କଥାରେ ଅଛି, ଯାହାକୁ ରଖିବେ ଅନନ୍ତ, କେ କରିପାରେ ବଳବନ୍ତ। ଏହାର ସମଅର୍ଥବୋଧକ ହେଉଛି ‘ରଖେ ହରି ମାକେ କିଏ’। ଅର୍ଥାତ ଭଗବାନ ରକ୍ଷା କରିବାର ଥିଲେ, କେହି ବି ମାରି ପାରିବେ ନାହିଁ। ଏମିତି କିଛି ହୋଇଥିଲା ଡା. କୃତି ଭାରତୀଙ୍କ ସହିତ। ଡା.କୃତିଙ୍କ ସମ୍ପର୍କୀୟ ତାଙ୍କୁ ବିଷ ଦେଇ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୃତିଙ୍କୁ ବଞ୍ଚିବାର ଥିଲା ଓ ସମାଜ ବିରୋଧରେ ଲଢ଼ିବାର ଥିଲା। ଏଥିସହିତ ଝିଅମାନଙ୍କ ପାଇଁ ଠିଆ ହେବାର ଥିଲା।
ମାସିକ ଧର୍ମ ବା ପିରିଅଡ କିଛି ବର୍ଷ ପୂର୍ବରୁ ଆମ ସମାଜ ପାଇଁ ଏକ ଟାବୁ ଥିଲା। କିନ୍ତୁ ଗତ କିଛି ବର୍ଷ ହେଲାଣି ଲୋକଙ୍କ ଚିନ୍ତାଧାରା ବଦଳି ଯାଇଛି। ଏବେ ଲୋକେ ଏ ସମ୍ପର୍କରେ ଖୋଲାଖୋଲି ଆଲୋଚନା କରିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ଅନେକ ଲୋକଙ୍କ ଚେଷ୍ଟା ସାନିଟାରୀ ନାପକିନର ବ୍ୟବହାର ବଢ଼ାଇ ଦେଇଛି। ଏବେ ବି ଅନେକ ମହିଳା ନାପକିନ, ମେନଷ୍ଟ୍ରୁଆଲ କପ, ଟାମ୍ପନ ଭଳି ଜିନିଷ ସମ୍ପର୍କରେ ଅଜଣା ଅଛନ୍ତି। ସର୍ଭେ ଅନୁସାରେ ୧୫ରୁ ୨୪ ବର୍ଷ ବୟସର କେବଳ ୪୨ ପ୍ରତିଶତ ଭାରତୀୟ ଯୁବତୀ ସାନିଟାରୀ ନାପକିନ ବ୍ୟବହାର କରିଥାନ୍ତି। ୬୨ ପ୍ରତିଶତ ଯୁବତୀ କପଡ଼ା ଓ ୧୬ ପ୍ରତିଶତ ଯୁବତୀ ଲୋକାଲ ନାପକିନ ବ୍ୟବହାର କରିଥାନ୍ତି। କାରଣ ସେମାନଙ୍କୁ ଏ ସମ୍ପର୍କରେ ଉପଯୁକ୍ତ ସୂଚନା ନାହିଁ। ଏପରିସ୍ଥଳେ ଯୁବତୀଙ୍କୁ ସଚେତନ କରାଇବା ଦାୟିତ୍ବ ନେଇଛନ୍ତି ପ୍ୟାଡ ୱିମେନ ଅଫ ଇଣ୍ଡିଆ ମାୟା ବିଶ୍ବକର୍ମା।
କୁହାଯାଏ ଯାହାର ଲକ୍ଷ୍ୟ ଆକାଶଛୁଆଁ, ସଫଳତା ତାଙ୍କ ଚରଣ ସ୍ପର୍ଶ କରେ। ନାରୀ ହେଉଛି ସେହି ଶକ୍ତି ଯିଏ ଅସମ୍ଭବକୁ ସମ୍ଭବ କରିପାରନ୍ତି। ଏଭଳି ଉଦାହରଣ ପାଲଟିଛନ୍ତି କଶ୍ମୀରର ରହୁଥିବା ପୂଜା ଦେବୀ, ଯିଏ ଘର ଲୋକଙ୍କ ସହିତ ଲଢ଼େଇ କରି ବସ ଡ୍ରାଇଭର ଚାକିରି କରୁଛନ୍ତି। ଚାଲନ୍ତୁ ଜାଣିବା ପୂଜାଙ୍କ କାହାଣୀ।
