ମୋଟାପଣ କାରଣରୁ ଯେଉଁସବୁ ରୋଗ ହୋଇଥାଏ, ସାଧରଣତଃ ଲୋକେ ସେ ସମ୍ପର୍କରେ କଥା ହୋଇଥାନ୍ତି। କିନ୍ତୁ ବହୁତ କମ ଲୋକଙ୍କୁ ଜଣାଥିବ ମୋଟା ଲୋକଙ୍କ ଠାରେ ଏକ ବିଶେଷ ପ୍ରକାରର ଫ୍ରାକଚର ଅର୍ଥାତ ହାଡ଼ ଭାଙ୍ଗିବା ସମସ୍ୟା ଅଧିକ ରହିଥାଏ। ସମସ୍ତଙ୍କ ପାଇଁ ମୋଟାପଣ ଏକ ସମସ୍ୟା ପାଲଟିବାରେ ଲାଗିଛି। ଏହି ସ୍ଥିତି ପାଖାପାଖି ଏକ ଦଶକ ହେଲାଣି ବଢ଼ିଯାଇଛି। କାରଣ ଏହି ସମୟରେ ଆମ ଜୀବନରେ ଟେକ୍ନୋଲୋଜିର ସୁବିଧାର ଦ୍ରୁତ ବିକାଶ ହୋଇଛି। କାରଣ ଯାହା କିଛି ହେଉନା କାହିଁକି ଆମ ଦେଶରେ ମଧ୍ୟ ମୋଟାପଣ ସମସ୍ୟା ବଢ଼ିବାରେ ଲାଗିଛି।
ପରିସ୍ରାରେ ଅଧିକ ମାତ୍ରାରେ ପ୍ରୋଟିନ ବାହାରିବାରେ ଲାଗିଲେ ଶରୀରରେ ପ୍ରୋଟିନର ଅଭାବ ହୋଇଯାଏ। ତାହାକୁ ନେଫ୍ରୋଟିକ ସିଣ୍ଡ୍ରୋମ କହନ୍ତି। ଏହା କିଡନୀ ସହ ଜଡ଼ିତ ଏକ ରୋଗ। ଛୋଟ ପିଲାଙ୍କ ଠାରେ ଏହି ରୋଗ ଅଧିକ ଦେଖାଯାଏ। ଯଦିଓ ବୟସ୍କମାନେ ମଧ୍ୟ ଏହାର ଶିକାର ହୋଇଥାନ୍ତି। କିନ୍ତୁ ନେଫ୍ରୋଟିକ ସିଣ୍ଡ୍ରୋମ ୨ରୁ ୬ ବର୍ଷର ପିଲାଙ୍କ ଠାରେ ସବୁଠାରୁ ଅଧିକ ଦେଖାଯାଏ। ଏହି କାରଣରୁ ଗୋଡ଼ ଓ ଗୋଇଠି ଫୁଲିବା ସହିତ ଅନ୍ୟାନ୍ୟ ସମସ୍ୟା ଉପୁଜିଥାଏ।
ମୋଟାପଣ ଅନେକ ରୋଗର କାରଣ। ସମଗ୍ର ବିଶ୍ବରେ ୨ ବିଲିୟନରୁ ଅଧିକ ପିଲା ଓ ବୟସ୍କ ଏହି ମୋଟାପଣର ଶିକାର। ଭାରତରେ ପାଖାପାଖି ୧.୪୪ କୋଟି ପିଲା ମୋଟାପଣର ଶିକାର ଅଛନ୍ତି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) କହିବାନୁସାରେ ବର୍ତ୍ତମାନ ବୟସ୍କଙ୍କ ତୁଳନାରେ ପିଲାମାନେ ଅଧିକ ମୋଟାପଣର ଶିକାର ହେଉଛନ୍ତି। ତଥ୍ୟ ଅନୁସାରେ ପିଲାଙ୍କ ମୋଟାପଣରେ ଭାରତ ଏବେ ଚୀନ ପରେ ଦ୍ବିତୀୟ ସ୍ଥାନରେ ରହିଛି। ବଡ଼ି ମାସ୍ ଇଣ୍ଡେକ୍ସ ଅର୍ଥାତ ବିଏମ୍ଆଇ ମାପି ପିଲାଙ୍କ ମୋଟାପଣ ସମ୍ପର୍କରେ ଜାଣିହୁଏ।
