ମୁମ୍ବାଇ ବିମାନ ବନ୍ଦର ବିଶ୍ବର ସବୁଠାରୁ ବ୍ୟସ୍ତବହୁଳ ରନ୍ୱେ ବୋଲି ଜଣାପଡ଼ିଛି। ଫଳସ୍ବରୂପ ଏହି ବିମାନ ବନ୍ଦର ନିଜର ପୁରୁଣା ରେକର୍ଡକୁ ଭାଙ୍ଗିପାରିଛି। ୨୪ ଘଣ୍ଟା ମଧ୍ୟରେ ଏହି ବିମାନ ବନ୍ଦରରୁ ବିଶ୍ବର ବିଭିନ୍ନ ସ୍ଥାନକୁ ୯୮୦ଟି ବିମାନ ଉଡ଼ାଣ ଓ ଅବତରଣ କରିଛନ୍ତି। ଏକ ଇଂରାଜୀ ଦୈନିକରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗତ ୨୦ ତାରିଖରେ ଏହି ମୁମ୍ବାଇ ବିମାନ ବନ୍ଦରରେ ଏହି ସଂଖ୍ୟକ ବିମାନ ଯାତାୟାତ କରିଛନ୍ତି। ପୂର୍ବରୁ ଗୋଟିଏ ଦିନରେ ଏହି ବିମାନ ବନ୍ଦରରେ ସର୍ବାଧିକ ୯୭୪ଟି ବିମାନ ଉଡ଼ାଣ ଭରିବା ସହ ଅବତରଣ କରିଥିବାରୁ ଏହା ଏକ ରେକର୍ଡ ଭାବେ ପରିଗଣିତ ହୋଇଥିଲା।
ଦେଶର ଅନ୍ୟତମ ପ୍ରମୁଖ ଶିଳ୍ପୋଦ୍ୟୋଗୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ଆଗାମୀ ଦିନରେ ଆସାମରେ କମ୍ପାନୀ ବଡ଼ ଧରଣର ପୁଞ୍ଜିନିବେଶ କରିବ ବୋଲି ଘୋଷଣା କରିଛନ୍ତି। ତାଙ୍କ ଘୋଷଣା ଅନୁସାରେ କମ୍ପାନୀ ଆସାମରେ ଆସନ୍ତା ୩ ବର୍ଷ ମଧ୍ୟରେ ୮୦ ହଜାର ଲୋକଙ୍କୁ ନିଯୁକ୍ତି ଦେବ। କାରଣ ଏହି ରାଜ୍ୟରେ ଖୁଚୁରା, ପେଟ୍ରୋଲିୟମ୍, ଦୂରସଂଚାର, ପର୍ଯ୍ୟଟନ ଓ କ୍ରୀଡ଼ା ଆଦି କ୍ଷେତ୍ରରେ ପାଖାପାଖି ଅଢ଼େଇ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିବାକୁ ଯାଉଛି କମ୍ପାନୀ। ଏହିସବୁ କ୍ଷେତ୍ରରେ କାମ କରିବା ସକାଶେ ୮୦ ହଜାର ଲୋକ ସୁଯୋଗ ପାଇବେ ବୋଲି ଅମ୍ବାନୀ କହିଛନ୍ତି।
ଗତକାଲି ଜିଏସ୍ଟି କାଉନ୍ସିଲ୍ର ୨୫ତମ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ହୋଇଥିବା ନିଷ୍ପତ୍ତି କ୍ରମେ ୨୯ଟି ସାମଗ୍ରୀ ଉପରୁ ଟିକସ ହାରକୁ କମ୍ କରିଦିଆଯାଇଛି। ତେଣୁ ଏହି ନିଷ୍ପତ୍ତି ଅନୁସାରେ ଗ୍ରାହକଙ୍କୁ କେଉଁ କେଉଁ ସାମଗ୍ରୀ ଉପରେ କମ୍ ଖର୍ଚ୍ଚ କରିବାକୁ ପଡ଼ିବ ସେ ସମ୍ପର୍କରେ ଜାଣିବା।
