ଯୁବ ଜଗତ

ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାବେଳେ ଆପଣାନ୍ତୁ

୧୪ ଜାନୁଆରୀରେ ପଡ଼ୁଛି ମକର ସଂକ୍ରାନ୍ତି। ଏହି ଅବସରରେ ଲୋକେ ରାଶିରେ ତିଆରି ଖାଦ୍ୟର ମଜା ନେଉଥିବାବେଳେ ଗୁଡ଼ି ଉଡ଼ାଇବାର ପରମ୍ପରା ମଧ୍ୟ ରହିଛି। ରାଶି ଗୁଡ଼ର ଖାଦ୍ୟ ଓ ଗୁଡ଼ି ଉଡ଼ା ବିନା ମକର ସଂକ୍ରାନ୍ତି ଅଧୁରା ବୋଲି କୁହାଯାଏ। ତେଣୁ ଏହି ଦିନ ଆକାଶରେ ରଙ୍ଗବେରଙ୍ଗର ଗୁଡ଼ି ଉଡ଼ୁଥିବା ଦେଖିବାକୁ ମିଳିଥାଏ। ପିଲାଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଘରର ଛାତ ଉପରେ ଗୁଡ଼ି ଉଡ଼ାଉଥିବା ଦେଖିବାକୁ ମିଳିଥାଏ। କିନ୍ତୁ ଅନେକ ସମୟରେ ସାଧାରଣ ଅସାବଧାନତା ପାଇଁ ବଡ଼ ଦୁର୍ଘଟଣା ଘଟିଯାଏ। ବିଶେଷକରି ପିଲାମାନେ ଏହାର ଅଧିକ ଶିକାର ହେଉଛନ୍ତି। ତେଣୁ ପିଲାମାନେ ଗୁଡ଼ି ଉଡ଼ାଇବାବେଳେ ସେମାନଙ୍କର ବିଶେଷ ଯତ୍ନ ନେବା ଦରକାର। ଆଜି ଏଠାରେ ଏ ସମ୍ପର୍କରେ କେତେକ ସୂଚନା ଦିଆଯାଇଛି, ଯାହା ଅନୁସରଣ କରି ଆପଣ ସାବଧାନତା ଅବଲମ୍ବନ କରିପାରିବେ।

