ଉତ୍ତମ ସ୍ବାସ୍ଥ୍ୟ

ହୃଦ୍‌ରୋଗୀଙ୍କ ପାଇଁ ବରଦାନ ଏମ୍‌ଆଇସିଏସ୍‌, କରିବାକୁ ପଡ଼ୁନି
ଜାଣନ୍ତୁ ବ୍ରେନ୍‌ ଟ୍ୟୁମରର ଲକ୍ଷଣ

ମସ୍ତିଷ୍କ ଆମ ଶରୀରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଙ୍ଗ। ତେଣୁ ମସ୍ତିଷ୍କ ସହିତ ଜଡ଼ିତ କୌଣସି ବି ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ। ମସ୍ତିଷ୍କକୁ ଟିକେ ବି ଅଣଦେଖା କରିବା ବିପଦଜନକ ହୋଇପାରେ। ବେଳେବେଳେ ଅଚାନକ ଆମ ମସ୍ତିଷ୍କରେ କିଛି ସମସ୍ୟା ହୋଇଥାଏ। ପରୀକ୍ଷା ନିରୀକ୍ଷା ପରେ ଏହା ବ୍ରେନ୍‌ ଟ୍ୟୁମର ବୋଲି ଜଣା ପଡ଼ିଥାଏ। ଏହା ଯେ କୌଣସି ବୟସରେ ହୋଇପାରେ। ଆମ ମସ୍ତିଷ୍କ ସେଲ୍‌ସରେ ତିଆରି ହୋଇଛି। ଯେତେବେଳେ କୌଣସି କାରଣ ପାଇଁ ବ୍ରେନ୍‌ର ସେଲ୍‌ସର ନିୟନ୍ତ୍ରଣ ବିଗିଡ଼ିବାରେ ଲାଗେ, ଏହା ନଷ୍ଟ ହେବାରେ ଲାଗେ। ଏହାପରେ ମସ୍ତିଷ୍କର କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇଥାଏ। ବ୍ରେନ୍‌ରେ ଅନିୟନ୍ତ୍ରିତ ସେଲ୍‌ସ ଦ୍ରୁତ୍‌ ଗତିରେ ମାଡ଼ିବା ଫଳରେ ଏହା କ୍ୟାନ୍‌ସର ରୂପ ଧାରଣ କରିଥାଏ। ଚାଲନ୍ତୁ ଜାଣିବା ବ୍ରେନ୍‌ ଟ୍ୟୁମର ହେଲେ କ’ଣ କ’ଣ ଲକ୍ଷଣ ଦେଖାଯାଇଥାଏ।

ଐତିହାସିକ ସର୍ଜରୀ: ୫ ମାସର ପିଲାର ହେଲା ଲିଭର

ଜୀବନ ଓ ମୃତ୍ୟୁ ସହିତ ଲଢ଼ୁଥିବା ୫ ମାସର ଝିଅ ଆରିଆନା ଦେଙ୍କ ବାପା ମା’ଙ୍କୁ ଯେତେବେଳେ ତାଙ୍କ ଝିଅର ରୋଗ ସମ୍ପର୍କରେ ଜଣାପଡ଼ିଥିଲା, ସେତେବେଳେ ସେମାନେ କୋଲକାତାର ପ୍ରତ୍ୟେକ ବଡ଼ ହସ୍ପିଟାଲର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ସମସ୍ତେ ପିଲାର କମ୍‌ ବୟସ ଦେଖି ତାଙ୍କ ବଞ୍ଚିବାର ଆଶା କ୍ଷୀଣ ବୋଲି କହିଥିଲେ। ପିଲାର ଅବସ୍ଥା ଖରାପ ହେବା ଦେଖି ତାଙ୍କ ବାପା ମା’ ତୁରନ୍ତ ତାଙ୍କୁ ଦିଲ୍ଲୀସ୍ଥିତ ମ୍ୟାକ୍ସ ହେଲ୍‌ଥକେୟାର ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଡା.ସୁଭାଷ ଗୁପ୍ତା ଆରିଆନାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ କରିବା ଲାଗି ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ। ମ୍ୟାକ୍ସ ହସ୍ପିଟାଲର ଲିଭର ଓ ବିଲିଆରୀ ବିଜ୍ଞାନ ସେଣ୍ଟରର ନିର୍ଦେଶକ ଡା. ସୁଭାଷ କହିଛନ୍ତି ଯେ ଆରିଆନାଙ୍କ ମାମଲାରେ ତୁରନ୍ତ ଟ୍ରାନ୍ସପ୍ଲାଣ୍ଟ କରିବା ଏକମାତ୍ର ବିକଳ୍ପ ଥିଲା। କାରଣ ତାଙ୍କ ଲିଭର କାମ କରିବା ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିଲା।

ଅଟିଜମ୍‌ର ଶିକାର ପିଲାଙ୍କ ବିଶେଷ ଯତ୍ନ ନିଅନ୍ତୁ
ବ୍ରେଷ୍ଟ କ୍ୟାନ୍‌ସରର ପ୍ରକାରଭେଦ ଓ ସମସ୍ୟା ସମ୍ପର୍କରେ ଜାଣନ୍ତୁ

ଭାରତରେ ମହିଳାଙ୍କ ମଧ୍ୟରେ ସ୍ତନ କ୍ୟାନ୍‌ସର ବା ବ୍ରେଷ୍ଟ କ୍ୟାନ୍‌ସର ଦ୍ରୁତ ବେଗରେ ବଢ଼ି ଚାଲିଛି। ଭାରତରେ ପ୍ରତ୍ୟେକ ଆଠ ଜଣ ମହିଳାଙ୍କ ମଧ୍ୟରେ ଜଣେ ମହିଳା ବ୍ରେଷ୍ଟ କ୍ୟାନ୍‌ସରର ଶିକାର ହେଉଛନ୍ତି। ଏହା ମହିଳାଙ୍କ ମୃତ୍ୟୁର କାରଣ ମଧ୍ୟ ପାଲଟୁଛି। ଶରୀରର ଯେ କୌଣସି ଅଂଶରେ କୋଷିକାର ଅସାମାନ୍ୟ ଓ ଅନିୟନ୍ତ୍ରିତ ବୃଦ୍ଧି ହେବା ଫଳରେ କ୍ୟାନ୍‌ସର ହୋଇଯାଏ। ବ୍ରେଷ୍ଟ କ୍ୟାନ୍‌ସରର ଆରମ୍ଭ ସ୍ତନର ଆଖପାଖରେ ଗଣ୍ଠି ହେବାରେ ଲାଗିଥାଏ। ଯାହାଫଳରେ ଯନ୍ତ୍ରଣା ଅନୁଭବ ହୋଇଥାଏ। ଏହାବ୍ୟତୀତ ଦାୟିତ୍ବହୀନତା ପାଇଁ ମଧ୍ୟ ଅନେକ ସମୟରେ ସ୍ତନ କର୍କଟ ହୋଇଥାଏ। କେତେକ କ୍ଷେତ୍ରରେ ଏହା ଅନୁବାଂଶିକ ମଧ୍ୟ ହୋଇଥାଏ। ତେଣୁ ପ୍ରଥମରୁ ଏଥିପ୍ରତି ସଜାଗ ରହି ପରୀକ୍ଷା କରାଇନେବା ଉଚିତ। ପ୍ରଥମରୁ ଏଥିପ୍ରତି ଧ୍ୟାନ ଦେଲେ ଔଷଧ ମାଧ୍ୟମରେ ମଧ୍ୟ ଏହାକୁ ଠିକ୍‌ କରାଯାଇପାରିବ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