ମଧୁମେହ ଏକ ଗମ୍ଭୀର ରୋଗ, ଯାହା ଏକ ନିରବ ଘାତକ ଭଳି ଆକ୍ରମଣ କରିଥାଏ। ଏହି ସମସ୍ୟା ପୁରୁଷଙ୍କ ଠାରୁ ମହିଳାଙ୍କ ଠାରେ ଅଧିକ ଦେଖିବାକୁ ମିଳିଥାଏ। ସାଧାରଣତଃ ଏହି ରୋଗ ୪୦ ବର୍ଷ ବୟସ ପରେ ହୋଇଥାଏ। କିନ୍ତୁ ଆଜିକାଲି ମହିଳାମାନେ ଯେ କେଣସି ବୟସରେ ଏହାର ଶିକାର ହେଉଛନ୍ତି। ମହିଳାଙ୍କ ଠାରେ ମଧୁମେହର ଲକ୍ଷଣ ପୁରଷଙ୍କ ଠାରୁ ଅଲଗା ହୋଇଥାଏ। ମଧୁମେହ ରୋଗୀଙ୍କୁ ନିଜ ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। କାରଣ ଛୋଟ ଭୁଲ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ। ମଧୁମେହ ଉପରେ କରାଯାଇଥିବା ଏକ ଗବେଷଣା ମୁତାବକ ୨୦ ବର୍ଷରୁ ଅଧିକ ବୟସର ପୁରୁଷଙ୍କ ଠାରେ ଏହି ରୋଗର ଆଶଙ୍କା ୫୫.୫ ପ୍ରତିଶତ ହୋଇଥାଏ। ସେହିପରି ମହିଳାଙ୍କ ଠାରେ ଏହାର ଆଶଙ୍କା ୬୫ ପ୍ରତିଶତ ରହିଥାଏ।
ମେଇଜେ ସିଣ୍ଡ୍ରୋମ ଡିଷ୍ଟୋନିୟା ଏଭଳି ଏକ ରୋଗ ଯେଉଁଥିରେ ବ୍ୟକ୍ତିଙ୍କୁ ଶରୀରରେ ଇଲେକ୍ଟ୍ରିକ ଶକ ଭଳି ଝିମଝିମ ଅନୁଭବ ହୋଇଥାଏ। କେବଳ ସେତିକି ନୁହେଁ ଶରୀରର ଗତିବିଧିକୁ ନିୟନ୍ତ୍ରିତ କରିବା ମଧ୍ୟ ମୁସ୍କିଲ ହୋଇଯାଏ। ମେଇଜେ ସିଣ୍ଡ୍ରୋମ ଡିଷ୍ଟୋନିୟା ନର୍ଭସ ସିଷ୍ଟମ ସହିତ ଜଡ଼ିତ ଏକ ଡିଜଅର୍ଡର। ଏଥିରେ ବ୍ୟକ୍ତିକୁ ଆଖି, ଥୋଡ଼ି ଓ ଚେହେରାର ନିମ୍ନ ଅଂଶର ମାଂସପେଶୀରେ ଟ୍ବିଚ ହୋଇଯାଏ। ଏହି ସିଣ୍ଡ୍ରୋମ ସମ୍ପର୍କରେ ପ୍ରଥମ ଥର ଫ୍ରେଞ୍ଚ ନ୍ୟୁରୋଲୋଜିଷ୍ଟ ହେନରୀ ମେଇଜେ ସୂଚନା ଦେଇଥିଲେ। ଏହି ରୋଗରେ ଗୁରତର ସ୍ଥିତିରେ ନେତ୍ରହୀନ ସମସ୍ୟା ସହିତ ପାଟି ଖୋଲିବାରେ ମଧ୍ୟ ସମସ୍ୟା ହୋଇପାରେ।
ଥଣ୍ଡା ଦିନ ଆରମ୍ଭ ହୋଇଗଲାଣି। ଏହି ସମୟରେ ଚିନାବାଦାମ ଖାଇବାର ମଜା କିଛି ନିଆରା। ଏହା ଯେମିତି ସ୍ବାଦିଷ୍ଟ ସେମିତି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏହାକୁ ଶସ୍ତା ବାଦାମ ବୋଲି ମଧ୍ୟ କୁହାଯାଏ। ଚିନାବାଦାମ ନିୟମିତ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଗ୍ୟାସ୍ ଓ ଅମ୍ଳ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହାଦ୍ବାରା ଫୁସ୍ଫୁସ୍ କ୍ୟାନସରର ଆଶଙ୍କା ମଧ୍ୟ କମ୍ ହୋଇଥାଏ।