ଇତିହାସରେ ପ୍ରଥମ: ମେରୁ ରୁଟ୍‌ରେ ୧୬ ହଜାର କିମି ଉଡ଼ିବେ

ଏୟାର ଇଣ୍ଡିଆର ମହିଳା ପାଇଲଟମାନେ ଇତିହାସ ରଚିବାଠାରୁ ମାତ୍ର କେଇ ପାଦ ଦୂରରେ ରହିଛନ୍ତି। ବିଶ୍ବର ସବୁଠାରୁ ଲମ୍ବା ରାସ୍ତା ଅତିକ୍ରମ କରିବେ ଏହି ପାଇଲଟ୍ ଟିମ୍। ଉତ୍ତର ମେରୁ ଉପରେ ଏହି ମହିଳା ପାଇଲଟ ଟିମ୍‌ ପାଖାପାଖି ୧୬ ହଜାର କିଲୋମିଟର ଦୂରତା ଅତିକ୍ରମ କରି ଇତିହାସ ପ୍‌ଷ୍ଠାରେ ନିଜର ନାମକୁ ଦରଜ କରିବା ଲକ୍ଷ୍ୟରେ ଅଛନ୍ତି। ଏହି ଟିମ୍ ସାନ୍‌ ଫ୍ରାନ୍‌ସିସ୍‌କୋରୁ ବିମାନ ଉଡ଼ାଇ ବେଙ୍ଗାଳୁରୁରେ ପହଞ୍ଚିବ ଏୟାର ଇଣ୍ଡିଆର ଏହି ଟିମ୍‌। ଉତ୍ତର ମେରୁରେ ବିମାନ ଉଡାଣ ସବୁଠାରୁ କଷ୍ଟସାଧ୍ୟ ପ୍ରକ୍ରିୟା ହୋଇଥିଲେ ମଧ୍ୟ ଏହି ଭାରତୀୟ ମହିଳା ପାଇଲଟ୍ ଟିମ୍ ଏପରି ଦୁଃସାହସିକ କାର୍ଯ୍ୟକୁ ସଫଳ କରି ଦେଖାଇବା ପରି ବଡ଼ ଆହ୍ବାନକୁ ଗ୍ରହଣ କରିଛନ୍ତି। ଏହି ଦୁଃସାହସିକ ବିମାନ ଉଡ଼ାଣ ପାଇଁ ମନୋନୀତ ହୋଇଥିବା ପାଇଲଟ୍ ଟିମର ନେତୃତ୍ବ ଏୟାର୍ ଇଣ୍ଡିଆର କ୍ୟାପଟେନ୍ ଜୋୟା ଅଗରୱାଲ ନେଇଛନ୍ତି। ଏହି ରୁଟଟି ସବୁଠାରୁ କଷ୍ଟସାଧ୍ୟ ଓ ବିପଦପୂର୍ଣ୍ଣ ହୋଇଥିବାରୁ ବିମାନ ଚଳାଚଳ କମ୍ପାନୀଗୁଡ଼ିକ ସବୁଠାରୁ ସୁଦକ୍ଷ ଓଅଭିଜ୍ଞତାସମ୍ପନ୍ନ ପାଇଲଟ୍‌ଙ୍କୁ ଏହି ରୁଟ୍‌ରେ ବିମାନ ଉଡ଼ାଣ ପାଇଁ ଅନୁମତି ଦେଇଥାନ୍ତି ବୋଲି ଏୟାର ଇଣ୍ଡିଆର ଜନୈକ ଅଧିକାରୀ କହିଛନ୍ତି।

ମାଇକ୍ରୋସଫ୍ଟ ଟେକ୍ନୋଲୋଜି ପରୀକ୍ଷାରେ କୁନିପ୍ରତିଭା

ପୁଣି ଥରେ କମାଲ କରି ଦେଖାଇଛନ୍ତି ବଲାଙ୍ଗିରର ଗୁଗଲ୍‌ ବଏ ଭେଙ୍କଟରମଣ ପଟ୍ଟନାୟକ। ମାଇକ୍ରୋସଫ୍ଟ ଟେକ୍ନୋଲୋଜି ଆସୋସିଏଟ୍ (ଏମ୍‌ଟିଏ) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପୁଣି ଚର୍ଚ୍ଚାକୁ ଆସିଛନ୍ତି ଏହି ୭ ବର୍ଷର କୁନି ପୁଅ। ସେ ଅନ୍ୟତମ କନିଷ୍ଠ ଛାତ୍ରଭାବେ ଏହି ସଫଳତା ଅର୍ଜନ କରିଛନ୍ତି। ବେଙ୍ଗାଲୁରୁସ୍ଥିତ ଆଡଟେକ୍‌ କମ୍ପାନୀ କୋଡ୍‌ନେଷ୍ଟ୍‌ରେ ଯୋଗଦେଇ ଭେଙ୍କଟରମଣ ଜାଭା, ପାଇଥନ୍‌, ଜାଭାସ୍କ୍ରିପ୍ଟ, ଏଚ୍‌ଟିଏମ୍‌ଏଲ୍‌, ସିଏସ୍‌ଏସ୍‌ ଏବଂ ଡାଟାବେସ୍‌ରେ ମାଇକ୍ରୋସଫ୍ଟରୁ ଏମ୍‌ଟିଏ ପରୀକ୍ଷା ପ୍ରମାଣପତ୍ର ହାସଲ କରିଛନ୍ତି। ଏଭଳି କମ୍ପ୍ୟୁଟର ପ୍ରୋଗ୍ରାମିଂରେ ଯୋଗ୍ୟତା ହାସଲ କରିବାରେ ଭେଙ୍କଟରମଣ ଦେଶର ଖୁବ୍‌ ଅଳ୍ପ ବାଳକଙ୍କ ମଧ୍ୟରେ ଅନ୍ୟତମ ବୋଲି କୁହାଯାଉଛି। ତାଙ୍କର ଏହି ସଫଳତା ପରେ ତାଙ୍କ ପାଖକୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ଭେଙ୍କଟଙ୍କ ଏଭଳି ସଫଳତାରେ ତାଙ୍କ ପରିବାର ତଥା ବଲାଙ୍ଗିର ସହରବାସୀ ଖୁସି ଜାହିର କରିଛନ୍ତି।

