ଖେଳକୁଦ

ବାରବାଟୀ ଦିନିକିଆ ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ଦୁଇ ଦଳ

ବୁଧବାର ବିଶାଖାପାଟଣାରେ ଭାରତ ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌କୁ ବୃହତ୍‌ ୧୦୭ ରନ୍‌ରେ ପରାସ୍ତ କରି ସିରିଜ୍‌କୁ ୧-୧ରେ ବରାବର କରିଥିବାରୁ ଏବେ ସିରିଜ୍‌ର ରୋମାଞ୍ଚ ବଢ଼ିଯାଇଛି। ଏହି ସିରିଜ୍‌ର ତୃତୀୟ ତଥା ଚୂଡ଼ାନ୍ତ ମ୍ୟାଚ୍‌ଟି ଆସନ୍ତା ୨୨ ତାରିଖରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ବେଳେ ଉଭୟ ଭାରତ ଓ ୱେଷ୍ଟ୍‌ଇଣ୍ଡିଜ୍‌ ଦଳର ଖେଳାଳିମାନେ ଏଠାରେ ଗୁରୁବାର ମଧ୍ୟାହ୍ନ ୧ଟା ବେଳେ ପହଞ୍ଚିଛନ୍ତି। ଉଭୟ ଦଳର ଖେଳାଳିମାନଙ୍କୁ ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ହୋଟେଲ୍‌ ମେ’ ଫେୟାର୍‌ ଲାଗୁନକୁ କଡ଼ା ସୁରକ୍ଷା ମଧ୍ୟରେ ନିଆଯାଇଛି। ଏହି ଖେଳାଳିମାନଙ୍କୁ ସୁରକ୍ଷା ଦେବା ସକାଶେ ୬୩ ପ୍ଲାଟୁନ୍‌ ପୋଲିସ୍‌ ଫୋର୍ସ ସହ ରାପିଡ୍‌ ଆକ୍ସନ୍‌ ଫୋର୍ସର ୩୦୦ ଅଧିକାରୀ ମୁତୟନ ରହିଛନ୍ତି। ବିସିସିଆଇର ସ୍ୱତନ୍ତ୍ର ନିର୍ଦେଶ ଅନୁସାରେ ହୋଟେଲ ମେ ଫେୟାରରେ ୯୦ଟି ରୁମ୍ ବୁକ୍ ହୋଇଛି। ଖେଳାଳିଙ୍କ ପାଇଁ ହୋଟେଲକୁ ସ୍ୱତନ୍ତ୍ର ଭାବେ ସଜା ଯାଇଛି। ହୋଟେଲ ମେ’ ଫେୟାରରେ ରହଣି ସମୟରେ ଖେଳାଳିମାନେ କମ୍ ମସଲା ଓ ତେଲରେ ତିଆରି ଖାଦ୍ୟ ଖାଇବେ ବୋଲି ମଧ୍ୟ ଜଣାପଡ଼ିଛି।

ୱେଷ୍ଟ୍‌ଇଣ୍ଡିଜ୍‌ ଉପରେ ଭାରତର ଦମ୍‌ଦାର ବିଜୟ: ସିରିଜ୍‌

ଚଳିତ ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ପରାଜୟ ପରେ ଭାରତ ଦୃଢ ପ୍ରତ୍ୟାବର୍ତ୍ତନ କରିଛି। ବୁଧବାର ବିଶାଖାପାଟଣାଠାରେ ଦ୍ବିତୀୟ ମ୍ୟାଚ୍‌ରେ ଭାରତ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ୍‌କୁ ୧୦୭ ରନରେ ପରାସ୍ତ କରି ବୃହତ୍‌ ବିଜୟ ହାସଲ କରିଛି। ବ୍ୟାଟିଂ ଓ ବୋଲିଂରେ ଦମ୍‌ଦାର ପ୍ରଦର୍ଶନ କରି ଭାରତ ଦ୍ବିତୀୟ ମ୍ୟାଚ୍‌କୁ ଜିତି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୧-୧ରେ ବରାବର କରିଥିବା ବେଳେ ଶେଷ ଦିନିକିଆ ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଶତକ ହାସଲ କରିଥିବା ଉଭୟ ଓପନର ଲୋକେଶ ରାହୁଲ୍‌ ଓ ରୋହିତ ଶର୍ମାଙ୍କ ଦମ୍‌ଦାର ବ୍ୟାଟିଂ ଓ ରିଷ୍ଟ ସ୍ପିନର କୁଲଦୀପ ଯାଦବ ହ୍ୟାଟ୍ରିକ ୱିକେଟ୍‌ ହାସଲ ଭାରତର ବିଜୟକୁ ସହଜ କରାଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରି ୫ ୱିକେଟ୍‌ ହରାଇ ବିଶାଳ ୩୮୭ ରନ କରିଥିବା ବେଳେ ୱେଷ୍ଟ୍‌ଇଣ୍ଡିଜ୍‌ କଷ୍ଟମଷ୍ଟେ ୨୮୦ ରନ କରିବାକୁ ସକ୍ଷମ ହୋଇଥିଲା। ରୋହିତ ଶର୍ମା ମ୍ୟାନ୍‌ ଅଫ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ।

