ଯଦି ଆପଣଙ୍କ ଆଙ୍ଗୁଠି ଓ ହାତ ପାପୁଲିରୁ ଚୋପା ଛାଡ଼ୁଛି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏମିତି ସମସ୍ୟା ସମସ୍ତଙ୍କ ପାଖରେ କେବେ ନା କେବେ ଦେଖା ଦେଇଥାଏ। ତେବେ ଏହି ସମସ୍ୟାକୁ ଆପଣ ଘରେ ବସି ମଧ୍ୟ ଏହାର ଉପଚାର କରିପାରିବେ। ପ୍ରତ୍ୟେକ ଦିନ ଘରେ ବ୍ୟବହାର କରୁଥିବା ଜିନିଷରୁ ମଧ୍ୟ ଆପଣ ହାତରୁ ଚୋପା ଛଡ଼ାଇବା ସମସ୍ୟା ଦୂର କରିପାରିବେ।
ମୋଟାପଣ ଅନେକ ରୋଗର କାରଣ। ସମଗ୍ର ବିଶ୍ବରେ ୨ ବିଲିୟନ ପିଲା ଓ ବୟସ୍କ ଏହି ମୋଟାପଣର ଶିକାର। ଭାରତରେ ପାଖାପାଖି ୧.୪୪ କୋଟି ପିଲା ମୋଟାପଣର ଶିକାର ଅଛନ୍ତି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) କହିବାନୁସାରେ ବର୍ତ୍ତମାନ ବୟସ୍କଙ୍କ ତୁଳନାରେ ପିଲାମାନେ ଅଧିକ ମୋଟାପଣର ଶିକାର ହେଉଛନ୍ତି। ତଥ୍ୟ ଅନୁସାରେ ପିଲାଙ୍କ ମୋଟାପଣରେ ଭାରତ ଏବେ ଚୀନ ପରେ ଦ୍ବିତୀୟ ସ୍ଥାନରେ ରହିଛି। ବଡ଼ି ମାସ୍ ଇଣ୍ଡେକ୍ସ ଅର୍ଥାତ ବିଏମ୍ଆଇ ମାପି ପିଲାଙ୍କ ମୋଟାପଣ ସମ୍ପର୍କରେ ଜାଣିହୁଏ।
ଥଣ୍ଡା ଦିନ ଆରମ୍ଭ ହୋଇଗଲାଣି। ଏହି ସମୟରେ ଚିନାବାଦାମ ଖାଇବାର ମଜା କିଛି ନିଆରା। ଏହା ଯେମିତି ସ୍ବାଦିଷ୍ଟ ସେମିତି ସ୍ବାସ୍ଥ୍ୟ ପାଇଁ ବେଶ୍ ଲାଭଦାୟକ। ଏହାକୁ ଶସ୍ତା ବାଦାମ ବୋଲି ମଧ୍ୟ କୁହାଯାଏ। ଚିନାବାଦାମ ନିୟମିତ ଖାଇବା ଦ୍ବାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ। ଏହା ହଜମ ଶକ୍ତି ବୃଦ୍ଧି କରିବା ସହ ଗ୍ୟାସ୍ ଓ ଅମ୍ଳ ସମସ୍ୟାରୁ ମଧ୍ୟ ମୁକ୍ତି ଦେଇଥାଏ। ଏହାଦ୍ବାରା ଫୁସ୍ଫୁସ୍ କ୍ୟାନସରର ଆଶଙ୍କା ମଧ୍ୟ କମ୍ ହୋଇଥାଏ।