କୌଣସି ଯୁବକଙ୍କ ସହିତ ବିବାହ କରିବା କିମ୍ବା ପ୍ରେମରେ ପଡ଼ିବା ପୂର୍ବରୁ ଯୁବତୀମାନେ ଅନେକ ପ୍ରକାରର ଭଲ ଗୁଣ ଖୋଜିଥାନ୍ତି। ସମସ୍ତେ ଚାହାନ୍ତି ତାଙ୍କ ପାର୍ଟନରଙ୍କ ସ୍ବଭାବ ଭଲ ହେବା ସହିତ ସେ ବହୁତ ଯତ୍ନବାନ ହୋଇଥାନ୍ତୁ। କିନ୍ତୁ ଏସବୁ ଜିନିଷ ବ୍ୟତୀତ ଝିଅମାନେ ପାର୍ଟନରଙ୍କ ହାଇଟ ଓ ବ୍ୟକ୍ତିତ୍ବ ଉପରେ ମଧ୍ୟ ବେଶ ଧ୍ୟାନ ଦେଇଥାନ୍ତି। କିଛି ଦିନ ତଳେ ହୋଇଥିବା ଏକ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି। ସର୍ଭେରୁ ଜଣାପଡ଼ିଛି ଯେ ପାଖାପାଖି ୯୦ ପ୍ରତିଶତ ଝିଅ ପାର୍ଟନର ଚୟନ କରିବା ସମୟରେ ଅଧିକ ଉଚ୍ଚତା ବିଶିଷ୍ଟ ପୁରୁଷଙ୍କୁ ପସନ୍ଦ କରିଥାନ୍ତି। ଏଭଳି ପୁରୁଷ ଦେଖିବା ପରେ ମହିଳାମାନେ ଅଧିକ ଆକର୍ଷିତ ହୋଇଯାଆନ୍ତି।
ମା’ ଓ ଝିଅଙ୍କ ସମ୍ପର୍କ ବହୁତ ନିଆରା ହୋଇଥାଏ। ପରସ୍ପରଙ୍କ ସହ ଉଭୟେ ସୁଖ ଦୁଃଖ ବାଣ୍ଟିଥାନ୍ତି। କିନ୍ତୁ ବୟସ ବଢ଼ିବା ସହିତ ସମ୍ପର୍କରେ କିଛିଟା ପରିବର୍ତ୍ତନ ଆସିଥାଏ। ଏହି ପରିବର୍ତ୍ତନ ଅନେକ ସମୟରେ ମା’ ଝିଅଙ୍କୁ ପରସ୍ପର ଠାରୁ ଦୂରେଇବାର କାରଣ ପାଲଟିଥାଏ। ଏଠାରେ ମା’ ଝିଅଙ୍କ ମଧ୍ୟରେ ଆସୁଥିବା ମତାନ୍ତରର କାରଣ କୁହାଯାଇଛି।
ଆଧୁନିକ ସମୟରେ ପତିପତ୍ନୀ ଉଭୟେ ଏକାଠି ଚାକିରି କରିବା ସହିତ ନିଜ ପରିବାରର ସାହାରା ପାଲଟିଛନ୍ତି। ସେମାନେ ପରସ୍ପର ସହ ପାଦରେ ପାଦ ମିଳାଇ ଚାଲିଥାନ୍ତି। ଯଦିଓ କେତେକ ପରିବାରରେ ଝିଅମାନଙ୍କୁ କାମ କରିବାକୁ ଅନୁମତି ଦିଆଯାଇ ନ ଥାଏ, କିନ୍ତୁ ଏବେ ଅଧିକାଂଶ ପରିବାର ଝିଅମାନଙ୍କୁ କାମ କରିବାକୁ ଅନୁମତି ଦେଇଥାନ୍ତି ଓ ପୂରା ସମର୍ଥନ କରିଥାନ୍ତି। ବର୍ତ୍ତମାନର ମହଙ୍ଗା କାଳରେ ଦୁଇ ଜଣ ଲୋକ ଚାକିରି କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଅନେକ ସମୟରେ ପତିଙ୍କ ଠାରୁ ପତ୍ନୀ ଅଧିକ ରୋଜଗାର କଲେ ଲୋକେ ଆଲୋଚନା କରିବା ଆରମ୍ଭ କରିଦିଅନ୍ତି। ଏହା ଫଳରେ ଯେତେ ଭଲ ସମ୍ପର୍କ ଥିଲେ ମଧ୍ୟ ଖରାପ ହୋଇଯିବାର ସମ୍ଭାବନା ରହିଛି।