ଦ୍ବିତୀୟ ଦିନିକିଆରେ ରୋହିତ ଓ ରାହୁଲ୍‌ଙ୍କ ଶତକ ସହ ରେକର୍ଡ

ଚଳିତ ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବୁଧବାର ଏଠାରେ ଜାରି ରହିଛି। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ ସୁଯୋଗ ପାଇ ଭାରତ ୫ ୱିକେଟ୍‌ ହରାଇ ବୃହତ୍‌ ୩୮୭ ରନ୍‌ କରିଥିବା ବେଳେ ଉଭୟ ଓପନର ଲୋକେଶ ରାହୁଲ୍‌ ଓ ରୋହିତ ଶର୍ମା ରେକର୍ଡ ଭାଗିଦାରୀ କରିଛନ୍ତି। ଇତ୍ୟବସରରେ ଦୁଇ ବ୍ୟାଟ୍ସମ୍ୟାନ୍‌ ସେମାନଙ୍କ ଶତକ ମଧ୍ୟ ପୂରଣ କରିଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ୍‌ ପ୍ରଥମ ୱିକେଟ୍‌ରେ ୨୨୭ ରନ୍‌ ଯୋଡ଼ି ଭାରତର ପ୍ରଥମ ଓପନିଂ ଯୋଡ଼ି ଭାବେ ଇଣ୍ଡିଜ୍‌ ବିପକ୍ଷରେ ଦ୍ବିଶତକୀୟ ଭାଗିଦାରୀ କରିଛନ୍ତି। ରୋହିତ ଦିନିକିଆରେ ତାଙ୍କର ୨୮ତମ ଓ ଚଳିତ ବର୍ଷ ସପ୍ତମ ଶତକ କରିଥିବା ବେଳେ ରାହୁଲ୍‌ ଦିନିକିଆରେ ତୃତୀୟ ତଥା ଭାରତ ମାଟିରେ ନିଜର ପ୍ରଥମ ଶତକ ପୂରଣ କରିଛନ୍ତି। ରୋହିତଙ୍କ ଇନିଂସରେ ୧୧ଟି ଚୌକା ଓ ୨ଟି ଛକା ଏବଂ ରାହୁଲ୍‌ଙ୍କ ଇନିଂସରେ ୮ଟି ଚୌକା ଓ ୨ଟି ଛକା ରହିଛି। ରୋହିତ ୧୫୯ ଓ ରାହୁଲ୍‌ ୧୦୨ ରନ୍‌ କରିଛନ୍ତି। ଚଳିତ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ରେ ଭାରତ ୦-୧ରେ ପଛୁଆ ଥିବା ବେଳେ ଶେଷ ଦିନିକିଆ ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ।

