ଖେଳକୁଦ

ଆଜି ଅଷ୍ଟ୍ରେଲିଆ-ଆର୍ଜେଣ୍ଟିନା ଟାଇଟଲ୍‌ ଟକ୍କର
ସେମିରେ ଝୁଣ୍ଟିଲା ଭାରତ: ଫାଇନାଲରେ ଆର୍ଜେଣ୍ଟିନା

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିଅମଠାରେ ଚାଲିଥିବା ହକି ବିଶ୍ବ ଲିଗ୍‌ର ଅଷ୍ଟମ ଦିନରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲ ମ୍ୟାଚରେ ବିଶ୍ବର ୧ ନମ୍ବର ଦଳ ଆର୍ଜେଣ୍ଟିନା ଓ ୬ ନମ୍ବର ଦଳ ତଥା ଆୟୋଜକ ଦେଶ ଭାରତ ମୁହାଁମୁହିଁ ହୋଇଥିଲେ। ଲଘୁଚାପଜନିତ ବର୍ଷା କାରଣରୁ ଖେଳପଡ଼ିଆରେ ପାଣି ଭର୍ତ୍ତି ହୋଇଥିବା ସତ୍ତ୍ବେ ମ୍ୟାଚ ଅବ୍ୟାହତ ରହିଥିଲା। କିନ୍ତୁ ଏହି କାରଣରୁ ବଲ୍‌ ଧିମା ହୋଇଥିଲା। ଏହାର ପ୍ରଭାବ ଖେଳର ପ୍ରଥମାର୍ଦ୍ଧରେ ଭାରତୀୟ ଖେଳାଳିଙ୍କ ଉପରେ ପଡ଼ିଥିଲା। ଅବଶ୍ୟ ଦ୍ବିତୀୟାର୍ଦ୍ଧରେ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିବା ସତ୍ତ୍ବେ ଆୟୋଜକ ଦେଶ ଭାରତ ଏହି ମ୍ୟାଚରେ ହାରି ଫାଇନାଲରୁ ବଞ୍ଚିତ ହୋଇଛି। ପ୍ରଥମାର୍ଦ୍ଧରେ ସୁଯୋଗ ସାଉଁଟି ନେଇଥିବା ଆର୍ଜେଣ୍ଟିନା ଦଳ ଭାରତକୁ ୧-୦ରେ ପରାସ୍ତ କରି ପ୍ରଥମ ଥର ପାଇଁ ହକି ବିଶ୍ବ ଲିଗ୍‌ ଫାଇନାଲରେ ପହଞ୍ଚିଛି।

ସପ୍ତମ ସ୍ଥାନରେ ନେଦରଲାଣ୍ଡ୍‌ସ: ଇଂଲଣ୍ଡକୁ ୧-୦ରେ ହରାଇଲା
ଜର୍ମାନୀ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ନେଦରଲାଣ୍ଡ୍‌ସକୁ ହରାଇ
ଭାରତ ପେନାଲ୍ଟି ସୁଟ୍‌ଆଉଟ୍‌ରେ ବେଲ୍‌ଜିୟମ୍‌କୁ ହରାଇ

ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ଠାରେ ଚାଲିଥିବା ପୁରୁଷ ହକି ବିଶ୍ବ ଲିଗ୍‌ର ୬ଷ୍ଠ ଦିନରେ ବିଶ୍ବର ୩ ନମ୍ବର ଦଳ ବେଲ୍‌ଜିୟମ୍‌ ଓ ୬ ନମ୍ବର ଦଳ ଭାରତ ଦ୍ବିତୀୟ କ୍ୟାଟର୍‌ ଫାଇନାଲରେ ମୁହାଁମୁହିଁ ହୋଇଥିଲେ। ଫୁଲ୍‌ ଏ’ର ସର୍ବାଗ୍ରେ ଥିବା ବେଲ୍‌ଜିୟମ୍‌ ଓ ପୁଲ୍‌ ବି’ର ଶେଷ ସ୍ଥାନରେ ଥିବା ଭାରତ ମଧ୍ୟରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା। ଲିଗ୍‌ ପର୍ଯ୍ୟାୟକୁ ଭୁଲି ଭାରତ ଆକ୍ରମଣାତ୍ମକ ଢଙ୍ଗରେ ଖେଳ ଆରମ୍ଭ କରିବାରୁ ବେଲ୍‌ଜିୟମ୍‌ଭଳି ଟାଣୁଆ ଦଳ ମଧ୍ୟ ଚକିତ ହୋଇଯାଇଥିଲା। ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ଶେଷ ସୁଦ୍ଧା ଦୁଇ ଦଳ ମଧ୍ୟରେ ସ୍କୋର ୩-୩ରେ ବରାବର୍‌ ରହିବାରୁ ନକ୍‌ଆଉଟ୍‌ ଷ୍ଟେଜ୍‌ର ଏହି ମ୍ୟାଚ୍‌ପାଇଁ ସଡନ୍‌ ଡେଥ୍‌ ବା ପେନାଲ୍ଟି ସୁଟ୍‌ଆଉଟ୍‌ ହୋଇଥିଲା। ଏଥିରେ ଭାରତ ୩-୨ରେ ବେଲ୍‌ଜିୟମ୍‌କୁ ହରାଇ ତାର ସେମିଫାଇନାଲ ସ୍ଥାନ ପକ୍କା କରିଛି। ଖାଚାଖଚ୍‌ ଭିଡ଼ରେ ଭରପୁର ଷ୍ଟାଡିୟମ୍‌ ଭାରତର ଏହି ବୃହତ ବିଜୟରେ ଝୁମି ଉଠିଥିଲା।

ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ୍‌ ଡ୍ର: ସିରିଜ୍‌ ଜିଣିଲା ଭାରତ

ତୃତୀୟ ଟେଷ୍ଟ୍‌ରେ ଭାରତ ଓ ବିଜୟ ମଧ୍ୟରେ ଛିଡ଼ା ହେଲେ ଧନଞ୍ଜୟ ଡି’ ସିଲ୍‌ଭା ସ୍ଥାନୀୟ ଫିରୋଜା ଶହ କୋଟ୍‌ଲା ଠାରେ ହୋଇଥିବା ଭାରତ-ଶ୍ରୀଲଙ୍କା ତୃତୀୟ ଟେଷ୍ଟ୍‌ରେ ଭାରତ ଶ୍ରୀଲଙ୍କା ଉପରେ ଶେଷ ପର୍ଯ୍ୟନ୍ତ ଚାପ ପକାଇଥିବା ବେଳେ ମଝିରେ ବାଧକ ସାଜିଥିଲେ ଶ୍ରୀଲଙ୍କାର ପ୍ରତିଭାବାନ ଯୁବ ବ୍ୟାଟସ୍‌ମ୍ୟାନ୍‌ ଧନଞ୍ଜୟ ଡି’ ସିଲ୍‌ଭା। ମାଂଶପେଶୀ ଜନିତ ଆହତ ହେବା ସତ୍ତ୍ବେ ସେ ଶତକ ମାରିବାରୁ ଏବଂ ସାଥୀ ଖେଳାଳୀ ରୋସନ୍‌ ସିଲ୍‌ଭା ଓ ମିରୋଶାନ୍‌ ଡିକ୍‌ୱେଲାଙ୍କ ସହଯୋଗ ମିଳିବାରୁ ଭାରତ ଶ୍ରୀଲଙ୍କାର ଶେଷ ୫ଟି ୱିକେଟ୍‌ ନେଇପାରି ନ ଥିଲା। ଫଳରେ ମ୍ୟାଚ୍‌ଟି ଡ୍ର ହୋଇଥିଲା। ଏହାସତ୍ତ୍ବେ ଭାରତ ଏହି ଟେଷ୍ଟ୍‌ ସିରିଜ୍‌କୁ ୧-୦ରେ ଜିତି ନେଇଛି। ଏଥିସହ ସର୍ବାଧିକ ୯ଟି ଲଗାତର ଟେଷ୍ଟ୍‌ ସିରିଜ୍‌ ଜିଣି ବିଶ୍ବରେ ଅଷ୍ଟ୍ରେଲିଆ ସହ ସମକକ୍ଷ ହୋଇଛି।

ଆଜି ଭାରତ ପାଇଁ ଅଗ୍ନିପରୀକ୍ଷା: ହକି ବିଶ୍ବ ଲିଗ୍ କ୍ବାର୍ଟର୍‌ରେ‌

ଚଳିତ ହକି ବିଶ୍ବ ଲିଗ୍‌ର ପ୍ରଥମ ୫ ଦିନରେ ପୁଲ୍‌ ପର୍ଯ୍ୟାୟ ଶେଷ ହେବା ପରେ ବୁଧବାରଠାରୁ କ୍ବାର୍ଟର୍‌ ଫାଇନାଲ୍‌ ପର୍ଯ୍ୟାୟ ଆରମ୍ଭ ହେଉଛି। ମଙ୍ଗଳବାର ପୁଲ୍‌-ଏ’ର ଶେଷ ଦୁଇଟି ଲିଗ୍ ମ୍ୟାଚ୍‌ ଖେଳାଯିବା ପରେ ଏହି ପୁଲ୍‌ର ଶୀର୍ଷରେ ରହିଛି ବେଲ୍‌ଜିୟମ୍‌। ଦଳ ତା’ର ଶେଷ ମ୍ୟାଚ୍‌ରେ ନେଦରଲ୍ୟାଣ୍ଡ୍‌ସକୁ ୩-୦ ଗୋଲ୍‌ରେ ପରାସ୍ତ କରି ପୁଲ୍‌ ପର୍ଯ୍ୟାୟରେ ଅପରାଜେୟ ରହିଛି। ସେହିପରି ପ୍ରଥମ ମ୍ୟାଚ୍‌ରେ ଅଲିମ୍ପିକ୍‌ ଚାମ୍ପିଅନ୍‌ ଆର୍ଜେଣ୍ଟିନା ସ୍ପେନ୍‌ଠାରୁ ୧-୨ ଗୋଲ୍‌ରେ ପରାସ୍ତ ହୋଇ ପୁଲ୍‌ ପର୍ଯ୍ୟାୟରେ ଗୋଟିଏ ବି ମ୍ୟାଚ୍‌ ଜିତିପାରିନାହିଁ। ଏଥିସହ କ୍ବାର୍ଟର୍‌ ଫାଇନାଲ୍‌ ଲାଇନ୍‌ଅପ୍‌ ଚୂଡ଼ାନ୍ତ ହୋଇଛି। ପ୍ରଥମ କ୍ବାର୍ଟର୍‌ରେ ଅଷ୍ଟ୍ରେଲିଆ ଓ ସ୍ପେନ୍‌ ମଧ୍ୟରେ ମୁକାବିଲା ହେବାକୁ ଥିବା ବେଳେ ପୁଲ୍‌-ବି’ର ଶେଷ ସ୍ଥାନରେ ଥିବା ଭାରତ ପୁଲ୍‌-ଏ’ର ଶୀର୍ଷ ଦଳ ବେଲ୍‌ଜିୟମ୍‌କୁ ଭେଟିବ। ଏହି ଦୁଇଟି ମ୍ୟାଚ୍‌ ବୁଧବାର ସନ୍ଧ୍ୟାରେ ଖେଳାଯିବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