ଯେ କୌଣସି ସମ୍ପର୍କ ବିଶ୍ବାସର ମୂଳଦୁଆ ଉପରେ ତିଷ୍ଠି ରହିଥାଏ। ସମ୍ପର୍କରେ ବିଶ୍ବାସ କମିଗଲେ ତାହାକୁ ବଞ୍ଚାଇ ରଖିବା ଅସମ୍ଭବ ହୋଇଯାଏ। ଅଧିକାଂଶ ସମୟରେ ଦେଖାଯାଏ ପୁରୁଷ ସାଥୀ ମହିଳା ସାଥୀଙ୍କୁ ଧୋକା ଦେଇଥାନ୍ତି। ନ୍ୟୁଜ୍ ୱେବ୍ସାଇଟ୍ ହଫିଙ୍ଗଟନ୍ ପୋଷ୍ଟ ଦ୍ବାରା କରାଯାଇଥିବା ଏକ ସର୍ଭେ ରିପୋର୍ଟ ଅନୁସାରେ ପାଖାପାଖି ୬୦ ପ୍ରତିଶତ ପୁରୁଷ ନିଜ ମହିଳା ସାଥୀଙ୍କୁ ଧୋକା ଦେଇଥାନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ପୁରୁଷ ବନ୍ଧୁ ନିଜ ପ୍ରେମିକାଙ୍କୁ କାହିଁକି ଧୋକା ଦିଅନ୍ତି? ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବାକୁ ଚେଷ୍ଟା କରିବା।
କୁହାଯାଏ ସ୍ବପ୍ନ ପୂରଣ କରିବାର ଓ ପାଠ ପଢ଼ିବାର କୌଣସି ବୟସ ନ ଥାଏ। ଏହା ଅନେକ ମାତ୍ରାରେ ସତ ମଧ୍ୟ। ଯଦି ଆପଣଙ୍କ ମନରେ କିଛି କରିବାର ଇଚ୍ଛା ରହିଛି, ତେବେ ବିଶ୍ବର କୌଣସି ବି ଶକ୍ତି ଆପଣଙ୍କ ସ୍ବପ୍ନ ପୂରଣ କରିବାକୁ ରୋକି ପାରିବ ନାହିଁ। ବିଶେଷକରି ମହିଳାଙ୍କ ସମ୍ପର୍କରେ ଲୋକେ ଅନେକ କଥା କହିଥାନ୍ତି। କିନ୍ତୁ ବାସ୍ତବରେ ଏସବୁ କଥାକୁ ଗୁରୁତ୍ବ ଦେଉ ନ ଥିବା ଲୋକ ହିଁ ସଫଳତା ପାଇଥାନ୍ତି। ଆଜି ଏଠାରେ ଏଭଳି ଜଣେ ମହିଳାଙ୍କ ସମ୍ପର୍କରେ ସୂଚନା ଦିଆଯାଇଛି, ଯିଏ ନିଜ ପାଠପଢ଼ାରେ ରେକର୍ଡ କରିଛନ୍ତି।
ମହିଳାମାନେ ଚାହିଲେ କିଛି ବି କରିପାରିବେ। ଘର ଚଳାଇବା ହେଉ ବା ବିଜନେସ ସବୁ କ୍ଷେତ୍ରରେ ଏବେ ମହିଳାମାନେ ପୁରୁଷଙ୍କ କାନ୍ଧରେ କାନ୍ଧ ମିଶାଇ ଚାଲିବା ସହିତ ନିଜକୁ ପ୍ରମାଣ ମଧ୍ୟ କରିବାରେ ପଛାଉ ନାହାନ୍ତି। ଚାଲନ୍ତୁ ଜାଣିବା ଏଭଳି କେତେକ ମହିଳାଙ୍କ ସମ୍ପର୍କରେ, ଯେଉଁମାନେ ନିଜ ପରିଶ୍ରମ ବଳରେ କେବଳ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରି ନାହାନ୍ତି, ବରଂ ଆଜି ସେ ଦେଶର ସବୁଠାରୁ ଧନୀ ମହିଳା ତାଲିକାରେ ମଧ୍ୟ ସାମିଲ ହୋଇଛନ୍ତି।
