କ୍ରିକେଟ ପଡ଼ିଆ ହେଉ ବା ଆଥଲେଟିକ ଷ୍ଟାଡିୟମ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ନିଜ ପ୍ରତିଭା ପ୍ରମାଣିତ କରିବାରେ ଲାଗିଛନ୍ତି। ଏଠାରେ ଏପରି ଜଣେ ମହିଳାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାଙ୍କ କାହାଣୀ କେବଳ ଆଖିରେ ଲୁହ ଆଣିବ ନାହିଁ, ବରଂ ଆପଣଙ୍କଠାରେ ଏକ ନୂଆ ଜୋଶ ଭରିଦେବ। ଏଠାରେ ୩୧ ବର୍ଷୀୟା ବିଶ୍ବ ଚାମ୍ପିଅନ ପାରା ବ୍ୟାଡମିଣ୍ଟନ ଖେଳାଳି ମାନସୀ ଯୋଶୀଙ୍କ ସମ୍ପର୍କରେ କୁହାଯାଇଛି। ନିକଟରେ ସେ ବିଶ୍ବପ୍ରସିଦ୍ଧ ଆମେରିକାର ଟାଇମ ମାଗାଜିନର ପ୍ରଚ୍ଛଦ ପ୍ଷ୍ଠାରେ ନଜର ଆସିଛନ୍ତି।
ଦେଶର ସବୁଠାରୁ ଧନୀ ବିଜନେସମ୍ୟାନ ମୁକେଶ ଅମ୍ବାନୀ ଓ ନୀତା ଅମ୍ବାନୀ ତିନୋଟି ସନ୍ତାନର ମା’ ବାପା। ଈଶା, ଆକାଶ ଓ ଅନନ୍ତ। ଆକାଶ ଅମ୍ବାନୀଙ୍କ ବିବାହ ଶ୍ଲୋକା ମେହତାଙ୍କ ସହିତ ହୋଇଛି। ଅନନ୍ତ ଅମ୍ବାନୀ ରାଧିକା ମର୍ଚ୍ଚାଣ୍ଟଙ୍କୁ ଡେଟ କରୁଛନ୍ତି। ରାଧିକା ଖୁବଶଘ୍ର ଅମ୍ବାନୀ ପରିବାରର ବୋହୂ ହେବାକୁ ଯାଉଥିବା କୁହାଯାଉଛି। ତେବେ ଶାଶୁ ନୀତା ଅମ୍ବାନୀଙ୍କ ସହ ଦୁଇ ବୋହୂଙ୍କ ଜବରଦସ୍ତ ବଣ୍ଡିଂ ଥିବା ଦେଖିବାକୁ ମିଳିଥାଏ।
କୁହାଯାଏ ଭାଗ୍ୟ ସାଥ ଦେଲେ ଜଣେ ରଙ୍କରୁ ରାଜା ପାଲଟି ଯାଇଥାଏ କିନ୍ତୁ ଭାଗ୍ୟ ଯଦି ଭଲ ନାହିଁ ତେବେ ଜଣେ ରାଜାରୁ ରଙ୍କ ପାଲଟିବାକୁ ବେଶୀ ସମୟ ଲାଗି ନ ଥାଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟ ପ୍ରଦେଶର ଶିବପୁର ଜିଲାରେ ରହୁଥିବା ଜୁଲିଙ୍କ ସହିତ। ମଧ୍ୟ ପ୍ରଦେଶର ବଦରବାସରେ ରହୁଥବା ଜୁଲି ଶିବପୁରୀର ଜିଲା ଅଧ୍ୟକ୍ଷା ଥିଲେ। କିନ୍ତୁ ସମୟର ମାଡ଼ ଏଭଳି ତାଙ୍କୁ ପ୍ରହାର କଲା ଯେ ସେ ଦେଖୁ ଦେଖୁ ରାଜାରୁ ରଙ୍କ ପାଲଟିଯାଇଛନ୍ତି। ଦିନଥିଲା ନାଲିବତି ଗାଡ଼ିରେ ବୁଲୁଥିଲେ। କିନ୍ତୁ ଏବେ ପେଟ ପୋଷିବାକୁ ସେ ଛେଳି ଚରାଇବାକୁ ବାଧ୍ୟ ହେଉଛନ୍ତି।