ଅନେକ ଲୋକଙ୍କୁ ବାରମ୍ବାର ପରିସ୍ରା ଲାଗିବା ସମସ୍ୟା ହୋଇଥାଏ। ଏହି କାରଣରୁ ସେମାନେ ଚିନ୍ତାରେ ପଡ଼ିଯାଆନ୍ତି। କାରଣ ଏହା ଦିନଚର୍ଯ୍ୟାରେ ସମସ୍ୟା ସୃଷ୍ଟି କରିଥାଏ। ରାତିରେ ନିଦ ମଧ୍ୟ ବାଧାପ୍ରାପ୍ତ ହୋଇଥାଏ। ବାରମ୍ବାର ପରିସ୍ରା ଲାଗିବା କାରଣରୁ ମୂତ୍ର ମାର୍ଗରେ ସଂକ୍ରମଣ (ୟୁଟିଆଇ), ପ୍ରୋଷ୍ଟେଟ ବଢ଼ିବା, ମୂତ୍ରାଶୟରେ ଷ୍ଟୋନ, ପେଲଭିସ ଟ୍ୟୁମର ଆଦି ରୋଗ ହେବାର ଆଶଙ୍କା ରହିଛି। କେବଳ ଏତିକି ନୁହେଁ, ମାତ୍ରାଧିକ ମଦ୍ୟପାନ, ଚିନ୍ତା, ମଧୁମେହ ନିୟନ୍ତ୍ରଣରେ ନ ରହିବା ଆଦି ବାରମ୍ବାର ପରିସ୍ରା ଆସିବାର କାରଣ ହୋଇପାରେ। ଯଦି ଦିନରେ ୮ ଥରରୁ ଅଧିକ ପରିସ୍ରା କରୁଛନ୍ତି, ତେବେ ଏହା କୌଣସି ସମସ୍ୟାର ସଙ୍କେତ ହୋଇପାରେ। ଏପରିସ୍ଥଳେ କୌଣସି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ତେବେ କେତେକ ଘରୋଇ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଫାଇଲେରିଆ ଏକ ଗୁରୁତର ରୋଗ। ଏହି ରୋଗ ବ୍ୟକ୍ତିକୁ ଦିବ୍ୟାଙ୍ଗ କରିପାରେ। ଫାଇଲେରିଆ ବା ଲିମ୍ଫାଟିକ ଫାଇଲେରିଆସିସ ମଶା କାମୁଡାରୁ ବ୍ୟାପିଥାଏ। ଭାରତରେ ପାଖାପାଖି ୬୫ କୋଟି ଲୋକ ଏହି ରୋଗରେ ପୀଡ଼ିତ ଥିବା କୁହାଯାଉଛି। ଅଧିକାଂଶ ଲୋକଙ୍କ ଠାରେ ଏହି ରୋଗ ଗୋପନ ଅବସ୍ଥାରେ ରହିଥିବାରୁ ଏ ସମ୍ପର୍କରେ ଜାଣିପାରି ନ ଥାନ୍ତି। ଫାଇଲେରିଆ ମଧ୍ୟ ମଶା କାମୁଡ଼ିବା ଫଳରେ ହେଉଥିବା ରୋଗ, ଯେଉଁଥିରୁ ବର୍ତ୍ତିବାର ଉପାୟ ମଧ୍ୟ ବହୁତ ସାଧାରଣ। ଏଥିପାଇଁ ମଶା କାମୁଡ଼ାଠାରୁ ଦୂରେଇ ରହିବା ଉଚିତ।
ଗାଈ ଘିଅ ପୂଜା ପାଇଁ ବ୍ୟବହାର କରାଯାଇଥାଏ। ଏହାକୁ ଖାଦ୍ୟ ରୂପେ ମଧ୍ୟ ବ୍ୟବହାର କରାଯାଏ। କେତେକ ଲୋକ ଭାବନ୍ତି ଗାଈ ଘିଅ ଓଜନ ବୃଦ୍ଧି କରିଥାଏ। ତେଣୁ ଏହା ଖାଇବା ଠାରୁ ସେମାନେ ଦୂରେଇ ରହିଥାନ୍ତି। କିନ୍ତୁ ସବୁ ଠାରୁ ବଡ଼ କଥା ହେଉଛି ଗାଈ ଘିଅ ଓଜନ କମ କରିବାରେ ସାହାଯ୍ୟ କରିଥାଏ। ଗାଈ ଘିଅରେ ଭିଟାମିନ ଏ, ଡି, କେ, କ୍ୟାଲସିୟମ, ଫସଫରସ, ମିନେରାଲ୍ସ, ପୋଟାସିୟମ ଭଳି ଅନେକ ପୋଷକତତ୍ତ୍ବ ରହିଛି।
