ନାରୀ

ଅନନ୍ୟା ଆରତୀ: ଆଇଏଏସ ହେବାରୁ ରୋକିପାରିଲାନି
ରାସ୍ତାକଡ଼ର ପିଲାଙ୍କ ପାଇଁ କାନ୍ଦେ ଏହି ମହିଳାଙ୍କ ହ୍‌ଦୟ

ଭାରତରେ ସରକାରୀ ଚାକିରିର ଅନେକ ଗୁରୁତ୍ବ ରହିଛି। କିନ୍ତୁ ଏମିତି ଜଣେ ମହିଳାଙ୍କ ସମ୍ପର୍କରେ ଏଠାରେ ସୂଚନା ଦିଆଯାଇଛି, ଯିଏ ସରକାରୀ ଚାକିରି ଛାଡ଼ି ଭିକ ମାଗୁଥିବା ପିଲାଙ୍କ ପାଠପଢ଼ା ଦାୟିତ୍ବ ନେଇଛନ୍ତି। ସେ ହେଉଛନ୍ତି ଡା.ହୃଦେଶ ଚୌଧୁରୀ, ଯାହାଙ୍କ ହୃଦୟ ଗରିବ ପିଲାଙ୍କ ପାଇଁ ସ୍ପନ୍ଦିତ ହୋଇଥାଏ। ଘୁମନ୍ତୁ ପାଠଶାଳା ମାଧ୍ୟମରେ ସେ ଏଭଳି ପିଲାଙ୍କୁ ପାଠ ପଢ଼ାଉଛନ୍ତି, ଯିଏ ସ୍କୁଲ ଯାଇପାରୁ ନାହାନ୍ତି ଓ ପେଟ ପୋଷିବା ପାଇଁ ଭିକ ମାଗୁଛନ୍ତି। ବସ୍ତିରେ ବୁଲି ସେ ପିଲାଙ୍କୁ ପାଠ ପଢ଼ିବା ଲାଗି ଅନୁପ୍ରାଣିତ କରୁଛନ୍ତି। ସିକନ୍ଦରାରେ ନିଜ ଆବାସସ୍ଥଳରେ ଡା.ହୃଦେଶ ଏକ ଘୁମନ୍ତୁ ପାଠଶାଳା ଖୋଲିଛନ୍ତି। ଭିକ ମାଗୁଥିବା ପିଲାଙ୍କ ଜୀବନରେ ସେ ଏକ ନୂଆ ଦିଶା ଦେବାରେ ଲାଗିଛନ୍ତି। ଆଗ୍ରାରେ ରହୁଥିବା ଡା.ହୃଦେଶ ଚୌଧୁରୀଙ୍କୁ ତାଙ୍କର ଏହି ମହାନ କାମ ପାଇଁ ୨୦୧୪ରେ ଊତ୍ତର ପ୍ରଦେଶ ସରକାର ଓ ହିନ୍ଦୀ ଖବରକାଗଜ ହିନ୍ଦୁସ୍ଥାନ ତାଙ୍କୁ ମଲାଲା ସମ୍ମାନରେ ସମ୍ମାନିତ କରିଥିଲେ। ସେ ଜଣେ ସାମାଜିକ କାର୍ଯ୍ୟକର୍ତ୍ତା ସହିତ ଜଣେ ଲେଖିକା ମଧ୍ୟ।

ଜାଣନ୍ତୁ ପ୍ରିୟଙ୍କାଙ୍କ ଗ୍ଲୋଇଙ୍ଗ ତ୍ବଚାର ରହସ୍ୟ

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଶନିବାର ନିଜର ୩୮ତମ ଜନ୍ମଦିନ ପାଳନ କରିଛନ୍ତି। ସେ କେବଳ ନିଜର ଦମଦାର ଅଭିନୟ ପାଇଁ ନୁହେଁ, ବରଂ ସୁନ୍ଦର ଫିଗର ଓ ଫ୍ଲଲେସ୍ ସ୍କିନ୍ ପାଇଁ ମଧ୍ୟ ଜଣାଶୁଣା। ପ୍ରିୟଙ୍କା ନିଜଠାରୁ ୧୦ ବର୍ଷ ସାନ ନିକ ଜୋନସଙ୍କୁ ବିବାହ କରିଛନ୍ତି। କିନ୍ତୁ ତାଙ୍କ ଗର୍ଜିଅସ ଲୁକକୁ ଦେଖି କେହି ବି ତାଙ୍କ ସ୍କିନର ଅନ୍ଦାଜ ଲଗାଇପାରିବେ ନାହିଁ। ଇନଷ୍ଟାଗ୍ରାମରେ ସେ ନିଜ ପ୍ରଶଂସକଙ୍କ ସହିତ ଅନେକଗୁଡ଼ିଏ ସ୍କିନ୍ କେୟାର ରୁଟିନ୍ ଶେୟାର କରିଛନ୍ତି, ଯାହାକୁ ଆପଣ ଘରେ ବସି ମଧ୍ୟ କରିପାରିବେ। ପ୍ରିୟଙ୍କା ଏଭଳି ଜଣେ ଅଭିନେତ୍ରୀ, ଯିଏ ନିଜ ତ୍ବଚାକୁ ଚମକାଇବା ଲାଗି ଦେଶୀ ଉପାୟ ଅବଲମ୍ବନ କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ପ୍ରିୟଙ୍କାଙ୍କ ବିଉଟି ସିକ୍ରେଟ ସମ୍ପର୍କରେ।

