ବୁଲାବୁଲି

ଶୀତରେ ଏଠି ଲାଗୁଛି ଏସି: ବୁଲିବା ପାଇଁ ହୋଇପାରେ ଉତ୍ତମ
ଓଟିଡିସି କରିବ ଡେଷ୍ଟିନେସନ୍‌ ଓ୍ବେଡିଂ

ବିବାହର ଦିନକୁ ସ୍ମୃତିମୟ କରିବାକୁ କିଏ ବା ନ ଚାହେଁ? ହେଲେ ଏଥିପାଇଁ ସମସ୍ତଙ୍କ ପାଖରେ ସୁବିଧା ଓ ସୁଯୋଗ ନ ଥାଏ। ହେଲେ ଏବେ ସେ ସୁବିଧା ଆପଣଙ୍କ ହାତପାହାନ୍ତାକୁ ଆସିଛି। ଗୋଆ, ମସୌରୀ, ଉଦୟପୁର ଭଳି ଓଡ଼ିଶାରେ ବି ହେବ ଡେଷ୍ଟିନେସନ୍‌ ଓ୍ବେଡିଂ। ମେହେନ୍ଦି, ସଙ୍ଗୀତ ଉତ୍ସବରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁକିଛି ମହାଆଡ଼ମ୍ବରରେ ହେବ। ପୁଣି ବିବାହ ଉତ୍ସବ ସାରି ବିଭିନ୍ନ ପର୍ଯ୍ୟଟନ ସ୍ଥଳ ବୁଲିବେ ନବ ଦମ୍ପତି। ସଂପ୍ରତି ବିବାହ ଋତୁ ଚାଲିଥିବା ବେଳେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ୬ଟି ପାନ୍ଥନିବାସରେ ନିଆରା ଢଙ୍ଗରେ ଆରମ୍ଭ କରିଛି ‘ଡେଷ୍ଟିନେସନ୍‌ ୱେଡିଙ୍ଗ୍‌ ପ୍ୟାକେଜ୍‌’। ପ୍ରଥମ ପର୍ଯ୍ୟାୟରେ ଗୋପାଳପୁର, ରମ୍ଭା, କୋଣାର୍କ, ପୁରୀ, ଚାନ୍ଦିପୁର ଓ ବରକୁଳରେ ଏହି ୱେଡିଙ୍ଗ୍‌ ପ୍ୟାକେଜ୍‌ର ସୁବିଧା ଉପଲବ୍ଧ ହେବ। ଏନେଇ ଘୋଷଣା କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର।

ପ୍ରଦୂଷଣ ପିଞ୍ଜରାରୁ ମୁକୁଳି, ଚାଲନ୍ତୁ ଏସବୁ ସ୍ଥାନ
ବଢ଼ୁଛି ଡାର୍କ ଟୁରିଜିମ୍‌ର କ୍ରେଜ୍‌

ବୁଲିବା କଥା ଉଠିଲେ, ସମସ୍ତେ ନୂଆ ନୂଆ ପର୍ଯ୍ୟଟନସ୍ଥଳୀ ବୁଲିବାକୁ ପସନ୍ଦ କରନ୍ତି। ଛୁଟିରେ ବୁଲିଯିବାକୁ ଯୋଜନା କରିବାବେଳେ ଏକ ୱିଶ୍‌ ଲିଷ୍ଟ ପ୍ରସ୍ତୁତ କରାଯାଇଥାଏ। କିନ୍ତୁ ଆଜିକାଲି ଭାରତୀୟ ପର୍ଯ୍ୟଟକଙ୍କ ପସନ୍ଦ ବଦଳିବାରେ ଲାଗିଛି। ଟୁରିଜିମ୍‌ ରିପୋର୍ଟରୁ ଏହା ଜଣାପଡ଼ିଛି ଯେ ପର୍ଯ୍ୟଟନସ୍ଥଳୀକୁ ନେଇ ଲୋକଙ୍କ ଚିନ୍ତାଧାରା ବଦଳୁଛି। କୌଣସି ଆକର୍ଷକ ଓ ଆଡଭେଞ୍ଚର ସ୍ଥାନ ଯିବା ବଦଳରେ ଲୋକେ ଡାର୍କ ଟୁରିଜିମ୍‌ ପ୍ରତି ଆକର୍ଷିତ ହେବାରେ ଲାଗିଛନ୍ତି। କୌଣସି ବଡ଼ ଟ୍ରାଜେଡି, ଯୁଦ୍ଧ କିମ୍ବା ଆକ୍ରମଣ ସହିତ ଜଡ଼ିତ ଦେଶ ବିଦେଶର ଐତିହାସିକ ସ୍ଥାନ ‘ଡାର୍କ ଟୁରିଜିମ୍‌’ ମଧ୍ୟରେ ଆସିଥାଏ। ଏଠାରେ ଏଭଳି କେତେକ ଡାର୍କ ଟୁରିଜିମ୍‌ ସ୍ଥାନ ସମ୍ପର୍କରେ ସୂଚନା ଦିଆଯାଇଛି, ଯେଉଁଠିକୁ ଅଧିକାଂଶ ଭାରତୀୟ ବୁଲିବାକୁ ଯାଉଛନ୍ତି।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