ସାଧାରଣତଃ ସମସ୍ତେ ଜାଣନ୍ତି ମାତ୍ରାଧିକ ଚିନି ଖାଇବା ଦ୍ବାରା ମଧୁମେହ ଓ ମୋଟାପଣ ଭଳି ସମସ୍ୟା ଦେଖାଯାଏ। ମାତ୍ର ଏକ ଗବେଷଣାରୁ ଜଣାପଡ଼ିଛି ଯେ ଅଧିକ ଚିନି ଖାଇବା ଦ୍ବାରା କ୍ୟାନ୍ସର ଆଶଙ୍କା ମଧ୍ୟ ବୃଦ୍ଧି ପାଇଥାଏ। ଗବେଷଣା ଅନୁସାରେ କ୍ୟାନ୍ସର କୋଶିକାଗୁଡ଼ିକୁ ଚିନି ଦ୍ରୁତବେଗରେ ସକ୍ରିୟ କରେ। ତେଣୁ କ୍ୟାନ୍ସର ରୋଗୀଙ୍କୁ ଚିନି କ୍ଷତି ପହଞ୍ଚାଇଥାଏ। ଡଚ୍ ବିଶ୍ବବିଦ୍ୟାଳୟର ବୈଜ୍ଞାନିକମାନେ ଏ ସମ୍ପର୍କରେ ୨୦୦୮ରେ ଗବେଷଣା ଆରମ୍ଭ କରିଥିଲେ।
କୌଣସି ବ୍ୟକ୍ତିଙ୍କୁ ନିଜ ଆଡ଼କୁ ଆକର୍ଷିତ କରିବା ଲାଗି ହସର ଆବଶ୍ୟକ ରହିଛି। ହସିବାବେଳେ ମୋତି ଭଳି ଧଳା ଦାନ୍ତ ଦେଖିଲେ ଯେ କେହି ଶୀଘ୍ର ଆକୃଷ୍ଟ ହୋଇଯାନ୍ତି। ମାତ୍ର ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଦାନ୍ତ ହଳଦିଆ ପଡ଼ିଯାଉଛି। ତମାଖୁ, ରଙ୍ଗଯୁକ୍ତ ଖାଦ୍ୟ, ପାଣିରେ ଥିବା ରାସାୟନିକ ଓ ଦୂଷିତ ଖାଦ୍ୟ ପାଇଁ ଦାନ୍ତ ଖୁବ୍ଶୀଘ୍ର ହଳଦିଆ ପଡ଼ିଯାଏ। ଚାଲନ୍ତୁ ଜାଣିବା ଏହି ହଳଦିଆ ଦାନ୍ତକୁ ସଫା କରିବାର କିଛି ଘରୋଇ ଉପାୟ।
ଇଷ୍ଟ ସଂକ୍ରମଣ ହେଉଛି ଏକପ୍ରକାର ବ୍ୟାକ୍ଟେରିଆଲ ସଂକ୍ରମଣ। ଅଧିକାଂଶ ମହିଳା ଏହି ସମସ୍ୟାରେ ପୀଡ଼ିତ। ଯଦି ଆପଣଙ୍କୁ ମଧ୍ୟ ଏହିଭଳି ସମସ୍ୟା ବାରମ୍ବାର ହେଉଛି ତେବେ ଏଥିପ୍ରତି ଧ୍ୟାନ ଦିଅନ୍ତୁ। ପାଖାପାଖି ୭୫ ପ୍ରତିଶତ ମହିଳା ନିଜ ଜୀବନକାଳ ମଧ୍ୟରେ ଥରେ ନିଶ୍ଚିତ ଭାବେ ଏହି ସମସ୍ୟାରେ ପଡ଼ିଥାନ୍ତି। ସେହିପରି ୪୫ ପ୍ରତିଶତ ମହିଳା ଜୀବନକାଳ ମଧ୍ୟରେ ଦୁଇରୁ ଊର୍ଦ୍ଧ୍ବ ଥର ଏହି ସମସ୍ୟାରେ ପଡ଼ିଥାନ୍ତି। ଏହି ସଂକ୍ରମଣ ପାଇଁ ମହିଳାମାନେ ବହୁତ ଅସୁବିଧାରେ ପଡ଼ିବା ସହ ଅପ୍ରୀତିକର ପରିସ୍ଥିତିରେ ପଡ଼ନ୍ତି।
ଗର୍ଭଧାରଣର ପ୍ରଥମ ୩ରୁ ୮ ସପ୍ତାହ ମଧ୍ୟରେ ମା’କୁ ଜ୍ବର ହେଲେ ପିଲାକୁ ହୃଦ୍ ଏବଂ ମୁହଁ ବିକୃତ ହେବା ଭଳି ଆଶଙ୍କା ରହିଛି। ଗବେଷକମାନେ ଅନୁସନ୍ଧାନ କରି ଜାଣିବାକୁ ପାଇଥିଲେ ଯେ ଗର୍ଭଧାରଣର ପ୍ରଥମ ତିନି ମାସରେ ଜ୍ବର ହେବା ଫଳରେ ପିଲାଠାରେ ହୃଦ୍ରୋଗ ଅଥବା ଗ୍ରହଣ ଖଣ୍ଡିଆ ଭଳି ସମସ୍ୟା ଦେଖାଦେଇପାରେ।
