ନାରୀ

ୟୁଟିଆଇ ସମୟରେ ମହିଳାମାନେ କରନ୍ତୁନି ଏସବୁ ଭୁଲ୍

ୟୁରିନାରୀ ଟ୍ରାକ୍ଟ ଇମ୍ଫେକ୍ସନ (ୟୁଟିଆଇ) ମହିଳାଙ୍କଠାରେ ଏକ ସାଧାରଣ ସମସ୍ୟା ଅଟେ। କେତେକ ମହିଳାଙ୍କଠାରେ ଏହି ସମସ୍ୟା ୨୦ରୁ ୪୦ ବର୍ଷ ବୟସ ମଧ୍ୟରେ ଅଧିକ ହୋଇଥାଏ। ସମ୍ବେଦନଶୀଳ ଅଙ୍ଗକୁ ଭଲ ଭାବେ ପରିଷ୍କାର ନ କରିବା ଫଳରେ କମ୍‌ ବୟସର ଝିଅଙ୍କଠାରେ ମଧ୍ୟ ଲଗାତର ଏହି ସମସ୍ୟା ଦେଖାଯାଏ। ମୂତ୍ର ମାର୍ଗରେ ହେଉଥିବା ସଂକ୍ରମଣକୁ ୟୁଟିଆଇ କୁହାଯାଏ। କିଡ୍‌ନୀ, ୟୁରିନାରୀ ବ୍ଲାଡର ଏବଂ ଅନ୍ୟ କୌଣସି ଅଙ୍ଗରେ ସଂକ୍ରମିତ ହେଲେ ମଧ୍ୟ ୟୁଟିଆଇ ହୋଇପାରେ। ବ୍ୟାକ୍ଟେରିଆ ପାଇଁ ୟୁଟିଆଇ ସମସ୍ୟା ହୋଇଥାଏ। ଏହି ବ୍ୟାକ୍ଟେରିଆ ୟୁରିନାରୀ ଟ୍ରାକ୍ଟ ଦେଇ ବ୍ଲାଡର ପର୍ଯ୍ୟନ୍ତ ପହଞ୍ଚି ସଂକ୍ରମଣ କରିଥାନ୍ତି। ଏଥିପାଇଁ ଅନେକ ସମୟରେ ବ୍ଲାଡର ଫୁଲି ମଧ୍ୟ ଯାଇଥାଏ। ଠିକ୍‌ ସମୟରେ ଚିକିତ୍ସା ନ କଲେ ଏହା ବ୍ଲାଡର ଓ କିଡ୍‌ନୀକୁ ମଧ୍ୟ କ୍ଷତି ପହଞ୍ଚାଇ ପାରେ। କେତେକ ମହିଳା ନିଜ ଜୀବନଶୈଳୀରେ ଏଭଳି କିଛି ଭୁଲ୍‌ କରିଥାନ୍ତି, ଯାହାଫଳରେ ୟୁଟିଆଇ ସମୟରେ ଅଧିକ ସମସ୍ୟା ଭୋଗିବାକୁ ପଡ଼ିପାରେ। ଚାଲନ୍ତୁ ଜାଣିବା ୟୁଟିଆ ସମୟରେ କ’ଣ କରିବା ଉଚିତ।

ବିନା କନ୍ୟାଦାନରେ ବାହାଘର କରାଉଛନ୍ତି

ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ମହିଳାମାନେ ଅନେକ କ୍ଷେତ୍ରରେ ନିଜର ସ୍ଥିତି ଜାହିର କରିଛନ୍ତି। ସାରା ବିଶ୍ବରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ନିଜ ସାହସ ଓ ଆତ୍ମବିଶ୍ବାସ ବଳରେ ମହିଳମାନେ ଏବେ ପୁରୁଷଙ୍କଠାରୁ କୌଣସି ଗୁଣରେ କମ୍‌ ନାହାନ୍ତି। ଏପରିସ୍ଥଳେ ପୂଜା କରିବା କ୍ଷେତ୍ରରେ ପୁରୁଷଙ୍କଠାରୁ ପଛରେ ଅଛନ୍ତି ମହିଳା। ପୁରୁଷ ପ୍ରଧାନ ସମାଜରେ ପୁରୁଷ ପୁଜାରୀ ସମସ୍ତ ଧାର୍ମିକ କାର୍ଯ୍ୟ କରୁଛନ୍ତି। ମାତ୍ର ଏହି କ୍ଷେତ୍ରରେ ନିଜର ଅଲଗା ଏକ ପରିଚୟ ସୃଷ୍ଟି କରିଥିବା ଜଣେ ମହିଳାଙ୍କ ବିଷୟରେ ଚାଲନ୍ତୁ ଜାଣିବା। ପଶ୍ଚିମବଙ୍ଗର ଏମିତି ଜଣେ ମହିଳା ପୂଜାରୀ ହେଉଛନ୍ତି ନନ୍ଦିନୀ ଭୌମିକ। ଯିଏ ପୁରୁଷ ପ୍ରାଧାନ୍ୟ ସମାଜକୁ ଚ୍ୟାଲେଞ୍ଜ କରି ପଣ୍ଡିତଙ୍କ ଭଳି ପ୍ରତ୍ୟେକ କାମ ସମ୍ପନ୍ନ କରୁଛନ୍ତି।

ଚାକିରି ତୁଳନାରେ ଅଢ଼େଇଗୁଣା ଅଧିକ କାମ କରୁଛନ୍ତି ମା’!


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