ଖେଳକୁଦ

ଆଜି ଦ୍ବିତୀୟ ଟି-୨୦: ଆଉ ଏକ ରେକର୍ଡଠାରୁ ୨୫ ରନ୍‌

ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ ଦମ୍‌ଦାର ବିଜୟ ହାସଲ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌ଟି ରବିବାର ସନ୍ଧ୍ୟାରେ ଏଠାରେ ଖେଳାଯିବ। ଏହି ମ୍ୟାଚ୍‌ରେ ବିଜୟ ହାସଲ କରି ଘରୋଇ ଦଳ ଘରୋଇ ମାଟିରେ ଆଉ ଏକ ସିରିଜ୍‌ ହାତେଇବା ଲକ୍ଷ୍ୟରେ ରହିଛି। ଏଥିସହ ପ୍ରଥମ ମ୍ୟାଚ୍‌ରେ ଆକର୍ଷଣୀୟ ୯୪ ରନ୍‌ କରିଥିବା ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ରବିବାର ମ୍ୟାଚ୍‌ରେ ଆଉ ଏକ ରେକର୍ଡଠାରୁ ମାତ୍ର ୨୫ ରନ୍‌ ଦୂରରେ ରହିଛନ୍ତି। ଏହି ୨୫ ରନ୍‌ ସଂଗ୍ରହ କଲେ, କୋହଲି ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଘରୋଇ ପରିବେଶରେ ଏହି ଫର୍ମାଟ୍‌ରେ ଏକ ହଜାର ରନ୍‌ ପୂରଣ କରିପାରିବେ। ଏପରିକି ସେ ବିଶ୍ବର ତୃତୀୟ ଏପରି ବ୍ୟାଟ୍ସମ୍ୟାନ୍‌ ହୋଇପାରିବେ। ପୂର୍ବରୁ ନ୍ୟୁଜିଲାଣ୍ଡ୍‌ର ମାର୍ଟିନ୍‌ ଗପ୍ଟିଲ୍‌ ଓ କଲିନ୍‌ ମନ୍‌ରୋ ଘରୋଇ ଗ୍ରାଉଣ୍ଡ୍‌ରେ ଟି-୨୦ରେ ହଜାରେ ରନ୍‌ ସଂଗ୍ରହ କରିସାରିଛନ୍ତି।

ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ: ବନ୍ଦ ରହିବ ୭ ନମ୍ବର
ପ୍ରଥମ ଟେଷ୍ଟ୍‌ରେ ୱାଗନର୍‌ଙ୍କୁ ୫ ୱିକେଟ୍‌: ନ୍ୟୁଜିଲାଣ୍ଡ୍‌ ଇନିଂସ

ମାଉଣ୍ଟ୍‌ ମାଉଙ୍ଗାନୁଇଠାରେ ଚାଲିଥିବା ପ୍ରଥମ ଟେଷ୍ଟ୍‌ରେ ଘରୋଇ ନ୍ୟୁଜିଲାଣ୍ଡ୍‌ ବୃହତ୍‌ ଏକ ଇନିଂସ ଓ ୬୫ ରନ୍‌ରେ ବିଜୟୀ ହୋଇଛି। ଏଥିସହ ଦୁଇ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌ରେ ଘରୋଇ ଦଳ ୧-୦ରେ ଅଗ୍ରଣୀ ଲାଭ କରିଛି। ପ୍ରଥମ ଇନିଂସ ଭିତ୍ତିରେ ୨୬୨ ରନ୍‌ରେ ପଛୁଆ ଥିବା ଇଂଲଣ୍ଡ ତା’ର ଦ୍ବିତୀୟ ଇନିଂସରେ ମାତ୍ର ୧୯୭ ରନ୍ କରି ଅଲ୍‌ଆଉଟ୍‌ ହୋଇଯାଇଛି। ଶେଷ ଦିନରେ ସୋମବାର ଦଳ ତା’ର ଅବଶିଷ୍ଟ ୭ଟି ୱିକେଟ୍‌ରେ ମାତ୍ର ୧୪୨ ରନ୍‌ ଯୋଡ଼ିପାରିଥିଲା। ଦ୍ରୁତ ବୋଲର୍‌ ନିଲ୍‌ ୱାଗନର୍‌ଙ୍କ ୫ ୱିକେଟ୍‌ ଓ ସ୍ପିନର୍‌ ମିଚେଲ୍‌ ସାଣ୍ଟନର୍‌ଙ୍କ ୩ ୱିକେଟ୍‌ ଘରୋଇ ଦଳକୁ ସଅଳ ଅଲ୍‌ଆଉଟ୍‌ କରିଦେଇଥିଲା। ପ୍ରଥମ ନ୍ୟୁଜିଲାଣ୍ଡ୍‌ ୱିକେଟ୍‌କିପର୍‌ ଭାବେ ଦ୍ବିଶତକ ହାସଲ କରିଥିବା ବିଜେ ୱାଟଲିଙ୍ଗ୍‌ ମ୍ୟାନ୍‌ ଅଫ୍ ଦ ମ୍ୟାଚ୍‌ ବିବେଚିତ ହୋଇଛନ୍ତି।

