ଅଭିନେତା ସୈଫ ଅଲୀ ଖାନ ଓ ରାଣୀ ମୁଖାର୍ଜୀଙ୍କ ବହୁପ୍ରତୀକ୍ଷିତ ସିନେମା ‘ବଣ୍ଟି ଔର ବବଲି ୨’ର ରିଲିଜ ଡେଟ ଘୁଞ୍ଚାଇ ଦିଆଯାଇଛି। କୋରୋନା ସଂକ୍ରମଣ ମାମଲା ବଢ଼ୁଥିବାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି। ଫିଲ୍ମଟି ୨୩ ଏପ୍ରିଲ ୨୦୨୧ରେ ରିଲିଜ ହେବାର ଯୋଜନା ଥିଲା। କିନ୍ତୁ ନିର୍ଦ୍ଧାରିତ ତାରିଖରେ ଏହା ରିଲିଜ ହୋଇପାରିବ ନାହିଁ ବୋଲି ଏବେ ଫିଲ୍ମ ନିର୍ମାତା ସୂଚନା ଦେଇଛନ୍ତି। ୟଶରାଜ ଫିଲ୍ମସର ଏହି ନୂଆ ଫିଲ୍ମର ରିଲିଜ ଡେଟର ଘୋଷଣା ପରେ ହେବ ବୋଲି ନିର୍ମାତା କହିଛନ୍ତି।
ହୁସୈନ ଜୈଦୀଙ୍କ ୨୦୧୧ରେ ପ୍ରକାଶିତ ହୋଇଥିବା ଇଂରାଜୀ ପୁସ୍ତକ ‘ଦ ମାଫିଆ କୁଇନ ଅଫ ମୁମ୍ବାଇ’ ଉପରେ ଆଧାରିତ ‘ଗଙ୍ଗୁବାଈ କାଠିଆୱାଡ଼ୀ’ ସିନେମା ଏବେ ବିବାଦରେ ଫସିଛି। ମୁମ୍ବାଇର ଶିଭଡିର ଆଡିସନାଲ ଚିଫ ମେଟ୍ରୋପୋଲିଟନ କୋର୍ଟ ଫିଲ୍ମର ନିର୍ମାତା ଓ ନିର୍ଦେଶକ ସଞ୍ଜୟ ଲୀଲା ଭନସାଲୀ, ଫିଲ୍ମରେ ଟାଇଟଲ ଚରିତ୍ରରେ ଅଭିନୟ କରୁଥିବା ଆଲିଆ ଭଟ୍ଟ ଓ ଫିଲ୍ମର ଦୁଇଜଣ ଲେଖକଙ୍କୁ ୨୧ ମେ’ରେ ଅଦାଲତରେ ହାଜର ହେବାକୁ ସମନ କରିଛନ୍ତି।
ବଲିଉଡ ଅଭିନେତା ଅଭିଷେକ ବଚ୍ଚନଙ୍କ ବହୁପ୍ରତୀକ୍ଷିତ ସିନେମା ‘ଦ ବିଗ ବୁଲ’ର ପ୍ରଥମ ଗୀତ ‘ଈଶ୍କ ନମାଜା’ ଗୁରୁବାର ରିଲିଜ ହୋଇଛି। ଫିଲ୍ମର ଏହି ଗୀତରେ ଅଭିଷେକ ବଚ୍ଚନ ଫିଲ୍ମର ମୁଖ୍ୟ ଅଭିନେତ୍ରୀ ନିକିତା ଦତ୍ତାଙ୍କ ସହ ରୋମାନ୍ସ କରୁଥିବା ଦେଖିବାକୁ ମିଳୁଛି। ରିଲିଜ ହେବା ମାତ୍ରେ ସୋସାଲ ମିଡିଆରେ ଗୀତଟି ଭାଇରାଲ ହେବାରେ ଲାଗିଛି। ଲୋକେ ଏହି ଗୀତକୁ ବହୁତ ପସନ୍ଦ କରୁଛନ୍ତି। ମାତ୍ର କିଛି ଘଣ୍ଟା ମଧ୍ୟରେ ଏହି ଭିଡ଼ିଓକୁ ୨ ଲକ୍ଷରୁ ଅଧିକ ଥର ଦେଖା ସରିଛି।
