ହ୍ୟାରୀ ପୋଟର ଓ ଜେମ୍ସ ବଣ୍ଡ ଷ୍ଟାର ପଲ ରିଟରଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଗତ କିଛି ବର୍ଷ ହେଲାଣି ସେ ବ୍ରେନ ଟ୍ୟୁମର୍ ରୋଗରେ ପୀଡ଼ିତ ଥିଲେ। ସୋମବାର ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ପ୍ରତିନିଧି ସ୍ପଷ୍ଟ କରିଛନ୍ତି। ପଲଙ୍କ ମୃତ୍ୟୁ ଖବର ହଲିଉଡ ଓ ଟିଭି ଇଣ୍ଡଷ୍ଟ୍ରିକୁ ହତବାକ କରିଦେଇଛି। ପଲଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସୋସାଲ ମିଡିଆରେ ତାଙ୍କ ପ୍ରଶଂସକମାନେ ଦୁଃଖ ପ୍ରକାଶ କରୁଛନ୍ତି। ହ୍ୟାରୀ ପୋଟର ସିନେମାରେ ତାଙ୍କ ଅଭିନୟକୁ ଖୁବ ପ୍ରଶଂସା କରାଯାଇଥିଲା।
ବଲିଉଡ ଷ୍ଟାରମାନେ ମହଙ୍ଗା ଗାଡ଼ିର ସଉକ ରଖିଥାନ୍ତି। କାର୍ତ୍ତିକ ଆର୍ଯ୍ୟନଙ୍କ ଏହି ସ୍ବପ୍ନ ଏବେ ପୂରା ହୋଇଛି। ସେ କଳା ରଙ୍ଗର ସୁନ୍ଦର କାର ଲାମ୍ବୋରଗିନି ଉରସ କିଣିଛନ୍ତି। କୋରୋନାରୁ ଠିକ ହେବା ମାତ୍ରେ କାର୍ତ୍ତିକ ଏହି କାର କିଣିଛନ୍ତି। କିଛି ଦିନ ପୂର୍ବରୁ ବାହୁବଲୀ ଷ୍ଟାର ପ୍ରଭାସ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲାମ୍ବୋରଗିନି କାର କିଣିଥିଲେ। ସୋମବାର ସନ୍ଧ୍ୟାରେ ସେ ତାଙ୍କ ନୂଆ କାର ସହିତ ନଜର ଆସିଥିଲେ।
ଷ୍ଟାର ନିର୍ଦେଶକ ଏସଏସ ରାଜାମୌଲିଙ୍କ ଆଗାମୀ ସିନେମା ‘ଆରଆରଆର’ ରିଲିଜ ହେବା ପୂର୍ବରୁ ଇତିହାସ ରଚିଛି। ଏହି ଐତିହାସିକ ଫିଲ୍ମରେ ଅଜୟ ଦେବଗନ ଓ ଆଲିଆ ଭଟ୍ଟଙ୍କ ବ୍ୟତୀତ ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାର ରାମ ଚରଣ ତେଜା, ଜୁନିଅର ଏନଟିଆର ନଜର ଆସିବେ। ମିଡିଆ ରିପୋର୍ଟ ମୁତାବକ ଏହି ଫିଲ୍ମ ରିଲିଜ ପୂର୍ବରୁ ୯୦୦ କୋଟି ଟଙ୍କାର ବ୍ୟବସାୟ କରିଛି। ଏହା ଭାରତୀୟ ସିନେ ଇତିହାସରେ କୌଣସି ଫିଲ୍ମର ରିଲିଜ ପୂର୍ବରୁ ସବୁଠାରୁ ବଡ଼ ଆୟ ବୋଲି କୁହାଯାଉଛି।
ଅକ୍ଷୟ କୁମାର ଓ କ୍ୟାଟ୍ରିନା କୈଫ ଅଭିନୀତ ପୋଲିସ ଆକ୍ସନ ଡ୍ରାମା ସିନେମା ‘ସୂର୍ଯ୍ୟବଂଶୀ’ ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ତାରିଖ ୩୦ ଏପ୍ରିଲରେ ରିଲିଜ ହେବ ନାହିଁ। ମହାରାଷ୍ଟ୍ରରେ ବର୍ତ୍ତମାନ କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ଫିଲ୍ମର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଛି।
