ମନୋରଞ୍ଜନ

ରାମ ଚରଣ ଲଞ୍ଚ କଲେ ଦେଶର ପ୍ରଥମ ବାହୁବଲୀ ଥିଏଟର

ପ୍ରଭାସଙ୍କ ଫିଲ୍ମ ‘ସାହୋ’କୁ ସେମିତି କିଛି ଆଖିଦୃଶିୟା ପ୍ରତିକ୍ରିୟା ମିଳିନାହିଁ। ଏହାସତ୍ତ୍ବେ ତାଙ୍କ ଫିଲ୍ମକୁ ନେଇ ସୋସାଲ ମିଡିଆରେ ଜୋର୍‌ଦାର ଚର୍ଚ୍ଚା ହେବାରେ ଲାଗିଛି। ତେବେ ଏହି ସମୟରେ ପ୍ରଭାସଙ୍କ ବ୍ୟତୀତ ରାମ ଚରଣଙ୍କୁ ନେଇ ମଧ୍ୟ ଖୁବ୍‌ ଚର୍ଚ୍ଚା ହେବାରେ ଲାଗିଛି। ସେ ନେଲ୍ଲୋରରେ ଇପିଆଇକ୍ୟୁ ନାମରେ ଏକ ବିଶାଳାକାୟ ଥିଏଟର ସ୍କ୍ରିନ୍‌ ଲଞ୍ଚ କରିଛନ୍ତି। ଏହି ସ୍କ୍ରିନ୍‌କୁ ବାହୁବଲୀ ମଧ୍ୟ କୁହାଯାଉଛି। ଏହି ଥିଏଟରର ଅନେକ କିଛି ବିଶେଷତ୍ବ ମଧ୍ୟ ରହିଛି। ଏହାର କିଛି ଦିନ ପୂର୍ବରୁ କ୍ୟୁବ୍‌ ସିନେମା ଇପିଆଇକ୍ୟୁ ଲଞ୍ଚ କରିଥିଲା। ଶୁକ୍ରବାର ସମାନ ଢ଼ଙ୍ଗରେ ରାମ ଚରଣ ମଧ୍ୟ ଏପରି କରିଛନ୍ତି। ସାୟରା ନରସିମ୍‌ହା ରେଡ୍ଡୀଙ୍କ ଏହି ସିନେମା ଏବେ ଏହି ଥିଏଟରରେ ପ୍ରଦର୍ଶନ କରାଯାଇପାରିବ ବୋଲି ରାମ ଚରଣ ଆଶା ରଖିଛନ୍ତି।

କରୀନାଙ୍କ ପ୍ରଥମ କ୍ରଶ୍‌ ଥିଲେ ରାହୁଲ ରୟ

ଅନେକେ ଜାଣି ବିସ୍ମିତ ହେବେ ଯେ ବଲିଉଡ୍‌ର ଆଗଧାଡ଼ିର ଅଭିନେତ୍ରୀ ତଥା ପଟୌଦୀର ଛୋଟେ ନବାବ ସୈଫ ଅଲ୍ଲୀ ଖାନଙ୍କ ଧର୍ମପତ୍ନୀ କରୀନା କପୁର ଖାନଙ୍କର ପ୍ରଥମ କ୍ରଶ୍‌ ଥିଲେ ‘ଆଶିକୀ’ ଫେମ୍‌ ରାହୁଲ ରୟ। ନିକଟରେ ଏହି କଥା ସେ ଖୋଦ୍‌ ସ୍ବୀକାର କରିଛନ୍ତି। ବିଶେଷକରି ସୋସାଲ ମିଡିଆ ଫ୍ଲାଟଫର୍ମ ଇନଷ୍ଟାଗ୍ରାମରେ କରୀନା ଏହାକୁ ପୋଷ୍ଟ କରିବା ପରେ ଉଭୟଙ୍କ ପ୍ରଶଂସକଙ୍କ ଢେର ପ୍ରତିକ୍ରିୟା ମିଳିବାରେ ଲାଗିଛି। ଏପରିକି ପ୍ରଶଂସକମାନେ ମଧ୍ୟ କହିଛନ୍ତି ଯେ କରୀନା ତୁମେ ଏକା ନୁହେଁ, ଆମ ଭଳି ଅନେକଙ୍କ ପ୍ରଥମ କ୍ରଶ୍‌ ଥିଲେ ରାହୁଲ। ତେବେ ଏତେ ବର୍ଷ ପରେ କରୀନା ଏହି ସ୍ବୀକାରୋକ୍ତି ଦେବା ସମୟରେ ବେଶ୍‌ ନର୍ଭସ ଥିଲେ ବୋଲି ମଧ୍ୟ କହିଛନ୍ତି। ଆଉ ଏହାର ପ୍ରତିକ୍ରିୟାରେ ରାହୁଲ ରୟ କହିଛନ୍ତି ଯେ କରୀନାଙ୍କ ମୁହଁରୁ ତାଙ୍କର ଏଭଳି ପ୍ରଶଂସା ଶୁଣିବା ପରେ ସେ ବାକ୍‌ଶୂନ୍ୟ ହୋଇପଡ଼ିଛନ୍ତି।