ଆପଣାନ୍ତୁ ଏହି ଉପାୟ, ଲାଗିବନି ଝଗଡ଼ା
ବୟଫ୍ରେଣ୍ଡଙ୍କ ନାଁ କହି ପରିବାରକୁ ଚମକାଇଥିଲେ ହୀନା
ବୁଝନ୍ତୁ ବ୍ରେକ ଅପ ସମୟ ପୂର୍ବର ସଙ୍କେତ

ଦୁଇ ଜଣ ପରସ୍ପର ସହ ଯୋଡ଼ିହେବା ବେଳେ ପ୍ରଥମେ ପ୍ରଥମେ ସେମାନେ ପରସ୍ପରଙ୍କ ସମ୍ପର୍କରେ ବେଶୀ କିଛି ଜାଣି ନ ଥାନ୍ତି। ଧିରେ ଧିରେ ସାମ୍ନାବାଲା କେମିତି ତାହା ଜଣାପଡ଼ିଥାଏ। ହୋଇପାରେ ଆପଣଙ୍କ ପାର୍ଟନରଙ୍କ ସହିତ ଆପଣଙ୍କର ପଡ଼ି ନ ପାରେ। ଆପଣ ଦୁହିଁଙ୍କ ଚାଲିଚଳଣ ଅଲଗା ବି ହୋଇପାରେ। ପରସ୍ପର ମଧ୍ୟରେ ମତଭେଦ ରହିପାରେ। ପ୍ରଥମେ ପ୍ରଥମେ ଆପଣ ପରସ୍ପରଙ୍କୁ ପସନ୍ଦ କରିଥାନ୍ତି। କିନ୍ତୁ ପରେ ସମ୍ପର୍କରେ ମିଠାପଣ ଶେଷ ହେବାରେ ଲାଗେ। ଅନେକ ସମୟରେ ଏକାଠି ରହିବା ବି ବୋଝ ଅନୁଭବ ହୋଇଥାଏ। ଏପରିସ୍ଥଳେ ସମ୍ପର୍କକୁ ବଞ୍ଚାଇ ରଖିବା ଲାଗି ଆପଣ ଚେଷ୍ଟା କରିବାରେ ଲାଗିଥାନ୍ତି ଓ ଅସଫଳ ହୋଇଥାନ୍ତି। ପାର୍ଟନରଙ୍କ ସହିତ ପ୍ରତ୍ୟେକ ଛୋଟ ଛୋଟ କଥାରେ ଝଗଡ଼ା ଆରମ୍ଭ ହେବାରେ ଲାଗେ। ଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗେ। ଏପରିସ୍ଥଳେ ପରସ୍ପର ସହ ବୁଝାମଣା କରି ବଞ୍ଚିବା ଅପେକ୍ଷା ଅଲଗା ହୋଇଯିବା ଭଲ। ଏଠାରେ ଏପରି କେତେକ କଥା କୁହାଯାଇଛି, ଯାହା ବ୍ରେକଅପର ସୂଚନା ଦେଇଥାଏ। ଫଳରେ ଜବରଦସ୍ତ ସମ୍ପର୍କରେ ରହିବାକୁ ପଡ଼ିବ ନାହିଁ।