ଦେଶରେ କୋରୋନା ଭାଇରସ ମାମଲା ବଢ଼ିବା ସହ ବଲିଉଡରେ ପ୍ରତ୍ୟେକ ଦିନ କୋରୋନାର ନୂଆ ମାମଲା ସାମ୍ନାକୁ ଆସିବାରେ ଲାଗିଛି। ବଳିଉଡ ଅଭିନେତା ଭିକ୍କି କୌଶଲଙ୍କ ପରେ ଏବେ ତାଙ୍କର କଥିତ ଗାର୍ଲଫ୍ରେଣ୍ଡ କ୍ୟାଟ୍ରିନା କୈଫ ମଧ୍ୟ କୋରୋନା ସଂକ୍ରମିତ ହୋଇଛନ୍ତି। କ୍ୟାଟ୍ରିନା ଏହାର ସୂଚନା ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ତୁରନ୍ତ କୋଭିଡ ପରୀକ୍ଷା କରାଇବାକୁ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି।
ଅଭିନେତା ଅକ୍ଷୟ କୁମାର ରବିବାର କୋରୋନା ପଜିଟିଭ ହୋଇଥିବା ଖବର ଦେଇଥିଲେ। ଏବେ ଶୁଣିବାକୁ ମିଳୁଛି ଯେ ‘ରାମ ସେତୁ’ର ଶୁଟିଂ ସେଟରେ ଆଉ ୪୫ ଜଣ କୋରୋନା ସଂକ୍ରମିତ ହୋଇଛନ୍ତି। ସମସ୍ତେ ଏବେ କ୍ବାରେଣ୍ଟାଇନରେ ଅଛନ୍ତି। ଏକାବେଳେ ଏତେ ସଂଖ୍ୟକ ଲୋକ କୋରୋନା ସଂକ୍ରମିତ ହେବା ପରେ ଫିଲ୍ମ ପାଇଁ ସମସ୍ୟା ବଢ଼ି ଯାଇଛି।
ଡ୍ରଗ୍ସ ମାମଲାରେ ଗିରଫ ଅଭିନେତା ଏଜାଜ ଖାନ କୋରୋନା ପଜିଟିଭ ହୋଇଛନ୍ତି। ଏନସିବି ପୋଲିସ ହେପାଜତରେ ଏଜାଜ କୋରୋନା ପଜିଟିଭ ହୋଇଛନ୍ତି। ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ଏଜାଜଙ୍କୁ ପଚରାଉଚୁରା କରୁଥିବା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଟିମର ମଧ୍ୟ କୋରୋନା ପରୀକ୍ଷା ହେବ। ଏଜାଜଙ୍କ ଦୁଇଦିନ ପୂର୍ବରୁ କୋରୋନା ପରୀକ୍ଷା ହୋଇଥିଲା। ୪ ତାରିଖରେ ତାଙ୍କର କୋରୋନା ରିପୋର୍ଟ ପଜିଟିଭ ଆସିଥିଲା।
ଦେଶରେ କୋରୋନା ଭାଇରସ ମାମଲା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ଅନେକ ସେଲିବ୍ରିଟି କୋରୋନାର ଶିକାର ହେବାରେ ଲାଗିଛନ୍ତି। ରବିବାର ଅକ୍ଷୟ କୁମାର ଓ ଗୋବିନ୍ଦା କୋରୋନା ପଜିଟିଭ ହେବା ଖବର ସାମ୍ନାକୁ ଆସିଥିଲା। ଏବେ ଅଭିନେତ୍ରୀ ଭୂମି ପେଦନେକର ଓ ଅଭିନେତା ଭିକ୍କି କୌଶଲ ମଧ୍ୟ କୋଭିଡ ପଜିଟିଭ ହୋଇଛନ୍ତି। ଦୁଇ କଳାକାର ନିଜ କୋରୋନା ପଜିଟିଭ ହୋଇଥିବା ସୂଚନା ଇନଷ୍ଟାଗ୍ରାମରେ ଦେଇଛନ୍ତି।
