ବାଣିଜ୍ୟ ଓ ଅର୍ଥନୀତି

ଜରିମାନା ନ ଦେଲେ ବ୍ୟାଜ୍ୟାପ୍ତ ହେବ ଖଣି ମାଲିକଙ୍କ ସମ୍ପତ୍ତି
ପିଏନ୍‌ବି ମହାଠକେଇ ମାମଲାରେ ଚନ୍ଦା କୋଚର୍‌ ଓ ଶିଖା

ବହୁଚର୍ଚ୍ଚିତ ପିଏନ୍‌ବି ମହାଠକେଇ ମାମଲାରେ ଉଭୟ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଥିବା ବେଳେ ଏବେ ଦେଶର ଦୁଇଟି ପ୍ରମୁଖ ଘରୋଇ ବ୍ୟାଙ୍କ୍‌ ଆଇସିଆଇସିଆଇ ଓ ଆକ୍ସିସ୍‌ ବ୍ୟାଙ୍କ୍‌ର ମୁଖ୍ୟଙ୍କୁ ସମନ୍‌ ଜାରି ହୋଇଛି। ଚନ୍ଦା କୋଚର୍‌ ଆଇସିଆଇସିଆଇ ବ୍ୟାଙ୍କ୍‌ର ପରିଚାଳନା ନିର୍ଦେଶିକା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ନିର୍ଦେଶିକା ରହିଥିବା ବେଳେ ଆକ୍ସିସ୍‌ ବ୍ୟାଙ୍କ୍‌ର ମୁଖ୍ୟ ରହିଛନ୍ତି ଶିଖା ଶର୍ମା। ପିଏନ୍‌ବି ମହାଠକେଇ ମାମଲା ସହ ଜଡ଼ିତ ଗୀତାଞ୍ଜଳି ଜେମ୍ସକୁ ଏହି ଦୁଇ ବ୍ୟାଙ୍କ୍‌ କେଉଁ ଆଧାରରେ ୠଣ ଦେଇଥିଲେ ତାହା ଜାଣିବା ସକାଶେ ସିରିଅସ୍‌ ଫ୍ରଡ୍‌ ଆଣ୍ଡ୍‌ ଇନ୍‌ଭେଷ୍ଟିଗେସନ୍‌ ଅଫିସ୍‌ (ଏସ୍‌ଏଫ୍‌ଆଇଓ) ପକ୍ଷରୁ ଏହି ସମନ୍‌ ଜାରି କରାଯାଇଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