ଆଜି ଦ୍ବିତୀୟ ଦିନିକିଆ: ସିରିଜ୍‌କୁ ଫେରିବାକୁ ଉଦ୍ୟମ କରିବ

ଚଳିତ ଭାରତ ଓ ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବୁଧବାର ଏଠାକାର ଏଡିସିଏ-ଭିସିଏ ୱାଇଏସ୍‌ ରାଜଶେଖର ରେଡ୍ଡୀ ଷ୍ଟାଡିୟମ୍‌ରେ ଖେଳାଯିବ। ପ୍ରଥମ ମ୍ୟାଚ୍‌ରେ ଘରୋଇ ଦଳକୁ ୮ ୱିକେଟ୍‌ରେ ପରାସ୍ତ କରି ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ସିରିଜ୍‌ର ଜବରଦସ୍ତ ପ୍ରାରମ୍ଭ କରିଥିବା ବେଳେ ଦ୍ବିତୀୟ ମ୍ୟାଚ୍‌କୁ ଜିତି ଭାରତ ସିରିଜ୍‌କୁ ଫେରିବା ସକାଶେ ଉଦ୍ୟମ କରିବ। ପ୍ରଥମ ମ୍ୟାଚ୍‌ରେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ ଶିମ୍‌ରୋନ୍‌ ହେଟମେୟର୍‌ ଓ ଓପନର ଶାଇ ହୋପ୍‌ଙ୍କ ଶତକ ଜରିଆରେ ୱେଷ୍ଟ୍‌ଇଣ୍ଡିଜ୍‌ ଭାରତୀୟ ଦର୍ଶକଙ୍କୁ ନିରାଶ କରି ସିରିଜ୍‌ରେ ୧-୦ରେ ଆଗୁଆ ରହିଥିଲା। ଏହି ଦୁଇ ବ୍ୟାଟ୍ସମ୍ୟାନ୍‌ଙ୍କଠାରୁ ପୁନର୍ବାର ଭଲ ପ୍ରଦର୍ଶନ ଆଶା କରି ଟି-୨୦ ସିରିଜ୍ ପରାଜୟର ବଦ୍‌ଲା ନେବା ପାଇଁ ୱେଷ୍ଟ୍‌ଇଣ୍ଡିଜ୍‌ ଅଧିନାୟକ କିରନ୍‌ ପୋଲାର୍ଡ ଆଶା ରଖିଥିବେ।

ଆରମ୍ଭ ହେଲା ସର୍ବଭାରତୀୟ ପୋଲିସ୍‌ ହକି ପ୍ରତିଯୋଗିତା

ଓଡ଼ିଶା ପୋଲିସ୍‌ ଆନୁକୂଲ୍ୟରେ ଚଳିତବର୍ଷ ୬୮ତମ ସର୍ବଭାରତୀୟ ପୋଲିସ୍‌ ହକି ପ୍ରତିଯୋଗିତା ସୋମବାର ଭୁବନେଶ୍ବରସ୍ଥିତ ସପ୍ତମ ବାଟାଲିୟନ୍‌ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନୀ ଉତ୍ସବରେ ଆରକ୍ଷୀ ମହାନିର୍ଦେଶକ ଅଭୟ ମୁଖ୍ୟ ଅତିଥି ଭାବେ ଅଂଶଗ୍ରହଣ କରି ଏକ ବର୍ଣ୍ଣାଢ୍ୟ ଆନୁଷ୍ଠାନିକ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ। ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ସମସ୍ତ ପ୍ରତିଯୋଗୀ ଓ କ୍ରୀଡ଼ା ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇବା ସହ ସେମାନଙ୍କ ସର୍ବ ସଫଳତା କାମନା କରିଥିଲେ। ସମସ୍ତ ପ୍ରତିଯୋଗୀ ଓ କ୍ରୀଡ଼ା ପରିଚାଳକମାନଙ୍କୁ ଖେଳୁଆଡ଼ ମନୋଭାବ ନେଇ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଆରକ୍ଷୀ ମହାନିର୍ଦେଶକ ଅଭୟ ଓଡ଼ିଶା ପୋଲିସ୍‌କୁ ଏହି ଗୁରୁଦାୟିତ୍ୱ ପ୍ରଦାନ କରିଥିବାରୁ ଅଲ୍‌ ଇଣ୍ଡିଆ ପୋଲିସ୍‌ ସ୍ପୋର୍ଟ୍ସ କଣ୍ଟ୍ରୋଲ୍‌ ବୋଡ୍‌କୁ କୃତଜ୍ଞତା ଜଣାଇଥିଲେ। ଏହି ସର୍ବଭାରତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ସମସ୍ତ ସହଯୋଗ ପ୍ରଦାନ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।

