ଖେଳକୁଦ

ବେଲ୍‌ଜିଅମ ୩-୨ରେ ଆର୍ଜେଣ୍ଟିନାକୁ ହରାଇଲା

ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମଠାରେ ଚାଲିଥିବା ପୁରୁଷ ବିଶ୍ବ ହକି ଲିଗ୍‌ର ଦ୍ବିତୀୟ ଦିନରେ ତଥା ତୃତୀୟ ଲିଗ୍‌ ମ୍ୟାଚରେ ବିଶ୍ବର ଏକ ନମ୍ବର ଦଳ ଆର୍ଜେଣ୍ଟିନା ଓ ବିଶ୍ବର ୩ ନମ୍ବର ଦଳ ବେଲଜିଅମ ପରସ୍ପର ମୁହାଁମୁହିଁ ହୋଇଥିଲେ। ପୁଲ୍‌ ଏର ଏହି ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ ହେଁ ପ୍ରଥମ କ୍ବାର୍ଟରରେ ବେଲଜିଅମ ଆଗୁଆ ରହିଥିଲା। ଏହି ମ୍ୟାଚ୍‌ଟିରେ ମୋଟ ୩ଟି ପେନାଲ୍‌ଟି କର୍ଣ୍ଣରରୁ ଗୋଲ ହୋଇଥିବାବେଳେ ଦୁଇଟି ଫିଲ୍ଡ ଗୋଲ ହୋଇଥିଲା। ଏହି ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚରେ ବେଲଜିଅମ ୩-୨ରେ ଆର୍ଜେଣ୍ଟିନାକୁ ହରାଇ ପୁଲ ଏର ଶୀର୍ଷସ୍ଥାନ ଅଧିକାର କରିଛି। ଖେଳର ପ୍ରଥମ କ୍ବାର୍ଟରରେ ନବମ ମିନିଟରେ ବେଲଜିଅମର ଲକ୍‌ ଲୁଇପଟ୍‌ ପେନାଲ୍ଟି କର୍ଣ୍ଣରରୁ ଗୋଲ କରି ବେଲଜିଅମକୁ ୧-୦ରେ ଆଗୁଆ କରିଥିଲେ। ତେବେ ଏହି କ୍ବାର୍ଟରକୁ ମିଶାଇ ପ୍ରଥମ ତିନିଟିଯାକ କ୍ବାର୍ଟରରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବାରୁ ସ୍କୋର ବେଲଜିଅମ ସପକ୍ଷରେ ୧-୦ରେ ହିଁ ରହିଥିଲା। ତେବେ ଚତୁର୍ଥ କ୍ବାର୍ଟରରେ ବେଶ୍‌ ସଂଘର୍ଷପୂର୍ଣ୍ଣ ହକି ଦେଖିବାକୁମ ମିଳିଥିଲା। ୫୧ତମ ମିନିଟରେ ବେଲଜିଅମର ଆମୋରି କଏଷ୍ଟର୍ସ ଫିଲ୍ଡ ଗୋଲ ଦେବାରୁ ବେଲଜିଅମ ୨-୦ରେ ଆଗୁଆ ହୋଇଥିଲା। ୫୨ତମ ମିନିଟରେ ଆର୍ଜେଣ୍ଟିନାର ମାଇକୋ କାସେଲା ଫିଲ୍ଡ ଗୋଲ ଜରିଆରେ ସ୍କୋର କରିବାରୁ ଆର୍ଜେଣ୍ଟିନା ୧-୨ରେ ପଛୁଆ ରହିଥିଲା।

ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ: ବିଜୟ ଓ କୋହଲିଙ୍କ ଶତକ,

ରେକର୍ଡ ଅପେକ୍ଷାରେ ରହିଛି ଭାରତୀୟ କ୍ରିକେଟ ଦଳ। ଲଗାତର ନବମ ଟେଷ୍ଟ ସିରିଜ ବିଜୟ ଅପେକ୍ଷାରେ ଥିବା ଭାରତୀୟ ଦଳ ଏପରି କରିପାରିଲେ ବିଶ୍ବରେ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇପାରିବ। ଏହିକ୍ରମରେ ଚଳିତ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଥିବା ଭାରତ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଓପନର ମୁରଲୀ ବିଜୟ ଓ ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ନିଜ ସ୍ଥିତି ମଜଭୁତ କରିପାରିଛି। ଶନିବାର ନୂଆଦିଲ୍ଲୀର ଫିରୋଜଶାହ କୋଟଲାଠାରେ ଆରମ୍ଭ ହୋଇଥିବା ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ମୁରଲୀ ବିଜୟନଙ୍‌କ ୧୫୫ ରନ ଓ ବିରାଟ କୋହଲିଙ୍କ ଅପରାଜିତ ୧୫୬ ରନ ବଳରେ ଭାରତ ୪ ୱିକେଟ ହରାଇ ୩୭୧ ରନ କରିଛି। ୯୦ ଓଭରରେ ଓଭର ପ୍ରତି ୪ରୁ ଅଧିକ ହାରରେ ରନ ସ୍କୋର କରି ଭାରତ ସୁବିଧାଜନକ ସ୍ଥିତିରେ ରହିଛି।