ନେହରୁ କପ ହକି ଫାଇନାଲ୍‌: ରଣକ୍ଷେତ୍ର ପାଲଟିଲା ହକି
ଉମେଶଙ୍କୁ ୫ ୱିକେଟ୍‌: ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ଭାରତ ଇନିଂସ

ଚଳିତ ଦିବାରାତ୍ର ଟେଷ୍ଟ୍‌ରେ ଭାରତ ଇନିଂସ ବିଜୟୀ ହୋଇଛି। ଏଥିସହ ଦଳ ବାଂଲାଦେଶ ବିପକ୍ଷ ଏହି ଦୁଇ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ କ୍ଲିନ୍‌ସୁଇପ୍‌ କରିଛି। ଭାରତୀୟ ବୋଲର୍‌ଙ୍କ ଦବ୍‌ଦବା କାରଣରୁ ମ୍ୟାଚ୍‌ଟି ଅଢ଼େଇ ଦିନରୁ ବି କମ୍‌ ସମୟ ମଧ୍ୟରେ ଶେଷ ହୋଇଛି ଓ ଭାରତ ତା’ର ପ୍ରଥମ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ବିଜୟୀ ହୋଇଛି। ଦ୍ବିତୀୟ ଦିନର ଖେଳ ଶେଷ ସୁଦ୍ଧା ଭ୍ରମଣକାରୀ ଦଳ ୬ ୱିକେଟ୍‌ ହରାଇ ୧୫୨ ରନ୍‌ କରି ଇନିଂସ ପରାଜୟ ଆଶଙ୍କାରେ ରହିଥିଲା। ତୃତୀୟ ଦିନର ଖେଳ ଆରମ୍ଭ ହେବାର ପ୍ରଥମ ଘଣ୍ଟାଏ ମଧ୍ୟରେ ଭାରତୀୟ ବୋଲର୍‌ମାନେ ଅବଶିଷ୍ଟ ୪ଟି ୱିକେଟ୍‌ ନେଇ ଦଳକୁ ଆଉ ଏକ ଇନିଂସ ବିଜୟ ଉପହାର ଦେଇଛନ୍ତି। ବିଶେଷକରି ଉମେଶ ଯାଦବ ଜବରଦସ୍ତ ବୋଲିଂ କରି ତୃତୀୟ ଦିନରେ ୩ଟି ୱିକେଟ୍‌ ନେଇ ସର୍ବମୋଟ ୫ ୱିକେଟ୍‌ର ସଫଳତା ପାଇଛନ୍ତି।

ୱାଟଲିଙ୍ଗ୍‌ଙ୍କ ରେକର୍ଡ ଦ୍ବିଶତକ: ନ୍ୟୁଜିଲାଣ୍ଡ୍‌ ନିୟନ୍ତ୍ରଣରେ ପ୍ରଥମ
ଇଶାନ୍ତଙ୍କ ଯାଦୁ ଜାରି: ଭାରତ ନିୟନ୍ତ୍ରଣରେ ପିଙ୍କ ବଲ ଟେଷ୍ଟ