ଯେଉଁ ସମୟରେ ମହିଳାଙ୍କୁ ଘରୁ ଗୋଡ଼ କାଢ଼ିବା ପାଇଁ ଅନୁମତି ନ ଥିଲା, ସେହି ସମୟରେ କୌଣସି ମହିଳା ବିମାନ ଉଡ଼ାଇବା ଚକିତ କରିଦେବା ଭଳି କଥା ଥିଲା। ଆଜି ଏଠାରେ ଭାରତର ପ୍ରଥମ ମହିଳା ପାଇଲଟଙ୍କ ସମ୍ପର୍କରେ ସୂଚନା ଦିଆଯାଉଛି, ଯିଏ ଏହି କ୍ଷେତ୍ରରେ ପରିଚୟ ସୃଷ୍ଟି କରି ମହିଳାଙ୍କ ପାଇଁ କେବଳ ଏକ ଉଦାହରଣ ସୃଷ୍ଟି କରି ନ ଥିଲେ, ବରଂ ସେମାନଙ୍କ ପାଇଁ ଏକ ନୂଆ ରାସ୍ତା ମଧ୍ୟ ଖୋଲିଥିଲେ।
ଯେତେବେଳେ କୌଣସି ବ୍ୟକ୍ତି କିଛି କରିବା ପାଇଁ ମନରୁ ଲକ୍ଷ୍ୟ ସ୍ଥିର କରି ନିଏ, ସଫଳତା ହାସଲ କରିବାରେ ତାଙ୍କୁ କେହି ବି ରୋକି ପାରିବେ ନାହିଁ। ବୟସ ଯେତେ ହେଉ ନା କାହିଁକି ମନରେ ସାହସ ରହିବା ଉଚିତ। ଏହାର ଏକ ଜ୍ବଳନ୍ତ ଉଦାହରଣ ହେଉଛନ୍ତି ପଞ୍ଜାବର ରହୁଥିବା ଜଣେ ବୟସ୍କ ମହିଳା ହରଭଜନ କୌର। ଯାହାଙ୍କ ବୟସ ପାଖାପାଖି ୯୦ ବର୍ଷ। ଏହି ବୟସରେ ଘରେ ବସି ଆରାମ କରିବା ବଦଳରେ ଦାଦି ଆମ୍ମା ଏକ ସଫଳ ବିଜ୍ନେସ୍ ଆରମ୍ଭ କରିଛନ୍ତି।
ସମୟ ସହ ଲୋକେ ବେଶ ସଚେତନ ହେବାରେ ଲାଗିଛନ୍ତି। ପୂର୍ବରୁ ଲୋକେ ରକ୍ତଦାନ କରିବାକୁ ଇଚ୍ଛା ପ୍ରକାଶ କରୁ ନ ଥିଲେ। କିନ୍ତୁ ଏବେ ଲୋକେ ନିଜେ ଏଥି ପାଇଁ ଆଗେଇ ଆସୁଛନ୍ତି। ଗତ ୫ ଦଶନ୍ଧି ହେଲାଣି ୯୧ ବର୍ଷିୟା କାନ୍ତା ସ୍ବରୂପ କୃଷ୍ଣ ରକ୍ତଦାନ କରିବା ଲାଗି ଲୋକଙ୍କୁ ସଚେତନ କରାଉଛନ୍ତି। ସେ ଲୋକଙ୍କୁ ରକ୍ତଦାନ କ୍ୟାମ୍ପ ଲଗାଇବାକୁ ନିବେଦନ କରୁଛନ୍ତି। ଫଳରେ ଗରିବ ଲୋକଙ୍କୁ ମାଗଣାରେ ରକ୍ତ ମିଳିପାରିବ। ରକ୍ତ ଅଭାବରେ କାହାରି ଜୀବନ ନ ଯାଉ, ଏହା ସୋସାଲ ୱାର୍କର ଓ ବ୍ଲଡ ବ୍ୟାଙ୍କ ସୋସାଇଟିର ପ୍ରତିଷ୍ଠାତା କାନ୍ତା ସ୍ବରୂପ କୃଷ୍ଣ ସବୁବେଳେ ଚାହାନ୍ତି। ଏଣୁ ଦେଶରେ ରକ୍ତ କିଣା ବିକା ରୋକିବା ଲାଗି ସେ ଏକ ଅଭିଯାନ ଆରମ୍ଭ କରିଥିଲେ। ଏହା ଅଧୀନରେ ଆଜି ବି ରକ୍ତଦାନ ଶିବିର ଆୟୋଜନ କରାଯାଉଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭୋକାଲ ଫର ଲୋକାଲ ଆହ୍ବାନ କ୍ରମେ ଆତ୍ମନିର୍ଭର ଭାରତ ଦିଗରେ ପାଦ ବଢ଼ାଇ ଉତ୍ତର ପ୍ରଦେଶର ଔରେୟା ଜିଲ୍ଲାର ଅଚ୍ଛଲଦା ବ୍ଲକର ଏକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏଥର ଦୀପାବଳି ପାଇଁ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି କ୍ରମେ ଗୋଷ୍ଠୀର ସଦସ୍ୟମାନେ ଗାଈ ଗୋବରରେ ଦୀପ ତିଆରି କରୁଛନ୍ତି। ପ୍ରକାଶର ପର୍ବ ଦୀପାବଳିକୁ ଖାସ କରିବା ପାଇଁ ସେମାନେ ପ୍ରଚୁର ସଂଖ୍ୟାରେ ଗୋବର ଦୀପ ତିଆରି କରିଛନ୍ତି। ଏହି ଗୋଷ୍ଠୀର ମହିଳାଙ୍କ କହିବାନୁସାରେ ଏଥର ଚାଇନିଜ ଜିନିଷକୁ ବହିଃଷ୍କାର କରି ଗୋବର ଓ ମାଟିରେ ତିଆରି ଦୀପରେ ଦୀପାବଳି ପାଳନ କରିବା ଲାଗି ସେମାନେ ଏହି ଅଭିଯାନ ଆରମ୍ଭ କରିଛନ୍ତି।
ସାରା ବିଶ୍ବରେ ଉତ୍ତମ କ୍ବାଲିଟିର ଆଖୁ ଓ କଦଳୀ ଚାଷ ପାଇଁ ବିହାର ଅନ୍ତର୍ଗତ ହାଜିପୁର ଅଞ୍ଚଳର ମହିଳା ବେଶ ଜଣାଶୁଣା। ଏବେ ଏମାନେ ଉଠାଇଛନ୍ତି ଏକ ଅଭିନବ ପଦକ୍ଷେପ। କଦଳୀ ଡାଳରୁ ତନ୍ତୁ ବାହାର କରି ସେଥିରୁ କପଡ଼ା ତିଆରି କରୁଛନ୍ତି ଏମାନେ। ଆଉ ଏଥିରେ ସେମାନଙ୍କୁ ସାହାଯ୍ୟ ସହଯୋଗ କରିବା ସହିତ ସେମାନଙ୍କ ମାର୍ଗଦର୍ଶକ ପାଲଟିଛନ୍ତି ଫ୍ୟାଶନ ଡିଜାଇନର ତଥା ବିଜନେସ ୱିମେନ ବୈଶାଳୀ ପ୍ରିୟା।
ଆପଣ ନିଜ ଚେହେରା ଏବଂ କେଶର ଯତ୍ନ ଯେମିତି ନେଉଛନ୍ତି, ହାତର ଯତ୍ନ ସେମିତି ନେଉଛନ୍ତି କି? ସୁନ୍ଦର ହେବା ସହ ସୁସ୍ଥ ବି ରହିବା ନିହାତି ଦରକାର। ଚାଲନ୍ତୁ ଜାଣିବା ପାଇଁ ସୁନ୍ଦର ହାତ ପାଇଁ କିଛି ଦରକାରୀ ଟିପ୍ସ।
