ଯୁବ ଜଗତ

ଘରକୁ ଆଣନ୍ତୁନି ଅଫିସ୍‌ ଟେନ୍‌ସନ
ଏସବୁ ଗୁଣ ଥିଲେ ବୟଫ୍ରେଣ୍ଡ ହୋଇପାରିବେ ଜୀବନସାଥୀ

ମା’ ବାପାଙ୍କ ପରେ ଜୀବନରେ ସବୁଠାରୁ ସୁନ୍ଦର ସମ୍ପର୍କ ହେଉଛି ଗଲଫ୍ରେଣ୍ଡ ଏବଂ ବୟଫ୍ରେଣ୍ଡ ସମ୍ପର୍କ। ଏହି ସମ୍ପର୍କରେ ଯେତିକି ପ୍ରେମ ରହିଥାଏ, ସେତିକି ଝଗଡ଼ା ମଧ୍ୟ ରହିଥାଏ। ଅନେକ ସମୟରେ କେତେକ ଝିଅ ନିଜ ପ୍ରେମିକଙ୍କ ଛୋଟ ଭୁଲରେ ବି ଝଗଡ଼ା କରି ସମ୍ପର୍କ ଭାଙ୍ଗି ଦେଇଥାନ୍ତି। ବୟଫ୍ରେଣ୍ଡଙ୍କ ବାକି ଅନ୍ୟ ସବୁ ଭଲ ଗୁଣକୁ ମଧ୍ୟ ଭୁଲିଯାଆନ୍ତି। ଯାହାଫଳରେ ସେମାନଙ୍କୁ ପରେ ପଶ୍ଚାତାପ କରିବାକୁ ପଡ଼ିଥାଏ। କୌଣସି ବ୍ୟକ୍ତି ଏକ୍‌ଦମ ପରଫେକ୍ଟ ନ ଥାନ୍ତି। ଯଦି ଆପଣ ନିଜ ବୟଫ୍ରେଣ୍ଡଙ୍କ ପାଖରେ କିଛି ଅଭାବ ଥିବା ଅନୁଭବ କରୁଛନ୍ତି ତେବେ ସମ୍ପର୍କ ନ ଭାଙ୍ଗି ତାଙ୍କୁ ସୁଧାରିବାକୁ ଚେଷ୍ଟା କରନ୍ତୁ। ଚାଲନ୍ତୁ ବୟଫ୍ରେଣ୍ଡଙ୍କ ପାଖରେ କେଉଁ ଗୁଣ ଥିଲେ, ତାଙ୍କୁ ନ ଛାଡ଼ି ଜୀବନସାଥୀ ଭାବେ ଗ୍ରହଣ କରିବା ଉଚିତ।

ଭାଲେଣ୍ଟାଇନ୍‌ ଡେ’ ସେଲିବ୍ରେସନ୍‌ ହ୍ରାସ ପାଇଛି
ଯୁବାବସ୍ଥାରେ ଆସୁଥିବା ସମସ୍ୟାର ଏପରି କରନ୍ତୁ ସମାଧାନ

ଜୀବନରେ ତିନୋଟି ସ୍ତର ଦେଇ ଗତି କରିବାକୁ ପଡ଼େ। ପ୍ରଥମତଃ ପିଲା, ଦ୍ବିତୀୟତଃ ଯୁବାବସ୍ଥା ଏବଂ ତୃତୀୟରେ ବାର୍ଦ୍ଧକ୍ୟାବସ୍ଥା। ପିଲାଦିନ ଅତିକ୍ରମ କରିବା ପରେ ଯେତେବେଳେ ଯୁବାବସ୍ଥାରେ ପହଞ୍ଚନ୍ତି, ପ୍ରାକୃତିକ ଭାବେ ଜୀବନ ସହିତ ଶାରୀରିକ ଭାବେ ଅନେକ ପ୍ରକାରର ପରିବର୍ତ୍ତନ ଆସିଥାଏ। ତେଣୁ କିଶୋରାବସ୍ଥା ଏବଂ ଯୁବାବସ୍ଥାରେ ପିଲାଙ୍କ ଧ୍ୟାନ ରଖିବା ନିହାତି ଆବଶ୍ୟକ। କାରଣ ଏହି ପରିବର୍ତ୍ତନ ସମ୍ପର୍କରେ ପିଲାମାନେ ହଠାତ୍‌ ଠିକ୍‌ ଭାବେ ବୁଝିପାରନ୍ତି ନାହିଁ। ସେମାନଙ୍କ ମନରେ ଅନେକ ପ୍ରକାରର ପ୍ରଶ୍ନ ଉଠେ। ଯାହା ସମ୍ପର୍କରେ ନିଜ ମା’ ବାପାଙ୍କ ସହ ଆଲୋଚନା କରିବା ପାଇଁ ସେମାନେ ସଙ୍କୋଚ ଅନୁଭବ କରନ୍ତି। ତେଣୁ ମା’ ବାପା ପିଲାଙ୍କ ଏହି ସମ୍ବେଦନଶୀଳ ସୋପାନରେ ସେମାନଙ୍କ ମନରେ ଉଠୁଥିବା ପ୍ରଶ୍ନର ସମାଧାନ କରିବା ଉଚିତ। ଯାହା ସେମାନଙ୍କୁ ଭବିଷ୍ୟତରେ ଅନେକ ସହାୟତା କରିବ।

ସୋସାଲ ମିଡିଆ ଆପଣଙ୍କୁ ଖଳନାୟକ କରିପାରେ

ଆମ ଜୀବନରେ ଏକ ଗୁରତ୍ବପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି ସୋସାଲ ମିଡିଆ। ଦେଶ ଦୁନିଆର ଖବର ଜାଣିବା ହେଉ ଅବା ସାଙ୍ଗମାନଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ ଏବେ ସୋସାଲ ମିଡିଆ ଉପରେ ଲୋକେ ଅଧିକ ମାତ୍ରାରେ ନିର୍ଭର କରିବାରେ ଲାଗିଛନ୍ତି। ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ୨୪ ଘଣ୍ଟାରୁ ପାଖାପାଖି ୪ରୁ ୫ ଘଣ୍ଟା ଲୋକେ ସୋସାଲ ମିଡିଆରେ ହିଁ ବିତାଉଛନ୍ତି। ଯେଉଁମାନେ ସୋସାଲ ମିଡିଆ ପ୍ରେମରେ ପଡ଼ିଯାଉଛନ୍ତି ସେମାନେ ୮ରୁ ୧୦ ଘଣ୍ଟା ମଧ୍ୟ ଏଥିରେ ବିତାଉଛନ୍ତି। ତେବେ ଆପଣ ଜାଣିଛନ୍ତି କି ଏହି ସୋସାଲ ମିଡିଆ ଆପଣଙ୍କୁ ସଚେତନ କରାଇବା ସହ ଖଳନାୟକ ମଧ୍ୟ କରିପାରେ? ଯଦି ଆପଣ ସୋସାଲ ମିଡିଆ ଉପରେ ଅଧିକ ଭରସା କରୁଛନ୍ତି ଏବଂ ଏହା ଉପରେ ଟିପ୍ପଣୀ ଦେଉଛନ୍ତି, ତେବେ ନିଜକୁ ଏହାଠାରୁ ଦୂରେଇ ରଖନ୍ତୁ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