ମନୋରଞ୍ଜନ

କୋରୋନା ପଜିଟିଭ ସତୀଶଙ୍କ ଅବସ୍ଥା ବିଗିଡ଼ିଲା, ହସ୍ପିଟାଲରେ
ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ସୁଶାନ୍ତଙ୍କ `ଛିଛୋରେ’

୨୦୧୯ ବର୍ଷ ପାଇଁ ସୋମବାର ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି। ଏଥିରେ ବଲିଉଡର ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଛିଛୋରେ’କୁ ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ପୁରସ୍କାର ମିଳିଛି। ସେହିପରି ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଫିଲ୍ମ ‘ମଣିକର୍ଣ୍ଣିକା’ ଓ ‘ପଙ୍ଗା’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଛି। ଏହାଛଡ଼ା ଶ୍ରେଷ୍ଠ ଓଡ଼ିଆ ସିନେମା ଭାବେ ଶଲା ବୁଢ଼ାର ବଦଲା ଓ କାଲିର ଅତୀତ ମନୋନୀତ ହୋଇଛନ୍ତି। ଆହୁରି ଶ୍ରେଷ୍ଠ କଳା ଓ ସଂସ୍କୃତି ଫିଲ୍ମ ଭାବେ ଓଡ଼ିଆ ଚଳଚ୍ଚିତ୍ର ‘ଶ୍ରୀକ୍ଷେତ୍ରରୁ ସାହିଜାତ’ ମନୋନୀତ ହୋଇଛି। ତା’ଛଡ଼ା ‘ଭୋସଲେ’ ଫିଲ୍ମ ପାଇଁ ମନୋଜ ବାଜପେୟୀ ଓ ‘ଅସୁରନ୍‌’ ପାଇଁ ଧନୁଷଙ୍କୁ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ମନୋନୀତ କରାଯାଇଛି। ସେହିପରି ଫିଲ୍ମ ଶୁଟିଂ ପାଇଁ ସିକ୍କିମଙ୍କୁ ସବୁଠାରୁ ଅନୁକୂଳ ରାଜ୍ୟ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସୋହିନୀ ଚଟ୍ଟୋପାଧ୍ୟାୟଙ୍କୁ ଶ୍ରେଷ୍ଠ ଚଳଚ୍ଚିତ୍ର ସମାଲୋଚକ ପୁରସ୍କାର ମିଳିଥିବା ଜଣାପଡ଼ିଛି। ଆହୁରି ଶ୍ରେଷ୍ଠ ବୁକ୍‌ ଅନ୍ ସିନେମା ଭାବେ ‘ଏ ଗାନ୍ଧିଆନ୍ ଆଫେୟାର୍‌: ଇଣ୍ଡିଆଜ୍‌ କ୍ୟୁରିଅସ୍‌ ଲଭ୍ ଇନ୍‌ ସିନେମା ବାୟ ସଞ୍ଜୟ ପୁରୀ’ ପୁରସ୍କୃତ ହୋଇଥିବା ବେଳେ ଅଣଚଳଚ୍ଚିତ୍ର କ୍ଷେତ୍ରରେ ଶ୍ରେଷ୍ଠ ନାରାସନ୍ ଭାବେ ୱାଇଲ୍ଡ କର୍ଣ୍ଣାଟକ ପାଇଁ ସାର୍ ଡେଭିଡ୍ ଆଟେନବୋରୋ ପୁରସ୍କୃତ ହୋଇଛନ୍ତି। ଅଧିକନ୍ତୁ ଶ୍ରେଷ୍ଠ ସମ୍ପାଦନା କ୍ଷେତ୍ରରେ ‘ଶଟ୍ ଅପ୍ ସୋନା’ ପାଇଁ ଅର୍ଜୁନ ଗୌରସାରିଆ ପୁରସ୍କୃତ ହୋଇଛନ୍ତି।

ଅମିତାଭ ପାଇଲେ ଏଫଆଇଏଏଫ ପୁରସ୍କାର, ହେଲେ ପ୍ରଥମ

ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ୫ ଦଶକରୁ ଅଧିକ ସମୟ ହେବ ସକ୍ରିୟ ଅଛନ୍ତି। ସେ ନିଜ ଅଭିନୟ କଳା ମାଧ୍ୟମରେ ଦେଶର ନାମ ସାରା ବିଶ୍ବରେ ଉଚ୍ଚା କରିଛନ୍ତି। ତାଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଛି। ଏବେ ପୁଣିଥରେ ଅମିତାଭଙ୍କୁ ବିଶ୍ବ ସ୍ତରରେ ପ୍ରଶଂସା କରାଯାଇଛି। ବିଗ ବିଙ୍କୁ ୨୦୨୧ ଇଣ୍ଟରନ୍ୟାସନାଲ ଫେଡେରେସନ ଅଫ ଫିଲ୍ମ ଆର୍କାଇଭସ (ଏଫଆଇଏଏଫ) ପୁରସ୍କାରରେ ପୁରସ୍କ୍‌ତ କରାଯାଇଛି। ସୋସାଲ ମିଡିଆରେ ପୁରସ୍କାର କାର୍ଯ୍ୟକ୍ରମର ଫଟୋ ଶେୟାର କରି ଏହି ପୁରସ୍କାରରେ ପୁରସ୍କ୍‌ତ କରାଯାଇଥିବାରୁ ଫେଡେରେସନ ଅଫ ଫିଲ୍ମ ଆର୍କାଇଭସ, ଆମେରିକାନ ଫିଲ୍ମ ପ୍ରଯୋଜକ ନିର୍ଦେଶକ ମାର୍ଟିନ ସ୍କୋର୍ସି ଓ ଫିଲ୍ମ ଲେଖକ କ୍ରିଷ୍ଟୋଫର ନୋଲାନଙ୍କୁ ସେ କୃତଜ୍ଞତା ଜଣାଇଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