କୌଣସି ଜିନିଷର ଯଦି ଅଭ୍ୟାସ ପଡ଼ିଯାଏ, ଯାହା ବିନା ଲୋକେ ବଞ୍ଚି ପାରନ୍ତି ନାହିଁ ତାହାକୁ ନିଶା ବୋଲି କୁହାଯାଏ। ଆପଣ ମଦ କିମ୍ବା ଡ୍ରଗ୍ସ ନିଶା ସମ୍ପର୍କରେ ଶୁଣିଥିବେ। କିନ୍ତୁ ଇଂଲଣ୍ଡର ୱେଷ୍ଟ ସସେକ୍ସରେ ରହୁଥିବା ୪୩ ବର୍ଷୀୟା ଜଣେ ମହିଳାଙ୍କୁ ଗର୍ଭବତୀ ହେବାର ନିଶା ଲାଗିଥିଲା। ମହିଳା ଜଣକ ୧୩ଟି ସନ୍ତାନ ପ୍ରସବ କରିଥିଲେ। କିନ୍ତୁ ୨ ବର୍ଷ ଧରି ସେ ଆଉ ଗର୍ଭବତୀ ହୋଇ ନ ଥିଲେ। ଏହାପରେ ୨୦୨୦ରେ ସେ ଅଚାନକ ଆତ୍ମହତ୍ୟା କରି ଦେଇଥିବା ଜଣାପଡ଼ିଛି। ମହିଳାଙ୍କର ଗର୍ଭବତୀ ହେବାର ନିଶା ଏତେ ମାତ୍ରାରେ ଲାଗି ଯାଇଥିଲା ଯେ ସେ ଦୁଇବର୍ଷ ଧରି ଗର୍ଭବତୀ ନ ହେବାରୁ ଅବସାଦରେ ରହିଥିଲେ। ମହିଳାଙ୍କ ମୃତ ଶରୀର ତାଙ୍କ ଘରଠାରୁ କିଛି ଦୂରରେ ଥିବା ଜଙ୍ଗଲରୁ ମିଳିଥିଲା। ତଦନ୍ତ ପରେ ଏହା ଆତ୍ମହତ୍ୟା ବୋଲି ଜଣାପଡ଼ିଥିଲା।
ଲକ୍ଷ୍ୟ ସ୍ଥିର ଥିଲେ ଜୀବନରେ କୌଣସି ଜିନିଷ ହାସଲ କରିବା ବହୁତ ସହଜ। ଏପରି କିଛି କରି ଦେଖାଇଛନ୍ତି ବଲିଉଡ୍ର ଏହି ଅଭିନେତ୍ରୀମାନେ। ବଲିଉଡ୍ର ଏପରି କେତେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଫିଲ୍ମ ସହିତ ନିଜର ବିଜ୍ନେସ୍ ମଧ୍ୟ ଚଳାଉଛନ୍ତି। ଏମାନଙ୍କ ମଧ୍ୟରୁ କେତେକ ଅଭିନେତ୍ରୀଙ୍କ ଫିଲ୍ମ କ୍ୟାରିଅର ଚାଲିଥିବାବେଳେ ଆଉ କେତେକ ଅଭିନେତ୍ରୀ ତାଙ୍କ ସମୟରେ ହିଟ୍ ଅଭିନେତ୍ରୀ ଥିଲେ। ଫିଲ୍ମରେ ନିଜର ହିଟ୍ ଚରିତ୍ରରେ ଲୋକଙ୍କ ହୃଦୟରେ ବାନ୍ଧି ହୋଇ ରହିଥିବା ଏହି ଅଭିନେତ୍ରୀମାନେ ଏବେ ବ୍ୟବସାୟରେ ମଧ୍ୟ ସଫଳ ହେଉଥିବା ଦେଖିବାକୁ ମିଳୁଛି।
ପ୍ରତିଭା ନିଜ ରାସ୍ତା ନିଜେ ଖୋଜିନିଏ। ଏ କଥାକୁ ପ୍ରମାଣ କରି ଦେଖାଇଛନ୍ତି ବଲିଉଡ୍ର ଜଣାଶୁଣା ଷ୍ଟାଇଲିଷ୍ଟ ଡଲି ଜୈନ। ଯେଉଁ ଗୃହିଣୀଙ୍କଠାରୁ ବଲିଉଡ୍ର ସମସ୍ତ ସେଲିବ୍ରିଟି ସଜେଇ ହେବାକୁ ଚାହୁଛନ୍ତି, ତାଙ୍କ କାହାଣୀ କୌଣସି ହିରୋଇନ୍ ଠାରୁ କମ୍ ନୁହେଁ। ସୂଚନାଯୋଗ୍ୟ ଯେ ତାଙ୍କୁ ୩୨୫ ପ୍ରକାରର ଶାଢ଼ି ପିନ୍ଧାଇବା ଜଣାଅଛି। ଏହା ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ? ଏହା ପଛରେ ମଧ୍ୟ ଏକ କାହାଣୀ ରହିଛି, ଯାହା ସମସ୍ତେ ଜାଣିବା ଉଚିତ।