ଦୀପିକା ପାଦୁକୋନ ତାଙ୍କ ଆଗାମୀ ଫିଲ୍ମ ‘ଦ ଇଣ୍ଟର୍ଣ୍ଣ’କୁ ନେଇ ବଡ଼ ଘୋଷଣା କରିଛନ୍ତି। ଫିଲ୍ମରେ ଦୀପିକାଙ୍କ ସହିତ ଦିବଂଗତ ଅଭିନେତା ଋଷି କପୁର ନଜର ଆସିବାର ଥିଲା। କିନ୍ତୁ ଗତ ବର୍ଷ ଋଷିଙ୍କ ମୃତ୍ୟୁ ପରେ ଫିଲ୍ମ ଉପରେ କାମ ଆଗକୁ ବଢ଼ିପାରି ନ ଥିଲା। ଏବେ ଏହି ଫିଲ୍ମରେ ଋଷିଙ୍କ ସ୍ଥାନରେ ଅମିତାଭ ବଚ୍ଚନଙ୍କ ଏଣ୍ଟ୍ରି ହୋଇଛି। ଏ ସମ୍ପର୍କରେ ନିଜେ ଦୀପିକା ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି।
ବାଲେଶ୍ବରର ଚାନ୍ଦିପୁର ଅଞ୍ଚଳରେ ଥିବା ଏକ ଇଞ୍ଜିନିୟରିଂ କଲେଜରେ ଶୋ’ କରିବା ସମୟରେ ଲୋକପ୍ରିୟ କଣ୍ଠଶିଳ୍ପୀ ଜୁବିନ ନୌଟିଆଲ ଲଜ୍ଜିତ ହୋଇଛନ୍ତି। ୨ ଏପ୍ରିଲରେ ହେବାକୁ ଥିବା ଏହି ଶୋ’ରେ ନିୟମ ଉଲ୍ଲଂଘନ କରିଥିବା ନେଇ ପୋଲିସ ଟିମ ଏହି ମ୍ୟୁଜିକାଲ ପରଫରମାନ୍ସ କାର୍ଯ୍ୟକ୍ରମ ଉପରେ ରେଡ କରିଥିଲା।
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ସବୁବେଳେ ଫିଲ୍ମ ମାଧ୍ୟମରେ ଲୋକଙ୍କ ମନୋରଞ୍ଜନ କରୁଥିବା ନଜର ଆସିଥାନ୍ତି। ପୁଣିଥରେ ଶ୍ରଦ୍ଧା ତାଙ୍କ ନୂଆ ସିନେମା ନେଇ ଆସୁଛନ୍ତି। ଇନଷ୍ଟାଗ୍ରାମ ପୋଷ୍ଟରେ ଶ୍ରଦ୍ଧା ତାଙ୍କର ନୂଆ ସିନେମା ସମ୍ପର୍କରେ ଘୋଷଣା କରିଛନ୍ତି।
ଅନୀଲ କପୁର ଓ ମାଧୁରୀ ଦୀକ୍ଷିତ ବଲିଉଡର ନିପୁଣ କଳାକାରଙ୍କ ମଧ୍ୟରେ ଅନ୍ୟତମ। ଅନେକ ସିନେମାରେ ଉଭୟଙ୍କୁ ଏକାଠି ଦର୍ଶକ ଦେଖିବାକୁ ପାଇଛନ୍ତି। ଏହି ଯୋଡ଼ିକୁ ଦର୍ଶକ ଖୁବ ପସନ୍ଦ କରୁଥିଲେ। ଏହି ଯୋଡ଼ିଙ୍କ ଅଭିନୀତ ୧୯୯୨ରେ ରିଲିଜ ହୋଇଥିବା ସିନେମା ‘ବେଟା’ ୪ ଏପ୍ରିଲରେ ୨୯ ବର୍ଷ ପୂରା କରିଛନ୍ତି। ଏହି ବିଶେଷ ଅବସରରେ ଅନୀଲ ତାଙ୍କ ସୋସାଲ ମିଡିଆ ଆକାଉଣ୍ଟରେ ଏକ ପୁରୁଣା ଫଟୋ ଶେୟାର କରିଛନ୍ତି। ମାଧୁରୀ ମଧ୍ୟ ଏହି ଫଟୋକୁ ନିଜ ସୋସାଲ ମିଡିଆରେ ରିପୋଷ୍ଟ କରିଛନ୍ତି।
‘ଲାଇଫ ଇଜ ବିଉଟିଫୁଲ’ ସିନେମା ମାଧ୍ୟମରେ ଅଭିନୟ ଡେବ୍ୟୁ କରିଥିବା ଅଭିନେତା ନବୀନ ପୋଲିଶେଟ୍ଟୀ ନିକଟରେ ରିଲିଜ ହୋଇଥିବା ତାଙ୍କ ତେଲୁଗୁ ସିନେମା ‘ଜାଠି ରାଟନାଲୁ’କୁ ନେଇ ଚର୍ଚ୍ଚାରେ। ଫିଲ୍ମକୁ ଦର୍ଶକ ଖୁବ ପସନ୍ଦ କରୁଛନ୍ତି। ଜବରଦସ୍ତ ଅଭିନୟ ମାଧ୍ୟମରେ ନବୀନ ପୁଣିଥରେ ଦର୍ଶକଙ୍କ ହୃଦୟ ଜିତିପାରିଛନ୍ତି। ଫିଲ୍ମର ସଫଳତା ପରେ ନବୀନ ଆମେରିକାରେ ଏବେ ଛୁଟି କଟାଉଛନ୍ତି। ଆମେରିକାରେ ଛୁଟି କଟାଇବା ସମୟରେ ମଧ୍ୟ ସେ ଫିଲ୍ମର ଜୋରଦାର ପ୍ରମୋସନ କରିଥିଲେ ଓ ଫିଲ୍ମ ଦେଖିବା ଲାଗି ଲୋକଙ୍କୁ ଅନୁରୋଧ କରିଥିଲେ।
ବଲିଉଡରେ କୋରୋନା ଭାଇରସର ପ୍ରକୋପ ଦ୍ରୁତ ଗତିରେ ବଢ଼ିଚାଲିଛି। ରବିବାର ବଲିଉଡ ଖିଲାଡୀ ହିରୋ ଅକ୍ଷୟ କୁମାରଙ୍କ ରିପୋର୍ଟ କୋରୋନା ପଜିଟିଭ ଆସିବା ପରେ ସୋସାଲ ମିଡିଆରେ ଏହି ଖବର ଭାଇରାଲ ହେବାରେ ଲାଗିଥିଲା। ଏବେ ଅଭିନେତା ଗୋବିନ୍ଦା ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ଏବେ ସେ ଘରେ କ୍ବାରେଣ୍ଟାଇନରେ ଅଛନ୍ତି ଓ ଡାକ୍ତରଙ୍କ ତତ୍ତ୍ବାବଧାନରେ ଥିବା ଗୋବିନ୍ଦା କହିଛନ୍ତି।
ବର୍ଷୀୟାନ୍ ବଲିଉଡ୍ ଅଭିନେତ୍ରୀ ଶଶିକଳାଙ୍କର ରବିବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୮୮ ବର୍ଷ ବୟସ ହୋଇଥିଲା। ସେ ବୟସାଧିକ୍ୟ କାରଣରୁ କୋଲାବାଠାରେ ତାଙ୍କ ବାସଭବନରେ ପରଲୋକ ଗମନ କରିଛନ୍ତି। ଶଶିକଳା ତାଙ୍କ ବଲିଉଡ୍ କ୍ୟାରିଅରରେ ଶହେରୁ ଊର୍ଦ୍ଧ୍ବ ଫିଲ୍ମରେ ଅଭିନୟ କରିଥିଲେ। ୧୯୩୨ ମସିହା ଅଗଷ୍ଟରେ ଏକ ମହାରାଷ୍ଟ୍ରୀୟ ପରିବାରରେ ଜନ୍ମଗ୍ରହଣ କରିଥିବା ଶଶିକଳା ସୋଲାପୁର ସହ ଜଡ଼ିତ ଥିଲେ। ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ଡାକୁ, ରାସ୍ତା, କଭି ଖୁସି କଭି ଗମ୍ ଆଦି ଅନ୍ୟତମ। ସେ ମଧ୍ୟ ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର ଓ ସଲମାନ୍ ଖାନଙ୍କ ସୁପର୍ ହିଟ୍ ଚଳଚ୍ଚିତ୍ର ମୁଝ ସେ ଶାଦୀ କରୋଗୀ, ୧୯୫୩ ମସିହାରେ ମୁକ୍ତି ଲାଭ କରିଥିବା ଭି. ଶାନ୍ତରାମଙ୍କ ତିନ୍ ବାତୀ ଚାର୍ ରାସ୍ତା ଓ ୧୯୬୮ରେ ରିଲିଜ୍ ହୋଇଥିବା ତିନ୍ ବହୁରାନୀୟାଁ ତାଙ୍କର ଅନ୍ୟତମ ସଫଳ ବଲିଉଡ୍ ଚଳଚ୍ଚିତ୍ର ମଧ୍ୟରେ ଅନ୍ୟତମ। ଆହୁରି ମଧ୍ୟ ଏହି ବର୍ଷୀୟାନ୍ ଅଭିନେତ୍ରୀ ଜଣକ ଆୟୀ ମିଲନ୍ କୀ ବେଲା, ବିମଲ ରୟଙ୍କ ସୁଜାତା, ବାଦଶାହ ଓ ତାରାଚନ୍ଦ ବଡ଼ଜାତ୍ୟାଙ୍କ ଆରତୀ ଆଦି ଚଳଚ୍ଚିତ୍ରରେ ମଧ୍ୟ ତାଙ୍କ ଅଭିନୟର ଯାଦୁକରୀ ସ୍ପର୍ଶ ଛାଡ଼ିଯାଇଛନ୍ତି। ସେ ଚଳଚ୍ଚିତ୍ର ବ୍ୟତୀତ ଟିଭି ଜଗତରେ ମଧ୍ୟ ବେଶ୍ ସକ୍ରିୟ ଥିଲେ। ତାଙ୍କ ଅଭିନୀତ ସୋନପରୀ ଓ ଜୀନା ଇସି କା ନାମ୍ ହୈ ବେଶ୍ ଲୋକପ୍ରିୟତା ହାସଲ କରିଛି। ଅଧିକାଂଶ ଚଳଚ୍ଚିତ୍ରରେ ତାଙ୍କର ନେଗେଟିଭ୍ ଭୂମିକାକୁ ଦର୍ଶକମାନେ ବେଶ୍ ପସନ୍ଦ କରିଆସିଥିଲେ।
ଅଧିକ ଦେଖନ୍ତୁ