ଅସନ୍ତୁଳିତ ଜୀବନଶୈଳୀ ଓ ଅନିୟନ୍ତ୍ରିତ ଡାଏଟ ପାଇଁ ମଣିଷର ଶାରୀରିକ ଗଠନ ଭିନ୍ନ ଭିନ୍ନ ହୋଇଥାଏ। ଶାରୀରିକ ଗଠନ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। କୌଣସି ବ୍ୟକ୍ତିଙ୍କ ଶାରୀରିକ ଗଠନରୁ ତାଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଅନୁମାନ ଲଗାଇପାରିବେ। ଆସନ୍ତା ଦିନରେ ତାଙ୍କୁ କେଉଁ କେଉଁ ରୋଗ ହେବାର ଆଶଙ୍କା ରହିଛି ତାହା ମଧ୍ୟ ଅନୁମାନ କରିପାରିବେ। ସାଧାରଣତଃ ଶାରୀରିକ ଗଠନକୁ ୪ ଭାଗରେ ବିଭକ୍ତ କରାଯାଇଥାଏ। ଏହାକୁ ଠିକ୍ ଭାବେ ଦେଖା ରଖା କରିବା ଲାଗି ଆପଣଙ୍କୁ କେତେକ ବ୍ୟାୟାମ କରିବା ଆବଶ୍ୟକ। ଯାହାଫଳରେ ଆପଣ ସୁସ୍ଥ ରହିପାରିବେ। ଚାଲନ୍ତୁ ଜାଣିବା ଆପଣଙ୍କ ଶାରୀରିକ ଗଠନକୁ ଲକ୍ଷ୍ୟ କରି କିଭଳି ବ୍ୟାୟାମ କରିପାରିବେ।
ବିନା ଛୁଟିରେ ଲଗାତର କାମ କରି ଜାପାନର ଜଣେ ମହିଳା ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଏମିତି ଏକ ଆଶ୍ଚର୍ଯ୍ୟଚକିତ ଘଟଣା ଜାପାନରେ ଘଟିଛି। ଏଠାରେ ମିୱା ସାଦୋ ନାମକ ଜଣେ ମହିଳା ସାମ୍ବାଦିକ ଏକ ଘରୋଇ ଟିଭି ଚ୍ୟାନେଲର ପଲଟିକାଲ ରିପୋର୍ଟର ଭାବେ କାମ କରୁଥିଲେ। ଗୋଟିଏ ମାସରେ ତାଙ୍କୁ କେବଳ ୨ ଦିନର ଛୁଟି ମିଳିଥିଲା। କେବଳ ସେତିକି ନୁହେଁ ସେ ପାଖାପାଖି ୧୫୯ ଘଣ୍ଟା ଓଭର ଟାଇମ୍ ଡ୍ୟୁଟି ମଧ୍ୟ କରିଥିଲେ। କୁହାଯାଉଛି ଏହି ସାମ୍ବାଦିକାଙ୍କ ମୃତ୍ୟୁ ୨୦୧୩ରେ ହୋଇଥିଲା। ମାତ୍ର ସେ କାମ କରୁଥିବା ସଂସ୍ଥା ଏହି ସପ୍ତାହରେ ତାଙ୍କ ମୃତ୍ୟୁ ମାମଲାକୁ ସାର୍ବଜନୀନ କରିଛି।
