ବାଣିଜ୍ୟ ଓ ଅର୍ଥନୀତି

ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଆଧାର ଜରୁରୀ ନୁହେଁ

ସାଂପ୍ରତିକ ସମୟରେ ଆଧାର କାର୍ଡ ସମସ୍ତ ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଲୋଡ଼ାଯାଉଥିବା ବେଳେ ଅନେକ କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଛି। ଆଧାର କାର୍ଡ ନ ଦେଖାଇବାରୁ ଏକାଧିକ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ସମସ୍ୟା ଦୃଷ୍ଟିକୁ ଆସିଛି। ନିକଟରେ ଆଧାର କାର୍ଡ ନ ଥିବାରୁ ଜଣେ ଗର୍ଭବତୀଙ୍କୁ ହସ୍ପିଟାଲ୍‌ କର୍ତ୍ତୃପକ୍ଷ ଚିକିତ୍ସା ନ କରି ଫେରାଇଦେଇଥିବା ଘଟଣା ନଜରକୁ ଆସିବା ପରେ ଏବେ ଏନେଇ ସ୍ପଷ୍ଟ ସୂଚନା ଜାରି କରିଛନ୍ତି ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ ବା ୟୁଆଇଡିଏଆଇ। ଶନିବାର ପ୍ରାଧିକରଣ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଜରୁରୀକାଳୀନ ବା ଅତ୍ୟାବଶ୍ୟକ ସେବା କ୍ଷେତ୍ରରେ ଆଧାର କାର୍ଡ ନ ଥିଲେ ବି କିଛି ସମସ୍ୟା ହେବା ଉଚିତ ନୁହେଁ। ଆଧାର କାର୍ଡ ନ ଥିଲେ ଅତ୍ୟାବଶ୍ୟକ ସେବା ମିଳିପାରିବ ବୋଲି ପ୍ରାଧିକରଣ କହିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