ଆବିଦ୍‌ଙ୍କ ବିଶ୍ବ ରେକର୍ଡ: ଦିନିକିଆ ପରେ ଟେଷ୍ଟ୍‌ ଡେବ୍ୟୁରେ

ଦୀର୍ଘ ୧୦ ବର୍ଷ ପରେ ପାକିସ୍ତାନକୁ ଅନ୍ତର୍ଜାତୀୟ ଟେଷ୍ଟ୍‌ କ୍ରିକେଟ୍‌ ଫେରିଥିବା ବେଳେ ଶ୍ରୀଲଙ୍କା ଏଠାରେ ପ୍ରଥମ ମ୍ୟାଚ୍‌ଟି ଖେଳିଛି। ରବିବାର ମୁକାବିଲାଟି ବିନା କୌଣସି ଫଇସଲାରେ ଶେଷ ହୋଇଥିବା ବେଳେ ଶେଷ ଦିନରେ ପାକିସ୍ତାନର ଦୁଇ ଜଣ ବ୍ୟାଟ୍ସମ୍ୟାନ୍‌ ଓପନର ଆବିଦ୍‌ ଅଲୀ ଓ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ୍‌ ବାବର୍‌ ଆଜମ୍‌ ଅପରାଜିତ ଶତକୀୟ ଇନିଂସ ଖେଳିଛନ୍ତି। ଏହି ଶତକ ବଳରେ ଶ୍ରୀଲଙ୍କାର ୩୦୮/୬ରେ ପାଳି ଘୋଷଣାର ଜବାବରେ ପାକିସ୍ତାନ ୨ ୱିକେଟ୍‌ ହରାଇ ୨୫୨ ରନ୍ କରିଥିଲା। ତେବେ ଏହି ଅବସରରେ ଆବିଦ୍‌ ବିଶ୍ବ ରେକର୍ଡର ଅଧିକାରୀ ହୋଇଛନ୍ତି। ଏହା ତାଙ୍କର ପ୍ରଥମ ଟେଷ୍ଟ୍‌ ହୋଇଥିବା ବେଳେ ସେ ଏଥିରେ ଶତକ କରି ବିଶ୍ବର ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ଉଭୟ ଦିନିକିଆ ଓ ଟେଷ୍ଟ୍‌ କ୍ରିକେଟ୍‌ରେ ପଦାର୍ପଣ ମ୍ୟାଚ୍‌ରେ ଶତକ ହାସଲ କରିବାର ଗୌରବ ପାଇଛନ୍ତି। ଗତ ମାର୍ଚ୍ଚରେ ସେ ଅଷ୍ଟ୍ରେଲିଆ ବିପକ୍ଷରେ ଦୁବାଇଠାରେ ପ୍ରଥମ ଅନ୍ତର୍ଜାତୀୟ ଦିନିକିଆରେ ସେ ଶତକ କରିଥିଲେ।

ହିଟ୍‌ମେନ୍‌ ହେଟମେୟର୍‌ ଓ ହୋପ୍‌ଙ୍କ ଶତକ: ଭାରତକୁ
ୠଷଭ ପନ୍ତଙ୍କ ସ୍ଥାନ ନେବେ ଲୋକେଶ ରାହୁଲ!

ଆସନ୍ତା ବର୍ଷ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ପାଇଁ ଚୂଡ଼ାନ୍ତ ଦଳକୁ ପ୍ରସ୍ତୁତ କରିବା ସକାଶେ ଭାରତୀୟ ସିନିୟର ଚୟନ କମିଟି କାର୍ଯ୍ୟ ଆରମ୍ଭ କରିଛି। ଭେଟେରାନ ମହେନ୍ଦ୍ର ସିଂହ ଧୋନି ଦଳକୁ ଫେରିବା ଓ ପରବର୍ତ୍ତୀ ଟି-୨୦ ବିଶ୍ବକପ୍‌ରେ ୱିକେଟ୍‌ କିପିଂ କରିବା ସମ୍ଭାବନା କ୍ଷୀଣ ହୋଇଥିଲା ବେଳେ ଏବେ ଚୟନ କମିଟି ବିଭିନ୍ନ ଦିଗରୁ ଚିନ୍ତା ଆରମ୍ଭ କରିଛି। ଧୋନିଙ୍କ ସ୍ଥାନରେ ଟି-୨୦ ଫର୍ମାଟରେ ଦିଲ୍ଲୀର ଯୁବ ୱିକେଟ୍‌ କିପର ୠଷଭ ପନ୍ତଙ୍କ ଉପରେ ଅଧିନାୟକ ବିରାଟ କୋହଲି ଆସ୍ଥା ସ୍ଥାପନ କରି ଥିଲେ ବି ସେ ତାହାକୁ ସମ୍ପୂର୍ଣ୍ଣ ପୂରଣ କରିବାରେ ସମର୍ଥ ହୋଇ ନାହାନ୍ତି। ୱିକେଟ ପଛରେ ହେଉ ବା ବ୍ୟାଟିଂରେ ହେଉ ପନ୍ତ ସ୍ଥିର ପ୍ରଦର୍ଶନ ଦେବାରେ ସଫଳ ହୋଇ ନାହାନ୍ତି।