ଏମ୍‌ଟିଭିର ରିଅଲିଟି ଶୋ'ରେ ଓଡ଼ିଆ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ
ସିନେମା ଘରେ ‘ସାହୋ’, ମିଳୁଛି ଦର୍ଶକଙ୍କ ମିଶ୍ରିତ ପ୍ରତିକ୍ରିୟା

‘ବାହୁବଲୀ’ ସିନେମା ପରେ ପୂରା ଦେଶରେ ସୁପରଷ୍ଟାର ପାଲଟିଯାଇଥିବା ପ୍ରଭାସଙ୍କ ସିନେମା ‘ସାହୋ’ ୩୦ ଅଗଷ୍ଟ ଶୁକ୍ରବାର ରିଲିଜ୍‌ ହୋଇସାରିଛି। ୩୫୦ କୋଟି ଟଙ୍କାର ବଡ଼ ବଜେଟ୍‌ରେ ନିର୍ମାଣ ହୋଇଥିବା ଏହି ସିନେମାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ି ଚାଲିଛି। ଏହି ଫିଲ୍ମ ପାଇଁ ଜବରଦସ୍ତ ଆଡଭାନ୍ସ ବୁକିଂ ହେଉଥିବା ଦେଖିବାକୁ ମିଳୁଛି। ଏହି ସିନେମା ଭାରତରେ ଶୁକ୍ରବାର ରିଲିଜ୍‌ ହୋଇଥିବାବେଳେ ଏହାର ଗୋଟିଏ ଦିନ ପୂର୍ବରୁ ଗୁରୁବାର ୟୁଏଇରେ ଏହି ଫିଲ୍ମ ରିଲିଜ୍‌ ହୋଇଥିଲା। ଏହାବ୍ୟତୀତ ‘ସାହୋ’ ସିନେମା ଦକ୍ଷିଣ ଭାରତର କେତେକ ଅଞ୍ଚଳରେ ରାତି ୧ଟାରେ ରିଲିଜ୍‌ ହୋଇଯାଇଥିଲା। ଏପରିସ୍ଥଳେ ସୋସାଲ ମିଡିଆରେ ଏହି ଫିଲ୍ମକୁ ନେଇ ମିଶ୍ରିତ ପ୍ରତିକ୍ରିୟା ମିଳିବାରେ ଲାଗିଛି। ପ୍ରଭାସଙ୍କର କେତେକ ପ୍ରଶଂସକ ଏହାକୁ ଭଲ ରେଟିଂ କରିଥିବାବେଳେ ସମୀକ୍ଷକମାନେ ଏହାକୁ ଚିରାଚରିତ ମସାଲା ଫିଲ୍ମ କହିଛନ୍ତି।

ଇଦ୍‌ରେ ଆସୁନି ଇନ୍‌ଶାଲ୍ଲାହ, ତଥାପି ମିଳିବ ସଲମାନଙ୍କ

ବଲିଉଡ୍‌ ଦବଙ୍ଗ ସଲମାନ ଖାନ ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅଭିନୀତ ସିନେମା ‘ଇନ୍‌ଶାଲ୍ଲାହ’ ଆସନ୍ତା ବର୍ଷ ଇଦ୍‌ ଅବସରରେ ରିଲିଜ୍‌ ହେବାର ଯୋଜନା ଥିଲା। କିନ୍ତୁ ଏବେ ସଲମାନଙ୍କ ଏକ ଟ୍ବିଟ୍‌ ଏହା ଉପରେ ସନ୍ଦେହ ସୃଷ୍ଟି କରିଛି। ସଲମାନ ଟ୍ବିଟ୍‌ କରି ଲେଖିଛନ୍ତି ଯେ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ଫିଲ୍ମ ‘ଇନ୍‌ଶାଲ୍ଲାହ’ ରିଲିଜ୍‌କୁ ଆଗକୁ ଘୁଞ୍ଚାଇ ଦିଆଯାଇଛି। ତଥାପି ୨୦୨୦ ଇଦ୍‌ରେ ଦେଖା ହେବ ବୋଲି ସଲମାନ ଟ୍ବିଟ୍‌ କରିଛନ୍ତି। କିନ୍ତୁ ଇଦ୍‌ରେ ସବୁବେଳେ ତାଙ୍କ ଦର୍ଶକଙ୍କୁ ଏକ ସିନେମା ଉପହାର ଦେଉଥିବା ସଲମାନ ଆଗାମୀ ଇଦ୍‌ରେ ଦର୍ଶକଙ୍କୁ କ’ଣ ଉପହାର ଦେବେ କିମ୍ବା କେଉଁ ସିନେମା ନେଇ ଆସିବେ, ତାହା ସେ ସ୍ପଷ୍ଟ କରିନାହାନ୍ତି। ସଲମାନଙ୍କ ଏହି ଟ୍ବିଟ୍‌ ପରେ ସେ କିକ୍‌ ୨ କିମ୍ବା ଟାଇଗର ଫ୍ରାଞ୍ଚାଇଜିର କୌଣସି ସିନେମା ଇଦ୍‌ ଅବସରରେ ରିଲିଜ୍‌ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ପ୍ରଭାସଙ୍କୁ ପସନ୍ଦ ଦୀପିକା ଓ ଆଲିଆ

ସୁପରଷ୍ଟାର୍‌ ପ୍ରଭାସ ଶେଷଥର ଲାଗି ୨୦୧୭ରେ ଫିଲ୍ମ ‘ବାହୁବଲୀ’ରେ ନଜର ଆସିଥିଲେ। ଏହି ସିନେମା ଆୟ କ୍ଷେତ୍ରରେ ଅନେକ ବ୍ଲକ୍‌ବଷ୍ଟର ସିନେମାକୁ ପଛରେ ପକାଇଛି। ଏବେ ଦୁଇ ବର୍ଷ ପରେ ସେ ଆକ୍ସନ୍‌ ଥ୍ରିଲର ସିନେମା ‘ସାହୋ’ ନେଇ ଆସୁଛନ୍ତି। ଏହା ୩୦ ଅଗଷ୍ଟରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମର ଟ୍ରେଲର ରିଲିଜ୍‌ ହୋଇସାରିଥିବା ବେଳେ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଛି। ଏହି ସିନେମାରେ ପ୍ରଭାସଙ୍କ ସହିତ ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ମଧ୍ୟ ଅଭିନୟ କରିଛନ୍ତି। ଏହି ଦୁଇ କଳାକାର ଫିଲ୍ମର ପ୍ରମୋସନ ପାଇଁ କପିଲ ଶର୍ମା ଶୋ’ରେ ପହଞ୍ଚିଥିଲେ। ଉଭୟେ କପିଲଙ୍କ କେତେକ ପ୍ରଶ୍ନର ମଜାଦାର ଉତ୍ତର ଦେଇଥିଲେ। ଏହି ସମୟରେ ବଲିଉଡ୍‌ରେ ତାଙ୍କର ପସନ୍ଦର ଅଭିନେତା ଓ ଅଭିନେତ୍ରୀ କିଏ ବୋଲି ମଧ୍ୟ କହିଥିଲେ।

ଜେଟଲୀଙ୍କ ବିୟୋଗରେ ଶୋକରେ ପୂରା ବଲିଉଡ୍‌


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