ଚାପଗ୍ରସ୍ତ ଲୋକଙ୍କୁ କେତେକ ଖାଦ୍ୟ ଠାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଥାଏ। ବିଶେଷଜ୍ଞଙ୍କ ଅନୁସାରେ କେତେକ ଖାଦ୍ୟ ପଦାର୍ଥ ରକ୍ତରେ ଶର୍କରା ସ୍ତର ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ। ଏଠାରେ ଏପରି କେତେକ ଖାଦ୍ୟ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା ଠାରୁ ଦୂରେଇ ରହିବା ଉଚିତ।
ଦୀପାବଳି ନିଜ ସହିତ ଖୁସି ଓ ଆଲୋକ ନେଇ ଆସିଥାଏ। ଦୀପାବଳି ଖୁସିରେ ମସଗୁଲ ହୋଇ ଲୋକେ ଭୁଲି ଯାଆନ୍ତି ଯେ ସେମାନେ ଯେଉଁ ବାଣ ଫୁଟାଇଥାଆନ୍ତି ଏହା କେବଳ ପରିବେଶକୁ କ୍ଷତିକାରକ ହୋଇପାରେ। ବାଣର ଧୂଆଁ ଆଖି, କାନ ଓ ତ୍ବଚାକୁ କ୍ଷତି ପହଞ୍ଚାଇବା ସହିତ ଲିଭର ଓ କିଡନୀ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ତେଣୁ ବାଣ କମ ଫୁଟାଇବା ଉଚିତ।
ସାଧାରଣତଃ ସମସ୍ତେ ଜାଣନ୍ତି ମାତ୍ରାଧିକ ଚିନି ଖାଇବା ଦ୍ବାରା ମଧୁମେହ ଓ ମୋଟାପଣ ଭଳି ସମସ୍ୟା ଦେଖାଯାଏ। ମାତ୍ର ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ଚିନି ଖାଇବା ଦ୍ବାରା କ୍ୟାନ୍ସର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଗବେଷଣା ଅନୁସାରେ କ୍ୟାନ୍ସର କୋଶିକାଗୁଡ଼ିକୁ ଚିନି ଦ୍ରୁତବେଗରେ ସକ୍ରିୟ କରେ। ତେଣୁ କ୍ୟାନ୍ସର ରୋଗୀଙ୍କୁ ଚିନି କ୍ଷତି ପହଞ୍ଚାଇଥାଏ। ଡଚ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏ ସମ୍ପର୍କରେ ୨୦୦୮ରେ ଗବେଷଣା ଆରମ୍ଭ କରିଥିଲେ।
