ଯୁବ ଜଗତ

ବୟଫ୍ରେଣ୍ଡଙ୍କ ଏହି ଡିମାଣ୍ଡକୁ ସିଧାସଲଖ କହନ୍ତୁ ନା

ଯେତେବେଳେ ପୁଅ ଓ ଝିଅଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୁଏ, ସେମାନଙ୍କ ମଧ୍ୟରେ ପରସ୍ପରକୁ ନେଇ ଆଶା ଓ ଆକାଂକ୍ଷା ମଧ୍ୟ ବଢ଼ିଥାଏ। ପ୍ରେମ ନାମରେ ପାର୍ଟନର ଝିଅ ପାଖରେ ଅନେକ ଦାବି ମଧ୍ୟ କରିବାରେ ଲାଗନ୍ତି। କେତେକ ଦାବି ପୂରଣ କରାଯାଇପାରିବ, ତେବେ ଏମିତି କେତକ ଦାବି ରହିଛି ଯାହାକୁ ପୂରଣ କରିବା ପରେ ଆପଣଙ୍କୁ ପଶ୍ଚାତାପ କରିବାକୁ ପଡ଼ିପାରେ। ଝିଅମାନେ ପ୍ରେମକୁ ନେଇ ବହୁତ ମାତ୍ରାରେ ସିରିଅସ ହୋଇ ଯାଆନ୍ତି। ତେଣୁ ସେମାନେ ପ୍ରେମିକଙ୍କ ସମସ୍ତ ଦାବି ପୂରଣ କରିବାକୁ ଚେଷ୍ଟା କରିଥାନ୍ତି। କାରଣ ସେମାନେ ଡରନ୍ତି, କୌଣସି କାରଣ ପାଇଁ ବୟଫ୍ରେଣ୍ଡ ତାଙ୍କ ଉପରେ ନ ରାଗନ୍ତୁ। ଯଦି ଆପଣ ମଧ୍ୟ ଏପରି କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏମିତି ନ ହେଉ ବୟଫ୍ରେଣ୍ଡଙ୍କ ଦାବି ପୂରଣ କରୁ କରୁ ଆପଣ ନିଜତ୍ବ ହରାଇ ବସିବେ ଏବଂ ତାଙ୍କ ଇଚ୍ଛା ବଢ଼ିବାରେ ଲାଗିବ। ଚାଲନ୍ତୁ ଜାଣିବା ବୟଫ୍ରେଣ୍ଡଙ୍କ ସେହି ସବୁ ଦାବି ସମ୍ପର୍କରେ।

ସାରା ଦିନ ଇଣ୍ଟରନେଟ୍‌ରେ ବୁଡ଼ି ରହୁଥିଲେ ଏମିତି ଛଡ଼ାନ୍ତୁ

ବଦଳୁଥିବା ଜୀବନଶୈଳୀ ସହିତ ଇଣ୍ଟରନେଟ୍‌ ଏବେ ଲୋକଙ୍କ ଜୀବନରେ ଗୁରୁତ୍ବପୂର୍ଣ୍ଣ ଅଂଶରେ ପରିଣତ ହୋଇଛି। ଏହା ମାଧ୍ୟମରେ ସାରା ଦୁନିଆର ଖବର ଘରେ ବସି ନିମିଷକେ ଜାଣି ହେଉଛି। ମାତ୍ର ଏହାର ମାତ୍ରାଧିକ ବ୍ୟବହାର ସ୍ବାସ୍ଥ୍ୟ ଏବଂ ଜୀବନଶୈଳୀ ଉପରେ ପ୍ରଭାବ ପକାଇପାରେ। ଅତ୍ୟଧିକ ସମୟ ଇଣ୍ଟରନେଟ୍‌ରେ ବିତାଇବା ଅପେକ୍ଷା ଆପଣଙ୍କ ଛୋଟ ଭାଇ ଭଉଣୀ କିମ୍ବା ଅନ୍ୟ କେହି ପିଲାଙ୍କଠାରୁ ଏହି ଇଣ୍ଟରନେଟ୍‌ ଆଡିକ୍ସନ ଦୂରେଇବାକୁ ଚେଷ୍ଟା କରିବା ଉଚିତ। ଆବଶ୍ୟକ ସ୍ଥଳେ ଇଣ୍ଟରନେଟ୍‌ ବ୍ୟବହାର କରିବାରେ କୌଣସି ଅସୁବିଧା ନାହିଁ। ମାତ୍ର ଏହାର ମାତ୍ରାଧିକ ବ୍ୟବହାର କରିବା ଉଚିତ ନୁହେଁ। ବର୍ତ୍ତମାନ ସମୟରେ ଦେଖାଯାଉଛି ଯୁବପିଢ଼ି ୨୪ ଘଣ୍ଟା ଇଣ୍ଟରନେଟ୍‌ରେ ରହୁଛନ୍ତି। ଏହା ଧିରେ ଧିରେ ସେମାନଙ୍କ ପାଇଁ ନିଶାରେ ପରିଣତ ହେବାରେ ଲାଗିଛି। ଚାଲନ୍ତୁ ଜାଣିବା କିଭଳି ଭାବେ ଏହି ଖରାପ ଅଭ୍ୟାସଠାରୁ ଦୂରେଇ ପାରିବା।

