ମନୋରଞ୍ଜନ

ଓସ୍କାର ନୋମିନେସନ ୨୦୨୧ ଘୋଷିତ: ମ୍ୟାଙ୍କ ଆଗରେ

ଓସ୍କାର ୨୦୨୧ ନୋମିନେସନ ଘୋଷଣା ହୋଇଛି। ୨୩ଟି ବିଭାଗରେ ହୋଇଥିବା ଏହି ନୋମିନେସନର ଘୋଷଣା ପ୍ରିୟଙ୍କା ଚୋପ୍ରା ଜୋନସ ଓ ତାଙ୍କ ପତି ନିକ ଜୋନସ ସୋମବାର ରାତି କରିଛନ୍ତି। ଡେଭିଡ ଫିଞ୍ଚରଙ୍କ ବାୟୋଗ୍ରାଫିକାଲ ଡ୍ରାମା ‘ମ୍ୟାଙ୍କ’କୁ ୯୩ତମ ଏକାଡେମୀ ଆୱାର୍ଡରେ ସବୁଠାରୁ ଅଧିକ ୧୦ଟି ନାମାଙ୍କନ ମିଳିଛି। ଫିଲ୍ମକୁ ସର୍ବଶ୍ରେଷ୍ଠ ସିନେମା, ସର୍ବଶ୍ରେଷ୍ଠ ନିର୍ଦେଶକ ଓ ସର୍ବଶ୍ରେଷ୍ଠ ଅଭିନେତା ପାଇଁ ମନୋନୀତ କରାଯାଇଛି। ଏହି ତାଲିକାର ଦ୍ବିତୀୟ ସ୍ଥାନର ୭ଟି ନୋମିନେସନ ସହିତ ‘ମିନାରୀ’, ‘ନୋମ୍ୟାଡଲ୍ୟାଣ୍ଡ’ ଓ ‘ଦ ଟ୍ରାଏଲ ଅଫ ଦ ଶିକାଗୋ ୭’ ସ୍ଥାନ ପାଇଛି। ସେହିପରି ‘ଜୁଡାସ ଏଣ୍ଡ ଦ ବ୍ଲାକ ମସିହା’, ‘ସାଉଣ୍ଡ ଅଫ ମେଟାଲ’ ଓ ‘ଦ ଫାଦର’କୁ ୬ଟି ଲେଖାଏଁ ନୋମିନେସନ ମିଳିଛି। ଏହାପଛକୁ ଏମରାଲ୍ଡ ଫେନେଲଙ୍କ ନିର୍ଦେଶିତ ପ୍ରଥମ ଫିଲ୍ମ ‘ପ୍ରମିସିଙ୍ଗ ୟଙ୍ଗ ୱିମେନ’ ଓ ‘ମା ରେନିଜ ବ୍ଲାକ ବଟମ’କୁ ପାଞ୍ଚଟି ଲେଖାଏଁ ନୋମିନେସନ ମିଳିଛି। ଏଥିସହ ପ୍ରିୟଙ୍କା ଚୋପ୍ରାଙ୍କ ଅଭିନୀତ ‘ଦ ହ୍ବାଇଟ ଟାଇଗର’କୁ ଅନୁବାଦିତ ଚିତ୍ରନାଟ୍ୟ ବିଭାଗରେ ମଧ୍ୟ ମନୋନୀତ କରାଯାଇଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