ବୁଲାବୁଲି

ଜାଣନ୍ତୁ କେଉଁଠି ରହିଛି ପାରାଗ୍ଲାଇଡିଙ୍ଗ ପାଇଁ ସୁନ୍ଦର
ଏହି ଟପ୍‌ ୧୦ ଦେଶରେ ଭାରତୀୟ ପାସପୋର୍ଟଧାରୀଙ୍କୁ

ଭ୍ରମଣ ଯୋଜନା କରିବା ପାଇଁ ମାତ୍ରାଧିକ ଶକ୍ତି ଓ ଧୈର୍ଯ୍ୟର ଆବଶ୍ୟକତା ପଡ଼ିଥାଏ। ଯଦି ଆପଣ ଗ୍ରୁପ୍‌ ସହିତ ଭ୍ରମଣ ଯୋଜନା କରୁଛନ୍ତି, ତେବେ ସମସ୍ତଙ୍କ ବଜେଟ୍‌ ମ୍ୟାନେଜ୍‌ କରିବାକୁ ପଡ଼ିବ। ଯେଉଁ ସ୍ଥାନକୁ ଭ୍ରମଣ କରିବାକୁ ଯିବେ, ସେହି ସ୍ଥାନ ସମସ୍ତଙ୍କୁ ପସନ୍ଦ ଆସିବା ମଧ୍ୟ ଦରକାର, ସମସ୍ତଙ୍କ ସହମତି ରହିବା ମଧ୍ୟ ଦରକାର। ଅନେକ ସମୟରେ ବିଦେଶ ଭ୍ରମଣ କରିବାକୁ ଯିବାବେଳେ ଅଧିକାଂଶ ଲୋକେ ଭିସା ଚକ୍କରରେ ପଡ଼ିଯାଆନ୍ତି। ଯାହାଫଳରେ ସେମାନଙ୍କୁ ଏ ଅଫିସ୍‌ରୁ ସେ ଅଫିସ୍‌ ଚକ୍କର କାଟିବାକୁ ପଡ଼ିଥାଏ। କିନ୍ତୁ ଏପରି କେତେକ ଦେଶ ରହିଛି, ଯେଉଁଠି ଭାରତୀୟ ପାସପୋର୍ଟଧାରୀମାନେ ପହଞ୍ଚିବା କ୍ଷଣି ସେମାନଙ୍କୁ ଭିସା ମିଳିଯାଏ। କିନ୍ତୁ ଏଥିପାଇଁ ଆପଣଙ୍କୁ ସାଙ୍ଗରେ କେତେକ ଦସ୍ତାବିଜ (ଡକ୍ୟୁମେଣ୍ଟ)ରଖିବାକୁ ପଡ଼ିବ। ଏଠାରେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଏଥିସହିତ କେତେକ ଦେଶର ଭିସା ଫି’ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଛି। ଯାହା କି ସମୟାନୁସାରେ ବଦଳିବାର ସମ୍ଭାବନା ରହିଛି।

ଜାଣନ୍ତୁ କେଉଁଠି ରହିଛି ଦୁନିଆର ଶ୍ରେଷ୍ଠ ଅଣ୍ଡରୱାଟର

ୟୁରୋପର ସାମୁଦ୍ରିକ ଜୀବନଶୈଳୀ ଅନ୍ୟ ସ୍ଥାନ ଅପେକ୍ଷା ବହୁତ ଭଲ। ଠିକ୍‌ ସେହିଭଳି ଏଠାରେ ଥିବା ଅଣ୍ଡର ୱାଟର ରେସ୍ତୋରାଁ ମଧ୍ୟ ଦୁନିଆରେ ବେଶ୍‌ ନାଁ କମାଇଛି। ୟୁରୋପର ନରୱେଠାରେ ଥିବା ‘ଅଣ୍ଡର’ ନାମକ ଅଣ୍ଡର ୱାଟର ରେସ୍ତୋରାଁକୁ ଦୁନିଆର ଏହି ଧରଣର ଶ୍ରେଷ୍ଠ ରେସ୍ତୋରାଁ ଭାବେ ଧରାଯାଉଛି। ଏହି ଅଣ୍ଡର ୱାଟର ରେସ୍ତୋରାଁର ମାଲିକ ଷ୍ଟିଗକାଙ୍କ କହିବା କଥା ହେଲା ଏହି ରେସ୍ତୋରାଁ ଖୋଲିବାର ଉଦ୍ଦେଶ୍ୟ ହେଉଛି ଲୋକଙ୍କୁ ସମୁଦ୍ରିକ ଜୀବନଶୈଳୀ ସହିତ ପରିଚିତ କରାଇବା। ଏହି ରେସ୍ତୋରାଁକୁ ପାଣିରେ ବୁଡ଼ି ରହିଥିବା ଟ୍ୟୁବ୍‌ ଆକାର ଦିଆଯାଇଛି। ୟୁରୋପିଆନ୍‌ ଭାଷାରେ ଅଣ୍ଡରର ଅର୍ଥ ହେଉଛି ୟୁନିକ୍‌ ବା ନିଆରା। ଏଠାରେ ୩୦ ହଜାର ଟଙ୍କାରେ ଡ୍ରିଙ୍କସ୍‌ ସହିତ ୮ଟି ମିଲ୍‌ ଉପଲବ୍ଧ କରାଯାଏ। ଏଥିସହ ଅନ୍ୟ କେତେକ ବିଶ୍ବପ୍ରସିଦ୍ଧ ଅଣ୍ଡର ୱାଟର ରେସ୍ତୋରାଁ ସମ୍ପର୍କରେ ଚାଲନ୍ତୁ ଜାଣିବା।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