ଅନ୍ଧେରୀ କୋର୍ଟର ମାଜିଷ୍ଟ୍ରେଟ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଜାଭେଦ ଅଖତରଙ୍କ ମାନହାନି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଜାଭେଦ ଅଖତରଙ୍କ ମାନହାନି ମାମଲାରେ କଙ୍ଗନା ରାନାୱତଙ୍କ ବିରୋଧରେ ଜାମିନଯୋଗ୍ୟ ୱାରେଣ୍ଟ ଜାରି କରିଥିଲେ କୋର୍ଟ। ଯାହାକୁ ରଦ୍ଦ କରିବା ପାଇଁ କଙ୍ଗନା କୋର୍ଟର ଦ୍ବାରସ୍ଥ ହୋଇଥିଲେ।
ଫିଲ୍ମ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ୍ ସହିତ ଜଡ଼ିତ ମାମଲା ସବୁବେଳେ ଚର୍ଚ୍ଚାରେ ରହିଥାଏ। ଏବେ ଅଙ୍କିତା ଲୋଖଣ୍ଡେ ନିଜର ଅନୁଭବ ଶେୟାର କରିଛନ୍ତି। ଏହାର ସାମ୍ନା ସେ ଦୁଇଥର କରି ସାରିଛନ୍ତି। ଥରେ ଇଣ୍ଡଷ୍ଟ୍ରୀରେ ସେ ନୂଆ ଥିବାବେଳେ ଓ ଦ୍ୱିତୀୟ ଥର ଟିଭିରେ ସଫଳତା ପାଇବା ପରେ ଫିଲ୍ମରେ ଅଭିନୟ କରିବା ପାଇଁ ଚେଷ୍ଟା କରୁଥିବାବେଳେ କାଷ୍ଟିଂ କାଉଚର ଶିକାର ହୋଇଥିବା ଅଙ୍କିତା କହିଛନ୍ତି। ତାଙ୍କର ଫାଇଦା ଉଠାଇବାକୁ ଜଣେ ବଡ଼ ଅଭିନେତା ପ୍ରୟାସ କରୁଥିଲେ ବୋଲି ଅଙ୍କିତା କହିଛନ୍ତି।
ଗୋଟିଏ ପଟେ କୋରୋନା ସଂକ୍ରମଣ ଦ୍ରୁତ ବେଗରେ ବଢ଼ିବାରେ ଲାଗିଥିବାବେଳେ ଅପରପକ୍ଷେ ଏଥିରୁ ରକ୍ଷା ପାଇବା ପାଇଁ କୋରୋନା ଟିକା ମଧ୍ୟ ଦିଆଯିବାରେ ଲାଗିଛି। ଗତ କିଛି ଦିନ ହେଲାଣି ବଲିଉଡର ଅନେକ କଳାକାର କୋରୋନା ଟିକା ନେବାର ଫଟୋ ଶେୟାର କରି କୋରୋନା ଟିକା ନେବା ଲାଗି ଲୋକଙ୍କୁ ସଚେତନ କରାଉଛନ୍ତି। ଏବେ ଏହି ତାଲିକାରେ ସଞ୍ଜୟ ଦତ୍ତ ଓ ସଲମାନ ଖାନଙ୍କ ନାମ ମଧ୍ୟ ଯୋଡ଼ି ହୋଇଯାଇଛି। ସୟଞ୍ଜ ଦତ୍ତ ଫଟୋ ଶେୟାର କରି କୋରୋନା ଭ୍ୟାକ୍ସିନ ନେବା ସମ୍ପର୍କରେ ସୂଚନା ଦେଇଛନ୍ତି।
ଟିଭିର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ୱାରୀଙ୍କ ଝିଅ ପଲକ ତିଓ୍ୱାରୀ ‘ରୋଜି ଦ ସାଫରନ୍ ଚ୍ୟାପ୍ଟର’ ମାଧ୍ୟମରେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଗତବର୍ଷ ଜୁଲାଇ ମାସରେ ଏହି ସିନେମାର ଘୋଷଣା କରାଯାଇଥିଲା। ଏବେ ଖବର ଶୁଣିବାକୁ ମିଳୁଛି ଏହି