ଘର ମାଲିକ ସହିତ ସମ୍ପର୍କ ମଜବୁତ ରଖନ୍ତୁ

ଜୀବନରେ ଅନେକ ସମ୍ପର୍କ ଜନ୍ମ ପୂର୍ବରୁ ମିଳିଥାଏ। କିନ୍ତୁ ଏଭଳି କେତେକ ସମ୍ପର୍କ ନିଜକୁ ଚୟନ କରିବାକୁ ପଡ଼ିଥାଏ। ଏଭଳି ଏକ ସମ୍ପର୍କ ହେଉଛି ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ରହିଛି। ଏଥିରେ କାହାକୁ ରହିବାକୁ ଘର ମିଳିଥାଏ ତ ଆଉ କାହାକୁ ଏହାଦ୍ବାରା କିଛି ରୋଜଗାର ମଧ୍ୟ ହୋଇଥାଏ। ସମ୍ପର୍କ ଲମ୍ବା ସମୟ ପାଇଁ ରହୁ ବା ନ ରହୁ, କିନ୍ତୁ ଭାବନାତ୍ମକ ଭାବେ ଯୋଡ଼ି ହେବା ବହୁତ ଜରୁରୀ ହୋଇଥାଏ। ଅନେକ ଲୋକଙ୍କ ହୃଦୟ ଏଭଳି ଭାବେ ମିଶିଯାଇଥାଏ ଯେ ସେମାନେ ପରିବାର ଭଳି ସମ୍ପର୍କ ସୃଷ୍ଟି କରିବାରେ ସଫଳ ହୋଇଥାନ୍ତି। ଏଥିପାଇଁ ଉଭୟ ପକ୍ଷରୁ ବରାବର ଚେଷ୍ଟା କରିବା ଉଚିତ। ଏଠାରେ ଏଭଳି କେତେକ ଟିପ୍ସ ଦିଆଯାଇଛି, ଯାହା ଅନୁସରଣ କରି ନିଜ ଘର ମାଲିକଙ୍କ ସହିତ ଏକ ଗଭୀର ଓ ମଜବୁତ ସମ୍ପର୍କ ସୃଷ୍ଟି କରିପାରିବେ।

