ଖେଳକୁଦ

ଓୟୁଏଟି ଛାତ୍ରଙ୍କ ଧମାକା ଅଫର: ଗୋଟେ ଛକାକୁ କିଲେ

ବାରବାଟୀ ଷ୍ଟାଡ଼ିୟମରେ ରବିବାର ଖେଳାଯାଉଛି ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ନିର୍ଣ୍ଣାୟକ ମୁକାବିଲା। ମୁକାବିଲା ଜିତି ସିରିଜ ଲକ୍ଷ୍ୟରେ ଉଭୟ ଦଳ। ଭାରତ ପ୍ରଥମେ ଟସ୍ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଛି। ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଦେଖିବାକୁ ବାରବାଟୀରେ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି। ତେବେ ଏସବୁ ଭିତରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓୟୁଏଟିର କେତେକ ଛାତ୍ର। ବଜାରରେ ପିଆଜ ଦର ସର୍ବାଗ୍ରେ ଥିବାବେଳେ ଓୟୁଏଟିର ଏହି ଛାତ୍ରମାନେ ଆପଣେଇଛନ୍ତି ଏକ ଅଭିନବ ଉପାୟ। ଟିମ୍ ଇଣ୍ଡିଆର ଗୋଟିଏ ଛକାକୁ କିଲେ ପିଆଜର ଧମାକା ଅଫର୍। ହାତରେ ଏଭଳି ପ୍ଲାକାର୍ଡ ଧରି ଖେଳାଳିଙ୍କୁ ଉତ୍ସାହିତ କରିବା ସହ କ୍ରୀଡ଼ାପ୍ରେମୀଙ୍କୁ ମଧ୍ୟ ଏମାନେ ଆକର୍ଷିତ କରିଛନ୍ତି। ଖେଳାଳିମାନେ ଯେତେଟା ଛକା ମାରିବେ, ଟିମ୍‌କୁ ସେତିକି କିଲୋ ପିଆଜ ମିଳିବ। ଏହି ଅଫର ନେଇ ସେମାନେ ବାରବାଟୀ ଷ୍ଟାଡିୟମରେ ପହଞ୍ଚିଥିଲେ। ତେବେ ପୋଷ୍ଟର ସହ ସେମାନଙ୍କୁ ଷ୍ଟାଡିୟମ ଭିତରକୁ ଯିବା ପାଇଁ ଅନୁମତି ନ ମିଳିବାରୁ ବାହାରେ ରହି ସେମ‌ାନେ ପୋଷ୍ଟର ପ୍ରଦର୍ଶନ କରୁଥିବା ଜଣାପଡ଼ିଛି।

ନିର୍ଣ୍ଣାୟକ ଦିନିକିଆରେ କାକରର ପ୍ରମୁଖ ଭୂମିକା ରହିବ: ଆୟର୍‌

କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତାକାଲି ଅର୍ଥାତ୍‌ ରବିବାର ଭାରତ ଓ ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ସିରିଜ୍‌ର ଶେଷ ତଥା ନିର୍ଣ୍ଣାୟକ ମୁକାବିଲା ଖେଳାଯିବ। ଏହି ମ୍ୟାଚ୍‌ ସକାଶେ ଆୟୋଜକ ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ (ଓସିଏ) ସମସ୍ତ ପ୍ରକାର ଆୟୋଜନ ଶେଷ କରିଥିବା ବେଳେ ଶନିବାର ଦୁଇ ଦଳର ଖେଳାଳିମାନେ ପଡ଼ିଆରେ ଅଭ୍ୟାସ କରିଛନ୍ତି। ପ୍ରଥମେ ଭାରତୀୟ ଖେଳାଳି ପୂର୍ବାହ୍ନ ୧୦ଟା ରୁ ୧ଟା ପର୍ଯ୍ୟନ୍ତ ଅଭ୍ୟାସ କରିବା ପରେ ଅପରାହ୍ନ ଅର୍ଥାତ୍‌ ୨ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଭ୍ରମଣକାରୀ ଦଳର ଖେଳାଳିମାନେ ପଡ଼ିଆରେ ଅଭ୍ୟାସ କରିଛନ୍ତି। ଏହି ମ୍ୟାଚ୍‌ ସକାଶେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଭାରତର ଯୁବ ବ୍ୟାଟ୍ସମ୍ୟାନ୍‌ ଶ୍ରେୟସ୍‌ ଆୟର୍‌ ଏହି ନିର୍ଣ୍ଣାୟକ ମୁକାବିଲାରେ କାକରର ପ୍ରମୁଖ ଭୂମିକା ରହିବ ବୋଲି କହିଛନ୍ତି। ଆୟର୍‌ଙ୍କ କହିବା କଥା ଯେ ଏହି ପଡ଼ିଆରେ ଦିବାରାତ୍ର ମ୍ୟାଚ୍‌ଟି ଖେଳାଯାଉଥିବା ବେଳେ ସିରିଜ୍‌ର ବିଜେତା ବାଛିବା ଦିଗରେ କାକର ପ୍ରମୁଖ ଭୂମିକା ଗ୍ରହଣ କରିବ। ତେଣୁ ଟସ୍‌ର ଗୁରୁତ୍ବ ପୂର୍ବ ମ୍ୟାଚ୍‌ଗୁଡ଼ିକ ତୁଳନାରେ ଅଧିକ ବୋଲି ଆୟର୍‌ କହିଛନ୍ତି।