ପୂର୍ବରୁ ଜାଣିଥିଲେ ଡେଙ୍ଗୁ ମଶା କେବଳ ଦିନରେ କାମୁଡ଼ି ଥାଏ। ମାତ୍ର ଏବେ ସାବଧାନ ହୋଇଯାଆନ୍ତୁ। ଡାକ୍ତରଙ୍କ କହିବାନୁସାରେ ଡେଙ୍ଗୁ ଓ ଚିକେନ୍ଗୁନିଆ ମଶା ରାତିରେ ବି କାମୁଡ଼ି ପାରନ୍ତି। ଡାକ୍ତରଙ୍କ କହିବାନୁସାରେ ଡେଙ୍ଗୁ ବିସ୍ତାର କରୁଥିବା ଏଡ଼ିଜ ଏଜିପ୍ତି ମଶା କାମୁଡ଼ିବାର ଅଧିକାଂଶ ଅଶଙ୍କା ଦିନରେ ରହିଛି। ମାତ୍ର ଏହି ମଶା ରାତିରେ ବି କାମୁଡ଼ିବାର ସମ୍ଭାବନା ରହିଛି।
ସିଗାରେଟ୍ ଛାଡ଼ିବା ସହଜ କଥା ନୁହେଁ। ଜଣେ ଚାହିଲେ ହଠାତ୍ ସିଗାରେଟ୍ ଛାଡ଼ିପାରିବ ନାହିଁ। ସାଧାରଣତଃ ଦେଖାଯାଏ ଯେଉଁମାନେ ଧୂମପାନ କରନ୍ତି, ଚାହିଲେ ମଧ୍ୟ ସିଗାରେଟ୍ ନିଶା ଛାଡ଼ି ପାରନ୍ତି ନାହିଁ। ସିଗାରେଟ୍ କିପରି ଛାଡ଼ିବେ ସେ ସମ୍ପର୍କରେ କିଛି ସହଜ ଉପାୟ ଏଠାରେ ଦିଆଯାଇଛି।
ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଦେଶରେ ଦୁଇଟି ନୂଆ ଗର୍ଭ ନିରୋଧକ ଆରମ୍ଭ କରିଛନ୍ତି। ସେଥିମଧ୍ୟରୁ ଗୋଟିଏ ଗର୍ଭ ନିରୋଧକ ଇଞ୍ଜେକସନ ଥିବାବେଳେ ଅନ୍ୟଟି ବଟିକା ବୋଲି ଜଣାପଡ଼ିଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଅନ୍ତରା ଯୋଜନା ଅଧୀନରେ ଇଞ୍ଜେକ୍ସନ ଗର୍ଭ ନିରୋଧକ ଇଞ୍ଜେକ୍ସନ ଏମ୍ପିଏ ଏବଂ ଗର୍ଭ ନିରୋଧକ ବଟିକା ଛାୟା ଆରମ୍ଭ ହୋଇଛି।
ଏଣୁ ତେଣୁ ଗୁଡ଼ାଏ ଖାଇବା ଦ୍ବାରା ପେଟରେ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ। ବାନ୍ତି ହେବା, ପେଟ ଭିତରେ ଗୋଳାଇ ଘାଣ୍ଟି ହେବା, ପେଟ ଦରଜ ହେବା, ଅମ୍ଳ ଭଳି ସମସ୍ୟାକୁ ସାଧାରଣତଃ ସମସ୍ତେ ଅଣଦେଖା କରନ୍ତି। ମାତ୍ର ଯଦି ସବୁବେଳେ ପେଟ ଏବଂ ଅଣ୍ଟାରେ ଦରଜ ରହୁଛି, ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଏହା ଆପେଣ୍ଡିକ୍ସ ପ୍ରଦାହ ପାଇଁ ହୋଇଥିବା ଆପେଣ୍ଡିସାଇଟିସ୍ ଯନ୍ତ୍ରଣା ମଧ୍ୟ ହୋଇପାରେ। ଆପେଣ୍ଡିକ୍ସ ଅନ୍ତନଳୀର ଏକ ଅଂଶ। ପେଟରେ ଛୋଟ ଏବଂ ବଡ଼ ଅନ୍ତନଳୀ ମଝିରେ ଏହା ଥାଏ। ଦୀର୍ଘ ଦିନ ଧରି କୋଷ୍ଠକାଠିନ୍ୟ, ଅମ୍ଳ ଏବଂ ପେଟରେ ସଂକ୍ରମଣ ପାଇଁ ଅନ୍ତନଳୀ ଫୁଲିଯାଇଥାଏ। ଯାହା ଆପେଣ୍ଡିସାଇଟିସ୍ର କାରଣ ପାଲଟିଥାଏ। ଅପରେସନ ମାଧ୍ୟମରେ ଏହାକୁ ଠିକ୍ କରାଯାଏ। ତେବେ ଆପେଣ୍ଡିସାଇଟିସ୍ର ଲକ୍ଷଣ ସମ୍ପର୍କରେ ଜାଣନ୍ତୁ, ଯାହାଫଳରେ ଠିକ୍ ସମୟରେ ଏହାର ଉପଚାର କରାଯାଇପାରିବ।
ବର୍ତ୍ତମାନ ସମୟରେ ଆମର ଜୀବନଶୈଳୀ ଓ ଖାଦ୍ୟ ପଦାର୍ଥ ପାଇଁ ଅନେକ ରୋଗ ମାଡ଼ି ବସୁଛି। ମାତ୍ର ଷ୍ଟୋନ୍ ଏମିତି ଏକ ରୋଗ ଯାହା ପ୍ରତ୍ୟେକ ଘରର ଜଣେ ସଦସ୍ୟ ନିଶ୍ଚିତ ଭାବେ ଏହି ରୋଗରେ ପୀଡ଼ିତ। ଇଣ୍ଡିଆନ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ)ର କହିବାନୁସାରେ ୧୩ ପ୍ରତିଶତ ପୁରୁଷ ଓ ୭ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ କିଡ୍ନୀ ଷ୍ଟୋନ୍ ସମସ୍ୟା ଦେଖାଯାଏ। ତେବେ ଆଇଏମ୍ଏ କହିବାନୁସାରେ ସାରା ଦିନ ତରଳ ପଦାର୍ଥ ସେବନ କରିବା ଦ୍ବାରା କିଡ୍ନୀ ଷ୍ଟୋନ୍ ହେବା ସମସ୍ୟା ଅଧା ହୋଇଯାଏ। ଏହାର କୌଣସି ପାର୍ଶ୍ବପ୍ରତିକ୍ରିୟା ମଧ୍ୟ ନାହିଁ। ଏକ ଗବେଷଣାରୁ ଜଣାପଡ଼ିଛି ଯେ କିଡ୍ନୀ ଷ୍ଟୋନ୍ରେ ପୀଡ଼ିତ ବ୍ୟକ୍ତିଙ୍କ ନିକଟରେ କ୍ରୋନିକ୍ କିଡ୍ନୀ ରୋଗ ହେବାର ସମ୍ଭାବନା ଅଧିକ ରହିଛି।
ସାରା ବିଶ୍ବରେ ମୋଟ୍ ଜନସଂଖ୍ୟାର ପାଖାପାଖି ୫ ପ୍ରତିଶତ ଠିକ୍ ଭାବେ ଶୁଣି ପାରନ୍ତି ନାହିଁ। ଏମାନଙ୍କ ମଧ୍ୟରେ ୩.୨ କୋଟି ଛୋଟ ପିଲା ସାମିଲ ଅଛନ୍ତି। ଭାରତରେ ମୋଟ୍ ଜନସଂଖ୍ୟାର ୬.୩ ପ୍ରତିଶତ ଲୋକଙ୍କ ମଧ୍ୟରେ ଏହି ବଧିର ସମସ୍ୟା ରହିଛି। ଏହି ବର୍ଗରେ ପାଖାପାଖି ୫୦ ଲକ୍ଷ ପିଲା ଅଛନ୍ତି। ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ (ଆଇଏମ୍ଏ) ଅନୁସାରେ ଉଚିତ ସମୟରେ ଟୀକାକରଣ, ଧ୍ବନି ପ୍ରଦୂଷଣ ନିୟନ୍ତ୍ରଣ ଓ ଔଷଧ ବ୍ୟବହାର କରି ଏହି ସମସ୍ୟାକୁ ରୋକା ଯାଇପାରିବ।
ଅଧିକ ଦେଖନ୍ତୁ