ବୁଲାବୁଲି

ମନ୍ଦିରର ରହସ୍ୟମୟ କୁଣ୍ଡର ଦିଏ ଅଘଟଣର ପ୍ରାକ୍‌ ସଙ୍କେତ
ଭ୍ରୁକୁଞ୍ଚନ କରିବ ଏହି ମନ୍ଦିର, ନିର୍ମାଣ ପାଇଁ ଲାଗିଥିଲା ୧୦୦

ହିନ୍ଦୁ ଧର୍ମରେ ଭଗବାନ ଓ ମନ୍ଦିରର ସବୁଠାରୁ ଅଧିକ ମହତ୍ତ୍ବ ରହିଛି। ଭଗବାନ ଏହି ସୃଷ୍ଟିକୁ ସଞ୍ଚାଳନ କରୁଛନ୍ତି ବୋଲି ବିଶ୍ବାସ କରାଯାଏ। ତାଙ୍କ ଇଚ୍ଛା ବିନା ପୃଥିବୀ ପୃଷ୍ଠରେ କିଛି ସମ୍ଭବ ହୋଇ ନ ଥାଏ। ହିନ୍ଦୁ ଧର୍ମର ମାନ୍ୟତା ଅନୁସାରେ ଭଗବାନ ପ୍ରତ୍ୟେକ ସ୍ଥାନରେ ରହିଛନ୍ତି। କିନ୍ତୁ ଭାରତୀୟ ସଂସ୍କୃତି ଏପରି ଏକ ସଂସ୍କୃତି ଯେଉଁଠି ଭିନ୍ନ ଭିନ୍ନ ସ୍ଥାନରେ ଅଲଗା ଅଲଗା ଦେବଦେବୀଙ୍କ ମନ୍ଦିର ଦେଖିବାକୁ ମିଳିଥାଏ। ଏହା ବର୍ଷ ବର୍ଷ ଧରି ଚାଲି ଆସୁଛି। ଲୋକେ ସେମାନଙ୍କ ଶ୍ରଦ୍ଧାରେ ମନ୍ଦିର ନିର୍ମାଣ କରୁଛନ୍ତି। ଆଜି ଏଠାରେ ଏପରି ଏକ ମନ୍ଦିର ସମ୍ପର୍କରେ ସୂଚନା ଦିଆଯାଇଛି, ଯାହା କୌଣସି ଆଶ୍ଚର୍ଯ୍ୟ ଠାରୁ କମ ନୁହେଁ। ଏହି ମନ୍ଦିର ନିର୍ମାଣ କରିବାକୁ ଶହେ ବର୍ଷରୁ ଅଧିକ ସମୟ ଲାଗି ଯାଇଥିଲା।

ପର୍ଯ୍ୟଟକଙ୍କୁ ହାତ ଠାରି ଡାକୁଛି ଦେଓମାଳି

ଭ୍ରମଣ କାହାକୁ ବା ପସନ୍ଦ ନୁହେଁ! କାହାରିକୁ ଆଡଭେଞ୍ଚର ପସନ୍ଦ ତ ଆଉ କାହାକୁ ଶାନ୍ତି। ଏଠାରେ ଏପରି ଏକ ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠି ଆପଣଙ୍କୁ ଶାନ୍ତି ମିଳିବା ସହିତ ଆଡଭେଞ୍ଚରରେ ଭରପୂର ଜିନିଷ କରିବାର ମଜା ନେଇ ପାରିବେ। ଦକ୍ଷିଣ ଓଡ଼ିଶାର କୋରାପୁଟ ଜିଲାରେ ଥିବା ଦେଓମାଳି ପାହାଡ଼ର ସୌନ୍ଦର୍ଯ୍ୟ ନ ଦେଖିଲେ ବିଶ୍ବାସ କରିହେବ ନାହିଁ। ଏହାର ଶାନ୍ତ ପରିବେଶ କାହାରି ବି ହୃଦୟ ସହଜରେ ଜିତିନେବ। ଚତୁଃପାର୍ଶ୍ବରେ ପରିବ୍ୟାପ୍ତ ସବୁଜିମା, ପାହାଡ଼, ଝରଣା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ। ଏହା ଓଡ଼ିଶାର ସର୍ବୋଚ୍ଚ ପାହାଡ଼ ବୋଲି କୁହାଯାଏ। ଦେଓମାଳି ପାହାଡ଼ର ଉଚ୍ଚତା ପାଖାପାଖି ୫୪୮୪ ଫୁଟ ଓ ଏହା ପାଖାପାଖି ୮୫୩୪ ବର୍ଗ କିମି ପରିବ୍ୟାପ୍ତ। ଯଦି ଆପଣ ଭ୍ରମଣ କରିବାକୁ ଯୋଜନା କରୁଛନ୍ତି, ତେବେ କୋରାପୁଟ ଆପଣଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହୋଇପାରେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