ପରୋପକାରୀ ଲକ୍ଷ୍ମୀଙ୍କ ମହାନତା: ବେସାହାରା ଶବର କରୁଛନ୍ତି

ଲୋକେ କହୁଛନ୍ତି ଆଜିକାଲି ସମସ୍ତେ ସ୍ବାର୍ଥପର ହୋଇଗଲେଣି ଓ ସମ୍ପର୍କ ଖୁବ୍ ଶୀଘ୍ର ଭାଙ୍ଗିବାରେ ଲାଗୁଛି। ବର୍ତ୍ତମାନ ସମୟରେ ସାରା ପୃଥିବୀରେ କୋରୋନା ମହାମାରୀ ତାଣ୍ଡବ କରି ଚାଲିଥିବାବେଳେ ମାନବୀୟ ସମ୍ପର୍କ ଉପରେ ମଧ୍ୟ ଏହା ପ୍ରଭାବ ପକାଇଛି। ବିଶେଷକରି ମହାମାରୀର ଭୟାବହତାକୁ ନେଇ ଲୋକେ ସମ୍ପର୍କକୁ ଭୁଲିଯିବା ପାଇଁ ମଧ୍ୟ ପଛାଉ ନାହାନ୍ତି। କୌଣସି ବ୍ୟକ୍ତିଙ୍କ କୋରୋନାରେ ମୃତ୍ୟୁ ହୋଇଗଲା ପରେ ତାଙ୍କ ଅନ୍ତିମ ସଂସ୍କାର କରିବାକୁ ପରିବାର ଡରୁଥିବା ମଧ୍ୟ ଆପଣ ଅନେକ ଖବର ଶୁଣିବାକୁ ପାଉଛନ୍ତି। ଏହି ଶବ ଦିନ ଦିନ ଧରି ପଡ଼ି ରହୁଛି। କିନ୍ତୁ ଦୁନିଆରେ କେଉଁଠି ନା କେଉଁଠି ଏବେ ମାନବିକତା ବଞ୍ଚି ରହିଛି। ଲୋକଙ୍କ ହୃଦୟରେ ଏବେ ବି ଦୟା ଭାବ ରହିଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ବୃନ୍ଦାବନରେ ରହୁଥିବା ଡା.ଲକ୍ଷ୍ମୀ ଗୌତମ। ଯେତେବେଳେ ନିଜ ପରିବାର ଲୋକ ଶବକୁ ଅନାଥ ଭାବେ ଛାଡ଼ି ଦେଉଛନ୍ତି, ଲକ୍ଷ୍ମୀ ଏହି ଅଜଣା ଲୋକଙ୍କ ସହିତ ଏକ ସମ୍ପର୍କ ଯୋଡ଼ିବା ସହିତ ନିଜ ହାତରେ ବେସାହାରା ଶବର ସାହାରା ହୋଇ ନିଜେ ମୁଖାଗ୍ନି ଦେଉଛନ୍ତି। ଏ ଦିଗରେ ଲକ୍ଷ୍ମୀ ଭିନ୍ନ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ସୂର୍ଯ୍ୟପରାଗରେ ଗର୍ଭବତୀ ମହିଳା ଭୁଲରେ ବି କରନ୍ତୁନି ଏହି

ରବିବାର ୨୧ ଜୁନରେ ବର୍ଷର ପ୍ରଥମ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି। ଏହା ଦେଶର ଅନେକ ଅଂଶରେ କୁଣ୍ଡଳାକାର ବା ବଳୟାକାର ହେବ। ଅର୍ଥାତ୍ ପରାଗ ସମୟରେ ସୂର୍ଯ୍ୟ ଆକାଶରେ ନିଆଁର ମୁଦି ଭଳି ପ୍ରତୀୟମାନ ହେବ। ସାରା ଭାରତରେ ପରାଗ ସକାଳ ୧୦ଟା ୨୦ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟରେ ସମାପ୍ତ ହେବ। କିନ୍ତୁ ଏଥିପାଇଁ ପାକ ନିଷେଧ ୨୦ ଜୁନ୍ ଶନିବାର ରାତି ୧୦ଟା ୨୭ରୁ ଆରମ୍ଭ ହୋଇ ରବିବାର ସନ୍ଧ୍ୟା ୪ଟାରେ ଶେଷ ହେବ। ସୂଚନାଯୋଗ୍ୟ ଯେ ଜ୍ୟୋତିଷମାନେ ପରାଗ ପୂର୍ବ ଓ ପରର ୧୨ ଘଣ୍ଟାକୁ ଅଶୁଭ କାଳ ବୋଲି ମାନିଥାନ୍ତି। ଅଶୁଭ କାଳରେ ଏପରି କିଛି କାମ କରିବା ଉଚିତ ନୁହେଁ, ବିଶେଷକରି ଗର୍ଭବତୀ ମହିଳାମାନଙ୍କୁ ସାବଧାନ ରହିବାକୁ ପଡ଼ିଥାଏ। ଏହି ସମୟରେ କରିଥିବା କେତେକ କାମ ପିଲା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇଥାଏ। ଚାଲନ୍ତୁ ଜାଣିବା ଏହି ସମୟରେ ଗର୍ଭବତୀ ମହିଳାମାନେ କେଉଁ କେଉଁ କାମ କରିବା ଉଚିତ ନୁହେଁ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