ଗତ ଜୁଲାଇ ୧ରୁ ସମଗ୍ର ଦେଶରେ ଏକକ ଟିକସ ବ୍ୟବସ୍ଥା ଲାଗୁ ହୋଇଥିବା ବେଳେ ଏହା କିପରି ପର୍ଯ୍ୟାୟ କ୍ରମେ ସରଳ ଓ ସାଧାରଣ ଲୋକଙ୍କୁ ସୁହାଇବା ଭଳି ହୋଇପାରିବ, ସେଥି ସକାଶେ ନିୟମିତ ଭାବେ ବୈଠକ ବସିଆସୁଛି। ଏହି କ୍ରମରେ ଗୁରୁବାର ଜିଏସ୍ଟି କାଉନ୍ସିଲ୍ର ୨୫ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ କ୍ଷୁଦ୍ର ବ୍ୟବସାୟୀ ଓ ଉପଭୋକ୍ତାମାନଙ୍କୁ ଖୁସି କରିବା ଭଳି କେତେକ ନିଷ୍ପତ୍ତି ନିଆଯାଇଛି। ସମୁଦା୍ୟ ୨୯ଟି ସାମଗ୍ରୀ ଶସ୍ତା ହୋଇଥିବା ବେଳେ ୫୩ଟି ସେବାକୁ ମଧ୍ୟ ଶସ୍ତା କରାଯାଇଛି। ତେବେ ଏହାଦ୍ବାରା କେନ୍ଦ୍ର ରାଜକୋଷକୁ ଏକ ହଜାର କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିବ।
ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ବିଆଇ) ବହୁ ଦିନ ହେଲା ନୂଆ ୨୦୦ ଟଙ୍କିଆ ନୋଟ୍ ଛାପିଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ପରିମାଣରେ ଲୋକଙ୍କ ନିକଟରେ ପହଞ୍ଚିପାରିନାହିଁ। ଏଟିଏମ୍ରେ ଆବଶ୍ୟକ ଟ୍ରେ ନ ଥିବାରୁ ଏହି ନୋଟ୍ଗୁଡ଼ିକୁ ଏଟିଏମ୍ ମାଧ୍ୟମରେ ଲୋକଙ୍କ ପାଖରେ ପହଞ୍ଚାଯାଇପାରୁନାହିଁ। ତେଣୁ ଏବେ ଏ ଦିଗରେ ବ୍ୟାଙ୍କ୍ମାନେ ବିହିତ ପଦକ୍ଷେପ ନେବା ସକାଶେ ଆର୍ବିଆଇ ପକ୍ଷରୁ ନିର୍ଦେଶ ଦିଆଯାଇଛି।
ନୂଆଦିଲ୍ଲୀ: ଗତ ୨୦୧୬ ନଭେମ୍ବର ୮ ତାରିଖ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଶହ ଓ ଏକ ହଜାର ଟଙ୍କିଆ ନୋଟ୍ର ପ୍ରଚଳନ ବନ୍ଦ କରିଦେବା ସହ ନଗଦମୁକ୍ତ ସମାଜ ଗଠନ ଉପରେ ଗୁରୁତ୍ବ ଦେଇଥିଲେ। ଏହାପରଠାରୁ ଜନସାଧାରଣଙ୍କ ମଧ୍ୟରେ କାର୍ଡ ମାଧ୍ୟମରେ କାରବାର କରିବାର ଆଗ୍ରହ ବୃଦ୍ଧି ପାଇଛି। ତେବେ ଡେବିଟ୍ କାର୍ଡ ମାଧ୍ୟମରେ ଅର୍ଥ ପଇଠ କରୁଥିବା ଗ୍ରାହକମାନଙ୍କୁ ଶୁଳ୍କ ଦେବାକୁ ପଡ଼ୁଥିବାରୁ ଏହା କେତେକଙ୍କ ପାଇଁ ବୋଝ ସଦୃଶ ହେଉଛି। ତେବେ କେନ୍ଦ୍ର ସରକାର ଏବେ ଏହି ଧରଣର ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛନ୍ତି। କାରଣ ଏଣିକି ୨ ହଜାର ଟଙ୍କା ଭିତରେ ହେଉଥିବା ଦେଣନେଣ ପାଇଁ ଗ୍ରାହକଙ୍କୁ କୌଣସି ପ୍ରକାର ଶୁଳ୍କ ପଇଠ କରିବାକୁ ପଡ଼ିବ ନାହିଁ ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ଦେଶର ଅନ୍ୟତମ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ (ପିଏନ୍ବି) ଏହାର ଗ୍ରାହକମାନଙ୍କ ସକାଶେ ସୁଧହାରକୁ ସାମାନ୍ୟ ବୃଦ୍ଧି କରିଛି। ଏହି ବର୍ଦ୍ଧିତ ସୁଧହାରର ସୁବିଧା କେବଳ ସ୍ଥାୟୀ ଜମା ଉପରେ ମିଳିପାରିବ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି। ୧୦ କୋଟି ଟଙ୍କା ପର୍ଯ୍ୟନ୍ତ ସ୍ଥାୟୀ ଜମା ଉପରେ ଗ୍ରାହକମାନଙ୍କୁ ପୂର୍ବାପେକ୍ଷା ୧.୨୫ ପ୍ରତିଶତ ଅଧିକ ସୁଧହାର ମିଳିବ ବୋଲି ବ୍ୟାଙ୍କ୍ ପକ୍ଷରୁ କୁହାଯାଇଛି।
ଅନେକ ଯାତ୍ରୀ ବିନା ଟିକଟରେ ରେଳରେ ଯାତ୍ରା କରୁଥିବାରୁ ରେଳବାଇର ବିପୁଳ କ୍ଷତି ହେଉଛି। ଏହାକୁ ନେଇ ଏକ ସଂସଦୀୟ କମିଟି ଚିନ୍ତା ପ୍ରକଟ କରିଛି। ବିନା ଟିକଟର ଯାତ୍ରୀଙ୍କ ଯୋଗୁଁ ହେଉଥିବା କ୍ଷତିକୁ ସହିବା ଭଳି ସ୍ଥିତିରେ ରେଳବାଇ ନାହିଁ। ବିନା ଟିକଟରେ ଯାତ୍ରା କରୁଥିବା ବେଳେ ଯେତିକି ଯାତ୍ରୀ ଧରାପଡ଼ିଛନ୍ତି, ସମସ୍ତଙ୍କଠାରୁ ଜରିମାନା ଆଦାୟ କରାଯାଇପାରିନାହିଁ। ଯେତିକି ପରିମାଣର ଜରିମାନା ଆଦାୟ ହୋଇଛି ତାହା ଏଭଳି ଯାତ୍ରୀଙ୍କ ସଂଖ୍ୟା ଅନୁସାରେ ବହୁତ କମ୍।
ଗତବର୍ଷ ବିମୁଦ୍ରାୟନ ଓ ଚଳିତ ବର୍ଷ ସାମଗ୍ରୀ ଓ ସେବା କର (ଜିଏସ୍ଟି) ଲାଗୁ କରି କେନ୍ଦ୍ରରେ କ୍ଷମତାସୀନ ବିଜେପି ସରକାର ଯାବତୀୟ ସମାଲୋଚନାର ଶିକାର ହୋଇଆସିଛନ୍ତି। ତେବେ ଏପରି ନିଷ୍ପତ୍ତି ସପକ୍ଷରେ ମତ ଦେଇଛି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍)। ଏହା ସାମୟିକ ପୀଡ଼ା ବୋଲି ଆଇଏମ୍ଏଫ୍ ଅଧିକାରୀ ସ୍ବୀକାର କରିଥିଲେ ଏହାର ଦୀର୍ଘମିଆଦୀ ସୁଫଳ ମିଳିବ ବୋଲି ଏହି ଅଧିକାରୀ ଜଣକ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।