ଆଜି ଭାରତ-ଇଣ୍ଡିଜ୍‌ ପ୍ରଥମ ଦିନିକିଆ: ଟି-୨୦ ଫର୍ମ ଜାରି

ନିକଟରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ଟି-୨୦ ସିରିଜ୍‌ରେ ୨-୧ରେ ପରାସ୍ତ କରିଥିବା ଭାରତ ରବିବାରଠାରୁ ଦିନିକିଆ ସିରିଜ୍‌ ଖେଳିବ। ପ୍ରଥମ ମ୍ୟାଚ୍‌ଟି ଏଠାକାର ଚେପକ୍‌ ଷ୍ଟାଡିୟମ୍‌ଠାରେ ଖେଳାଯିବାକୁ ଥିବା ବେଳେ ଏଥିରେ ଘରୋଇ ଦଳ ଟି-୨୦ ଫର୍ମ ବଜାୟ ରଖି ବିଜୟ ସହ ଅଭିଯାନ ଆରମ୍ଭ କରିବା ସକାଶେ ଉଦ୍ୟମ କରିବ। ଅନ୍ୟପକ୍ଷରେ ଗସ୍ତରେ ଦ୍ବିତୀୟ ଟି-୨୦ରେ ଏକମାତ୍ର ବିଜୟ ହାସଲ କରିଥିବା ଭ୍ରମଣକାରୀ ଇଣ୍ଡିଜ୍‌ ଦଳ ସିରିଜ୍‌ ପରାଜୟକୁ ପଛରେ ପକାଇ ସବୁକିଛି ନୂଆ କରି ଆରମ୍ଭ କରିବା ପାଇଁ ଉଦ୍ୟମ କରିବ। ତୃତୀୟ ତଥା ଚୂଡ଼ାନ୍ତ ଟି-୨୦ରେ ଭାରତର ଶୀର୍ଷ ୩ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା, ଲୋକେଶ ରାହୁଲ୍‌ ଓ ବିରାଟ କୋହଲି ଜବରଦସ୍ତ ବ୍ୟାଟିଂ କରିବା ଫଳରେ ଭ୍ରମଣକାରୀ ଦଳ ଆଗରେ ବୃହତ୍‌ ୨୪୧ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଭ୍ରମଣକାରୀ ଦଳ ଏହାର ପିଛା କରିବାରେ ବିଫଳ ହେବାରୁ ଭାରତ ମ୍ୟାଚ୍‌କୁ ୬୭ ରନ୍‌ରେ ଜିତିନେଇଥିଲା।

ବିଡବ୍ଲୁଏଫ୍‌ ୱାର୍ଲ୍ଡ ଟୁର ଫାଇନାଲ୍ସ: ସେମି ଦୌଡ଼ରୁ ସିନ୍ଧୁ ଆଉଟ୍‌
ମୁମ୍ବାଇରେ ଗର୍ଜିଲା ଟିମ୍ ଇଣ୍ଡିଆ ବ୍ୟାଟ୍‌: ୨-୧ରେ ଜିତିଲା