ମସ୍ତି କଲା ଟିମ୍‌ ଇଣ୍ଡିଆ, ମଲ୍‌ ବୁଲିଲେ ଇଣ୍ଡିଜ୍‌ ଖେଳାଳି

ଆସନ୍ତା ରବିବାର ବାରବାଟୀ ଷ୍ଟାଡିୟମ୍‌ଠାରେ ଖେଳାଯିବ ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ତୃତୀୟ ଦିନିକିଆ। ତିନି ମ୍ୟାଚ୍‌ ବିଶିଷ୍ଟ ଏହି ଶୃଙ୍ଖଳା ଏବେ ବରାବର ସ୍ଥିତିରେ ରହିଛି। ବାରବାଟୀର ଶେଷ ଦିନିକିଆ ନିର୍ଣ୍ଣାୟକ ହେବ। ଏହି ମ୍ୟାଚ୍‌ ପାଇଁ ଏବେ ଉଭୟ ଦଳର ଖେଳାଳୀ ଭୁବନେଶ୍ବରରେ ପହଞ୍ଚିଛନ୍ତି। ପଡ଼ିଆରେ ଅଭ୍ୟାସ ବାତିଲ୍‌ ହେବା ପରେ ଶୁକ୍ରବାର ଥିଲା ବିଶ୍ରାମର ଦିନ। ଏହି ସୂଚନା ପରେ ଦୁଇଦେଶର ଖେଳାଳିଙ୍କୁ ଟିକେ ଫୁରସତ୍‌ ମିଳିଥିଲା। ଏହାପରେ ପ୍ରାୟ ସମସ୍ତ ଖେଳାଳି ମସ୍ତିରେ ମାତି ଯାଇଥିଲେ। ମ୍ୟାଚ ପୂର୍ବରୁ ମସ୍ତି ମୁଡ୍‌ରେ ଦେଖିବାକୁ ମିଳିଥିଲା ଖେଳାଳୀଙ୍କୁ। ଟିମ୍ ଇଣ୍ଡିଆ ମେଫେୟାର ଲାଗୁନ୍‌ରେ ଚାଉମିନ୍ ଖାଇ ସେଲ୍‌ଫି ନେଇ ମସ୍ତି କରୁଥିବା ବେଳେ ୱେଷ୍ଟଇଣ୍ଡିଜ୍‌ ଖେଳାଳିମାନେ ଶପିଙ୍ଗ୍ କରି ମଜା ଉଠାଇଥିଲେ।

କଟକରେ ଖେଳିବେନି ଚହର: ସୈନିଙ୍କୁ ଡକରା

ଭାରତ-ୱେଷ୍ଟଇଣ୍ଡିଜ୍‌ ସିରିଜ୍‌ ନିର୍ଣ୍ଣାୟକ ତୃତୀୟ ଦିନିକିଆଟି କଟକର ବାରବାଟୀ ଷ୍ଟାଡିୟମରେ ଆସନ୍ତା ରବିବାର ଖେଳାଯିବାକୁ ଯାଉଥିଲା ବେଳେ ଦ୍ରୁତ ବୋଲର ଦୀପକ ଚହର ଅନଫିଟ୍‌ କାରଣରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ନବଦୀପ ସୈନିଙ୍କୁ ଦଳରେ ସାମିଲ କରାଯାଇ ଦଳ ସହ ଯୋଗଦେବା ପାଇଁ ନିର୍ଦେଶ ଦିଆଯାଇଛି। ଭାଇଜାଗ୍‌ରେ ଦ୍ବିତୀୟ ଦିନିକିଆ ବେଳେ ବେଶ୍‌ ଭଲ ବୋଲିଂ କରିଥିବା ଦୀପକ ଚହର ତାଙ୍କର ଲୋୟର ବ୍ୟାକ୍‌ରେ ଯନ୍ତ୍ରଣା ଅନୁଭବ କରୁଥିବା ନେଇ ଫିଜିଓଙ୍କୁ ଜଣାଇବା ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କୁ ବିଶ୍ରାମ ନେବାର ଆବଶ୍ୟକତା ରହିଛି ବୋଲି ଡାକ୍ତର ପରାମର୍ଶ ଦେବା ପରେ ତାଙ୍କୁ ସିରିଜ୍‌ ନିର୍ଣ୍ଣାୟକ ଗୁରୁତ୍ବପୂର୍ଣ୍ଣ ମୁକାବିଲାରୁ ବାଦ୍‌ ଦିଆଯାଇଛି।