ଆଜିଠୁ ଆରମ୍ଭ ପୁରୁଷ ବିଶ୍ବ ହକି ଲିଗ୍‌: ପ୍ରଥମ ଦିନରେ ଭାରତ-

ଆଜିଠୁ ଭୁବନେଶ୍ବସ୍ଥିତ କଳିଙ୍ଗ ଷ୍ଟାଡିଅମରେ ଆରମ୍ଭ ହେଉଛି ବହୁ ପ୍ରତୀକ୍ଷିତ ପୁରୁଷ ବିଶ୍ବ ହକି ଲିଗ୍‌। ବିଶ୍ବ ହକି ଲିଗ୍‌ ୨୦୧୭ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିଅମ ଚଳଚଞ୍ଚଳ ହୋଇଉଠିଛି। ଦେଶ ତଥା ଦେଶ ବାହାରେ ଉନ୍ନତମାନର ହକି ମ୍ୟାଚ ଆୟୋଜନର ଶ୍ରେୟ ଏହି ଷ୍ଟାଡିଅମକୁ ମିଳିଥିବା ବେଳେ ଶୁକ୍ରବାରଠାରୁ ଏଠାରେ ଆରମ୍ଭ ହେଉଥିବା ବିଶ୍ବ ହକି ଲିଗ୍‌ ଉପରେ ସଭିଙ୍କ ନଜର ରହିଛି। ଏଠାରେ ହକି ବିଶ୍ବ କପ ୨୦୧୮ ହେବାକୁ ଥିବା ବେଳେ ଏହା ପୂର୍ବରୁ ବିଶ୍ବ ହକି ଲିଗ୍‌ର ଆୟୋଜନ ଓଡ଼ିଶା ପାଇଁ ଢେର ମାନ୍ୟତା ବହନ କରୁଛି। ଏହି ବିଶ୍ବସ୍ତରୀୟ ଟୁର୍ଣ୍ଣାମେଣ୍ଟରେ ବିଶ୍ବର ଶ୍ରେଷ୍ଠ ୧୦ ଟିମ୍‌ ମଧ୍ୟରେ ରହିଥିବା ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ବେଲଜିଅମ, ଇଂଲଣ୍ଡ, ଜର୍ମାନୀ, ନେଦରଲାଣ୍ଡ, ସ୍ପେନ ଓ ଆୟୋଜକ ଦେଶ ଭାରତ ପ୍ରମୁଖ ଅଂଶଗ୍ରହଣ କରୁଛନ୍ତି। ଏଥିରେ ଟାଇଟଲ ହାସଲ ପାଇଁ କଡ଼ା ମୁକାବିଲା ହେବାକୁ ଯାଉଥିବାର ପୂର୍ବାଭାସ ମିଳିଛି।

ଭାରତ ସହ ଖେଳିବାକୁ ପସନ୍ଦ କରୁ: ନୋଲ୍ସ

ଆଜିଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମ୍‌ରେ ଆରମ୍ଭ ହେଉଛି ହକି ବିଶ୍ବ ଲିଗ୍‌। ବିଶ୍ବର ୮ଟି ଶୀର୍ଷ ଦଳ ଏଥିରେ ଭାଗ ନେଉଥିବା ବେଳେ ଜର୍ମାନୀ ଓ ଇଂଲଣ୍ଡ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ। ସେହିପରି ଦ୍ବିତୀୟ ମ୍ୟାଚ୍‌ରେ ଆୟୋଜକ ଭାରତ ଭେଟିବ ଅଷ୍ଟ୍ରେଲିଆକୁ। ମ୍ୟାଚ୍‌ର ଅବ୍ୟବହିତ ପୂର୍ବରୁ ଗୁରୁବାର ଏଠାରେ ଉଭୟ ଭାରତୀୟ ଓ ଅଷ୍ଟ୍ରେଲୀୟ ଦଳର କୋଚ୍‌ ମ୍ୟାଚ୍‌ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେମାନଙ୍କ ମତାମତ ଉପସ୍ଥାପନ କରିଛନ୍ତି। ଏନେଇ ଅଷ୍ଟ୍ରେଲୀୟ ଅଧିନାୟକ ମାର୍କ ନୋଲ୍ସ କହିଛନ୍ତି ଯେ ଆୟୋଜକ ଭାରତକୁ ପ୍ରଥମ ମ୍ୟାଚ୍‌ରେ ଭେଟିବା ନିଶ୍ଚିତ ଭାବେ ଆମ ପାଇଁ ଚ୍ୟାଲେଞ୍ଜ୍‌। କାରଣ ଭାରତ ଘରୋଇ ପରିବେଶରେ ଖେଳୁଛି। ତା’ଛଡ଼ା ଏହି ଦଳରେ ଏକାଧିକ ପ୍ରତିଭାଶାଳୀ ଯୁବ ଖେଳାଳି ରହିଛନ୍ତି। କିନ୍ତୁ ଏହି ଦେଶ ବିପକ୍ଷରେ ଆମେ ଖେଳିବାକୁ ସବୁବେଳେ ଉପଭୋଗ କରିଆସିଛୁ।

ହକି ବିଶ୍ବକପ୍‌ ପାଇଁ ଭାରତ ଆସିବନି ପାକିସ୍ତାନ!


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