ଚଳିତ ୱେଷ୍ଟ୍ଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌କୁ ୨-୧ରେ ଜିତିଛି ଟିମ୍‌ ଇଣ୍ଡିଆ। ପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଥିବା ଘରୋଇ ଦଳ ଦ୍ବିତୀୟ ମ୍ୟାଚ୍‌ରେ ପରାସ୍ତ ହେବା ଫଳରେ ସିରିଜ୍‌ ବରାବର ହୋଇଥିଲା। କିନ୍ତୁ ତୃତୀୟ ମୁକାବିଲାରେ ବୁଧବାର ଭାରତ ଜବରଦସ୍ତ ବ୍ୟାଟିଂ ପ୍ରଦର୍ଶନ ପୂର୍ବକ ଭ୍ରମଣକାରୀ ୱେଷ୍ଟ୍‌ଇଣ୍ଡିଜ୍‌କୁ ୬୭ ରନ୍‌ରେ ହରାଇ ସିରିଜ୍‌ ବିଜୟୀ ହୋଇଛି। ପ୍ରଥମେ ଫିଲ୍‌ଡିଂ ନିଷ୍ପତ୍ତି ନେଇ ଇଣ୍ଡିଜ୍‌ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିବା ପରେ ଘରୋଇ ଦଳ ୩ ୱିକେଟ୍‌ରେ ୨୪୦ ରନ୍‌ର ବିଶାଳ ସ୍କୋର୍‌ କରିଥିଲା। ଭାରତ ପକ୍ଷରୁ ଓପନର ରୋହିତ ଶର୍ମା, ଲୋକେଶ ରାହୁଲ୍‌ଙ୍କ ବ୍ୟତୀତ ଅଧିନାୟକ ବିରାଟ କୋହଲି ଧୂଆଁଧାର ଅର୍ଦ୍ଧଶତକ ହାସଲ କରିଥିଲେ। ଜବାବରେ ଇଣ୍ଡିଜ୍‌ ୮ ୱିକେଟ୍‌ ହରାଇ ୧୭୩ ରନ୍‌ କରିବା ଫଳରେ ୬୭ ରନ୍‌ରେ ପରାଜୟ ବରଣ କରିଛି।

ତୃତୀୟ ଟି-୨୦ରେ ରୋହିତ ଓ କୋହଲିଙ୍କ ରେକର୍ଡ, ଭାରତର

ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ର ଚୂଡ଼ାନ୍ତ ମ୍ୟାଚ୍‌ଟି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମ୍‌ଠାରେ ଖେଳାଯାଇଥିବା ବେଳେ ଏଥିରେ ଭାରତ ୩ ୱିକେଟ୍‌ ହରାଇ ୨୪୦ ରନ୍‌ କରିଛି। ଏହା ଟି-୨୦ ଇତିହାସରେ ଭାରତର ତୃତୀୟ ସର୍ବାଧିକ ସ୍କୋର୍‌। କ୍ରିକେଟ୍‌ର ସବୁଠାରୁ ଛୋଟ ଫର୍ମାଟ୍‌ରେ ଭାରତର ସର୍ବାଧିକ ସ୍କୋର୍‌ ଶ୍ରୀଲଙ୍କା ବିପକ୍ଷରେ ୨୬୦/୬ ରହିଥିବା ବେଳେ ଦ୍ବିତୀୟ ସର୍ବାଧିକ ୨୦୧୬ରେ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷରେ ୨୪୪/୪ ରହିଛି। ବୁଧବାର ମ୍ୟାଚ୍‌ରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ଓ ଓପନର ରୋହିତ ଶର୍ମା ମଧ୍ୟ ରେକର୍ଡ ବୁକ୍‌ରେ ନିଜର ନାମ ଦରଜ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟ୍‌ରେ ହିଟ୍‌ମ୍ୟାନ୍‌ ଭାବେ ପରିଚିତ ରୋହିତ ୩୪ ବଲ୍‌ରେ ଦ୍ରୁତ ୭୧ ରନ୍‌ କରିଥିବା ବେଳେ ଏଥିରେ ୬ଟି ଚୌକା ଓ ୫ଟି ଛକା ମାରିଥିଲେ। ଏଥିସହ ସେ ଟି-୨୦ କ୍ରିକେଟ୍‌ରେ ଭାରତ ପକ୍ଷରୁ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ ୪୦୦ ଛକା ମାରିଛନ୍ତି।

