ଯଦି ଅଫିସରେ କାମ କରିବାର ଆଗ୍ରହ କମିବାରେ ଲାଗିଛି କିମ୍ବା ଉତ୍ସାହ ରହୁନି, ତେବେ ଭାବିନିଅନ୍ତୁ ଯେ ଆପଣଙ୍କ ପାଇଁ ଚାକିରି କିମ୍ବା କର୍ମସ୍ଥଳୀ ବଦଳାଇବାର ପ୍ରକୃଷ୍ଟ ସମୟ ଆସିଗଲା। ଜାଣିନିଅନ୍ତୁ କେଉଁ ସୂଚକ ଦେଖି ଆପଣ ନିଶ୍ଚିନ୍ତ ହେବେ ଯେ ଏଥର ବଦଳାଇ ଦେବା ଦରକାର ଚାକିରି।
ବନ୍ଧୁତ୍ବର ପରିଭାଷା ଅଲଗା। ଯିଏ ସୁଖ ବା ଦୁଃଖ ସବୁ ପରିସ୍ଥିତିରେ ସାଥୀରେ ଠିଆ ହୋଇଥାଏ, ସେ ହିଁ ପ୍ରକୃତ ବନ୍ଧୁ। କିନ୍ତୁ ମଣିଷ ବେଳେବେଳେ ଏମିତି ବନ୍ଧୁ ହାବୁଡ଼ରେ ପଡ଼ିଯାଏ, ଯିଏ ତଳିତଳାନ୍ତ କରିଦିଏ। ଏମିତି ବନ୍ଧୁଙ୍କଠାରୁ ସବୁବେଳେ ଦୂରେଇ ରହିବା ଉଚିତ।
ଲଙ୍ଗ ଟର୍ମ ରିଲେସନଶିପରେ କିଛି ସମୟ ପରେ ଅନ୍ୟ କାହାରି ପ୍ରତି ଆକର୍ଷିତ ହୋଇଯିବା ସାଧାରଣ କଥା। ଯଦିଓ ଏହାର ଅର୍ଥ ସବୁବେଳେ ପାର୍ଟନରଙ୍କୁ ଧୋକା ଦେବା ହୋଇ ନ ଥାଏ। ତଥାପି କାହାରିକୁ ଧୋକା ଦେବା ବ୍ୟକ୍ତିର ସ୍ବଭାବ ଓ ସମ୍ପର୍କର ଗଭୀରତା ଉପରେ ନିର୍ଭର କରିଥାଏ। କେତେକ ଡେଟିଂ ସାଇଟ ଅନୁସାରେ ଗତ କିଛି ମାସ ମଧ୍ୟରେ ଏକ୍ସଟ୍ରାମ୍ୟାରିଟାଲ ଆଫେୟାର୍ସ ମାମଲା ବଢ଼ିବାରେ ଲାଗିଛି।
ଅନେକ ସମୟରେ ଦେଖାଯାଏ ପିଲମାନେ ଦୁଷ୍ଟାମିରେ ଏପରି କିଛି କରି ଦିଅନ୍ତି, ଯାହା ସେମାନଙ୍କ ପାଇଁ ସ୍ବତନ୍ତ୍ର ପରିଚୟ ଆଣିଦିଏ। କୌଣସି ୧୦ ବର୍ଷର ପିଲା ଖୁବ ଶୀଘ୍ର ରୋଷେଇ କରୁଥିବା ଶୁଣିଲେ ହୁଏତ ଆପଣ ବିଶ୍ବାସ କରି ନ ପାରନ୍ତି। କେରଳରେ ଏପରି କିଛି ଦେଖିବାକୁ ମିଳିଛି। ଏଠାରେ ଜଣେ ୧୦ ବର୍ଷୀୟା ବାଳିକା ଏପରି କମାଲ କରିଛନ୍ତି, ଯାହା ଶୁଣି ଆପଣ ଚକିତ ହୋଇଯିବେ।
ମହିଳାମାନେ ଆଜି ପ୍ରତ୍ୟେକ କ୍ଷେତ୍ରରେ ନିଜ କାମ ମାଧ୍ୟମରେ ଦେଶର ନାମ ଆଲୋକିତ କରୁଛନ୍ତି। ଦେଶଭକ୍ତିର ନିଶାରେ ମସଗୁଲ ସ୍କ୍ବାଡ୍ରନ ଲିଡର ମିଣ୍ଟି ଅଗ୍ରୱାଲଙ୍କୁ ନେଇ ଆଜି ସାରା ଦେଶ ଗର୍ବ ଅନୁଭବ କରୁଛି। ଅମ୍ବାଲାରେ ରହୁଥିବା ମିଣ୍ଟି ଯୁଦ୍ଧ ସେବା ପଦକ ପାଇ ଇତିହାସ ରଚିଥିବା ପ୍ରଥମ ମହିଳା ପାଲଟିଛନ୍ତି। ମିଣ୍ଟି ନିଜ ବାହାଦୂରୀ ଓ ବୁଦ୍ଧିମତା ଦେଖାଇଥିବାରୁ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପାକିସ୍ତାନର ଏଫ-୧୬ ଯୁଦ୍ଧବିମାନ ଖସାଇ ଦେଇଥିଲେ।
