ନାରୀ

ପିଲାଙ୍କ ପରୀକ୍ଷା ଚାପକୁ ଏମିତି ଦୂର କରନ୍ତୁ

ବର୍ଷର ସେହି ସମୟ ଆସିଯାଇଛି, ଯେତେବେଳେ ମା’ ବାପାଙ୍କୁ ସେମାନଙ୍କ ପିଲାଙ୍କର ଅଧିକ ଯତ୍ନ ନେବାକୁ ପଡ଼ିବ। ପିଲାଙ୍କ ପଛରେ ସ୍ବାସ୍ଥ୍ୟକର ଖାଦ୍ୟ ଓ କ୍ଷୀର ଗ୍ଲାସ୍‌ ଧରି ଦୌଡ଼ିବାକୁ ପଡ଼ିବ ଓ ପିଲାମାନେ ଅଧିକ ସମୟ ପାଠ ପଢ଼ାରେ ଦେଉଥିବା ନଜର ଆସିବେ। କାରଣ ଏବେ ଚାଲିଛି ପରୀକ୍ଷା ସମୟ। ପରୀକ୍ଷା ସମୟରେ ପିଲାଙ୍କ ମସ୍ତିଷ୍କ ଉପରେ ଅଧିକ ଚାପ ପଡ଼ିଥାଏ। ସେମାନେ ସବୁ କିଛି ଏକୁଟିଆ ମ୍ୟାନେଜ୍‌ କରିପାରି ନ ଥାନ୍ତି। ଏପରିସ୍ଥଳେ ମା’ ବାପା ପିଲାଙ୍କୁ ସାହାଯ୍ୟ କରିବା ଆବଶ୍ୟକ। ବିଶେଷକରି ମା’ମାନେ ଅଧିକ ସମୟ ପିଲାଙ୍କ ସହିତ ଘରେ ରହୁଥିବାରୁ ସେମାନଙ୍କୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ। ଏଠାରେ ଏପରି କିଛି ପଦ୍ଧତି ସମ୍ପର୍କରେ ସୂଚନା ଦିଆଯାଇଛି, ଯାହାକୁ ଅନୁସରଣ କରି ଆପଣ ପିଲାଙ୍କ ପରୀକ୍ଷା ଚାପ ଦୂର କରିବା ସହିତ ନିଜକୁ ମଧ୍ୟ ଚିନ୍ତା ମୁକ୍ତ ରଖିପାରିବେ।

ପୁରୁଷଙ୍କଠାରୁ ଏସବୁ ଚାହାନ୍ତି ମହିଳା
ପୁରୁଷଙ୍କ ତୁଳନାରେ ମହିଳାଙ୍କ ମସ୍ତିଷ୍କ ୬ ବର୍ଷ ୟଙ୍ଗ!

ଆଜିକାଲି ମହିଳମାନେ ପୁରୁଷଙ୍କଠାରୁ ପ୍ରତ୍ୟେକ କ୍ଷେତ୍ରରେ ଆଗରେ ରହିଛନ୍ତି। ପୁରୁଷଙ୍କ ତୁଳନାରେ ମହିଳାମାନେ ଅଧିକ ସ୍ମାର୍ଟ ହୋଇଥାନ୍ତି। ପୁରୁଷଙ୍କ ମସ୍ତିଷ୍କର ଆକାର ଯଦିଓ ବଡ଼ ହୋଇଥାଏ, କିନ୍ତୁ ମସ୍ତିଷ୍କ ଦ୍ରୁତ ବେଗରେ ଚାଲି ନ ଥାଏ। ମହିଳା ଓ ପୁରୁଷଙ୍କ ମସ୍ତିଷ୍କକୁ ନେଇ ନିକଟରେ ହୋଇଥିବା ଏକ ସର୍ଭେ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ ମହିଳାଙ୍କ ମସ୍ତିଷ୍କ ସମାନ ବୟସର ପୁରୁଷଙ୍କ ତୁଳନାରେ ତିନି ବର୍ଷ ୟଙ୍ଗ ରହିଥାଏ। ତେଣୁ ମହିଳାଙ୍କ ମସ୍ତିଷ୍କ ଦୀର୍ଘ ବର୍ଷ ଯାଏ ତେଜ୍‌ ଚାଲିଥାଏ। ଆମେରିକାର ୱାଶିଂଟନ ବିଶ୍ବବିଦ୍ୟାଳୟର ସହାୟକ ପ୍ରଫେସର ମନୁ ଗୋୟଲ କହିଛନ୍ତି ଯେ ଏବେ ସେ ଜାଣିବାକୁ ଚେଷ୍ଟା କରୁଛନ୍ତି କିପରି ଭାବେ ବିଭିନ୍ନ ଲିଙ୍ଗଗତ କାରକ ମସ୍ତିଷ୍କକୁ ବୟସ୍କ କରିବା ପ୍ରକ୍ରିୟା ଉପରେ ପ୍ରଭାବ ପକାଏ।

