ବାଣିଜ୍ୟ ଓ ଅର୍ଥନୀତି

ପେଟ୍ରୋ କେମିକାଲ କ୍ଷେତ୍ରରେ ଭାରତ ଓ ରୁଷିଆର ସହଭାଗିତା
ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତି କରିବାରେ ଅଷ୍ଟ୍ରେଲିଆର
ଜିଓ ଓଡ଼ିଶାର ସବୁଠୁ ପସନ୍ଦଯୋଗ୍ୟ ଡିଜିଟାଲ୍‌ ସେବା
‘ପ୍ରଦାନ’ ଓ ଜନସେବା କେନ୍ଦ୍ର ସହ ଆପିକଲର ଚୁକ୍ତିପତ୍ର

ରାଜ୍ୟରେ ଅଧିକ ସଂଖ୍ୟକ କୃଷି ଉଦ୍ୟୋଗ ସ୍ଥାପନ ତଥା ତୃଣମୂଳ ସ୍ତରରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର ସଫଳ ରୂପାୟନର ଲକ୍ଷ୍ୟ ନେଇ କୃଷି ଉଦ୍ୟୋଗ ପ୍ରୋତ୍ସାହନ ଯୋଜନା-୨୦୧୮ ପ୍ରଚଳନ ନିମନ୍ତେ ‘ପ୍ରଦାନ’ ଓ ଆପିକଲ ମଧ୍ୟରେ ବୁଧବାର ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଯୋଗଦେଇ କହିଥିଲେ, ରାଜ୍ୟର ୧୨ଟି ଜିଲ୍ଲାର ୪୦ଟି ଆଦିବାସୀ ଅଧ୍ୟୂଷିତ ବ୍ଳକ୍‌ରେ ୧୦୦୦ ଜଣ କୃଷି ଉଦ୍ୟୋଗୀଙ୍କୁ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ସ୍ଥାପନ ନିମନ୍ତେ ଚୟନ କରାଯାଇ ସଶକ୍ତିକରଣ କରାଯିବ। ଯେପରିକି ପ୍ରତି ଉଦ୍ୟୋଗୀ ୨୦୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର, ନାମମାତ୍ର ଚାଷୀଙ୍କୁ କୃଷି କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରି ସେମାନଙ୍କର ଆୟ ବୃଦ୍ଧିରେ ସହାୟକ ହେବେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