ଯଦି ଆପଣ ଦ୍ରୁତ ବେଗରେ ଆଗକୁ ବଢ଼ିବାକୁ ଚାହୁଛନ୍ତି, ତେବେ ହିନ୍ଦୀ, ଇଂରାଜୀ ସହିତ ଅଲଗା ଅଲଗା ଭାଷା ଶିଖିବା ଲାଭଦାୟକ ହୋଇପାରେ। ଅଲଗା ଅଲଗା ଓ ନୂଆ ଭାଷା ଆପଣଙ୍କୁ ଏକ ଉତ୍ତମ ଚାକିରିର ସୁଯୋଗ ମଧ୍ୟ ଦେଇପାରେ।
ଆଜିକାଲି କାର୍ଯ୍ୟକ୍ଷେତ୍ରରେ ଅନେକେ ଅସନ୍ତୁଷ୍ଟ ରହୁଥିବା ପରିଲକ୍ଷିତ ହେଉଛି। ତେବେ ଏଭଳି ଲୋକଙ୍କ ବ୍ୟବହାରକୁ ନେଇ କରାଯାଇଥିବା ଗବେଷଣାରୁ କିଛି ରୋଚକ ତଥ୍ୟ ସାମ୍ନାକୁ ଆସିଛି। ଗବେଷଣା ମୁତାବକ ସାଧାରଣତଃ ୩୫ ବର୍ଷରେ ପହଞ୍ଚିଲାବେଳକୁ ଲୋକଙ୍କର ଚାକିରି ପ୍ରତି ବିତୃଷ୍ଣା ଭାବ ଆସିଯାଏ। ଲଣ୍ଡନର ରବର୍ଟ ହାଫ୍ କମ୍ପାନୀ ଦ୍ବାରା କରାଯାଇଥିବା ଏକ ଗବେଷଣାରେ ୨୦୦୦ କର୍ମଚାରୀଙ୍କୁ ସାମିଲ କରାଯାଇଥିଲା। ଗବେଷଣା ରିପୋର୍ଟରୁ ଜଣାପଡ଼ିଥିଲା ଯେ ପୁରୁଣା କର୍ମଚାରୀମାନେ ନୂଆ କର୍ମଚାରୀଙ୍କ ତୁଳନାରେ ଅଧିକ ଦୁଃଖୀ ରହୁଛନ୍ତି।
ପ୍ରେମ ଏଭଳି ଏକ ସମ୍ପର୍କ, ଯେଉଁଥିରେ କପଲ ପରସ୍ପରଙ୍କୁ ଖୁସି କରିବା ଲାଗି କିଛି ବି କରିଥାନ୍ତି। କିନ୍ତୁ ଯଦି ଏଥିରେ ସବୁକିଛି ସର୍ତ୍ତ ଥିବା ଭଳି ଅନୁଭବ କରୁଛନ୍ତି, ତେବେ ସମ୍ଭାଳି ଯାଆନ୍ତୁ। ବିଶେଷକରି ଯେତେବେଳେ ଆପଣଙ୍କ ବନ୍ଧୁ ବାନ୍ଧବଙ୍କଠାରୁ ଆରମ୍ଭ କରି ସାଙ୍ଗସାଥୀଙ୍କ ପର୍ଯ୍ୟନ୍ତ ଆପଣଙ୍କ ସଭିଏଁ ଗାର୍ଲଫ୍ରେଣ୍ଡଙ୍କୁ ନେଇ ସଚେତନ କରିସାରିଥିବେ, ତେବେ ବିଶେଷ ଧ୍ୟାନ ଦେବା ଉଚିତ। ହୁଏତ ଆପଣଙ୍କୁ ବ୍ୟବହାର କରିବା ପାଇଁ ପ୍ରେମିକା ବୟଫ୍ରେଣ୍ଡ ଭାବେ ପସନ୍ଦ କରିଥାଇ ପାରନ୍ତି। ହୁଏତ ସେ ଆପଣଙ୍କୁ ପ୍ରକୃତ ପ୍ରେମ କରୁ ନ ଥାଇ ପାରନ୍ତି। କେମିତି ଜାଣିବେ ଆପଣଙ୍କଠାରୁ ଆପଣଙ୍କ ଗାର୍ଲଫ୍ରେଣ୍ଡ ଫାଇଦା ଉଠାଉଛନ୍ତି କି ନାହିଁ।