ଫିଲ୍ମ ସହିତ ଦୁଇ ଜଣ ବଡ଼ କଳାକାର ମଧ୍ୟ ଯୋଡ଼ିବାକୁ ଯାଉଛନ୍ତି। ସଲମାନ ଖାନଙ୍କ ଭାଇ ଅରବାଜ ଖାନ ଓ ମଲ୍ଲିକା ଶେରାଓ୍ୱତ ମଧ୍ୟ କାମ କରିବାକୁ ଯାଉଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରୀ ପାଇଁ ଏହା ଚକିତ କରିଦେବା ଭଳି ଘଟଣା। କାରଣ ବିବେକ ଓବେରୟ ଓ ସଲମାନ ଖାନଙ୍କ ମଧ୍ୟରେ ସମ୍ପର୍କ ବହୁତ ଖରାପ।
କଙ୍ଗନା ରାନାୱତଙ୍କ ଆଗାମୀ ସିନେମା ‘ଥଲାଇଭୀ’ର ଟ୍ରେଲର ୨୩ ମାର୍ଚ୍ଚ ତାଙ୍କ ଜନ୍ମଦିନ ଅବସରରେ ରିଲିଜ ହୋଇଛି। ଏହା ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉପହାର ଠାରୁ କମ ନୁହେଁ। ପୂର୍ବରୁ ‘ଥଲାଇଭୀ’ର ଟିଜର ଓ ଏହାର ପୋଷ୍ଟରରେ ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିବଂଗତ ଜୟଲଳିତାଙ୍କ ରୂପରେ କଙ୍ଗନା ନିଜର ଦମଦାର ଲୁକ ଦେଖାଇଥିଲେ। ଠିକ ସେହିପରି ଟ୍ରେଲରରେ ମଧ୍ୟ ଜୟଲଳିତାଙ୍କ ଚରିତ୍ରରେ କଙ୍ଗନାଙ୍କ ମଜବୁତ ଅଭିନୟ ଦେଖିବାକୁ ମିଳୁଛି। ଜୟଲଳିତାଙ୍କ ଫିଲ୍ମ କ୍ୟାରିଅର ସହିତ ଟ୍ରେଲରର ଆରମ୍ଭ ହୋଇଛି। ଏହାପରେ ଜୟଲଳିତାଙ୍କ ରାଜନୈତିକ କ୍ୟାରିଅରର ଏକ ନୂଆ ଦିଗ ଦେଖିବାକୁ ମିଳୁଛି। ସଂସଦରେ ତାଙ୍କ ଉପରେ ହୋଇଥିବା ଆକ୍ରମଣ ତାଙ୍କ ସ୍ବାଭିମାନ ଉପରେ ଗଭୀର ପ୍ରଭାବ ପକାଇଥିଲା। ଏହାପରେ ସେ କେବେ ବି ପଛକୁ ଫେରି ଚାହିଁ ନ ଥିଲେ। ଟ୍ରେଲରରେ କଙ୍ଗନା ଜୟଲଳିତାଙ୍କ ଶକ୍ତିଶାଳୀ ବ୍ୟକ୍ତିତ୍ବକୁ ଜୀବନ୍ତ କରିଥିବାର ଦେଖିବାକୁ ମିଳିଛି।
ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ଚତୁର୍ଥ ଥର ପାଇଁ ଜାତୀୟ ପୁରସ୍କାର ଜିତିଛନ୍ତି। ଏହି ଖୁସିରେ ତାଙ୍କୁ ସବୁଆଡ଼ୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ୨୩ ମାର୍ଚ୍ଚରେ କଙ୍ଗନାଙ୍କ ଜନ୍ମଦିନ ଥିଲା। ଏଥିପାଇଁ ଜଣାଶୁଣା ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ଶୁଭେଚ୍ଛା ଜଣାଇ ସୁନ୍ଦର ବାଲୁକାକଳା କରିଛନ୍ତି। ସୁଦର୍ଶନ ପଟ୍ଟନାୟକଙ୍କ ପୋଷ୍ଟକୁ ରିଟ୍ବିଟ କରି କଙ୍ଗନା ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
