ଖେଳକୁଦ

କୋଟ୍‌ଲାରେ ବିରାଟଙ୍କ ଆଉ ଏକ ଦ୍ବିଶତକ, ଅଧିନାୟକ ଭାବେ
କଡ଼ା ସଂଘର୍ଷରେ ଭାରତକୁ ୩-୨ରେ ହରାଇଲା ଇଂଲଣ୍ଡ
ବେଲ୍‌ଜିଅମ ୩-୨ରେ ଆର୍ଜେଣ୍ଟିନାକୁ ହରାଇଲା

ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମଠାରେ ଚାଲିଥିବା ପୁରୁଷ ବିଶ୍ବ ହକି ଲିଗ୍‌ର ଦ୍ବିତୀୟ ଦିନରେ ତଥା ତୃତୀୟ ଲିଗ୍‌ ମ୍ୟାଚରେ ବିଶ୍ବର ଏକ ନମ୍ବର ଦଳ ଆର୍ଜେଣ୍ଟିନା ଓ ବିଶ୍ବର ୩ ନମ୍ବର ଦଳ ବେଲଜିଅମ ପରସ୍ପର ମୁହାଁମୁହିଁ ହୋଇଥିଲେ। ପୁଲ୍‌ ଏର ଏହି ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହୋଇଥିଲେ ହେଁ ପ୍ରଥମ କ୍ବାର୍ଟରରେ ବେଲଜିଅମ ଆଗୁଆ ରହିଥିଲା। ଏହି ମ୍ୟାଚ୍‌ଟିରେ ମୋଟ ୩ଟି ପେନାଲ୍‌ଟି କର୍ଣ୍ଣରରୁ ଗୋଲ ହୋଇଥିବାବେଳେ ଦୁଇଟି ଫିଲ୍ଡ ଗୋଲ ହୋଇଥିଲା। ଏହି ପ୍ରତିଦ୍ବନ୍ଦ୍ବିତାମୂଳକ ମ୍ୟାଚରେ ବେଲଜିଅମ ୩-୨ରେ ଆର୍ଜେଣ୍ଟିନାକୁ ହରାଇ ପୁଲ ଏର ଶୀର୍ଷସ୍ଥାନ ଅଧିକାର କରିଛି। ଖେଳର ପ୍ରଥମ କ୍ବାର୍ଟରରେ ନବମ ମିନିଟରେ ବେଲଜିଅମର ଲକ୍‌ ଲୁଇପଟ୍‌ ପେନାଲ୍ଟି କର୍ଣ୍ଣରରୁ ଗୋଲ କରି ବେଲଜିଅମକୁ ୧-୦ରେ ଆଗୁଆ କରିଥିଲେ। ତେବେ ଏହି କ୍ବାର୍ଟରକୁ ମିଶାଇ ପ୍ରଥମ ତିନିଟିଯାକ କ୍ବାର୍ଟରରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବାରୁ ସ୍କୋର ବେଲଜିଅମ ସପକ୍ଷରେ ୧-୦ରେ ହିଁ ରହିଥିଲା। ତେବେ ଚତୁର୍ଥ କ୍ବାର୍ଟରରେ ବେଶ୍‌ ସଂଘର୍ଷପୂର୍ଣ୍ଣ ହକି ଦେଖିବାକୁମ ମିଳିଥିଲା। ୫୧ତମ ମିନିଟରେ ବେଲଜିଅମର ଆମୋରି କଏଷ୍ଟର୍ସ ଫିଲ୍ଡ ଗୋଲ ଦେବାରୁ ବେଲଜିଅମ ୨-୦ରେ ଆଗୁଆ ହୋଇଥିଲା। ୫୨ତମ ମିନିଟରେ ଆର୍ଜେଣ୍ଟିନାର ମାଇକୋ କାସେଲା ଫିଲ୍ଡ ଗୋଲ ଜରିଆରେ ସ୍କୋର କରିବାରୁ ଆର୍ଜେଣ୍ଟିନା ୧-୨ରେ ପଛୁଆ ରହିଥିଲା।

ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ: ବିଜୟ ଓ କୋହଲିଙ୍କ ଶତକ,

ରେକର୍ଡ ଅପେକ୍ଷାରେ ରହିଛି ଭାରତୀୟ କ୍ରିକେଟ ଦଳ। ଲଗାତର ନବମ ଟେଷ୍ଟ ସିରିଜ ବିଜୟ ଅପେକ୍ଷାରେ ଥିବା ଭାରତୀୟ ଦଳ ଏପରି କରିପାରିଲେ ବିଶ୍ବରେ ୱେଷ୍ଟଇଣ୍ଡିଜ ଓ ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇପାରିବ। ଏହିକ୍ରମରେ ଚଳିତ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜରେ ୧-୦ରେ ଅଗ୍ରଣୀ ରହିଥିବା ଭାରତ ତୃତୀୟ ଟେଷ୍ଟର ପ୍ରଥମ ଦିନରେ ଓପନର ମୁରଲୀ ବିଜୟ ଓ ଅଧିନାୟକ ବିରାଟ କୋହଲିଙ୍କ ଶତକ ବଳରେ ନିଜ ସ୍ଥିତି ମଜଭୁତ କରିପାରିଛି। ଶନିବାର ନୂଆଦିଲ୍ଲୀର ଫିରୋଜଶାହ କୋଟଲାଠାରେ ଆରମ୍ଭ ହୋଇଥିବା ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ମୁରଲୀ ବିଜୟନଙ୍‌କ ୧୫୫ ରନ ଓ ବିରାଟ କୋହଲିଙ୍କ ଅପରାଜିତ ୧୫୬ ରନ ବଳରେ ଭାରତ ୪ ୱିକେଟ ହରାଇ ୩୭୧ ରନ କରିଛି। ୯୦ ଓଭରରେ ଓଭର ପ୍ରତି ୪ରୁ ଅଧିକ ହାରରେ ରନ ସ୍କୋର କରି ଭାରତ ସୁବିଧାଜନକ ସ୍ଥିତିରେ ରହିଛି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