ମହିଳାମାନେ ଗର୍ଭବତୀ ହେବାର ପ୍ରଥମ କିଛି ମାସ ଅନେକ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ। ଗର୍ଭାବସ୍ଥା ସମୟରେ ମହିଳାଙ୍କୁ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବାକୁ ପଡ଼ିଥାଏ। ଯଦି ସେମାନେ ନିଜ ସ୍ବାସ୍ଥ୍ୟ ପ୍ରତି ଯତ୍ନ ନେବେ ନାହିଁ, ତେବେ ଗର୍ଭସ୍ଥ ପିଲା ଉପରେ ଖରାପ ପ୍ରଭାବ ପଡ଼ିଥାଏ। କେତେକ ମହିଳା ଗର୍ଭବତୀ ଥିବା ସମୟରେ ବାରମ୍ବାର ଟଏଲେଟ ସମସ୍ୟା ହୋଇଥାଏ। ଏହା ସେମାନଙ୍କ ପାଇଁ ବଡ଼ ସମସ୍ୟାର କାରଣ ପାଲଟିପାରେ। ବାରମ୍ବାର ପରିସ୍ରା ଲାଗିବା କାରଣରୁ ସେମାନଙ୍କ ନିଦ ମଧ୍ୟ ପୂରା ହୋଇ ନ ଥାଏ। କିନ୍ତୁ କେତେକ ଉପାୟ ଅବଲମ୍ବନ କରି ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।
ଶରୀରକୁ ସୁସ୍ଥ ଓ ନିରୋଗ ରଖିବା ଲାଗି ଯୋଗ ହେଉଛି ସବୁଠାରୁ ଉତ୍ତମ ମାଧ୍ୟମ। ପ୍ରତ୍ୟେକ ଦିନ ଆସନ କରିବା ଦ୍ବାରା ଶରୀର ସତେଜ ରହିବା ସହ ସ୍ବାସ୍ଥ୍ୟକର ରହିଥାଏ। ଏଠାରେ ଭୁଜଙ୍ଗାସନ ସମ୍ପର୍କରେ ଉଲ୍ଲେଖ କରାଯାଉଛି, ଯାହା ଆପଣଙ୍କୁ ଅନେକ ରୋଗରୁ ରକ୍ଷା କରିବ। ସଂସ୍କୃତରେ ଭୁଜଙ୍ଗର ଅର୍ଥ ହେଉଛି ସର୍ପ। ଅର୍ଥାତ ଏହି ଆସନ କରିବା ସମୟରେ ଆପଣଙ୍କୁ ନିଜ ଶରୀରକୁ ସାପର ଆକୃତି ଦେବାକୁ ପଡ଼ିବ। ଏହି ଆସନର ଫାଇଦା ମୁଣ୍ଡରୁ ଆରମ୍ଭ କରି ଆଙ୍ଗୁଠି ପର୍ଯ୍ୟନ୍ତ ରହିଛି। ଏହି ଆସନ ଆପଣଙ୍କ ମେରୁଦଣ୍ଡକୁ ଫ୍ଲେକ୍ସିବଲ କରିବା ସହ ଶରୀରକୁ ସୁଢ଼ଳ କରିଥାଏ।
ଲିଭରରେ ଫ୍ୟାଟର ମାତ୍ରା ବଢ଼ିବା ପରିସ୍ଥିତିକୁ ଫ୍ୟାଟି ଲିଭର କୁହାଯାଏ। ଏହି ସମସ୍ୟା ହେବାର ମୁଖ୍ୟ କାରଣ ସ୍ବାସ୍ଥ୍ୟର ଉପଯୁକ୍ତ ଯତ୍ନ ନ ନେବା। ଖାଦ୍ୟରେ ପୁଷ୍ଟିକର ଜିନିଷ ଅଭାବ କାରଣରୁ ମଧ୍ୟ ଏହି ସମସ୍ୟା ଭୋଗିବାକୁ ପଡ଼ିଥାଏ। ଫଳରେ ଲିଭରରେ ଫ୍ୟାଟ ଜମା ହେବାରେ ଲାଗିଥାଏ। ଏହି କାରଣରୁ ଶରୀରର ଅନ୍ୟ ଅଙ୍ଗ ଉପରେ ମଧ୍ୟ ଖରାପ ପ୍ରଭାବ ପଡ଼ିଥାଏ। ଠିକ ସମୟରେ ଏହାର ଲକ୍ଷଣକୁ ଚିହ୍ନଟ କରି ଏହା ଉପରେ ନିୟନ୍ତ୍ରଣ ଆଣିବା ଉଚିତ। ନଚେତ ଅନ୍ୟାନ୍ୟ ଗମ୍ଭୀର ରୋଗ ହେବା ଆଶଙ୍କା ମଧ୍ୟ ବଢ଼ିଯାଏ।
ଅଧିକ ଦେଖନ୍ତୁ