୍ଟି୍ରର ଖ୍ୟାତି ସମ୍ପନ୍ନ ବ୍ୟକ୍ତିତ୍ବ ତଥା ସାମ୍‌ସୋନାଇଟ କର୍ପୋରେସନ ୟୁଏସଏର ପୂର୍ବତନ ଅଧ୍ୟକ୍ଷ ଏବଂ ସାମସୋନାଇଟ ଅଲଇଣ୍ଡିଆ ସେଲ୍‌ସ ହେଡ୍‌ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଭିଆପି ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଓଡ଼ିଶା ମୁଖ୍ୟ ଶଶି ଦାସ, ସାମସୋନାଇଟ ଏସିଆ ପ୍ରାଇଭେଟ ଲିମିଟେଡ୍‌ର ଶାଖା ପ୍ରବନ୍ଧକ ତଥା ଭିଆଇପି ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଓଡ଼ିଶା ମୁଖ୍ୟ ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

ବୈଦ୍ୟୁତିକ ସାମଗ୍ରୀ ଉପରେ ସୀମା ଶୁଳ୍କ ବୃଦ୍ଧି


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