୨୦୧୮ ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାର ଟପର୍ସ ତାଲିକାରେ ସାମିଲ ହୋଇ ଆଇଏଏସ ଅଫିସର ହୋଇଥିଲେ ଆନନ୍ଦ ଶର୍ମା। ଏହା ପୂର୍ବରୁ ସେ ଥିଲେ ଏମବିବିଏସ ଡାକ୍ତର। ୨୦୧୫ରେ ସେ ଉତ୍ତର ପ୍ରଦେଶର ର ମୁରାଦାବାଦ ମେଡିକାଲ କଲେଜରୁ ଏମବିବିଏସ ପାସ କରିଥିଲେ। ଏହାପରେ ସେ ସିଭିଲ ସର୍ଭିସ ପରୀକ୍ଷା ଦେଇଚାଲିଥିଲେ ବି ୨୦୧୮ରେ ୬୨ତମ ରାଙ୍କ ପାଇବାରେ ସମର୍ଥନ ହୋଇଥିଲେ। ଏହା ଥିଲା ତାଙ୍କର ଚତୁର୍ଥ ପ୍ରୟାସ। ଚାଲନ୍ତୁ ଜାଣିବା ଆନନ୍ଦଙ୍କ ସଫଳତାର ମନ୍ତ୍ର।
ପ୍ରେମ କେବେ ବି ବୁଝି ବିଚାରି କରାଯାଇ ନ ଥାଏ, ଏହା ଏମିତିରେ ହୋଇଯାଏ। ଯଦି ଆପଣ କୌଣସି ବିବାହିତ ମହିଳା କିମ୍ବା ପୁରୁଷଙ୍କୁ ପସନ୍ଦ କରୁଛନ୍ତି, ତେବେ କଥା ଆଗକୁ ବଢ଼ାଇବା ପୂର୍ବରୁ କେତେକ କଥା ଉପରେ ନିହାତି ଧ୍ୟାନ ଦିଅନ୍ତୁ। ଏମିତି କିଛି କାରଣ ରହିଛି, ଯେଉଁ କାରଣରୁ ବିବାହିତ ଲୋକଙ୍କ ସହ ପ୍ରେମରେ ପଡ଼ିବାରୁ ଦୂରେଇ ରହିବା ଉଚିତ। ଚାଲନ୍ତୁ ଜାଣିବା ବିବାହିତଙ୍କୁ ଡେଟ କାହିଁକି ଖୁସି ଦିଏ ନାହିଁ।
ସୋସାଲ ମିଡିଆରେ ଆମେ ନୂଆ ନୂଆ କଥା ସମ୍ପର୍କରେ ସୂଚନା ପାଇଥାଉ। ଅନେକ ସମୟରେ ସୋସାଲ ମିଡିଆକୁ ଭୁଲ ଭାବେ ବ୍ୟବହାର କରୁଥିବା ମଧ୍ୟ ଦେଖିବାକୁ ମିଳିଥାଏ। ନିଜ ରାଗ ଶାନ୍ତ କରିବା ଲାଗି ଅନେକ ଲୋକେ ସୋସାଲ ମିଡିଆକୁ ବ୍ୟବହାର କରିଥାନ୍ତି। ତେଣୁ ଯଦି ଆପଣ କାହାରି ସହିତ ରିଲେସନଶିପରେ ଅଛନ୍ତି ଓ ଆପଣଙ୍କର କୌଣସି ବିଶେଷ ମୁହୂର୍ତ୍ତ ସୋସାଲ ମିଡିଆରେ ଶେୟାର କରିବାକୁ ଚାହୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ। ଏପରି କରିବା ଆପଣଙ୍କ ଉପରେ ଭାରୀ ପଡ଼ିପାରେ। ନିଜ ରିଲେସନଶିପ ସମ୍ପର୍କରେ ସୂଚନା ସୋସାଲ ମିଡିଆରେ ଶେୟାର କରିବା ପୂର୍ବରୁ କେତେକ ଦିଗ ପ୍ରତି ବିଚାର କରିବା ଆବଶ୍ୟକ। ଚାଲନ୍ତୁ ଜାଣିବା କେଉଁ କେଉଁ ବିଷୟରେ ସୋସାଲ ମିଡିଆରେ ଶେୟାର କରିବା ଉଚିତ ନୁହେଁ।