ଟି-୨୦ ପରେ ଦିନିକିଆ ସିରିଜ୍‌ ବି ଖେଳି ନ ପାରନ୍ତି ଧୱନ୍‌

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ଓପନର ଶିଖର ଧୱନ୍‌ ଚଳିତ ୱେଷ୍ଟ୍‌ଇଣ୍ଡିଜ୍‌ ବିପକ୍ଷ ଟି-୨୦ ସିରିଜ୍‌ରୁ ଆଘାତଜନିତ କାରଣରୁ ଓହରିଯାଇଛନ୍ତି। ମହାରାଷ୍ଟ୍ର ବିପକ୍ଷ ସୟଦ୍‌ ମୁସ୍ତାକ୍‌ ଅଲୀ ଟି-୨୦ରେ ଆଘାତ ପାଇଥିବା କାରଣରୁ ସେ ଏହି ତିନି ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଖେଳିପାରିବେ ନାହିଁ ବୋଲି ସ୍ପଷ୍ଟ ହେବା ପରେ ତାଙ୍କ ସ୍ଥାନରେ କେରଳର ଯୁବ ବ୍ୟାଟ୍ସମ୍ୟାନ୍‌ ସଞ୍ଜୁ ସାମ୍‌ସନ୍‌ଙ୍କୁ ଦଳରେ ସାମିଲ୍‌ କରାଯାଇଛି। ତେବେ ଏହି ବାମହାତୀ ଓପନର ଟି-୨୦ ସିରିଜ୍‌ ନ ଖେଳିଲେ ବି ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌କୁ ଫେରିବେ ବୋଲି ଆଶା କରାଯାଉଥିଲା। କିନ୍ତୁ ସେ ଆସନ୍ତା ୧୫ରୁ ଆରମ୍ଭ ହେଉଥିବା ଦିନିକିଆ ସିରିଜ୍‌ ବି ଖେଳିପାରିବେ ନାହିଁ ବୋଲି ଏକ ରିପୋର୍ଟରେ କୁହାଯାଇଛି।

ଦ୍ବିତୀୟ ଟି-୨୦: ଭାରତକୁ ୮ ୱିକେଟ୍‌ରେ ହରାଇଲା

ଦ୍ବିତୀୟ ଟି-୨୦ରେ ୱେଷ୍ଟଇଣ୍ଡିଜ୍‌ ୮ ୱିକେଟ୍‌ରେ ଭାରତକୁ ପରାସ୍ତ କରି ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୧-୧ ସମାନ ସ୍ତରକୁ ଆଣିଛି। ବିଜୟ ଲକ୍ଷ୍ୟ ୧୭୧ ରନ୍‌ର ପିଛା କରି ୱେଷ୍ଟଇଣ୍ଡିଜ୍‌ ୯ଟି ବଲ୍‌ରୁ ପୂର୍ବରୁ ୨ ୱିକେଟ୍‌ରେ ୧୭୩ ରନ୍‌ ସଂଗ୍ରହ କରି ଚମତ୍କାର ବିଜୟ ହାସଲ କରିଛି। ୱେଷ୍ଟଇଣ୍ଡିଜ୍‌ ପକ୍ଷରୁ ଓପ୍‌ନର ସିମନ୍ସ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୫ଟି ବଲ୍‌ରୁ ୪ଟି ଚୌକା ଓ ୪ଟି ଛକା ଜରିଆରେ ୬୭ ରନ୍‌ ସଂଗ୍ରହ କରି ବିଜୟରେ ମୁଖ୍ୟ ଭୂମିକା ନିଭାଇ ଥିଲେ। ଓପନିଂ ଯୋଡିରେ ସିମନ୍ସ ଓ ଲୁଇସ୍‌ ୭୩ ରନ୍‌ ସଂଗ୍ରହ କରି ମୂଳଦୁଆ ପକାଇଥିଲେ। ଲୁଇସ୍‌ ୩୫ଟି ବଲ୍‌ରୁ ୩ଟି ଚୌକା ଓ ୩ଟି ଛକା ଜରିଆରେ ୪୦ ରନ୍‌ କରି ଆଉଟ୍‌ ହୋଇଥିଲେ। ହେତମେୟର ୧୪ ବଲ୍‌ରୁ ୨୩ ରନ୍‌ ଓ ୱିକେଟ୍‌କିପର ପୁରନ୍‌ ୧୮ଟି ବଲ୍‌ରୁ ଅପରାଜିତ ୩୮ ରନ୍‌ ସଂଗ୍ରହ କରି ଦଳକୁ ୧.୩ ଓଭର ପୂର୍ବରୁ ବିଜୟ ଲକ୍ଷ୍ୟରେ ପହଞ୍ଚାଇବାରେ ସଫଳ ହୋଇଥିଲେ। କୌଣସି ଭାରତୀୟ ବୋଲର ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନଙ୍କ ଉପରେ ଚାପ ପକାଇବାରେ ସଫଳ ହୋଇ ନ ଥିଲେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