ହୋମୋସେକ୍ସୁଆଲିଟି କ’ଣ, ଜାଣନ୍ତୁ ନିଜ ସେକ୍ସୁଆଲ ଓରିଏଣ୍ଟେସନ

ସମଲିଙ୍ଗୀ ସମ୍ପର୍କ ବା ହୋମୋସେକ୍ସୁଆଲିଟି କ’ଣ ତାହା ଜାଣିବା ବହୁତ ଜରୁରୀ। ଯେଉଁମାନେ ସମାନ ଲିଙ୍ଗ ପ୍ରତି ଆକର୍ଷିତ ହେବାରେ ଲାଗିଥାନ୍ତି, ସେମାନଙ୍କୁ ହୋମୋସେକ୍ସୁଆଲ କୁହାଯାଏ। ମୋଟାମୋଟି କହିବାକୁ ଗଲେ ଏହା ଏକ ପ୍ରକାର ଯୌନ ଆବେଗର ପରିପ୍ରକାଶ। ସାମାଜିକ ମିଳାମିଶା ଓ ନିୟମ କାଇଦା ଭଳି ଅନେକ କଥାର ରୂପ ଅଟେ। ପୁରୁଷଙ୍କ ପ୍ରତି ଆକର୍ଷିତ ହେଉଥିବା ପୁରୁଷଙ୍କୁ ପୁରୁଷ ସମଲିଙ୍ଗୀ ବା ଇଂରାଜୀରେ ଗେ କୁହାଯାଏ। ସେହିପରି ମହିଳାଙ୍କ ପ୍ରତି ଆକର୍ଷିତ ହେଉଥିବା ମହିଳାଙ୍କୁ ଇଂରାଜୀରେ ମହିଳା ସମଲିଙ୍ଗୀ ବା ଇଂରାଜୀରେ ଲେସବିୟନ କୁହାଯାଏ। ମହିଳା ଓ ପୁରୁଷ ଉଭୟଙ୍କ ପ୍ରତି ଆକର୍ଷିତ ବ୍ୟକ୍ତିଙ୍କୁ ବାଇସେକ୍ସୁଆଲ କୁହାଯାଏ। ଏହି ସମସ୍ତଙ୍କୁ ମିଶାଇ ଏଲଜିବିଟି ସମୁଦାୟ। ଏହି ସ୍ତମସ୍ତଙ୍କ ଠାରୁ ଅଲଗା ହେଟେରୋସେକ୍ସୁଆଲ ଅଟନ୍ତି। ହେଟେରୋସେକ୍ସୁଆଲ ମାନେ କେବଳ ବିପରୀତ ଲିଙ୍ଗ ପ୍ରତି ଆକର୍ଷିତ ହୋଇଥାନ୍ତି। ତେବେ ଚାଲନ୍ତୁ ଜାଣିବା ଆପଣ ହୋମୋସେକ୍ସୁଆଲ କି ନୁହେଁ?

ଭାରତୀୟ ସ୍ମାର୍ଟଫୋନ ୟୁଜର ବ୍ୟବହାର କରୁଛନ୍ତି ସର୍ବାଧିକ

ମୋବାଇଲ ଡାଟା ସ୍ପିଡର ଗ୍ଲୋବାଲ ତାଲିକାରେ ଭାରତ ୧୩୧ ତମ ସ୍ଥାନରେ ରହିଛି। ପାକିସ୍ତାନ, ଶ୍ରୀଲଙ୍କା ଓ ନେପାଳ ମଧ୍ୟ ଭାରତ ଉପରେ ଅଛନ୍ତି। କିନ୍ତୁ ମୋବାଇଲ ଡାଟା ବ୍ୟବହାର କରିବା ମାମଲାରେ ଭାରତ ଏକ ନମ୍ବର ସ୍ଥାନରେ ରହିଛି। ଏରିକ୍ସନ ମୋବିଲିଟି ରିପୋର୍ଟ ମୁତାବକ ଭାରତରେ ପ୍ରତ୍ୟେକ ସ୍ମାର୍ଟଫୋନ ୟୁଜର ପ୍ରତି ମାସରେ ହାରାହାରି ୧୬ ଜିବି ଡାଟା ବ୍ୟବହାର କରୁଛନ୍ତି। ଏହି ରିପୋର୍ଟ ମୁତାବକ ୨୦୧୯ରେ ଏହା ହାରାହାରି ୧୩.୫ ଜିବି ଥିଲା। ଏଣୁ ୨୦୧୯ ତୁଳନାରେ ୨୦୨୦ରେ ଭାରତୀୟ ୟୁଜର୍ସ ଅଧିକ ମୋବାଇଲ ଡାଟା ବ୍ୟବହାର କରୁଥିବା ସ୍ପଷ୍ଟ ହୋଇଛି। ଏବେ ଏହା ବଢ଼ି ୧୫.୭ ଜିବି ପର୍ଯ୍ୟନ୍ତ ପହଞ୍ଚି ଯାଇଛି। ଏଥିସହ ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୨୬ ସୁଦ୍ଧା ଭାରତରେ ସ୍ମାର୍ଟଫୋନ ୟୁଜର୍ସଙ୍କ ହାରାହାରି ଡାଟା ବ୍ୟବହାର ପ୍ରତ୍ୟେକ ମାସରେ ୩୭ ଜିବି ପର୍ଯ୍ୟନ୍ତ ପହଞ୍ଚିଯାଇପାରେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