ସମଗ୍ର ବିଶ୍ବରେ ଭାରତୀୟ ଗ୍ରାହକମାନେ ସର୍ବାଧିକ ମୋବାଇଲ୍ ଡାଟା ବ୍ୟବହାର କରୁଥିବା ଜଣାପଡ଼ିଛି। ଦେଶରେ ମୋବାଇଲ୍ ବ୍ୟବହାର କରୁଥିବା ଗ୍ରାହକମାନେ ମାସକୁ ୧୫୦ କୋଟି ଗିଗାବାଇଟ୍ ଡାଟା ବ୍ୟୟ କରୁଛନ୍ତି ବୋଲି ସୂଚନା ଦେଇଛନ୍ତି ନୀତି ଆୟୋଗ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ। ଏପରିକି ଏହି ପରିମାଣ ଆମେରିକା ଓ ଚୀନ୍ ମିଳିତ ଭାବେ ବ୍ୟବହାର କରୁଥିବା ଡାଟାଠାରୁ ଅଧିକ ବୋଲି କାନ୍ତ ଟ୍ବିଟ୍ କରି କହିଛନ୍ତି। ତେବେ କେଉଁ ସୂତ୍ରରୁ ସେ ଏହି ତଥ୍ୟ ହାସଲ କରିଛନ୍ତି ତାହା ଜଣାଇନାହାନ୍ତି।
ରିଲାଏନ୍ସ ଜିଓ ବିଗତ ଦିନରେ ଗ୍ରାହକଙ୍କୁ ଅନେକ କିଛି ଭଲ ଅଫର୍ ଦେଇଥିବା ବେଳେ ଏଥିରେ କ୍ୟାଶ୍ବ୍ୟାକ୍ ଅଫର୍ ଅନ୍ୟତମ। ଏହି ଅଫର୍ ଅନୁସାରେ କୌଣସି ଗ୍ରାହକଙ୍କୁ ୩୯୯ ଟଙ୍କା କିମ୍ବା ତଦୁର୍ଦ୍ଧ୍ବ ମୂଲ୍ୟର ରିଚାର୍ଜ କଲେ ୨୫୯୯ ଟଙ୍କା ପର୍ଯ୍ୟନ୍ତ କ୍ୟାଶ୍ବ୍ୟାକ୍ ମିଳିବାର ସୁଯୋଗ ରହିଛି। ପୂର୍ବରୁ ଏହି ଅଫର୍ର ସୀମା ନଭେମ୍ବର ୨୫ ରହିଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ଡିସେମ୍ବର ୧୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ପୁନର୍ବାର କମ୍ପାନୀ ପକ୍ଷରୁ ଏହି ଅଫର୍ର ଅବଧିକୁ ବଢ଼ାଇ ଦିଆଯାଇଛି। ଏହି ଅନୁସାରେ ଆସନ୍ତା ୨୫ ତାରିଖ ମଧ୍ୟରେ ରିଚାର୍ଜ କରୁଥିବା କୌଣସି ଗ୍ରାହକ ଏହି ଅଫର୍ର ଫାଇଦା ପାଇପାରିବେ।
ଆଗକୁ ନୂଆବର୍ଷ ଆସୁଥିବା ବେଳେ ଗ୍ରାହକମାନଙ୍କୁ ଆକର୍ଷିତ କରିବା ସକାଶେ ପ୍ରମୁଖ ମୋବାଇଲ୍ ହ୍ୟାଣ୍ଡ୍ସେଟ୍ ନିର୍ମାଣକାରୀ କମ୍ପାନୀ ସାମ୍ସଙ୍ଗ୍ ପକ୍ଷରୁ ଏବେ ଦୁଇଟି ନୂଆ ମଡେଲ୍ ବଜାରକୁ ଆସିଛି। ଏହି ଦୁଇଟି ସ୍ମାର୍ଟଫୋନ୍ରେ ଡୁଆଲ୍ ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି ଯାହା ସେଲ୍ଫିରେ ଅଧିକ ଆଗ୍ରହ ରଖୁଥିବା ଗ୍ରାହକମାନଙ୍କୁ ସୁହାଇବ ବୋଲି କମ୍ପାନୀ ଆଶା କରିଛି। ଏହି ଦୁଇଟି ସ୍ମାର୍ଟଫୋନ୍ ମଡେଲ୍ର ନାମ ରହିଛି ଗ୍ୟାଲାକ୍ସି ଏ୮ ଓ ଗ୍ୟାଲାକ୍ସି ଏ୮ପ୍ଲସ୍। ଗ୍ୟାଲାକ୍ସି ଏ ସିରିଜ୍ର ଏହି ଦୁଇ ମୋବାଇଲ୍ ଅଧିକ ଷ୍ଟାଇଲିସ୍ ହୋଇଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ନିକଟରେ କେନ୍ଦ୍ର ସରକାର ବିଭିନ୍ନ ବୈଦ୍ୟୁତିକ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କକୁ ବୃଦ୍ଧି କରିଛନ୍ତି। ଫଳସ୍ବରୂପ ମୋବାଇଲ୍ ହ୍ୟାଣ୍ଡ୍ସେଟ୍ ପ୍ରସ୍ତୁତକାରୀ କମ୍ପାନୀ ଆପଲ୍ ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ଏହି କମ୍ପାନୀର ମୋବାଇଲ୍ ଦାମ୍କୁ ବଢ଼ାଇ ଦେଇଛି। ତେବେ ଆଇଫୋନ୍ ଏସ୍ଇ ମୋବାଇଲ୍ର ଦର ଅପିରବର୍ତ୍ତିତ ରହିଛି। କାରଣ ଗତ ଜୁନ୍ ମାସଠାରୁ ଏହା ଭାରତରେ ପ୍ରସ୍ତୁତ ହୋଇଆସୁଛି। ଭାରତୀୟ ବଜାରରେ ଉପଲବ୍ଧ ହେଉଥିବା ଆପଲ୍ ଆଇଫୋନ୍ ଖରିଦ୍ କରିବା ସକାଶେ ଏଣିକି ଗ୍ରାହକଙ୍କୁ ପାଖାପାଖି ୩.୫ ପ୍ରତିଶତ ଅଧିକ ଦର ଦେବାକୁ ପଡ଼ିବ।
ନୂଆଦିଲ୍ଲୀ: ସରକାର ଲୋକସଭାକୁ ଜଣାଇଛନ୍ତି ଯେ ବିମୁଦ୍ରାୟନ ପରେ ଦେଶରେ ନୂଆ ୫ଶହ ଟଙ୍କିଆ ନୋଟ୍ ଛପାଇବା ପାଇଁ ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅର୍ଥ ରାଷ୍ଟ୍ରମନ୍ତ୍ରୀ ପି.ରାଧାକୃଷ୍ଣନଙ୍କ ଲିଖିତ ଉତ୍ତରରୁ ଏହା ଜଣାପଡ଼ିଛି ଯେ ୮ ଡିସେମ୍ବର ସୁଦ୍ଧା ୧,୬୯୫.୭ କୋଟି ସଂଖ୍ୟକ ନୂଆ ୫୦୦ ଟଙ୍କିଆ ନୋଟ ଛପା ସରିଥିଲା। ଏହି ନୂଆ ୫୦୦ ଟଙ୍କିଆ ନୋଟ୍ଗୁଡ଼ିକୁ ଛପାଇବା ପାଇଁ ୪,୯୬୮.୮୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି ବୋଲି ରାଧାକୃଷ୍ଣନ କହିଛନ୍ତି।
କଟକ :ରାଜ୍ୟରେ ସାଢେ ଚାରିକୋଟି ଗ୍ରାହକ ଅଛନ୍ତି। ଓଡିଶାରେ ପ୍ରାକୃତିକ ସାମଗ୍ରୀ ପ୍ରଚୁର ପରିମାଣରେ ମିଳୁଥିବା ବେଳେ ଏଠାରେ ପର୍ଯ୍ୟଟନ, ହସ୍ତଶିଳ୍ପ, ତାରକସି ତଥା ଅନ୍ୟାନ୍ୟ କ୍ଷୁଦ୍ର ଶିଳ୍ପ ପାଇଁ ପର୍ଯ୍ୟାପ୍ତ ସୁଯୋଗ ରହିଛି। ହେଲେ ଇଚ୍ଛାଶକ୍ତି ଅଭାବରୁ ଏହା ସାକାର ହୋଇପାରୁନାହିଁ। ଏ ନେଇ ଭାରତ ସରକାରଙ୍କ ପକ୍ଷରୁ ଉଦ୍ୟମ ହେବ। ରାଜ୍ୟରେ ଅଣୁ, କ୍ଷୁଦ୍ର ତଥା ମଧ୍ୟମ ଶିଳ୍ପ ବିକାଶ ସଂସ୍ଥାନ (ଏମଏସଏମଇ)ର ଅଧୋଗତି ନେଇ ଏପରି କ୍ଷୋଭ ପ୍ରକାଶ କରିଛନ୍ତି କେନ୍ଦ୍ର ପେଟ୍ରାଲିୟମ ଏବଂ ଦକ୍ଷତା ବିକାଶମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଅଧିକ ଦେଖନ୍ତୁ