ବାଦ ବିବାଦ

ଶ୍ରୀଲୋକନାଥ ମନ୍ଦିର ସ୍ଥିତି ବେହାଲ୍‌: ଗମ୍ଭୀରାରେ ଲହଡ଼ି
ମଧ୍ୟ ପ୍ରଦେଶ କଂଗ୍ରେସ ମୁଖ୍ୟ ବାଛିବା ନେଇ ଛକାପଞ୍ଝା

ମଧ୍ୟ ପ୍ରଦେଶ କଂଗ୍ରେସ ଶାଖାରେ ଥିବା ମତଭେଦ ପଦାକୁ ଆସିଛି। କମଲନାଥ ମୁଖ୍ୟମନ୍ତ୍ରୀ ପଦ ସହ ରାଜ୍ୟରେ ଦଳର ସଭାପତି ପଦ ଜାବୁଡ଼ି ଧରିଥିବାରୁ ତାଙ୍କ ବିରୋଧରେ ଅସନ୍ତୋଷ କୁହୁଳିବାରେ ଲାଗିଛି। ତେଣୁ କମଲନାଥ ୩ ଦିନ ତଳେ ଦିଲ୍ଲୀ ଆସି ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରି ଫେରିଥିଲା ବେଳେ ମଙ୍ଗଳବାର ଜ୍ୟୋତିରାଦିତ୍ୟ ସିନ୍ଦିଆ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ସାକ୍ଷାତ କରିବାକୁ ସ୍ଥିର ହୋଇଛି। ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରୁ ଅଳ୍ପକେ ବାଦ ପଡ଼ିଥିବା ସିନ୍ଦିଆ ମଧ୍ୟ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ ହୁଅନ୍ତୁ ବୋଲି ଖୋଲଖୋଲି ଦାବି ହେବା ପରେ ଏପରି ବିବାଦ ସାମ୍ନାକୁ ଆସିଛି। ଯଦି ସିନ୍ଦିଆଙ୍କୁ ରାଜ୍ୟରେ ଦାୟିତ୍ବ ଦିଆ ନ ଯିବ, ତାହେଲେ କମଲନାଥ ସରକାର ରାଜ୍ୟରେ ତିଷ୍ଠିବା କଷ୍ଟକର ବୋଲି କେତେକ କର୍ମୀ ଖୋଲାଖୋଲି ମନ୍ତବ୍ୟ ଦେଇଛନ୍ତି।

ଶାହଜହାନପୁର ପୀଡ଼ିତାଙ୍କ ବିସ୍ଫୋରକ ବୟାନ: ସ୍ବାମୀ
ଆପୋଲୋ ହସପିଟାଲ ପଞ୍ଜୀକରଣ ରଦ୍ଦ ନିର୍ଦ୍ଦେଶ ଦେଲେ
ରାଷ୍ଟ୍ରପତି କୋବିନ୍ଦଙ୍କୁ ଆକଶପଥ ବାରଣ କଲା ପାକିସ୍ତାନ
ପାକିସ୍ତାନ ଆଚରଣ ବଦଳାଇଲେ କଶ୍ମୀରରୁ ସମ୍ପୂର୍ଣ୍ଣ କଟକଣା
ଏବେ କେବଳ ୫ଟି ଭୁଲ୍‌ ପାଇଁ ଦେବାକୁ ପଡ଼ିବ ଫାଇନ୍‌

ଦେଶରେ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଓଡ଼ିଶାରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଏବେ ଗାଡି ଚେକିଂ ଜୋର୍‌ସୋର୍‌ରେ ଚାଲିଛି। ନିୟମ ଉଲ୍ଲଂଘନକାରୀଙ୍କ ଠାରୁ ମୋଟା ଅଙ୍କର ଜରିମାନା ଆଦାୟ କରାଯାଉଛି। ଫଳରେ ଲୋକମାନେ ଏବେ ଘରୁ ଗାଡ଼ି କାଢ଼ିବାକୁ ଡ଼ରୁ ଥିବାବେଳେ ଦିନକୁ ଦିନ ଅସନ୍ତୋଷ ମଧ୍ୟ ବଢ଼ିବାରେ ଲାଗିଛି। ଲୋକଙ୍କ ପୁଞ୍ଜିଭୂତ ଅସନ୍ତୋଷ ଶନିବାର ରାଜମହଲ ଛକରେ ଦେଖିବାକୁ ମିଳିଛି। ଲୋକମାନେ ମିଶି ସରକାରୀ ଗାଡ଼ିକୁ ଘେରିଛନ୍ତି। ତେବେ ଲୋକଙ୍କ ଏହି ଅସନ୍ତୋଷକୁ ପ୍ରଶମିତ କରିବା ପାଇଁ ସରକାର ପ୍ରଦୂଷଣ ଚେକିଂ ଉପରେ ଏକ ମାସ ମହଲତ ଦେଇଛନ୍ତି। ଏହାପରେ ଶନିବାର ଆଉ କେତେକ ଭୁଲ୍‌ ପାଇଁ ଜରିମାନା ଦେବାକୁ ପଡ଼ିବ ନାହିଁ ବୋଲି ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ଏବେ ଇନ୍‌ସୁରାନ୍ସ ଏବଂ ପ୍ରଦୂଷଣ ସାର୍ଟିଫିକେଟ୍‌ କିମ୍ବା ଡ୍ରାଇଭିଂ ଲାଇସେନ୍ସ ଯାଞ୍ଚ ହେଉନାହିଁ ବୋଲି ସେ କହିଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