ଆଜିକାଲି ଲୋକ ଅଧିକାଂଶ ସମୟ ନିଜ ମୋବାଇଲ ସ୍କ୍ରୋଲିଂ କରିବାରେ ବିତାଉଛନ୍ତି। ଏହି ଛୋଟ ଡିଭାଇସରେ ସାରା ଦୁନିଆର ସୂଚନା ରହିଛି। ଦୁନିଆରେ ଯେ କୌଣସି କୋଣରେ ବସି ବି ଆପଣ ପରସ୍ପରଙ୍କ ସହ ଯୋଗାଯୋଗରେ ରହିପାରୁଛନ୍ତି। ଏବେ ଅନେକ ଗୁଡ଼ିଏ ଡେଟିଂ ଆପ ମଧ୍ୟ ଆସିଗଲାଣି। ତେବେ ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଭାରତରେ ମୋବାଇଲ ବ୍ୟବହାର କରୁଥିବା ୧୯ ପ୍ରତିଶତ ମହିଳା ଡେଟିଂ ଆପର ବ୍ୟବହାର କରୁଛନ୍ତି। ସେହିପରି ଏହି ସର୍ଭେରୁ ଜଣାପଡ଼ିଛି ଯେ ୬୨ ପ୍ରତିଶତ ଭାରତୀୟ ମହିଳା ସେକ୍ସଟିଙ୍ଗ କରିଥାନ୍ତି।
କିଛି ଦିନ ତଳେ ପୁନେରେ ହୋଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ସହରର ୯୯ ପ୍ରତିଶତ ଯୌନକର୍ମୀ ବା ଦେହଜୀବୀ ଏବେ କୋରୋନା ଭାଇରସକୁ ଦୃଷ୍ଟିରେ ରଖି ରୋଜଗାରର ବିକଳ୍ପ ବ୍ୟବସ୍ଥା ଖୋଜୁଛନ୍ତି। ଏହି ସର୍ଭେ ଆଶା କେୟାର ଟ୍ରଷ୍ଟ ଦ୍ବାରା ସଞ୍ଚାଳିତ କରାଯାଇଥିଲା। ଏହା ଯୌନକର୍ମୀଙ୍କ କଲ୍ୟାଣ ପାଇଁ କାମ କରୁଛି। ଏହା ବୁଧାର ପେଠରେ ଅବସ୍ଥିତ ଭାରତର ତୃତୀୟ ବଡ଼ ରେଡ ଲାଇଟ ଅଞ୍ଚଳ। ଏଠାରେ ଥିବା ୭୦୦ ବେଶ୍ୟାଳୟରେ ପାଖାପାଖି ୩,୦୦୦ ଯୌନକର୍ମୀଙ୍କ ଆବାସ ରହିଛି। ଏହି ସର୍ଭେରେ ୩୦୦ ଯୌନକର୍ମୀଙ୍କ ପ୍ରତିକ୍ରିୟା ନିଆଯାଇଥିଲା।
ସାଧାରଣତଃ ଗୋଟିଏ ଛୋଟ ଗାଁରେ ୫୦ରୁ ୧୦୦ ଲୋକ ବସବାସ କରନ୍ତି। କିନ୍ତୁ ବିଶ୍ବରେ ଏପରି ଏକ ନିଆରା ଗାଁ ରହିଛି, ଯାହାର ଲୋକସଂଖ୍ୟା ଦେଖି ଆପଣ ଚକିତ ହୋଇଯିବେ। ଏହି ଗାଁରେ କେବଳ ଜଣେ ବୟସ୍କ ମହିଳା ରହୁଛନ୍ତି। ଏହି ମହିଳା ଜଣକ ଦୀର୍ଘ ବର୍ଷ ଧରି ଏହି ଗାଁରେ ଏକୁଟିଆ ରହିଆସୁଛନ୍ତି। ଚାଲନ୍ତୁ ଜାଣିବା ଏହି ମହିଳାଙ୍କ ସହିତ ଜଡ଼ିତ ରୋଚକ କଥା ସମ୍ପର୍କରେ।
ଅଧିକ ଦେଖନ୍ତୁ