ଭାରତ ମାଟିରେ ପ୍ରଥମ ଥର ପାଇଁ କୋଲକାତା ଠାରେ ଆରମ୍ଭ ହୋଇଥିବା ପିଙ୍କ ବଲ ଟେଷ୍ଟର ଦ୍ବିତୀୟ ଦିନରେ ମଧ୍ୟ ଭାରତ ପ୍ରଥମ ଦିନ ଭଳି ଏହାର ଦବ୍‌ଦବା ଜାରି ରଖିଛି। ବିଶେଷକରି ଭାରତୀୟ ଫାଷ୍ଟ ବୋଲର ଇଶାନ୍ତ ଶର୍ମା ତାଙ୍କ ଘାତକ ବୋଲିଂରେ ପୁଣିଥରେ ବାଂଲାଦେଶକୁ ଧରାଶାୟୀ କରିଛନ୍ତି। ଏହି ଟେଷ୍ଟର ପ୍ରଥମ ଇନିଂସରେ ୫ଟି ୱିକେଟ ଅକ୍ତିଆର କରିଥିବା ଇଶାନ୍ତ ବାଂଲାଦେଶର ଦ୍ବିତୀୟ ଇନିଂସରେ ମଧ୍ୟ ୪ଟି ୱିକେଟ ହାତେଇ ଭ୍ରମଣକାରୀ ଦଳର ମେରୁଦଣ୍ଡ ଭାଙ୍ଗିଦେଇଛନ୍ତି। ଫଳରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ବାଂଲାଦେଶ ତା’ର ଦ୍ବିତୀୟ ଇନିଂସରେ ୩୨.୩ ଓଭରରେ ୬ଟି ୱିକେଟ ହରାଇ ମାତ୍ର ୧୫୨ ରନ କରିଛି। ପ୍ରଥମ ଇନିଂସରେ ଭାରତ ୨୪୧ ରନର ଅଗ୍ରଣୀ ଲାଭ କରିଥିବାରୁ ବାଂଲାଦେଶ ଏବେ ବି ୮୯ ରନ ପଛରେ ରହିଥିବାବେଳେ ହାତରେ ମାତ୍ର ୪ଟି ୱିକେଟ ରହିଛି।

ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ କୋହଲିଙ୍କ ଶତକ: ଅଧିନାୟକ ଭାବେ

ଚଳିତ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ଦ୍ବିତୀୟ ଦିନରେ ବି ଭାରତର ଦବ୍‌ଦବା ଜାରି ରହିଛି। ବାଂଲାଦେଶର ପ୍ରଥମ ଇନିଂସକୁ ମାତ୍ର ୧୦୬ ରନ୍‌ରେ ସୀମିତ ରଖିବା ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ମାନେ ଜବରଦସ୍ତ ପ୍ରଦର୍ଶନ ଜାରି ରଖିଛନ୍ତି। ବିଶେଷକରି ଅଧିନାୟକ ବିରାଟ କୋହଲି ଅଧିନାୟକତ୍ବ ପ୍ରଦର୍ଶନ କରିଛନ୍ତି। ସେ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ପ୍ରଥମ ଭାରତୀୟ ଅଧିନାୟକ ଭାବେ ଶତକ ଅର୍ଜନ କରିବା ସହ ବିଶ୍ବରେ ଏ କ୍ଷେତ୍ରରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଓ କୋହଲି ୧୯ଟି ଲେଖାଏଁ ଶତକ ସହ ଦ୍ବିତୀୟ ସ୍ଥାନରେ ରହିଥିଲେ। ଶନିବାର କୋହଲି ଅଧିନାୟକ ଭାବେ ବିଂଶତମ, ଟେଷ୍ଟ୍‌ କ୍ୟାରିଅର୍‌ର ୨୭ତମ ଓ ଅନ୍ତର୍ଜାତୀୟରେ ୭୦ତମ ଶତକ ହାସଲ କରିବା ଫଳରେ ଭାରତର ସ୍ଥିତି ବେଶ୍‌ ମଜଭୁତ ହୋଇପାରିଛି।

ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ଈଶାନ୍ତଙ୍କୁ ୫ ୱିକେଟ୍‌: ବାଂଲାଦେଶ

କୋଲ୍‌କାତାର ଇଡେନ୍‌ ଗାର୍ଡେନ୍ସଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭାରତ-ବାଂଲାଦେଶ ପିଙ୍କ୍‌ ବଲ୍‌ ଟେଷ୍ଟ୍‌। ଏହି ଦିବାରାତ୍ର ଟେଷ୍ଟ୍‌ରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ବାଂଲାଦେଶ ମାତ୍ର ୧୦୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି। ଭାରତୀୟ ଦ୍ରୁତ ବୋଲର୍‌ ଈଶାନ୍ତ ଶର୍ମା ୫ ୱିକେଟ୍‌ ନେଇ ବାଂଲାଦେଶ ବ୍ୟାଟିଂ ବିପର୍ଯ୍ୟୟର ମୁଖ୍ୟ ନାୟକ ସାଜିଥିବା ବେଳେ ସେ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ରେ ଏପରି ସଫଳତା ପାଇବାରେ ପ୍ରଥମ ଭାରତୀୟ ହୋଇପାରିଛନ୍ତି। ଓପନର ଇମରୁଲ୍‌ କାୟେସ୍‌ଙ୍କୁ ଆଉଟ୍‌ କରି ଈଶାନ୍ତ ପ୍ରଥମ ୱିକେଟ୍‌ ନେବା ପରେ ୨୨ ରନ୍‌ ଦେଇ ସମୁଦାୟ ୫ଟି ୱିକେଟ୍‌ ହାସଲ କରିଛନ୍ତି। ଜବାବରେ ଭାରତ ତା’ର ପ୍ରଥମ ଦିବସର ପ୍ରଥମ ଇନିଂସରେ ଖେଳ ଶେଷ ସୁଦ୍ଧା କ୍ୟାପଟେନ୍ ବିରାଟ୍ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ଅର୍ଦ୍ଧଶତକ ବଳରେ ୪୬ ଓଭରରେ ୩ ୱିକେଟ୍ ହରାଇ ୧୭୪ ରନ୍ କରିଛି । ଫଳରେ ଭାରତ ୭ ୱିକେଟ୍ ବାକି ଥାଇ ୬୮ ରନର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ କୋହଲି ୬୯ (୯୩ ବଲ୍‌, ୮ ଚୌକା) ଓ ଅଜିଙ୍କ୍ୟ ରାହାଣେ ୨୩ (୨୨ ବଲ୍‌, ୩ ଚୌକା) ରନ୍ କରି ଅପରାଜିତ ରହିଛନ୍ତି।

ଇଡେନ୍‌ରେ ପିଙ୍କ୍‌ ବଲ୍‌ ଟେଷ୍ଟ୍‌ ଆରମ୍ଭ: ବାଂଲାର ବ୍ୟାଟିଂ

କୋଲ୍‌କାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସ ପାଇଁ ଶୁକ୍ରବାର ଦିନଟି ହେଉଛି ଐତିହାସିକ। କାରଣ ଏଠାରେ ଶୁକ୍ରବାରଠାରୁ ଆରମ୍ଭ ହୋଇଛି ଭାରତର ପ୍ରଥମ ଦିବାରାତ୍ର ଟେଷ୍ଟ୍‌। ପ୍ରଥମ ଥର ପାଇଁ ଭାରତ ପିଙ୍କ୍‌ ବଲ୍‌ରେ ଖେଳୁଥିବା ବେଳେ ଏଥିରେ ପ୍ରତିପକ୍ଷ ବାଂଲାଦେଶ ମଧ୍ୟ ଏହି ପିଙ୍କ୍‌ ବଲ୍‌ର ପ୍ରଥମ ଅନୁଭୂତି ହାସଲ କରିଛି। ତେବେ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭ୍ରମଣକାରୀ ବାଂଲାଦେଶ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ମାତ୍ର ୪୮ ରନ୍‌ ମଧ୍ୟରେ ୫ ଜଣ ଶୀର୍ଷ ବ୍ୟାଟ୍ସମ୍ୟାନ୍‌ଙ୍କୁ ହରାଇ ବିପଦରେ ପଡ଼ିଛି। ଭାରତ ପକ୍ଷରୁ ଉମେଶ ଯାଦବ ଘାତକ ବୋଲିଂ କରି ୩ ଜଣ ବ୍ୟାଟ୍ସମ୍ୟାନ୍‌ଙ୍କୁ ଆଉଟ୍‌ କରିଥିବା ବେଳେ ଈଶାନ୍ତ ଶର୍ମା ଓ ସ୍ଥାନୀୟ ବୋଲର୍‌ ମହମ୍ମଦ ଶମୀ ଅନ୍ୟ ଦୁଇଟି ୱିକେଟ୍‌ ନେଇଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