ବର୍ତ୍ତମାନ ସମୟ ବେଶ ବଦଳି ଗଲାଣି। ଅଧିକାଂଶ ଯୁବକଯୁବତୀ ନିଜ ଜୀବନସାଥୀ ନିଜେ ଚୟନ କରୁଛନ୍ତି। କିନ୍ତୁ ଏମିତି ଏକ ସମୟ ଥିଲା ଯେତେବେଳେ ଝିଅମାନଙ୍କୁ ସେମାନଙ୍କ ଭାବୀ ପତିଙ୍କ ଫଟୋ ବି ଦେଖିବାକୁ ଦିଆଯାଉ ନ ଥିଲା। ତେବେ ବିଶ୍ବରେ ଏଭଳି ଆଜି ବି ଅନେକ ସ୍ଥାନ ରହିଛି, ଯେଉଁଠି ମହିଳା ଓ ଝିଅଙ୍କ ମତାମତର କିଛି ମୂଲ୍ୟ ନାହିଁ। ଆଜି ଏଠାରେ ଏଭଳି ଏକ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି କୌଣସି ବ୍ୟକ୍ତିଙ୍କୁ ଯୁବତୀ ପସନ୍ଦ ଆସନ୍ତି ତାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ବିବାହ କରନ୍ତି। ଫଳରେ ଯୁବତୀଙ୍କ ଅନିଚ୍ଛାସତ୍ତ୍ବେ ବିବାହ କରିବାକୁ ପଡ଼ିଥାଏ। ଏହା ବଲିଉଡ ଫିଲ୍ମ ‘ମିଷ୍ଟର ଇଣ୍ଡିଆ’ର ଭିଲେନଙ୍କ କଥାକୁ ମନେପକାଇ ଦେଇଛି।
କୌଣସି ବି ସଧବା ମହିଳା ନିଜ ପତିଙ୍କ ସହିତ କିଛି ଅଘଟଣର କଳ୍ପନା କରି ନ ଥାନ୍ତି। କିମ୍ବା ବିଧବା ରୂପରେ ନିଜ ଜୀବନ ବିତଇବାକୁ ଚିନ୍ତା ବି କରିପାରି ନ ଥାନ୍ତି। କିନ୍ତୁ ଏଠାରେ ଏଭଳି ଏକ ଗାଁ ସମ୍ପର୍କରେ ସୂଚନା ଦିଆଯାଉଛି ଯେଉଁଠି ପତି ଜୀବନ୍ତ ଥାଇ ମଧ୍ୟ ସଧବା ମହିଳାମାନେ ବିଧବା ଜୀବନ ବିତାଇଥାନ୍ତି।
ଜୀବନରେ ସଫଳତା ଏତେ ସହଜରେ ମିଳି ନ ଥାଏ। ସଫଳତା ପାଇବା ପାଇଁ ପ୍ରତ୍ୟେକ ମିନିଟ ପରିଶ୍ରମ କରିବାକୁ ପଡ଼ିଥାଏ। ଏମିତି ଅନେକ ଯୁବପିଢ଼ି ଅଛନ୍ତି, ଯେଉଁମାନଙ୍କ ରାସ୍ତାରେ ଅନେକ ଅସୁବିଧା ଆସିଥିଲେ ମଧ୍ୟ କଠୋର ପରିଶ୍ରମ ବଳରେ ସବୁ ବାଧା ବନ୍ଧନକୁ ପଛରେ ପକାଇ ସଫଳତାର ଶୀର୍ଷରେ ପହଞ୍ଚିବାରେ ସକ୍ଷମ ହୋଇଛନ୍ତି। କୁହାଯାଏ ଯେଉଁମାନେ ନିଜେ ଦୁଃଖକଷ୍ଟ ଦେଇ ଗତି କରିଛନ୍ତି, ସେମାନେ ଅନ୍ୟର ଦୁଃଖକୁ ମଧ୍ୟ ସହଜରେ ବୁଝିପାରନ୍ତି। ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ଆଇପିଏସ ଅଙ୍କିତା ଶର୍ମା। ଅଙ୍କିତା ଆଇପିଏସ ହେବାକୁ ସ୍ବପ୍ନ ଦେଖୁଥିବା ଗରିବ ପିଲାଙ୍କୁ ସାହାଯ୍ୟ କରୁଛନ୍ତି। ଯେଉଁମାନେ ପରୀକ୍ଷା ପାଇଁ ଫି’ ଦେଇପାରୁ ନାହାନ୍ତି, ଅଙ୍କିତା ସେମାନଙ୍କୁ ସାହାଯ୍ୟ କରୁଛନ୍ତି।