ମହିଳାଙ୍କ କାମୋତ୍ତେଜନା ବଢ଼ାଇବ ଏସବୁ ପୋଷକତତ୍ତ୍ବ

ସେକ୍ସ ଏପରି ଏକ ଅନୁଭବ ଯାହା ଆପଣଙ୍କୁ ଖୁସି ଦେଉଥିବାବେଳେ ସ୍ବାସ୍ଥ୍ୟ ଦୃଷ୍ଟିରୁ ମଧ୍ୟ ଏହା ବହୁତ ପ୍ରଭାବୀ। ମଣିଷ ଜୀବନରେ ସେକ୍ସ ବହୁତ ଜରୁରୀ, କିନ୍ତୁ ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଚାପ, ଚିନ୍ତା ଓ ଦୌଡ଼ ଧାପଡ଼ ସମସ୍ତ ସୁଖ ଶାନ୍ତି ଛଡ଼ାଇ ନେଉଛି। ଏବେ ଦମ୍ପତିଙ୍କ ମଧ୍ୟରେ ସେକ୍ସ ଡ୍ରାଇଭ୍‌ କମ୍‌ ହେବାରେ ଲାଗିଛି। ଫଳସ୍ବରୂପ ସେକ୍ସ ବିଶେଷଜ୍ଞଙ୍କ ପାଖକୁ ସାଧାରଣତଃ ଏଭଳି ସମସ୍ୟାରେ ପୀଡ଼ିତ ଅନେକ ରୋଗୀ ଆସୁଛନ୍ତି, ଯେଉଁମାନଙ୍କର କାମୋତ୍ତେଜନା ଶେଷ ହୋଇଯାଇଛି କିମ୍ବା ସେକ୍ସର ସେମାନେ ଭରପୂର ମଜା ଉଠାଇ ପାରୁ ନାହାନ୍ତି ବୋଲି କହିଛନ୍ତି। ମହିଳାଙ୍କଠାରେ ସବୁଠାରୁ ଅଧିକ ସେକ୍ସ ଡ୍ରାଇଭ୍‌ ବା କାମୋତ୍ତେଜନା ରହିଛି ବୋଲି କୁହାଯାଏ। ମାତ୍ର ଜୀବନଶୈଳୀରେ ପରିବର୍ତ୍ତନ କାରଣରୁ ଏବେ ମହିଳାଙ୍କର କାମୋତ୍ତେଜନା କମିବାରେ ଲାଗିଛି। ବିଶେଷଜ୍ଞଙ୍କ ଅନୁସାରେ ଯଦି ମହିଳାମାନେ କେତେକ ପୋଷକତତ୍ତ୍ବକୁ ନିଜ ଡାଏଟ୍‌ରେ ସାମିଲ୍‌ କରନ୍ତି, ତେବେ ସେମାନଙ୍କ ସେକ୍ସ ଡ୍ରାଇଭ୍‌ ନିଶ୍ଚିତ ଭାବେ ବଢ଼ିବ। ଚାଲନ୍ତୁ ଜାଣିବା ଏହି ପୋଷକତତ୍ତ୍ବ ସମ୍ପର୍କରେ।

ମାତୃତ୍ବ ପରେ ମେକ୍‌ଅପ୍‌କୁ ବାଏ ବାଏ କରନ୍ତି ଭାରତୀୟ ମହିଳା
ରୋବିନ୍‌ଙ୍କ ଯାଦୁ କୀ ଝପ୍ପିର କମାଲ, ଚାପମୁକ୍ତ ହେଉଛନ୍ତି


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