ଅନେକ ସମୟରେ ଦେଖାଯାଏ, ଛୋଟ ଛୋଟ ଭୁଲ୍ ପାଇଁ ଅଫିସ୍ରେ ଆପଣଙ୍କୁ ନେଇ ନାନା ପ୍ରକାର ଆଲୋଚନା ହେଉଛି। ସହକର୍ମୀ ଆପଣଙ୍କୁ ଭିନ୍ନ ନଜରରେ ଦେଖୁଛନ୍ତି। ଯେତେ ଚେଷ୍ଟା କଲେ ବି ଆପଣଙ୍କ ବ୍ୟବହାର ସହକର୍ମୀଙ୍କୁ ଖୁସି କରିପାରୁନି। ତେବେ ଛୋଟ ଛୋଟ କଥା ପ୍ରତି ଧ୍ୟାନ ଦିଅନ୍ତୁ। ଯାହା ଅଫିସ୍ରେ ଆପଣଙ୍କ ଇମେଜ୍ ସୁଧାରିବାରେ ସହାୟକ ହେବ।
ମଣିଷ ସବୁବେଳେ ନିଜକୁ ଖୁସି ଦେଉଥିବା ପେସା ଆପଣାଇବା ଉଚିତ ବୋଲି କୁହାଯାଏ। ଘରର ମୁରବିମାନେ ମଧ୍ୟ ଏହି ଉପଦେଶ ଦେଇଥାନ୍ତି। କିନ୍ତୁ ଅନେକ ସମୟରେ ନିଜ ଖୁସି ଅନୁସାରେ ପେସା ଆପଣାଇବାକୁ ଅନେକଙ୍କର ସତସାହସ ନ ଥାଏ। ବିଶେଷ କରି ଯେତେବେଳେ ଏହି ପେସା ସମ୍ପର୍କରେ ଘର କିମ୍ବା ବାହାର ଲୋକଙ୍କୁ ବୁଝାଇ ହେବ ନାହିଁ। ଏମିତି ଏକ ଖବର ଜାଣିବାକୁ ମିଳିଛି। ଜଣେ ଯୁବକ ସମାଜ କ’ଣ କହିବ ଚିନ୍ତା ନ କରି ନିଜର ଉତ୍ତମ ବେତନଯୁକ୍ତ ଦରମାକୁ ଏଡ଼ାଇ ନିଜ ହୃଦୟର ଅଭିଳାଷ ପୂରଣ କରିବାକୁ ଆଗେଇ ଆସିଛନ୍ତି।
ପାର୍ବଣ ସମୟରେ ବଜାରରେ ଅନେକ ଆକର୍ଷକ ରିହାତି ସହିତ ଅଫ୍ର ମଧ୍ୟ ଆରମ୍ଭ ହୋଇଯାଏ। ଏହି ରିହାତି ଓ ଅଫ୍ର ଚକ୍କରରେ ଫସିଯାଇ ସାଧାରଣତଃ ଅନେକେ ବଜେଟ୍ରୁ ଅଧିକ ଖର୍ଚ୍ଚ କରି ବସନ୍ତି। ବୟସ୍କ ବ୍ୟକ୍ତିମାନେ ଦେଖି ଚାହିଁ କିଣାବିକା କରୁଥିବାବେଳେ ଯୁବପିଢ଼ିମାନେ ଏଣୁ ତେଣୁ ଗୁଡ଼ାଏ ଜିନିଷ କିଣିଦେଇ ପଛରେ ପସ୍ତେଇ ଥାନ୍ତି। ଶପିଂ କରିବା ସମୟରେ କିଛି ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ।
ଆଜିକାଲି ଯୁବପିଢ଼ି ଷ୍ଟାଇଲିଶ ଦେଖାଯିବା ଲାଗି ଶରୀରରେ ଟାଟୁ ତିଆରି କରୁଛନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି ଟାଟୁ କେବଳ ଶରୀରର ସୌନ୍ଦର୍ଯ୍ୟ ବଢ଼ାଇ ନ ଥାଏ, ଏହାର ଧାର୍ମିକ ମହତ୍ତ୍ବ ମଧ୍ୟ ରହିଛି। ଶରୀରରେ ତିଆରି କରାଯାଇଥିବା ଟାଟୁ ମନ ଓ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।
ଅଧିକ ଦେଖନ୍ତୁ