ଗର୍ଭାବସ୍ଥାର ୧୪ ଓ ୧୫ ସପ୍ତାହ ସମୟରେ ଗର୍ଭସ୍ଥ ଶିଶୁର କେଶ ବଢ଼ିବାରେ ଲାଗିଥାଏ। କେଶ ଠିକ ଭାବେ ବଢ଼ିବା ଲାଗି ଶରୀରରେ ପର୍ଯ୍ୟାପ୍ତ ପୋଷକତତ୍ତ୍ବର ଆବଶ୍ୟକତା ରହିଛି। ଯଦି ଆପଣ ଗର୍ଭସ୍ଥ ଶିଶୁର କେଶ ଭଲ ଭାବେ ବିକାଶ ହେଉ ବୋଲି ଚାହୁଛନ୍ତି ତେବେ ଡାଏଟରେ କେତେକ ଖାଦ୍ୟ ସାମିଲ କରିବା ଉଚିତ।
ପୂରା ଦୁନିଆ ବୁଲିବାର ସଉକ କାହାର ବା ନାହିଁ। ସମସ୍ତଙ୍କ ଜୀବନରେ ଏଭଳି କିଛି ସ୍ବପ୍ନର ସ୍ଥାନ ରହିଥାଏ, ଯେଉଁଠିକୁ ଭ୍ରମଣରେ ଯିବା ପାଇଁ ସେମାନେ ଚାହିଥାନ୍ତି। କିନ୍ତୁ ସମୟ ଅଭାବରୁ ଏହା ସମ୍ଭବ ହୋଇପାରି ନ ଥାଏ। ତେବେ ନିକଟରେ ଏକ ଅଜବ ଖବର ସାମ୍ନାକୁ ଆସିଛି। ଜଣେ ଯୁବତୀ ମାତ୍ର ୩ ଦିନରେ ୭ ମହାଦେଶ ଭ୍ରମଣ କରିଛନ୍ତି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗିପାରେ। ମାତ୍ର ଏହି ଯୁବତୀ ଏଭଳି କରି ୱାର୍ଲ୍ଡ ରେକର୍ଡ କରିଛନ୍ତି।
ପ୍ରତ୍ୟେକ ରୋଗର ଉପଚାର କେବଳ ଔଷଧ ନୁହେଁ, ଛୋଟରୁ ବଡ଼ ରୋଗର ଉପଚାର ଡାକ୍ତରମାନେ ବାହାର କରିବାକୁ ଚେଷ୍ଟା କରିଥାନ୍ତି। କିନ୍ତୁ ରୋଗକୁ ମୂଳରୁ ନଷ୍ଟ କରିବା ଲାଗି ସବୁଠାରୁ ବଡ଼ ଔଷଧ ହେଉଛି ସାହସ। ଯେ ପର୍ସ୍ୟନ୍ତ ମନରେ କିଛି କରିବାକୁ ଇଚ୍ଛା ଜାଗ୍ରତ ନ ହୋଇଛି, ସେ ପର୍ଯ୍ୟନ୍ତ ସଫଳତା ମଧ୍ୟ ପ୍ରାପ୍ତ ହୋଇ ନ ଥାଏ। ଆମେ ସକାଳୁ କାହିଁକି ଉଠିଥାଉ? କାରଣ ଆମ ଭିତରେ କିଛି କରିବାର ଇଚ୍ଛା ରହିଛି। ଏହି ଇଚ୍ଛା ଆମକୁ ଶକ୍ତି ଯୋଗାଇଛି। ୨୪ ବର୍ଷୀୟା ଲୁସି ଡାସନ ମସ୍ତିଷ୍କ ରୋଗରେ ପୀଡ଼ିତ। ଲୁସି ବଞ୍ଚିବେ ନାହିଁ ବୋଲି ଡାକ୍ତର କହିସାରିଥିଲେ। କିନ୍ତୁ ଡାକ୍ତରଙ୍କ ଏହି କଥାରେ ଲୁସି ହାର ମାନି ନ ଥିଲେ। ଏବେ ସେ ଜଣେ ସଫଳ ମଡେଲ ଭାବେ କାମ କରୁଛନ୍ତି।
ଅଧିକ ଦେଖନ୍ତୁ