କୋଭିଡ-୧୯ ମନୋରଞ୍ଜନ ଜଗତ ଉପରେ ପୁଣିଥରେ ଚଡ଼କ ପକାଇଛି। ଗତ ବର୍ଷ ମାର୍ଚ୍ଚ ମାସରେ ଅନେକ ସିନେମାର ରିଲିଜ ଅଟକି ଯାଇଥିଲା। ଏବେ ଚଳିତ ବର୍ଷ ମାର୍ଚ୍ଚ ମାସରେ ରିଲିଜ ହେବାକୁ ଥିବା ସିନେମା ‘ହାତୀ ମେରେ ସାଥୀ’ର ରିଲିଜ ଡେଟ ଘୁଞ୍ଚାଇ ଦିଆଯାଇଛି। ଏହି ସିନେମା ୨୬ ମାର୍ଚ୍ଚରେ ସିନେମାଘରେ ରିଲିଜ ହେବାର ଯୋଜନା ଥିଲା। ଯଦିଓ ଇରୋସ ମୋଶନ ପିକଚର୍ସ ଦ୍ବାରା ଫିଲ୍ମର ତେଲୁଗୁ ଓ ତାମିଲ ସଂସ୍କରଣ ଯଥାକ୍ରମେ ଅରନ୍ୟା ଓ କାଦାନ ନିର୍ଦ୍ଧାରିତ ତାରିଖରେ ରିଲିଜ କରାଯିବ ବୋଲି କୁହାଯାଇଛି। ଇରୋସ ଇଣ୍ଟରନ୍ୟାସନାଲ ପକ୍ଷରୁ ଏହାର ସୂଚନା ଦିଆଯାଇଛି।
ବଲିଉଡ ଅଭିନେତା ସୋନୁ ସୁଦ ଏଥର ‘ବେଟୀ ପଢ଼ାଓ, ବେଟୀ ବଚାଓ’ ଅଭିଯାନକୁ ଆଗକୁ ବଢ଼ାଇବା ଦିଗରେ କାମ କରୁଛନ୍ତି। ସୋନୁଙ୍କ ସାମ୍ନାରେ ସ୍କୁଲ ଛାତ୍ରୀଙ୍କ ସମସ୍ୟା ରଖାଯାଇଥିଲା। ଛାତ୍ରୀମାନଙ୍କ ଭବିଷ୍ୟତ ସମ୍ପର୍କରେ ସୂଚନା ଦେଇ ତାଙ୍କୁ ସାହାଯ୍ୟ ପାଇଁ ଗୁହାରି କରାଯାଇଥିଲା। ଅନଲାଇନ କ୍ଲାସ କରିବାରେ ହେଉଥିବା ସମସ୍ୟାର ସମାଧାନ କରିବାକୁ ଯାଇ ସୋନୁ ସେମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି।
କୋରେନା ମହାମାରୀ କବଳରେ ବଲିଉଡର ଅନେକ କଳାକାର ପଡ଼ିବାରେ ଲାଗିଛନ୍ତି। ରଣବୀର କପୁର, ମନୋଜ ବାଜପେୟୀ, ସଞ୍ଜୟ ଲୀଲା ଭନସାଲୀ ଓ ଆଶିଷ ବିଦ୍ୟାର୍ଥୀଙ୍କ ପରେ ଏବେ ବଲିଉଡର ଚକୋଲେଟ ହିରୋ କାର୍ତ୍ତିକ ଆର୍ଯ୍ୟନ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାର ସୂଚନା କାର୍ତ୍ତିକ ନିଜେ ସୋସାଲ ମିଡିଆରେ ପୋଷ୍ଟ କରିଛନ୍ତି।
ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜ ଅଭିନୟର ଯାଦୁ ଦେଖାଇବାକୁ ପୂରାପୂରି ପ୍ରସ୍ତୁତ। ସେ ଖୁବଶୀଘ୍ର ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। କରନ ଜୋହରଙ୍କ ପ୍ରଡକ୍ସନ ହାଉସ ଧର୍ମା ପ୍ରଡକ୍ସନ ତାଙ୍କୁ ବଲିଉଡରେ ଉପସ୍ଥାପନ କରିବାକୁ ଯାଉଛି। ଶନାୟା ଧର୍ମା କର୍ଣ୍ଣରଷ୍ଟୋନ ଏଜେନ୍ସିରେ ଯୋଗଦେଇଛନ୍ତି। କରନ ସୋସାଲ ମିଡିଆରେ ଏହାର ସୂଚନା ଦେଇଛନ୍ତି।
ବଲିଉଡ ଅଭିନେତା ସତୀଶ କୌଶିକ ଗତ ସପ୍ତାହରେ କୋରୋନା ପଜିଟିଭ ହୋଇଥିବା ପ୍ରଶଂସକଙ୍କ ସହିତ ଶେୟାର କରିଥିଲେ। ରିପୋର୍ଟ ପଜିଟିଭ ଆସିବା ପରେ ସେ ନିଜକୁ ଆଇସୋଲେସନରେ ରଖିଥିଲେ। ଯେଉଁମାନେ ଗତ କିଛି ଦିନ ଭିତରେ ତାଙ୍କ ସଂସ୍ପର୍ଶରେ ଆସିଥିଲେ ସେମାନେ କୋରୋନା ପରୀକ୍ଷା କରାଇବା ଲାଗି ପରାମର୍ଶ ଦେଇଥିଲେ। ତେବେ ଘରେ କ୍ବାରେଣ୍ଟାଇନରେ ରହିବା ପରେ ଡାକ୍ତରଙ୍କ ପରାମର୍ଶରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ମିଡିଆ ରିପୋର୍ଟ ମୁତାବକ କୋରୋନା ସଂକ୍ରମିତ ହେବା ପରେ ସତୀଶଙ୍କୁ କେତେକ ସମସ୍ୟା ହୋଇଥିଲା। ତେଣୁ ଡାକ୍ତର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପରାମର୍ଶ ଦେଇଥିଲେ। ଏବେ ସେ ମୁମ୍ବାଇର କୋକିଳାବେନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।5555555
ଲୋକପ୍ରିୟ ଲେଖକ-ନିର୍ଦେଶକ ସାଗର ସରହଦୀଙ୍କର ସୋମବାର ପରଲୋକ ଘଟିଛି। ସେ ଦୀର୍ଘ ଦିନ ହେଲାଣି ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ରିପୋର୍ଟ ମୁତାବକ ହୃଦଜନିତ ସମସ୍ୟା ପାଇଁ ତାଙ୍କୁ ମୁମ୍ବାଇର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନାଯୋଗ୍ୟ ଯେ ଅମିତାଭ ବଚ୍ଚନଙ୍କ ସିନେମା ‘କଭୀ କଭୀ’ର ଚିତ୍ରନାଟ୍ୟ ଓ ସଂଳାପ ସାଗର ଲେଖିଛନ୍ତି।
ଅଧିକ ଦେଖନ୍ତୁ