ରୋଜଗାରରେ ଭାରତୀୟ ସେଲିବ୍ରିଟିକୁଙ୍କୁ ଟପିଲେ କୋହଲି
ବାରବାଟୀରେ ଅଭ୍ୟାସ୍‌ ବାତିଲ୍‌: ଆସନ୍ତାକାଲି ନେଟ୍ ପ୍ରାକ୍ଟିସ୍

ଆସନ୍ତା ୨୨ରେ କଟକ ବାରବାଟୀରେ ଭାରତ-ୱେଷ୍ଟ୍‌ଇଣ୍ଡିଜ୍ ମହାମୁକାବିଲା। ମ୍ୟାଚ୍‌ ୧-୧ରେ ବରାଦର ଥିବାରୁ ଏହି ମ୍ୟାଚ୍‌ର ଗୁରୁତ୍ବ ବଢ଼ିଯାଇଛି। ରବିବାର ଦିନିକିଆ ଲାଗି ଶୁଗ୍ରବାର ଭାରତ-ୱେଷ୍ଟଇଣ୍ଡିଜ୍ ଖେଳାଳିମାନେ ବାରବାଟୀରେ ଅଭ୍ୟାସ କରିବାକୁ କାର୍ଯ୍ୟକ୍ରମ ଥିଲା। ହେଲେ ଏହାକୁ ଶେଷ ମୂହୁର୍ତ୍ତରେ ସ୍ଥଗିତ ରଖାଯାଇଛି। ଖେଳାଳିମାନେ ଆଜି ବିଶ୍ରାମ ନେଲାପରେ ଶନିବାର ଷ୍ଟାଡିୟମ୍‌ ଯାଇ ନେଟ୍ ପ୍ରାକ୍ଟିସ୍ କରିବେ ବୋଲି ଜଣାପଡ଼ିଛି। ଶନିବାର ସକାଳ ୯ ଟାରୁ ୧୨ଟା ପର୍ଯ୍ୟନ୍ତ ୱେଷ୍ଟ୍‌ଇଣ୍ଡିଜ୍ ଓ ଅପରାହ୍ନ ୨ ଟାରୁ ୫ ଟା ପର୍ଯ୍ୟନ୍ତ ଭାରତୀୟ ଖେଳାଳିମାନେ ଅଭ୍ୟାସ କରିବେ। ଏଥିପାଇଁ ଅଭ୍ୟାସ ପିଚ୍‌କୁ ପ୍ରସ୍ତୁତ ରଖାଯାଇଛି। ଓସିଏ ଗେଟ୍ ଦେଇ ଖେଳାଳିମାନେ ଯିବାକୁ ଥିବା ରାସ୍ତାରେ ନୂଆ କାର୍ପେଟ୍‌ ଲାଗାଯାଇଛି। ଡେସିଂ ରୁମ୍ , କର୍ପୋରେଟ୍ ବକ୍ସକୁ ନୂଆ ରୁପ ଦିଆଯାଇଥିବା ଜଣାପଡ଼ିଛି।

ଆଜିଠୁ ଉଭୟ ଦଳର ଅଭ୍ୟାସ ଆରମ୍ଭ, କେଇ ଘଣ୍ଟାରେ

ଘରୋଇ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ଟିମ୍‌ ମଧ୍ୟରେ ଦିନିକିଆ ସିରିଜର ଅନ୍ତିମ ତଥା ୩ୟ ମ୍ୟାଚ୍‌ ରବିବାର କଟକର ଐତିହାସିକ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ୧-୧ରେ ବରାବର୍‌ ଥିବାରୁ କଟକ ମ୍ୟାଚ୍‌ର ଗୁରୁତ୍ବ ବଢ଼ିଯାଇଛି। ଯିଏ ଏହି ମ୍ୟାଚ୍‌ ଜିତିବ ସେ ସିରିଜ୍‌ ହାତେଇବ। ବାରବାଟୀ ମ୍ୟାଚ୍‌ ପାଇଁ ଉତ୍କଣ୍ଠା ବଢ଼ି ଚାଲିଥିବାବେଳେ ଗୁରୁବାର ଅପରାହ୍ନରେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ଟିମ୍‌ ଆସି ଭୁବନେଶ୍ୱରରେ ପହଞ୍ଚିଛନ୍ତି। ଦୁଇ ବର୍ଷର ବ୍ୟବଧାନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ୍‌ ଫେରିଥିବାରୁ ଓଡ଼ିଶାରେ ଏବେ କ୍ରିକେଟ୍‌ ଫିଭର୍‌। ଏହା ନିର୍ଣ୍ଣାୟକ ମ୍ୟାଚ୍‍ ହୋଇଥିବାରୁ ଆଶାତୀତ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ୍‍ ପୋଲିସ୍‌ ପକ୍ଷରୁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି। ଏଥିସହ ଆଜିଠାରୁ ଉଭୟ ଟିମ୍‌ ଅଭ୍ୟାସ୍‌ ଆରମ୍ଭ କରିବେ ବୋଲି ଜଣାପଡ଼ିଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