ଅଷ୍ଟମ ଫେଲ୍‌ ତ୍ରିଶନୀତ ଫୋର୍ବସ୍‌ ତାଲିକାରେ ସାମିଲ
ଆଡଲ୍ଡ ସିନେମା ଦେଖୁଥିଲେ ହୋଇଯାଆନ୍ତୁ ସାବଧାନ!

ବଦଳୁଥିବା ଜୀବନଶୈଳୀ ସହିତ ଇଣ୍ଟରନେଟ୍‌ ମଣିଷ ଜୀବନରେ ଏକ ଗୁରୁତ୍ବପୂର୍ଣ୍ଣ ଅଂଶ ପାଲଟିଯାଇଛି। ବର୍ତ୍ତମାନ ସମୟରେ ଇଣ୍ଟରନେଟ୍‌ର ବ୍ୟବହାର ଏତେ ମାତ୍ରାରେ ବଢ଼ିଯାଇଛି ଯେ ଯୁବପିଢ଼ି କୌଣସି ବି କାମ କରିବା ଲାଗି ଇଣ୍ଟରନେଟ୍‌ର ସାହାରା ନେଉଛନ୍ତି। ବର୍ତ୍ତମାନ ଯୁବପିଢ଼ି ଖେଳକୁଦରେ ସମୟ ନ ବିତାଇ ସୋସାଲ ମିଡ଼ିଆ ଏବଂ ଇଣ୍ଟରନେଟ୍‌ରେ ବ୍ୟସ୍ତ ରହୁଛନ୍ତି। ପିଲାଠାରୁ ବୁଢ଼ା ଯାଏ ସମସ୍ତଙ୍କ ମଧ୍ୟରେ ଇଣ୍ଟରନେଟ୍‌ କ୍ରେଜ୍‌ ଦେଖିବାକୁ ମିଳୁଛି। ଯାହାର ଖରାପ ପ୍ରଭାବ ସ୍ବାସ୍ଥ୍ୟଠାରୁ ଆରମ୍ଭ କରି ଜୀବନ ଉପରେ ପଡ଼ୁଛି। କେତେକ ପିଲା ବିରକ୍ତ ହେବାରୁ ରକ୍ଷା ପାଇବା ଲାଗି ଚାଟିଂ ସହ ଆଡଲ୍ଟ ସିନେମା ଦେଖିଥାନ୍ତି। ଏହା ସ୍ବାସ୍ଥ୍ୟ ପ୍ରତି ବହୁତ କ୍ଷତିକାରକ। ଏକ ସର୍ଭେ ଅନୁସାରେ ବର୍ତ୍ତମାନ ସମୟରେ ପାଖାପାଖି ୭୦ ପ୍ରତିଶତ ଲୋକେ ଟ୍ରିପଲ୍‌ ଏକ୍ସ ସିନେମା ଦେଖୁଛନ୍ତି। ଚାଲନ୍ତୁ ଜାଣିବା ଆଡଲ୍ଟ ସିନେମା ଦେଖିବା ସ୍ବାସ୍ଥ୍ୟ ପ୍ରତି କେଉଁ ପ୍ରକାର କ୍ଷତି ପହଞ୍ଚାଉଛି।

ଶିବାଙ୍ଗୀ ପାଠକ ରଚିଲେ ଇତିହାସ, ମାଉଣ୍ଟ ଏଭରେଷ୍ଟ ଚଢ଼ି
ଏଥିପାଇଁ ବହୁତ କମ୍‌ ଛୁଟି ନେଉଛନ୍ତି ଭାରତୀୟ ଯୁବପିଢ଼ି

ଭାରତୀୟ ଯୁବପିଢ଼ି ଅନ୍ୟ ଦେଶ ତୁଳନାରେ ବହୁତ କମ୍‌ ଛୁଟି ନେଉଛନ୍ତି ବୋଲି ଏକ ଅନ୍‌ଲାଇନ୍‌ ଟ୍ରାଭେଲ୍‌ କମ୍ପାନୀ ପକ୍ଷରୁ କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ରିପୋର୍ଟ ମୁତାବକ ଦ୍ରୁତ ଗତିରେ କ୍ୟାରିଅରରେ ଆଗକୁ ଯିବା ଲାଗି ସମୟର ପରୱା କରୁ ନାହାନ୍ତି ଭାରତୀୟ ଯୁବପିଢ଼ି। ଯାହାଫଳରେ ସେମାନେ ଘଣ୍ଟା ଘଣ୍ଟା ଧରି ଅଫିସ୍‌ରେ ବିତାଉଛନ୍ତି। କେବଳ ସେତିକି ନୁହେଁ, ଧିରେ ଧିରେ ଏହା ସେମାନଙ୍କ ଅଭ୍ୟାସରେ ପରିଣତ ହୋଇଯାଏ। ଯାହାଫଳରେ ସେମାନେ କମ୍ପାନୀ ପକ୍ଷରୁ ମିଳୁଥିବା ବାର୍ଷିକ ଛୁଟି ମଧ୍ୟ ଶେଷ କରି ପାରନ୍ତି ନାହିଁ। ବାର୍ଷିକ ଛୁଟି ଶେଷ କରିପାରୁ ନ ଥିବା ଯୁବପିଢ଼ି ତାଲିକାରେ ଭାରତ ଚତୁର୍ଥ ସ୍ଥାନରେ ରହିଥିବାବେଳେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ଯଥାକ୍ରମେ ଜାପାନ, ଆମେରିକା ଓ ଅଷ୍ଟ୍ରେଲିଆ ଭଳି ଦେଶ ରହିଛି। କମ୍ପାନୀ ପକ୍ଷରୁ ଛୁଟି ମିଳୁଥିଲେ ମଧ୍ୟ କାହିଁକି ଛୁଟି ନେଇ ପାରୁ ନାହାନ୍ତି ଯୁବପିଢ଼ି ଚାଲନ୍ତୁ ଜାଣିବା।

ବିବାହ ବିଳମ୍ବ କଲେ ହୋଇପାରେ ଏସବୁ ସମସ୍ୟା

ମଣିଷ ଜୀବନ ଅନେକ କିଛି ପାହାଚ ଦେଇ ଗତି କରେ। ଯେମିତିକି ବାଲ୍ୟାବସ୍ଥା, ଯୁବାବସ୍ଥା ଏବଂ ବୃଦ୍ଧାବସ୍ଥା। କୁହାଯାଏ ଜୀବନରେ ସବୁ କାମ ଠିକ୍‌ ସମୟରେ କରିବା ନିହାତି ଦରକାର। ସେହିପରି ବାହାଘର ପାଇଁ ମଧ୍ୟ ଉପଯୁକ୍ତ ବୟସ ରହିଛି। କମ୍‌ ବୟସରେ ବିବାହ କଲେ ଯେଭଳି ପରସ୍ପରକୁ ବୁଝିବାରେ ସମସ୍ୟା ହୋଇଥାଏ, ଠିକ୍‌ ସେହିପରି ଯୁବାବସ୍ଥା ଚାଲିଗଲା ପରେ ବିବାହ କଲେ ମଧ୍ୟ ଅନେକ ସମସ୍ୟା ଦେଖାଯାଏ। କ୍ୟାରିଅରର ବାହାନା କରି କେହି କେହି ବିଳମ୍ବରେ ବିବାହ କରିବା ଲାଗି ନିଷ୍ପତ୍ତି ନେଇଥାନ୍ତି। ତେବେ ଯୁବାବସ୍ଥାରେ ପତି ପତ୍ନୀଙ୍କ ମଧ୍ୟରେ ଭଲ ବୁଝାମଣା ରହିଲେ ହିଁ ବୃଦ୍ଧାବସ୍ଥାରେ ଉଭୟେ ଊଭୟଙ୍କ ସାହାରା ହୋଇପାରିବେ। ଯଦି ଆପଣଙ୍କର ମଧ୍ୟ ବିବାହ ବୟସ ଗଡ଼ି ଯାଉଛି ତେବେ ଜାଣନ୍ତୁ କ’ଣ ସବୁ କ୍ଷତି ହୋଇପାରେ।

ପ୍ରେମିକଙ୍କ ଉପରେ ଅଧିକ ଅତ୍ୟାଚାର କରନ୍ତି ପ୍ରେମିକା!

ପ୍ରେମ ଏମିତି ଏକ ଅନୁଭବ ଯାହାକୁ ସମସ୍ତେ ପାଇବାକୁ ଚାହାନ୍ତି। ଏଥିପାଇଁ ଆଜିକାଲି ପ୍ରତ୍ୟେକ ପୁଅଙ୍କର ଗାର୍ଲଫ୍ରେଣ୍ଡ ବା ପ୍ରେମିକା ଥିବା ଦେଖିବାକୁ ମିଳୁଛି। ସାଥୀଟିଏ ମିଳିଗଲେ ଜୀବନରେ ସବୁକିଛି ସୁନ୍ଦର ଲାଗେ। ଚାରିଆଡ଼େ ଖୁସି ଭରିଥିବା ଭଳି ମନେ ହୁଏ। ମାତ୍ର ରିଲେସନଶିପ୍‌ର କେତେକ ସାଇଡ୍‌ ଇଫେକ୍ଟ ମଧ୍ୟ ସହିବାକୁ ପଡ଼ିଥାଏ। କେବଳ ଝିଅଙ୍କୁ ନୁହେଁ ପୁଅଙ୍କୁ ମଧ୍ୟ ଛୋଟ ମୋଟ ଅତ୍ୟାଚାରର ସାମ୍ନା କରିବାକୁ ପଡ଼ିଥାଏ। ମାତ୍ର ସବୁଠାରୁ ବଡ଼ କଥା ଏତେ ଅତ୍ୟାଚାର କରିବା ପରେ ମଧ୍ୟ ପ୍ରେମିକା ନିଜ ପ୍ରେମିକଙ୍କୁ ମିଠା ମିଠା କଥା କହି ମନାଇ ନିଅନ୍ତି। ପୁଅମାନେ ମଧ୍ୟ ପ୍ରେମିକାଙ୍କ ମିଠା ମିଠା କଥାରେ ଭାସିଯାଆନ୍ତି ଏବଂ ସହଜରେ ମାନି ଯାଆନ୍ତି। ଚାଲନ୍ତୁ ଜାଣିବା ରିଲେସନ୍‌ଶିପ୍‌ରେ ଥିବାବେଳେ ଝିଅମାନଙ୍କ ଦ୍ବାରା ପୁଅମାନଙ୍କୁ କେଉଁ ଭଳି ଅତ୍ୟାଚାରର ସାମ୍ନା କରିବାକୁ ପଡ଼େ।

ଶୋ’ ଅଫ୍‌ ପାଇଁ ୬୪ ପ୍ରତିଶତ କରନ୍ତି ସୋସାଲ ମିଡିଆରେ


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